Posted inଖେଳ

ସାଣ୍ଟନରଙ୍କ ଛକାରେ ସୁରକ୍ଷା କର୍ମୀ ଆହତ

ହାମିଲଟନ,୧।୧୧- କ୍ରିକେଟ ଏଭଳି ଏକ ଖେଳ କେବେ, କେଉଁଠି ଓ କାହା ସହ ଦୁର୍ଘଟଣା ଘଟିବ ତାହା କହିହେବ ନାହିଁ। ଏଠାରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ କାର୍ଯ୍ୟରତ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଘରୋଇ ଦଳର ସ୍କୋର ୩୬୫/୮ ଥିବାବେଳେ ମିଚେଲ ସାଣ୍ଟନର ଅଗ୍ରଣୀ ବ୍ୟବଧାନକୁ ବଢ଼ାଇବାକୁ ଉଦ୍ୟମ କରୁଥିଲେ। ଇଂଲଣ୍ଡ ପେସର ଜୋଫ୍ରା ଆର୍ଚରଙ୍କ ଏକ ଶର୍ଟ ବଲକୁ ସାଣ୍ଟନର ଫାଇନ ଲେଗ୍‌ ଅଞ୍ଚଳକୁ ଘୂରାଇ ମାରିଥିଲେ। ବଲ୍‌ଟି ସିଧା ବାଉଣ୍ଡ୍ରି ଲାଇନ୍‌ର ଅପରପାଖରେ ଛିଡ଼ା ହୋଇଥିବା ସୁରକ୍ଷା କର୍ମୀଙ୍କ ମୁଣ୍ଡରେ ବାଜିଥିଲ। ଇଂଲଣ୍ଡ ଖେଳାଳି ଓ ଫିଲ୍ଡ ଅମ୍ପାୟର ସୁରକ୍ଷାକର୍ମୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଏଥିଯୋଗୁ ଖେଳ କିଛି ସମୟ ପାଇଁ ବନ୍ଦ କରାଯାଇଥିଲା। ମେଡିକାଲ ଷ୍ଟାଫ୍‌ ତାଙ୍କ ମୁଣ୍ଡରେ ବରଫ ମାଲିସ୍‌ କରିଥିଲେ। ଉକ୍ତ ଗାର୍ଡ ଠିକ୍‌ ଥିବା ଜଣାଇବା ପରେ ମ୍ୟାଚ୍‌ ପୁଣି ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ୍‌ ଇଣ୍ଡିଆରେ ହୋଇପାରେ ଅନେକ ପରିବର୍ତ୍ତନ

ନୂଆଦିଲ୍ଲୀ,୨୯।୮: ହେଡିଂଲେ ଟେଷ୍ଟରେ ଇଂଲଣ୍ଡ ଠାରୁ ଇନିଂସ ପରାଜୟ ବରଣ କରିବା ପରେ ଟିମ୍‌ ଇଣ୍ଡିଆରେ ଅନେକ ପରିବର୍ତ୍ତନ ହୋଇପାରେ। ଭାରତୀୟ ଦଳର ସବୁଠୁ ଅଭିଜ୍ଞ...

ଧୋନୀଙ୍କ ପାଇଁ ଖୁସି ଖବର; କରୋନାରୁ ସୁସ୍ଥ ହେଲେ ଏହି ଖେଳାଳି

ଦୁବାଇ, ୨୧।୯: ଚେନ୍ନାଇ ସୁପର୍‌ କିଙ୍ଗ୍‌ (ସିଏସ୍‌କେ) ପାଇଁ ଖୁସି ଖବର। ଦଳର ଯୁବ ବ୍ୟାଟ୍ସମ୍ୟାନ ରୁତୁରାଜ ଗାଏକ୍ୱାଡ କରୋନା ଭାଇରସ୍‌ରୁ ଆରୋଗ୍ୟ ଲାଭ କରିଛନ୍ତି।...

ଭିଏତ୍‌ନାମ ଓପନ୍‌: ସିରିଲ, ସୌରଭ ଆଗେଇଲେ, ଶୁଭଙ୍କର ନିରାଶ

ହୋ ମି ମିନ ସିଟି (ଭିଏତ୍‌ନାମ), ୧୨।୯ (ପି.ଟି.)- ଏଠାରେ ଚାଲିଥିବା ଭିଏତ୍‌ନାମ ଓପନ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଭାରତର ସିରିଲ ବର୍ମା ଓ ସୌରଭ ବର୍ମା...

୬ ରନ୍‌ରେ ୪ ଉଇକେଟ ନେଇ ପ୍ରଥମ ମ୍ୟାଚ୍‌ରେ କମାଲ୍‌ କଲେ ଏହି ବୋଲର୍‌

ବାରବାଡୋସ୍‌,୮।୯: କାରିବିଆନ ପ୍ରିମିୟର ଲିଗ (ସିପିଏଲ୨୦୨୧)ର ୧୯ତମ ମ୍ୟାଚରେ ତ୍ରିନବାଗୋ ନାଇଟ ରାଇଡର୍ସ ଜାମାଇକା ଟାଲାୱାକୁ ୭୫ ରନ୍‌ରେ ପରାସ୍ତ କରିଛି। ପାକିସ୍ତାନରେ ଜନ୍ମିତ ଆମେରିକୀୟ...

ବସ୍‌ କଣ୍ଡକ୍ଟରଙ୍କ ପୁଅ ୧୯ ବର୍ଷରୁ କମ୍‌ ଏସିଆ କପ୍‌ ହିରୋ – ଅଙ୍କୋଲେକର

ନୂଆଦିଲ୍ଲୀ,୧୫।୯(ପିଟି): ୧୯ ବର୍ଷରୁ କମ୍‌ ଏସିଆ କପ୍‌ ଫାଇନାଲ ଦେଖିବା ଲାଗି ମୁମ୍ବାଇରେ ବସ୍‌ କଣ୍ଡକ୍ଟର ଭାବେ କାର୍ଯ୍ୟ କରୁଥିବା ବୈଦେହୀ ଅଙ୍କୋଲେକର ଶନିବାର ଛୁଟି...

ଓ୍ବେଷ୍ଟଇଣ୍ଡିଜ ଗସ୍ତ ପାଇଁ ଦଳ ଚୟନ ଆଜି: ଓ୍ବେଷ୍ଟଇଣ୍ଡିଜ ଗସ୍ତରୁ ଓହରିଲେ ଧୋନୀ; ୨ମାସ କ୍ରିକେଟରୁ ଦୂରେଇ ରହିବେ

ନୂଆଦିଲ୍ଲୀ,୨୧।୭ (ପି.ଟି.)- ଆଗାମୀ ଓ୍ବେଷ୍ଟଇଣ୍ଡିଜ ଗସ୍ତରୁ ଓହରିଯାଇଛନ୍ତି ଅଭିଜ୍ଞ ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀ। ରବିବାର ଏହି ଗସ୍ତ ପାଇଁ ମୁମ୍ବାଇରେ ଚୟନକର୍ତ୍ତା ବୈଠକରେ...

ଅଷ୍ଟ୍ରେଲୀୟ କ୍ରିକେଟର୍‌ଙ୍କ ଅଶୁଭ ମନାସି ଅଡୁଆରେ ଭାରତୀୟ କ୍ରିକେଟର୍‌

ସିଡନୀ,୧।୧୨: ଗୋଡରେ ଆଘାତ ଯୋଗୁ ଅଷ୍ଟ୍ରେଲୀୟ ରନ ମେସିନ ଡେଭିଡ ୱାର୍ଣ୍ଣରଙ୍କୁ ଗତ ଏକ ଦିନିକିଆ ଏବଂ ପୁରା ଟି -୨୦ ସିରିଜରୁ ବାଦ ଦିଆଯାଇଛି।...

ପିତାଙ୍କ ମୃତ୍ୟୁ ପରେ ଦାରିଦ୍ରରେ କଟିଥିଲା ଏହି ଖେଳାଳିଙ୍କ ପିଲାଦିନ: ଏବେ କୋଟିରେ ଦରମା

ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମରା ଖୁବ୍‌ଶୀଘ୍ର ବିବାହ କହିବାକୁ ଯାଉଛନ୍ତି। ଏହି କାରଣରୁ ସେ ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟ ନ ଖେଳିବାକୁ ନିଷ୍ପତ୍ତି...

Advertisement
Ten Cric Info


Archives

Model This Week