ସାନରକ୍ସିଠାରେ ସୁନ୍ଦରଗଡ ଖାଦାନ ମଜଦୁର ୟୁନିୟନର ଶ୍ରମିକ ସମାବେଶ: ଆଦିବାସୀଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରା ନ ଯାଉ

 

ଲହୁଣୀପଡା,୧୫।୧୨(ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା କୋଇଡା ବ୍ଲକ ଅନ୍ତର୍ଗତ ସାନରକ୍ସିସ୍ଥିତ କୁଶଳ ତିର୍କୀ ମିନିଷ୍ଟାଡିୟମରେ ସିଆଇଟିୟୁ ଅନୁବନ୍ଧିତ ଶ୍ରମିକ ସଙ୍ଗଠନ ସୁନ୍ଦରଗଡ଼ ଖାଦାନ ମଜଦୁର ୟୁନିୟନର ଶନିବାର ଏକ ବିଶାଳ ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ ପଟାସାହି, ରକ୍ସି, ବିମଳାଗଡ, ରେଡା, ଚାନ୍ଦିପୋଷ, ବାରସୁଆ ପ୍ରଭୃତି ୬ଟି ପ୍ରାଇଭେଟ ଲୋଡିଂ ସାଇଡିଂର ୫ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ଯୋଗଦେଇଥିଲେ। ବଣାଇ ବିଧାୟକ ତଥା ୟୁନିୟନର ସଭାପତି ଲକ୍ଷ୍ମଣ ମୁଣ୍ଡା ଏଥିରେ ଅଧ୍ୟକ୍ଷତା କରିଥିଲେ। ବିଜେଡି-ଭାଜପା ସରକାରଙ୍କ ବିଭିନ୍ନ ଜନବିରୋଧୀ ଯୋଜନା ବିରୁଦ୍ଧରେ ବକ୍ତବ୍ୟ ରଖିଥିଲେ। କେତେକ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ପେସା ଆଇନ ନାମରେ ଗରିବ, ଆଦିବାସୀଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରି ସ୍ଥାନୀୟ ଅଞ୍ଚଳରେ ସରକାରଙ୍କ ପକ୍ଷରୁ ହେଉଥିବା ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା କହିଥିଲେ। ଆଦିବାସୀଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରା ନ ଯାଉ ବୋଲି ସେ କହିଥିଲେ। ୟୁନିୟନର ସାଧାରଣ ସମ୍ପାଦକ ତଥା ସିପିଆଇଏମ ଜିଲା ସମ୍ପାଦକ ପ୍ରମୋଦ କୁମାର ସାମଲ ଶ୍ରମିକମାନଙ୍କ ନ୍ୟାର୍ଯ୍ୟ ଅଧିକାର, ମଜୁରି ବୃଦ୍ଧି, ପିଏଫ ପ୍ରଦାନ ସମେତ ଲୋଡିଂ ସାଇଡିଂଗୁଡିକରେ ପର୍ଯ୍ୟାପ୍ତ ର଼୍ୟାକ ଯୋଗାଇ ଦେବାକୁ ଶ୍ରମିକ ସମାବେଶରେ ଦାବି କରିଥିଲେ। ପେସା ବାଲାଙ୍କ ବିଭିନ୍ନ ପ୍ରକାର ପଥରଗାଡି କାର୍ଯ୍ୟକୁ ନିନ୍ଦା କରିବା ସହିତ ଟ୍ରେଡ ୟୁନିୟନ କାର୍ଯ୍ୟରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଥିଲେ। ସିଆଇଟିୟୁ ଜିଲା ଉପସଭାପତି ବନମାଳୀ ଧୁପାଳ ଶ୍ରମିକମାନଙ୍କ ଏକଜୁଟ ହୋଇ ରହିଥିବା ସହିତ ଦେଶ ବିଦେଶରେ ଶ୍ରମିକମାନେ କିପରି ନିର୍ଯାତିତ ହେଉଛନ୍ତି ସେ ବିଷୟରେ ସୂଚନା ଦେଇଥିଲେ। ଏହା ସହିତ ସମ୍ବିଧାନରେ ପେସାର ପ୍ରକୃତ ମୂଲ୍ୟବୋଧ ଉପରେ ଶ୍ରମିକମାନଙ୍କୁ ଉଦବୋଧନ ଦେଇଥିଲେ। ଶେଷରେ ସିଆଇଟିୟୁ ସର୍ବଭାରତୀୟ ଉପସଭାପତି ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ସିଆଇଟିୟୁର ଇତିହାସ ବୃତ୍ତାନ୍ତ ବର୍ଣ୍ଣନା କରିବା ସହିତ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣନୀତି ଉପରେ ଆଲୋଚନା କରିଥିଲେ। ତା ବିରୋଧରେ ଆସନ୍ତା ଜାନୁଆରୀ ୬ରୁ ୭ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ସ୍ତରରେ ୬ଟି ଲୋଡିଂ ସାଇଡିଂରେ ଧର୍ମଘଟ ଏବଂ ୮ରେ ସମଗ୍ର ଭାରତରେ ଧର୍ମଘଟରେ ସାମିଲ ହୋଇ ଶାନ୍ତିପୂର୍ଣ୍ଣ ଭାବରେ ପାଳନ କରିବାକୁ ଆହ୍ବାନ ଜଣାଇଥିଲେ। ଏଥିରେ ଜିଲା ସମ୍ପାଦକ ମଣ୍ଡଳୀ ସଭ୍ୟ ବିମାନ ମାଇତି, ବୟୋଜ୍ୟୋଷ୍ଠ ସଭ୍ୟ ଅଭୟ କୁମାର ଚାୈଧୁରୀ, ୟୁନିୟନର ସାଧାରଣ ସମ୍ପାଦକ ଲିଲ ମୋହନ ଗୋପ, ଆନନ୍ଦ ମାସୀ ହରୋ, କୃଷ୍ଣଚନ୍ଦ୍ର ବାରିକ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ପ୍ରାରମ୍ଭରେ ହଜାର ହଜାର ଶ୍ରମିକ ପାରମ୍ପରିକ ନୃତ୍ୟଗୀତର ତାଳେ ତାଳେ ଶ୍ରମିକ ନେତୃବୃନ୍ଦଙ୍କ ସହିତ ରକ୍ସିସ୍ଥିତ ୟୁନିୟନ କାର୍ଯ୍ୟାଳୟଠାରୁ ୨୧୫/୫୨୦ ନମ୍ବର ଜାତୀୟ ରାଜପଥର ମୁଖ୍ୟ ରାସ୍ତାରେ ଏକ ବିରାଟ ଶୋଭାଯାତ୍ରାରେ ଆସି ରକ୍ସି ରେଳ ଫାଟକ ନିକଟରେ ପହଞ୍ଚିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ପୂର୍ଣ୍ଣ ପାଇଁ ଆସିଥିଲେ ମହିଳା: ହାତୀ ନେଇଗଲା ଜୀବନ

ବାଲିଶଙ୍କରା,୩୦।୮(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଘୋଘର ଗ୍ରାମରେ ସୋମବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ମାନସିକ ପୂର୍ଣ୍ଣ ପାଇଁ ଆସିଥିବା ଜଣେ ମହିଳାଙ୍କ ହାତୀ ଆକ୍ରମଣରେ...

ବୋମା ମାଡ଼ରେ ପୂର୍ବତନ କାଉନସିଲର ଗୁରୁତର ଘଟଣା: ୩ ଅଟକ, ଅଫୁଟା ବୋମା ନିଷ୍କ୍ରିୟ

ରାଉରକେଲା,୭।୨(ଡି.ଏନ୍‌.ଏ.): ରାଉରକେଲା ଉଦିତନଗର ଥାନା ଅଧୀନ ବାସନ୍ତୀ କଲୋନୀର ବାସିନ୍ଦା ତଥା ପୂର୍ବତନ କାଉନ୍‌ସିଲର ଆଶିଷ ମହାନ୍ତି (ବୁଲୁ)ଙ୍କୁ ବୋମାମାଡ଼ ଘଟଣାରେ ପୋଲିସ ୩ ଜଣଙ୍କୁ...

ଇବ୍‌ ନଦୀକୁ ଖସିଲା ହାଇୱା: ୨ ନିଖୋଜ

ଲଖନପୁର,୮।୯(ଡି.ଏନ.ଏ)-ଝାରସୁଗୁଡା ଜିଲା ବନହରପାଲି ଥାନା ରମ୍ପେଲା ବ୍ରିଜ ଉପରୁ ମଙ୍ଗଳବାର ଏକ ହାଇଓ୍ବା (ନଂ.ଓଡି ୨୩କେ୧୫୪୭) ଭାରସାମ୍ୟ ହରାଇ ଇବ ନଦୀକୁ ଖସିପଡିଛି। ଫଳରେ ହାଇଓ୍ବାଟି...

ବିସ୍ଫୋରଣରେ ଯୁବତୀଙ୍କ ଜୀବନଗଲା: ଭାଇକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ

ସୁନ୍ଦରଗଡ଼, ୧।୫(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ରାଣୀ ବଗିଚାରେ ଗୁରୁବାର ରାତିରେ ବିସ୍ଫୋରଣ ଘଟି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ରେଣୁକା...

ପାନପୋଷ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ କରୋନା: ୨ ଦିନ ପାଇଁ ହେଲା ବନ୍ଦ

ରାଉରକେଲା ଅଫିସ,୩ା୮: ରାଉରକେଲା ସହରରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସରକାରୀ କାର୍ଯ୍ୟାଳୟ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ । ପାନପୋଷ...

ରାଉରକେଲା ସ୍ମାର୍ଟ ସିଟିରେ କରୋନା ଆତଙ୍କ

ରାଉରକେଲା ଅଫିସ୍‌, ୧୮।୪: ରାଉରକେଲା ସ୍ମାର୍ଟ ସିଟିରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। କରୋନାର ଭୟାବହତାକୁ ଆଖି ଆଗରେ ରଖି ଶନିବାରଠାରୁ ସହରରେ ସପ୍ତାହାନ୍ତ ସଟ୍‌ଡାଉନ୍‌...

ବାଇକ୍‌ରେ ଯାଉଥିବା ଯୁବତୀଙ୍କ ଉପରେ ପଡ଼ିଲା ଗଛ

ଲହୁଣୀପଡା,୧୯।୪: ସୁନ୍ଦରଗଡ଼ ଜିଲା ଲହୁଣୀପଡା ଥାନା ଅନ୍ତର୍ଗତ ଖଣ୍ଡାଧାର ରାସ୍ତାର ମହୁଲତା ଛକ ନିକଟରେ ସୋମବାର ଅପରାହ୍ନରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକରେ ଯାଉଥିବା...

କରୋନାରେ ଜିଲା ସରପଞ୍ଚ ମହାସଂଘ ସାଧାରଣ ସମ୍ପାଦକଙ୍କ ମୃତ୍ୟୁ

କୁଆଁରମୁଣ୍ଡା,୧।୫(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ସରପଞ୍ଚ ମହାସଂଘ ସାଧାରଣ ସମ୍ପାଦକ ତଥା କୁଆଁରମୁଣ୍ଡା ବ୍ଲକ ସରପଞ୍ଚ ସଂଘର ସଭାପତି ସ୍ଥାନୀୟ ଦଲକି ପଞ୍ଚାୟତ ସରପଞ୍ଚ ଓସ୍କାର କୁମାର...

Advertisement


Archives

Model This Week