ସାତ ପାହାଚରେ ଗୋଡ଼ ଖସିଲା: ଶ୍ରୀମନ୍ଦିର ବୋଝିଆ ଗୁରୁତର

ପୁରୀ ଅଫିସ, ୬ା୧୧୧: ଶ୍ରୀମନ୍ଦିରରେ ବୁଧବାର ଜଣେ ବୋଝିଆ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ନାମ ଦୁଃଶାସନ ଜେନା (୪୫)। ସାତପାହାଚରେ ଗୋଡ଼ ଖସିଯିବାରୁ ସେ ତଳେ ପଡ଼ିଯାଇଥିଲେ। ତାଙ୍କ ଅଣ୍ଟା ଓ ଆଣ୍ଠୁରେ ଗଭୀର ଆଘାତ ଲାଗିଛି।
ସୂଚନା ମୁତାବକ, ଉତ୍ତରଣା ମଠ ସାହିର ଦୁଃଶାସନ ଶ୍ରୀମନ୍ଦିରରେ ବୋଝିଆ କାମ କରନ୍ତି। ବୁଧବାର ଅପରାହ୍ନରେ ସେ ଭଅଣ୍ଡ ଘରୁ ଏକ ବେତାରେ ଡାଲି, ଅନ୍ନ ଧରି ଆସୁଥିଲେ। ସାତ ପାହାଚରୁ ତଳକୁ ଗୋଡ଼ ପକାଉଥିବାବେଳେ ତାଙ୍କ ଗୋଡ଼ ଖସିଯାଇଥିଲା। ଫଳରେ ଅବଢା ଢାଳି ହୋଇଯିବା ସହ ସେ ପଡ଼ିିଯାଇଥିଲେ। ତାଙ୍କ ଅଣ୍ଟାରେ ଶକ୍ତ ଆଘାତ ଲାଗିଥିଲା। ଡାହାଣ ଗୋଡ଼ ଆଣ୍ଠୁ ମଧ୍ୟ ମାଡ଼ ହୋଇଥିଲା। ତୁରନ୍ତ ସାଥୀ ବୋଝିଆମାନେ ତାଙ୍କୁ ଶ୍ରୀମନ୍ଦିର ଆମ୍ବୁଲାନ୍ସରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ତାଙ୍କର ଚିକିତ୍ସା କରାଯାଉଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ମହାପ୍ରସାଦ ବାହକ ସଂଘ ସଭାପତି ରୋହିତ ଦାସ କହିଛନ୍ତି, ଯିବା ଆସିବା ଦ୍ୱାରା ଭଅଣ୍ଡଘର ପାହାଚ ସମେତ ସାତପାହାଚ ମସୃଣ ହୋଇଗଲାଣି। ବାରମ୍ବାର ବୋଝିଆଙ୍କ ଗୋଡ଼ ଖସି ଦୁର୍ଘଟଣା ଘଟୁଛି। ମସୃଣ ପଥର ବଦଳାଇବାକୁ ସେମାନେ ଦାବି କରୁଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଫଳରେ ଦୁର୍ଘଟଣା ବଢୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବୀରେନ୍ଦ୍ର ଲାକ୍ରାଙ୍କ ନାଁରେ ହତ୍ୟା ଅଭିଯୋଗ

ରାଉରକେଲା ଅଫିସ,୨୭।୬: ଭୁବନେଶ୍ୱର ଇନଫୋସିସ୍‌ ଥାନା ଅଧୀନ ଫ୍ଲାଟ ନଂ-୪୦୧ରେ ଗତ ଫେବୃଆରୀ ୨୮ରେ ରାଉରକେଲାର ଯୁବକ ଆନନ୍ଦ ଟପ୍ପୋଙ୍କ ମୃତ୍ୟୁ ଘଟଣାର ମୋଡ଼ ବଦଳିଛି।...

ଜଙ୍କ୍‌ସନରେ ଯାଉଛି ଜୀବନ, ମାସକରେ ରିପୋର୍ଟ ଦିଅ: ୨୦୨୦ରେ ଦୁର୍ଘଟଣାରେ ଯାଇଛି ୧୧୬୪ ଜୀବନ

ଭୁବନେଶ୍ୱର,୯।୧୧(ବ୍ୟୁରୋ): ରାଜ୍ୟରେ ସଡ଼କ ଦୁର୍ଘଟଣା ବଢ଼ିବା ଦ୍ୱାରା ଅନେକଙ୍କ ଜୀବନ ଚାଲିଯାଉଛି। ଏହାକୁ ରୋକିବା ପାଇଁ ସମସ୍ତ ପ୍ରକାର ପ୍ରୟାସ ସତ୍ତ୍ୱେ ସେତେଟା ସୁଫଳ ମିଳୁନାହିଁ।...

ଲକ୍‌ଡାଉନ ନାମରେ ଚାଲିଛି ଭୋଜିଭାତ

ଖଇରା, ୩।୪(ଡି.ଏନ୍‌.ଏ.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ଦେଶବ୍ୟାପୀ ଲକ୍‌ଡାଉନ ଘୋଷଣା କରାଯାଇଛି। କେତେକ ଗ୍ରାମବାସୀ ଗ୍ରାମର ୨ ପାର୍ଶ୍ୱରେ ବାଉଁଶ ବାନ୍ଧି ବାହାର ଲୋକଙ୍କ...

ଲୁହାଛଡ ବଦଳରେ ଶାଳକାଠ ବ୍ୟବହାର ଘଟଣା: ଜେଲ ଗଲେ ଠିକାଦାର, ପେଟି ଠିକାଦାର

ମୋରଡା,୮।୫ (ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡିଗାଁ ପଞ୍ଚାୟତ ମାହାଲିସାହିରେ ଏକ ଅଙ୍ଗନଓ୍ବାଡି ଗୃହ ନିର୍ମାଣରେ ଲୁହା ଛଡ଼ ବଦଳରେ ଶାଳ କାଠ ବ୍ୟବହାର...

ଦୁର୍ଦ୍ଦଶାରେ କ୍ୟାପସିକମ ଚାଷୀ

ବାରିପଦା ଅଫିସ, ୧୧ା୪-କରୋନା ସଂକ୍ରମଣକୁ ରୋକିବା ଲାଗି ସାରା ଦେଶରେ ଲକ୍‌ଡ଼ାଉନ ଜାରି ରହିଛି। ଏଥିଯୋଗୁ ଜନଜୀବନ ପ୍ରଭାବିତ ହେଉଥିବା ବେଳେ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି।...

ବୁଧବାର ପ୍ରକାଶ ପାଇବ ଓଜେଇଇ ପରୀକ୍ଷା ଫଳ

ଭୁବନେଶ୍ୱର, ୧୮।୬(ବ୍ୟୁରୋ): ବୁଧବାର ଓଜେଇଇ ପରୀକ୍ଷା ଫଳ ପ୍ରକାଶ ପାଇବ। ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ପରୀକ୍ଷା ଫଳ ପ୍ରକାଶ କରାଯିବ। ସଚିବାଳୟର ବିଭାଗୀୟ କାର୍ଯ୍ୟାଳୟରେ...

ବାଲିଘାଟକୁ ନେଇ ବିଗୁଡୁଛି ଆଇନଶୃଙ୍ଖଳା

ଭଦ୍ରକ ଅଫିସ, ୧୨।୪-  ଭଦ୍ରକ ଜିଲାରେ ବାଲିଘାଟ ନିଲାମକୁ କେନ୍ଦ୍ରକରି ଆଇନ ଶୃଙ୍ଖଳା ବିଗିଡ଼ିବାରେ ଲାଗିଛି। ଅନେକ ସ୍ଥାନରେ ଗ୍ରାମ୍ୟ ବିବାଦ ଦେଖା ଦେଇଥିବାବେଳେ କେତେକ...

ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଗଞ୍ଜାମକୁ ରେଡ୍‌ ଜୋନ୍‌; ମୟୂରଭଞ୍ଜ, ଜଗତସିଂହପୁରକୁ ଅରେଞ୍ଜ ଜୋନ୍‌ ଭାବେ ଘୋଷଣା

ଭୁବନେଶ୍ୱର,୭।୫(ବ୍ୟୁରୋ): ଗୋଟିଏ ଦିନରେ ଗଞ୍ଜାମରେ ୧୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୁବ୍‌ଶୀଘ୍ର ଆକ୍ରାନ୍ତଙ୍କ ସଂଖ୍ୟା ଦ୍ୱିଗୁଣିତ ହେବାରୁ ରାଜ୍ୟ ସରକାର ଜିଲାକୁ ଗୁରୁବାର ରେଡ୍‌...

Advertisement
Archives

Model This Week