ସାଉଥ୍‌ ସୁପରଷ୍ଟାର ଅଲୁ ଅର୍ଜୁନ ଦାନ କଲେ ୧.୨୫ କୋଟି ଟଙ୍କା

ମୁମ୍ବାଇ: କରୋନା ଭାଇରସ୍‌ ମହାମାରୀକୁ ନେଇ ସାରା ବିଶ୍ୱରେ ସଂଘର୍ଷ ଜାରି ରହିଛି। କରୋନା ସହ ମୁକାବିଲା ପାଇଁ ସମସ୍ତେ ଏବେ ସହାୟତାର ହାତ ବଢ଼ାଇଛନ୍ତି। ଉଦ୍ୟୋଗ ଜଗତଠାରୁ ଆରମ୍ଭ କରି ଖେଳାଳି ଓ ସେଲିବ୍ରିଟି କରୋନାକୁ ହରାଇବା ପାଇଁ ଯଥାସମ୍ଭବ ଲୋକଙ୍କୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି। ଇତିମଧ୍ୟରେ ସାଉଥ୍‌ ସୁପରଷ୍ଟାର ଅଲୁ ଅର୍ଜୁନ ମଧ୍ୟ ଲୋକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ଏଥିପାଇଁ ସେ ୧କୋଟି ୨୫ଲକ୍ଷ ଟଙ୍କା ଦାନ କରିଥିବା ଜଣାପଡ଼ିଛି। ଏନେଇ ଅର୍ଜୁନ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ଶେୟାର କରି ଘୋଷଣା କରିଛନ୍ତି। ଏଥିସହ ଟୁଇଟ କରି ସେ ଲେଖିଛନ୍ତି, କୋଭିଡ-୧୯ ଯୋଗୁ ସାଧାରଣ ଜୀବନଯାପନ ଏକପ୍ରକାର ଠପ୍‌ ହୋଇଯାଇଛି। ତେଣୁ ଏହି କଷ୍ଟକର ସମୟରେ ସେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ କେରଳର ଲୋକଙ୍କ ପାଇଁ ୧କୋଟି ୨୫ଲକ୍ଷ ଟଙ୍କା ଦାନ କରିଛନ୍ତି। ଏହି ମହାମାରୀକୁ ସମସ୍ତେ ମିଳିମିଶି ଲଢ଼ିବା ସହ ଖୁବ୍‌ଶୀଘ୍ର ଏହାକୁ ଶେଷ କରିବା ବୋଲି ଆଶା କରୁଛି। ତେଣୁ ସମସ୍ତେ ଘରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ ବୋଲି ଅର୍ଜୁନ ସମସ୍ତଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି। ଏହା ପୂର୍ବରୁ ରଜନୀକାନ୍ତ, ପବନ କଲ୍ୟାଣ ଓ ରାମ ଚରଣ ସମେତ କେତେକ ସାଉଥ୍‌ ସୁପରଷ୍ଟାର ଆର୍ଥିକ ସହାୟତା ପାଇଁ ଘୋଷଣା କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲା କରୋନା ସଂକ୍ରମିତ

ସିରସା,୩ ।୧୨: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଇଣ୍ଡିଆନ୍ ନ୍ୟାଶନାଲ ଲୋକଦଳର ମୁଖ୍ୟ ଓମ ପ୍ରକାଶ ଚୌତାଲା କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ବୁଧବାର...

କାର୍ତ୍ତିକଙ୍କ ସହିତ ଭାଲେଣ୍ଟାଇନ୍‌ ଡେ ପାଳିବେ ସାରା ଅଲ୍ଲୀ ଖାଁ !

ମୁମ୍ବାଇ: ସମ୍ପ୍ରତି ଇମ୍‌ତିଆଜ୍‌ ଅଲ୍ଲୀଙ୍କ ଫିଲ୍ମ ‘ଲଭ୍‌ ଆଜ୍‌କଲ୍‌’କୁ ନେଇ ବଲିଉଡ୍‌ରେ ଚର୍ଚ୍ଚା ଜୋର୍‌ ଧରିଛି। ଇତିମଧ୍ୟରେ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇ ସାରିଛି। ଟ୍ରେଲର...

କରୋନାରେ ମୃତ ଯୁବକଙ୍କ ପରିବାରକୁ ୧୪ ଲକ୍ଷ ଟଙ୍କାର ମେଡିକାଲ ବିଲ୍‌

ନୋଏଡା, ୩୦।୬- କରୋନାରେ ମୃତ୍ୟୁବରଣ କରିଥିବା ଜଣେ ଯୁବକଙ୍କ ପରିବାରକୁ ମେଡିକାଲ ପକ୍ଷରୁ ଚିକିତ୍ସା ଖର୍ଚ୍ଚ ବାବଦକୁ ୧୪ ଲକ୍ଷ ଟଙ୍କା ବିଲ୍‌ ଦିଆଯାଇଛି। ନୋଏଡାର...

ଗଞ୍ଜାମ ସହରରୁ ୩ କରୋନା ପଜିଟିଭ ଚିହ୍ନଟ: ସୂଚନା ଦେଲେ ଜିଲାପାଳ

ଗଞ୍ଜାମ,୫।୪(ଡି.ଏନ୍‌.ଏ.): ଗତ କିଛି ମାସ ବ୍ୟବଧାନ ପରେ ଗଞ୍ଜାମ ସହରରେ ପୁଣି ମହାମାରୀ କରୋନା ଆତଙ୍କ ସୃଷ୍ଟି କରିଛି l ଏହି ସହରରେ ୩ଜଣ କରୋନା...

ସୁନକଙ୍କୁ ନେଇ ମେହବୁବା-ରବିଶଙ୍କର ମୁହାଁମୁହିଁ…

ନୂଆଦିଲ୍ଲୀ/ଶ୍ରୀନଗର,୨୫।୧୦ : ପିଡିପି ସଭାପତି ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ବ୍ରିଟେନରେ ମୂଳ ଭାରତୀୟ ଋଷି ସୁନକଙ୍କ ପ୍ରଧାନମନ୍ତ୍ରୀ ହେବା ଉପରେ ପ୍ରତିକ୍ରିୟା...

ମୁଣ୍ଡରେ କେଶ ନ ଥିବା ପୁରୁଷଙ୍କୁ କରୋନା ସଂକ୍ରମଣ ଆଶଙ୍କା ଅଧିକ

ଓ୍ବାଶିଂଟନ, ୬।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଅଚଳାବସ୍ଥା ସୃଷ୍ଟି ହୋଇଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଏବଂ ମୃତକଙ୍କ ସଂଖ୍ୟା ପ୍ରତିଦିନ ବଢ଼ିଚାଲିଛି। ଶିଶୁ,...

ଦେଶବାସୀଙ୍କୁ ଚିଠି ଲେଖିଲେ ନଡା

ନୂଆଦିଲ୍ଲୀ,୧୮।୪: ରାଜସ୍ଥାନର କରୌଲି ହିଂସା ତଥା ଦେଶର ବିଭିନ୍ନ ସ୍ଥାନରେ ସାମ୍ପ୍ରଦାୟିକ ଘଟଣା ମଧ୍ୟରେ ଭାଜପା ସଭାପତି ଜେପି ନଡା ଦେଶବାସୀଙ୍କୁ ଏକ ଚିଠି ଲେଖିଛନ୍ତି।...

ଅମାନତ ହରାଇଲେ ୬୩ କଂଗ୍ରେସ ପ୍ରାର୍ଥୀ

ନୂଆଦିଲ୍ଲୀ,୧୨।୨: ନିର୍ବାଚନରେ କଂଗ୍ରେସକୁ ୫ ପ୍ରତିଶତରୁ କମ୍‌ ଭୋଟ ମିଳିଥିବାବେଳେ ୬୩ ପ୍ରାର୍ଥୀ ଅମାନତ ହରାଇଛନ୍ତି। ଶିଲା ଦୀକ୍ଷିତଙ୍କ ନେତୃତ୍ୱରେ ଦିଲ୍ଲୀକୁ ୧୫ ବର୍ଷ ଶାସନ...

Advertisement
Archives

Model This Week