Posted inଖେଳ

ସାଉଥ୍‌ ଏସିଆନ ଗେମ୍ସ: ଭାରତର ପ୍ରାଧାନ୍ୟ ଅବ୍ୟାହତ

କାଠମାଣ୍ଡୁ, ୮ା୧୦ (ପି.ଟି.)-ଚଳିତ ସାଉଥ୍‌ ଏସିଆନ ଗେମ୍ସର ୬ଷ୍ଠ ଦିବସରେ ଭାରତ ସନ୍ତରଣ ଏବଂ କୁସ୍ତି ପ୍ରତିଯୋଗିତାରେ ପ୍ରଭାବୀ ପ୍ରଦର୍ଶନ କରିଥିବାବେଳେ ୪୯ଟି ପଦକ ଲାଭ କରିଛି। ତନ୍ମଧ୍ୟରେ ୨୯ଟି ସ୍ବର୍ଣ୍ଣ ପଦକ ରହିଛି। ଭାରତର ମୋଟ ପଦକ ସଂଖ୍ୟା ୨୧୪(୧୧୦ ସ୍ବର୍ଣ୍ଣ, ୬୯ ରୌପ୍ୟ, ୩୫ ବ୍ରୋଞ୍ଜ)ରେ ପହଞ୍ଚିଛି। ପଦକ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିବା ନେପାଳର ପଦକ ସଂଖ୍ୟା ୧୪୨ (୪୩ ସ୍ବର୍ଣ୍ଣ, ୩୪ ରୌପ୍ୟ, ୬୫ ବ୍ରୋଞ୍ଜ) ରହିଛି। ଶ୍ରୀଲଙ୍କା ୧୭୦ ପଦକ (୩୦ ସ୍ବର୍ଣ୍ଣ, ୫୭ ରୌପ୍ୟ, ୮୩ ବ୍ରୋଞ୍ଜ) ସହ ତୃତୀୟ ସ୍ଥାନରେ ରହିଛି। ଶନିବାର ଭାରତର ସନ୍ତରଣକାରୀମାନେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ
ବିସ୍ତାର କରି ୭ ସ୍ବର୍ଣ୍ଣ, ୧ ରୌପ୍ୟ ଏବଂ ୧ ବ୍ରୋଞ୍ଜ ଜିତିଛନ୍ତି। ଶ୍ରୀହରି ନଟରାଜ (୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌) ରିଚା ମିଶ୍ର (୮୦୦ ମିଟର ଫ୍ରିଷ୍ଟାଇଲ), ସିଲ୍‌ଭା ଏସ୍‌ (୪୦୦ ମିଟର ବ୍ୟକ୍ତିଗତ ମିଡ୍‌ଲେ), ମାନ୍ନା ପଟେଲ (୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌), ଚାହାତ ଆରୋରା (୫୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌), ଲିଖିଥ ଏସପି (୫୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌) ଏବଂ ରୁଜୁତା ଭଟ୍ଟ (୫୦ ମିଟର ଫ୍ରିଷ୍ଟାଇଲ) ପ୍ରମୁଖ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏ.ଭି. ଜୟାଭିନା (୫୦ ମିଟର ବ୍ୟାକ୍‌ ଷ୍ଟ୍ରୋକ୍‌) ଏବଂ ରିଧିମା ବିରେନ୍ଦ୍ର କୁମାର (୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌) ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ଜିତିଛନ୍ତି। ଫଳରେ ସନ୍ତରଣରେ ଭାରତର ମୋଟ ପଦକ ସଂଖ୍ୟା ୩୦ରେ ପହଞ୍ଚତ୍ଛି। ପ୍ରଥମ ଦୁଇ ଦିନରେ ଭାରତୀୟ ସନ୍ତରଣକାରୀମାନେ ୨୧ ପଦକ ଜିତି ସାରିଥିଲେ।
ଅନ୍ୟପକ୍ଷରେ କୁସ୍ତି ପ୍ରତିଯୋଗିତାର ପ୍ରଥମ ଦିବସରେ ଭାରତୀୟ କୁସ୍ତିଯୋଦ୍ଧାମାନେ ୪ ସ୍ବର୍ଣ୍ଣ ଜିତିଛନ୍ତି। ସେମାନେ ହେଲେ ସତ୍ୟଓ୍ବର୍ତ କାଡିଆନ (ପୁରୁଷ ୯୭କେଜି ଫ୍ରିଷ୍ଟାଇଲ), ସୁମିତ ମଲିକ (ପୁରୁଷ ୧୨୫ କେଜି ଫ୍ରିଷ୍ଟାଇଲ), ଗୁରସରଣପ୍ରୀତ୍‌ କୌର (ମହିଳା ୭୬ କେଜି) ଏବଂ ସରିତା ମୋର୍‌)। ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ବିଜେତା କାଡିଆନ ପାକିସ୍ତାନର ତାବିୟାର ଖାଁଙ୍କୁ ହରାଇ ଦେଇଥିବାବେଳେ ଜାତୀୟ ଚାମ୍ପିୟନ ଗୁର୍‌ଶାନ୍‌ପ୍ରୀତ ୭ ବର୍ଷ ପରେ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଛନ୍ତି। ଭାରତୀୟ ଶୁଟରମାନେ ସେମାନଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛନ୍ତି। ଶନିବାର ସେମାନେ ୩ଟି ସ୍ବର୍ଣ୍ଣ ଜିତିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ଟିମ ଇଣ୍ଡିଆରେ ଫାଟ! ପରସ୍ପର ସହିତ କଥା ହେଉନାହାଁନ୍ତି ଗୌତମ ଗମ୍ଭୀର-ବିରାଟ କୋହଲି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୪।୭: ଭାରତୀୟ କ୍ରିକେଟ ଦଳ ଆଜି ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆରମ୍ଭ କରିବାକୁ ଯାଉଛି। ତଥାପି, ଏହି ମ୍ୟାଚ ପୂର୍ବରୁ ଟିମ…

ରୋହିତ ଶର୍ମାଙ୍କ ଆଖିରେ ଲୁହ: ଜାଣନ୍ତୁ ପୂରା ଘଟଣା…

ନୂଆଦିଲ୍ଲୀ,୧୪।୭: ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ଟି-୨୦ ସିରିଜ୍‌ ହାରିବା ପରେ ଦିନିକିଆ ସିରିଜ୍‌ ହାତେଇବାକୁ ପଡ଼ିଆକୁ ଓହ୍ଲାଇବ ଭାରତ।…

୩୮ ବର୍ଷୀୟ ରେଫରିଙ୍କ ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ, ୨୦୨୬ ଫିଫା ବିଶ୍ୱକପରୁ ବାଦ ପଡିଥିଲେ

ମାୟାମି,୧୪।୭: ଫୁଟବଲ ଜଗତରୁ ଏକ ଦୁଃଖଦ ଖବର ଆସିଛି: ଡଚ ରେଫରି ରବ ଡାଏପେରିଙ୍କ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତାଙ୍କୁ ପୂର୍ବରୁ 2026 FIFA ବିଶ୍ୱକପ…

ବୈଭବ ସୂର୍ଯ୍ୟବଂଶୀଙ୍କ ଟ୍ରେନର ସାଜିବେ ଯୁବରାଜ ସିଂହ? ନିଜେ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୪।୭: ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଆରମ୍ଭ ଭଲ ନଥିଲା; ସେ ସଦ୍ୟ ସମାପ୍ତ ଇଂଲଣ୍ଡ ବିପକ୍ଷରେ T20 ସିରିଜରେ ଡେବ୍ୟୁ କରିଥିଲେ କିନ୍ତୁ ପରେ ତାଙ୍କୁ…

ଫ୍ରାନ୍ସ ଦଳ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ: ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା

ମାଡ୍ରିଡ୍‌,୧୩ା୭: ନିକଟରେ ଫ୍ରାନ୍ସ ବିଶ୍ୱକପ୍‌ ଦଳରେ କୌଣସି ଫ୍ରେଞ୍ଚ ଖେଳାଳି ନାହାନ୍ତି ବୋଲି ମନ୍ତବ୍ୟ ଦେଇଥିବା ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କନ୍‌ଜରଭେଟିଭ ପପୁଲାର ପାର୍ଟିର ମାରିଆନୋ…

ଲର୍ଡସରେ ଇତିହାସ ରଚିଲା ଟିମ୍‌ଇଣ୍ଡିଆ: ୧୪୨ ବର୍ଷ ପରେ…

ଲର୍ଡସ,୧୩।୭: ଲର୍ଡସରେ ଭାରତ ଇଂଲଣ୍ଡକୁ ୨୭୦ ରନରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ୧୪୨ ବର୍ଷର ଇତିହାସରେ ଲର୍ଡସରେ ଖେଳାଯାଇଥିବା ଏହା ପ୍ରଥମ ମହିଳା…

ଟିମ ଇଣ୍ଡିଆକୁ ଫେରିବେ ସୂର୍ଯ୍ୟକୁମାର! ସାମ୍ନାରେ ବଡ଼ ସର୍ତ୍ତ ରଖିଲା BCCI

ନୂଆଦିଲ୍ଲୀ, ୧୩।୭: ୨୦୨୬ ଟି-୨୦ ୱାଲର୍‌ଡ କପ ଟ୍ରଫି ଜିତିବା ସତ୍ତ୍ୱେ ଭାରତୀୟ ଟି-୨୦ ଦଳରୁ ବାଦ୍‌ ପଡ଼ିଥିବା ଷ୍ଟାର୍‌ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri