Posted inଖେଳ

ସାଧାରଣ ପରିଷଦ ବୈଠକ ନେଇ ସିଓଏର ନୋଟିସ୍‌

ନୂଆଦିଲ୍ଲୀ, ୩।୧୦(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବାର୍ଷିକ ସାଧାରଣ ପରିଷଦ ବୈଠକ ନେଇ ପ୍ରଶାସକ କମିଟି (ସିଓଏ) ବୁଧବାର ନୋଟିସ ଜାରି କରିଛି। ଆସନ୍ତା ୨୩ ତାରିଖରେ ଏହି ବୈଠକ ବସିବ ବୋଲି ସିଓଏ ତରଫରୁ ଘୋଷଣା କରାଯାଇଛି। ତେବେ ଏହି ବୈଠକରେ କେବଳ ଅନୁଗତ ସଦସ୍ୟ ଯୋଗ ଦେଇପାରିବେ ବୋଲି ସିଓଏ ସ୍ପଷ୍ଟ କରିଛି। ପୂର୍ବରୁ ୨୧ ଦିନ ପୂର୍ବରୁ ସିଓଏ ସବୁ ସଦସ୍ୟଙ୍କୁ ନୋଟିସ୍‌ ପଠାଇଛି। ବିସିସିଆଇ ନିର୍ବାଚନ ତାରିଖ ମଧ୍ୟ ପୂର୍ବରୁ ଘୋଷଣା କରାଯାଇଛି। ୨୦୧୯ ସେପ୍ଟେମ୍ବର ୨୦ ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ପାଳନ କରିଥିବା ବୋର୍ଡର ସଦସ୍ୟମାନେ ଏହି ବୈଠକରେ ଯୋଗ ଦେଇପାରିବେ ବୋଲି ସ୍ପଷ୍ଟ କରାଯାଇଛି। ଏ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ତାମିଲନାଡୁ କ୍ରିକେଟ ଆସୋସିଏଶନ (ଟିଏନ୍‌ସିଏ)ର ପ୍ରତିନିଧି ଏହି ବୈଠକରେ ଯୋଗ ନ ଦେବା ଭଳି ପରିସ୍ଥିତି ଉପୁଜିଛି। କାରଣ କିଛିଦିନ ତଳେ ଟିଏନ୍‌ସିଏ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତେବେ ବିସିସିଆଇ ପ୍ରଣୟନ କରିଥିବା ନୂଆ ସମ୍ବିଧାନ ଅନୁଯାୟୀ ଏହି ନିର୍ବାଚନ ଅନୁଷ୍ଠିତ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହର୍ଡଲ୍ସ ତାରକା ସାଲି ପିୟରସନଙ୍କ ଅବସର ଘୋଷଣା

ସିଡନୀ,୬।୮(ଏଏଫ୍‌ପି)- ଅଷ୍ଟ୍ରେଲିଆ ମହିଳା ହର୍ଡଲ୍ସ ବିଶ୍ୱଚାମ୍ପିୟନ ସାଲି ପିୟରସନ ମଙ୍ଗଳବାର ଅବସର ଘୋଷଣା କରିଛନ୍ତି। କ୍ରମାଗତ ଭାବେ ଇଞ୍ଜୁରିର ଶିକାର ହେବା କାରଣରୁ ସେ ସମସ୍ତଙ୍କୁ...

କ୍ରିକେଟ ପରେ ଏବେ ଟେନିସରେ ଜଲଓ୍ବା ଦେଖାଇଲେ ଏହି ଖେଳାଳି

ରାଞ୍ଚି,୧୦।୧୧: କ୍ରିକେଟ ମୈଦାନରେ ଅନେକ ଦିନ ଧରି ରାଜ୍‌ କରିବା ପରେ ମହେନ୍ଦ୍ର ସିଂ ଧୋନୀ ଏବେ ଟେନିସ ଜଗତରେ ପାଦ ରଖିଛନ୍ତି। ରାଞ୍ଚିର ଜେଏସସିଏରେ...

ପତ୍ନୀ ସାକ୍ଷୀଙ୍କୁ ପସନ୍ଦ ନ ଥିଲା କ୍ରିକେଟ, ନା ଚିହ୍ନିଥିଲେ ଧୋନୀଙ୍କୁ

ନୂଆଦିଲ୍ଲୀ,୪।୭: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଆଜି ବିବାହବାର୍ଷିକୀ। ଦଶ ବର୍ଷର ବିବାହ ମଧ୍ୟରେ ଅନେକ ଉପଲବ୍ଧି ହାସଲ କରିଛନ୍ତି...

ସଙ୍କଟରେ ୩ ବିଶ୍ୱ ରେକର୍ଡ

ଲିଡ୍ସ,୫।୭- ଏଠାରେ ଶ୍ରୀଲଙ୍କା ବିପକ୍ଷ ଅନ୍ତିମ ବିଶ୍ୱକପ୍‌ ଲିଗ୍‌ ମ୍ୟାଚ୍‌ରେ ଭାରତୀୟ ଦଳର ଉପ ଅଧିନାୟକ ରୋହିତ ଶର୍ମାଙ୍କ ନିକଟରେ ୩ ବିଶ୍ୱ ରେକର୍ଡ ଅଧିକାରୀ...

ଟୋକିଓରେ ଅଲିମ୍ପିକ ଜ୍ୟୋତି ପ୍ରଦର୍ଶନ ହେବ

ଟୋକିଓ, ୧ା୯(ଏପି): ମଙ୍ଗଳବାରଠାରୁ ଜାପାନ ଅଲିମ୍ପିକ ମ୍ୟୁଜିୟମରେ ଅତି କମ୍‌ରେ ଦୁଇ ମାସ ପର୍ଯ୍ୟନ୍ତ ଅଲିମ୍ପିକ ଜ୍ୟୋତି ପ୍ରଦର୍ଶନ କରାଯିବ। କୋଭିଡ୍‌-୧୯ ମହାମାରୀ ଆସି ନ...

ଆଗୁଆ ୟୁଏଇ ଗଲା ସିଏସ୍‌କେ

ଚେନ୍ନାଇ,୧୩।୮: ୟୁନାଇଟେଡ୍‌ ଆରବ ଏମିରେଟ୍ସ(ୟୁଏଇ)ରେ ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ-୧୪ତମ ସଂସ୍କରଣର ଦ୍ୱିତୀୟ ପର୍ଯ୍ୟାୟ। ଏହାର ମାସେ ପୂର୍ବରୁ ୟୁଏଇ...

ଚେନ୍ନାଇ ଜିତିଲା, ଭୋ ଭୋ ହୋଇ କାନ୍ଦିଲେ କୁନି ପ୍ରଶଂସକ: ଜାଣନ୍ତୁ କାହିଁକି

ଦୁବାଇ,୧୧।୧୦: ଆଇପିଏଲ ୨୦୨୧ର ପ୍ରଥମ ଯୋଗ୍ୟତା ପର୍ଯ୍ୟାୟରେ ଏମଏସ ଧୋନୀଙ୍କୁ ତାଙ୍କ ପୁରୁଣା ରଙ୍ଗରେ ଦେଖିବାକୁ ମିଳିଥିଲା। କ୍ରିକେଟ ପ୍ରଶଂସକମାନେ ମାହିଙ୍କ ଏହି ଅବତାରକୁ ଉତ୍ସାହର...

ଦଣ୍ଡିତ ହେଲା ଶ୍ରୀଲଙ୍କା ଦଳ

କଲମ୍ବୋ,୧୦।୬: ଅଷ୍ଟ୍ରେଲିଆ ବିପକ୍ଷରେ କଲମ୍ବୋରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଧିମା ବୋଲିଂ ହାର ପାଇଁ ଶ୍ରୀଲଙ୍କା ଦଳକୁ ଦଣ୍ଡିତ ହେବାକୁ ପଡ଼ିଛି। ଘରୋଇ ଦଳ...

Advertisement
Archives

Model This Week