କେରଳରୁ ଫେରି ପାରୁନାହାନ୍ତି କନ୍ଧମାଳ ଶ୍ରମିକ

ଫୁଲବାଣୀ ଅଫିସ, ୨୭ା୩- କରୋନା ପାଇଁ ସାରାଦେଶରେ ଏବେ ଲକ୍‌ଡାଉନ୍‌। ଏଭଳି ସ୍ଥିତିରେ କନ୍ଧମାଳ ଜିଲାର ଯୁବତୀ ଯୁବକ ଏବଂ ଦମ୍ପତ୍ତି ଏବେ କେରଳରେ ଫସି ଯାଇଛନ୍ତି। ଶ୍ରମିକ ଭାବେ କାମ କରିବାକୁ ଯାଇ ସେମାନେ ଏଭଳି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏବେ ସେମାନଙ୍କ ପାଖରେ ଖାଇବାକୁ ନାହିଁ, କାମ ନ ଥିବାରୁ ପାଖରେ ଟଙ୍କା ମଧ୍ୟ ସରିଗଲାଣି। ଭଡାଘରେ ରହି ବହୁ ହଇରାଣ ହେଉଛନ୍ତି। ଉଦ୍ଧାର ପାଇଁ ସେମାନେ ଓଡ଼ିଶା ସରକାରଙ୍କୁ ନିବେଦିନ କରିଛନ୍ତି। ସେମାନେ କହିଛନ୍ତି, ଘର ଭଡା ନେଇ ରହି ଏକ କମ୍ପାନୀରେ ପ୍ଲାଇଉଡ୍‌ କାମ କରୁଥିଲୁ। କମ୍ପାନୀ ବନ୍ଦ ହୋଇଯାଇଛି। ମାଲିକ କାମ ନ ଥିବାରୁ ଟଙ୍କା ଦେଉ ନାହାନ୍ତି। ଯେତିକି ଟଙ୍କା ପାଖରେ ଥିଲା ସରିବାକୁ ବସିଲାଣି। ପାଖ ଦୋକାନରୁ ରାଶନ ସାମଗ୍ରୀ ବାକିରେ ଆଣୁଥିଲୁ, ଏବେ ବାକି ବଢୁଥିବାରୁ ଦୋକାନୀ ମଧ୍ୟ ମନା କରିଦେଉଛି। ଅନ୍ତତଃ ଘରକୁ ଗଲେ ଆମେ ଚଳି ଯାଆନ୍ତୁ। ସରକାରଙ୍କ ଯାହା ନିୟମ ରହିଛି ଆମେ ସବୁ ମାନିବାକୁ ପ୍ରସ୍ତୁତ। ଆମ ଅସୁବିଧାକୁ ଦୃଷ୍ଟିରେ ରଖି ସରକାର ତୁରନ୍ତ ଏଠାରୁ ନେବା ବ୍ୟବସ୍ଥା କରନ୍ତୁ ବୋଲି ରାଇକିଆ ବ୍ଲକ ମଣ୍ଡାସୁର ଗ୍ରାମର ଦମ୍ପତ୍ତି ମଳୟ ଦିଗାଲ ଏବଂ ପ୍ରିୟଙ୍କା ଦିଗାଲ, ଖଜୁରିପଡା ବ୍ଲକ ଦୂତୀପଡା ଗ୍ରାମର ଶ୍ରବଣ କହଁର, ସ୍ତ୍ରୀ ଫୁଲମତୀ ପ୍ରଧାନ ପ୍ରମୁଖ କହିଛନ୍ତି। କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନର ପ୍ରାୟ ୧୦ ଜଣ ଆମ ଆଖପାଖରେ ରହୁଛନ୍ତି। ସମସ୍ତେ ଦୟନୀୟ ଅବସ୍ଥାରେ ଅଛୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନକୁ ଆସିବେ ନୂଆ ଅତିଥି: ଆଫ୍ରିକାରୁ ଚିତା, ଅଷ୍ଟ୍ରେଲିଆରୁ ନାଲି କଙ୍ଗାରୁ

ବାରଙ୍ଗ,୧୪।୮(ଲିଙ୍ଗରାଜ ରାଉତ): ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସିବେ ନୂଆ ଅତିଥି। ଏଥିପାଇଁ ନନ୍ଦନକାନନ ପକ୍ଷରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି। ପ୍ରତିଷ୍ଠା ଦିବସ ପୂର୍ବରୁ ନୂଆ ପ୍ରାଣୀମାନନ୍ତୁ…

ଗାଁରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ଗର୍ଭବତୀ

ଝରିଗାଁ, ୧୪।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ ଚାରଡଙ୍ଗରିପଡା ଗ୍ରାମକୁ ରାସ୍ତା ନଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ…

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ଦୁର୍ଘଟଣା ଘଟାଉଛି ଜମିହିଡ଼ ଭଳି ହମ୍ପସ୍‌, ବାଇକରୁ ଖସିପଡ଼ି ମହିଳା…

ଦିଗପହଣ୍ଡି, ୧୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମେଡିକାଲ ଛକ ସାହାଣୀ ସାହି ନିକଟରେ ନିର୍ମିତ ଏକ ଅବୈଜ୍ଞାନିକ ହମ୍ପସ୍‌ରେ ବାଇକରୁ ଖସିପଡ଼ି ଜଣେ ମହିଳା…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ପ୍ରବଳ ବର୍ଷା କାରଣରୁ ଯୁକ୍ତ ୩ ଇଂରାଜୀ ପରୀକ୍ଷା ସ୍ଥଗିତ: ପରୀକ୍ଷା ହଲରୁ ଫେରିଲେ ଛାତ୍ରୀଛାତ୍ର

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ଛାତ୍ରଛାତ୍ରୀମାନେ ପୂର୍ବରୁ ମହାବିଦ୍ୟାଳୟରେ ପହଞ୍ଚି ସାରିଥିଲେ ଏବଂ ପରୀକ୍ଷା ଦେବା ପାଇଁ ଶ୍ରେଣୀ କୋଠରୀ ଭିତରେ ନିଜ ନିଜ ସିଟ୍‌ରେ ବସି ମଧ୍ୟ ସାରିଥିଲେ।…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

କୈଠଖଣ୍ଡି ଗାଁ ଛକରେ ଜୁଆ ଖେଳ ଚାଲିଥିବା ବେଳେ ପୋଲିସ ଚଢାଉ: ୫ ଜୁଆଡ଼ି ଗିରଫ, ଟଙ୍କା-ବାଇକ…

ଦିଗପହଣ୍ଡି, ୧୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ଗାଁ ଛକରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଦିଗପହଣ୍ଡି ପୋଲିସ ଟିମ୍ ଅତର୍କିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri