Posted inଜାତୀୟ

ସାଧ୍ୱୀ ପ୍ରଜ୍ଞା ଠାକୁର ଭୋପାଳରୁ ଭାଜପା ପ୍ରାର୍ଥୀ

ନୂଆଦିଲ୍ଲୀ,୧୮ା୪(ପି.ଟି.): ୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାରେ ବିଚାରର ସମ୍ମୁଖୀନ ହୋଇଥିବା ସାଧ୍ୱୀ ପ୍ରଜ୍ଞା ସିଂ ଠାକୁରଙ୍କୁ ଭାଜପା ମଧ୍ୟପ୍ରଦେଶର ଭୋପାଳ ଆସନରୁ ପ୍ରାର୍ଥୀ କରିଛି। ଏହି ଆସନରେ ତାଙ୍କର ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା ହେବ। ଜାମିନରେ ଆସିଥିବା ପ୍ରଜ୍ଞା ସିଂ ବୁଧବାର ଭାଜପାରେ ଯୋଗଦେବାର କିଛି ସମୟ ପରେ ଦଳ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୋପାଳ ଆସନରୁ ପ୍ରାର୍ଥୀ କରିଛି। ଏନ୍‌ଆଇଏ କୋର୍ଟ ତାଙ୍କ ବିରୋଧରେ ମକୋକା ଅଭିଯୋଗକୁ ବାଦ୍‌ ଦେଇଥିଲେ ହେଁ ମାଲେଗାଓଁ ମାମଲାର ଅନ୍ୟ ଅଭିଯୋଗରେ ତାଙ୍କ ବିରୋଧରେ ମକଦ୍ଦମା ଚାଲିଛି। ସେହିପରି ଗୁନା ଆସନରୁ କେ.ପି. ଯାଦବ ଭାଜପା ପ୍ରାର୍ଥୀ ହେବାକୁ ଯାଉଛନ୍ତି। ଏହି ଆସନରେ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଲଢ଼ୁଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସଗର ଏବଂ ବିଦିଶା ଆସନରୁ ଭାଜପା ରାଜ୍‌ ବାହାଦୁର ସିଂ ଏବଂ ରମାକାନ୍ତ ଭାର୍ଗବଙ୍କୁ ପ୍ରାର୍ଥୀ କରିଛି। ୨୦୧୪ରେ ସୁଷମା ସ୍ବରାଜ ବିଦିଶା ଆସନରୁ ଜିତିଥିଲେ। ଏଥର ସେ ସ୍ବାସ୍ଥ୍ୟଗତ କାରଣରୁ ନିର୍ବାଚନ ଲଢ଼ିବେନି ବୋଲି ପୂର୍ବରୁ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିଲାଙ୍କୁ ଜେଲ୍‌ରେ ରଖାଯାଇପାରିବନି

ନୂଆଦିଲ୍ଲୀ,୧୩ା୨(ଆଇଏଏନ୍‌ଏସ୍‌): ଜାମିନ ନ ମିଳିଲେ ମଧ୍ୟ ପିଲାଙ୍କୁ ଜେଲ୍‌ କିମ୍ବା ପୋଲିସ ହାଜତରେ ରଖାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସେମାନଙ୍କୁ ପର୍ଯ୍ୟବେକ୍ଷଣ ଗୃହ କିମ୍ବା...

ଶାହାଙ୍କ ଅରୁଣାଚଳ ଗସ୍ତକୁ ଚାଇନାର ବିରୋଧ

ନୂଆଦିଲ୍ଲୀ/ବେଜିଂ,୨୧।୨ (ପି.ଟି./ଆଇଏଏନ୍‌ଏସ୍‌):କରୋନା ଭାଇରସ୍‌ ସଂକ୍ରମଣରେ ଛଟପଟ ହେଉଥିବା ଚାଇନା ଭାରତର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ଅରୁଣାଚଳ ଗସ୍ତକୁ ବିରୋଧ କରିଛି। ଗୁରୁବାର ଅରୁଣାଚଳ ପ୍ରଦେଶର ପ୍ରତିଷ୍ଠା...

ଅମିତ ଶାହାଙ୍କ ଚ୍ୟାଲେଞ୍ଜ୍‌ ସ୍ବୀକାର କଲେ ଅଖିଳେଶ

ଲକ୍ଷ୍ନୌ,୩୦।୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଦଳୀୟ ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ରବିବାର ସ୍ବରାଷ୍ଟ୍ର ମନ୍ତ୍ରୀ...

କୁରେଭର ଏୟାର ଷ୍ଟ୍ରିପ୍‌ ଚାଇନାର ମୁକାବିଲା ପାଇଁ ହେବ ଗୁରୁତ୍ୱପୂର୍ଣ୍ଣ…

ଲକ୍ଷ୍ନୌ,୧୬।୧୧: ଚାଇନାର ମୁକାବିଲା କରିବା ପାଇଁ ଉତ୍ତରପ୍ରଦେଶର କୁରେଭର ଏୟାରଷ୍ଟ୍ରିପ ଭାରତୀୟ ବାୟୁସେନା ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଯୋଜନାବଦ୍ଧ ଭାବେ ବାୟୁସେନା ଏଭଳି କରିଛି।...

ଚିଦାମ୍ବରମଙ୍କୁ ଝଟ୍‌କା: ମେଡିକାଲ ରିପୋର୍ଟ ଆଧାରରେ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ,୧।୧୧: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଝଟ୍‌କା ଲାଗିଛି। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଚିଦାମ୍ବରମ କରିଥିବା ଜାମିନ ଆବେଦନକୁ ହାଇକୋର୍ଟ ଶୁକ୍ରବାର ଖାରଜ...

ଅଟକିବନି ସିରିଏଲ୍‌ ଶୁଟିଂ

ମୁମ୍ବାଇ,୧୪।୪: ମହାରାଷ୍ଟ୍ରରେ କରୋନାର ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ୧୫ ଦିନିଆ ଜନତା କର୍ଫ୍ୟୁ ପାଇଁ ଘୋଷଣା କରିଛନ୍ତି। ଏହି ସମୟରେ ଫିଲ୍ମ, ଟିଭି...

ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,୨୩।୬: ସୁପ୍ରିମକୋର୍ଟଙ୍କ ଅନୁମତି ପରେ ପୁରୀରେ ମଙ୍ଗଳବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଯଥା ରୀତିନୀତି ଅନୁଯାୟୀ ଆରମ୍ଭ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଫଡନଭିଶଙ୍କୁ ଚିଠି ଲେଖି ରାଜ ଠାକରେ କହିଲେ ଲଢନ୍ତୁ ନାହିଁ ଅନ୍ଧେରୀ ଇଷ୍ଟ ଉପନିର୍ବାଚନ, ଜବାବ ରଖିଲେ ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ,୧୬ ।୧୦: ମୁମ୍ବାଇର ଅନ୍ଧେରୀ ଇଷ୍ଟ ବିଧାନସଭା ଆସନ ପାଇଁ ହେବାକୁ ଯାଉଥିବା ଉପନିର୍ବାଚନକୁ ନେଇ ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ ଠାକରେ...

Advertisement
Archives

Model This Week