Posted inଜାତୀୟ

ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ଉଠିଲା ବିବାଦ: ଅନିର୍ଦ୍ଦିଷ୍ଟକାଳ ପାଇଁ ହୋଇପାରେ ବନ୍ଦ

ଶିରିଡି,୧୮।୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ଦେଇଥିବା ବୟାନ ଏବେ ବିବାଦ ଘେରକୁ ଚାଲି ଆସିଛି। ଠାକରେଙ୍କ ବୟାନକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ରବିବାରଠାରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିରିଡିକୁ ବନ୍ଦ ରଖିବାକୁ କୁହାଯାଉଛି। ସୂଚନାଯାଗ୍ୟ, ଠାକରେ କହିଥିଲେ ପାର୍ଥୀ(ପରଭାନୀ) ସାଇବାବାଙ୍କ ଜନ୍ମସ୍ଥାନ। ତେଣୁ ପାର୍ଥୀକୁ ସାଇବାବାଙ୍କ ଜନ୍ମସ୍ଥାନ ଭାବେ ବିକଶିତ କରାଯିବ ଓ ଏଥିପାଇଁ ଶହେ କୋଟି ଟଙ୍କା ଦିଆଯିବ। ଠାକରେଙ୍କ ମତରେ ଶିରିଡି ହେଉଛି ସାଇବାବାଙ୍କ କର୍ମଭୂମୀ ଓ ପାର୍ଥୀ ହେଉଛି ତାଙ୍କ ଜନ୍ମଭୂମୀ। ଠାକରେଙ୍କ ଏହି ବୟାନ ପରେ ଶ୍ରଦ୍ଧାଳୁମାନେ କହିଥିଲେ ସାଇବାବା କେବେବି ଜୀବନକାଳ ମଧ୍ୟରେ ତାଙ୍କ ଜନ୍ମଭୂମୀ କଥା କେଉଁଠି ଉଠାଇ ନାହାନ୍ତି। ସେ ସବୁବେଳେ ସବୁ ଧର୍ମକୁ ମାନୁଥିଲେ। ଏବେ ଏହି ବିବାଦକୁ ଦେଖି ସାଇବାବା ସନାତନ ଟ୍ରଷ୍ଟର ସଦସ୍ୟ ଭାଉସାହେବ ଓ୍ବାଖୁରେ କହିଛନ୍ତି, ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ଯେଉଁଭଳି ବିବାଦ ଦେଖାଯାଇଛି ଏହାକୁ ଦୃଷ୍ଟିରେ ରଖି ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଶିରିଡି ବନ୍ଦ ରଖିବାକୁ ସେ ଆହ୍ବାନ ଦେଇଛନ୍ତି। ଶନିବାର ଏହାକୁ ନେଇ ଗାଁରେ ଏକ ବୈଠକ ଡକାଯାଇଥିବା ସେ ପ୍ରକାଶ କରିଛନ୍ତି। ଭାଉସାହେବ ଆହୁରି ମଧ୍ୟ କହିଛନ୍ତି ଏହି ବନ୍ଦ ସମୟରେ ଏହାର ପ୍ରଭାବ ମନ୍ଦିରରେ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ଉପରେ ଆଦୌ ପଡିବ ନାହିଁ। ଟ୍ରଷ୍ଟ ଚେଷ୍ଟା କରିବ ଏହି ସମୟରେ ଶ୍ରଦ୍ଧାଳୁମାନେ ଯେମିତି କୌଣସି ଅସୁବିଧାରେ ନ ପଡନ୍ତି। ପ୍ରସାଦାଳୟ ଓ ଧର୍ମଶାଳାର କାମ ନିତିଦିନ ଭଳି ଜାରି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

‘ଚାଇନା ବିରୋଧରେ ଚୁପ୍‌ କାହିଁକି’

ନୂଆଦିଲ୍ଲୀ, ୭ା୬: ଭାଜପା ନେତ୍ରୀ ନୂପୁର ଶର୍ମାଙ୍କ ମନ୍ତବ୍ୟକୁ ବିରୋଧ କରୁଥିବା ଇସ୍‌ଲାମୀୟ ଦେଶଗୁଡ଼ିକ ଚାଇନାରେ ମୁସଲମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ଚୁପ୍‌ କାହିଁକି...

ସୋସିଆଲ ମିଡିଆରେ ୮ ବର୍ଷ ଝିଅର ବିବାହ ଖବର ଭାଇରାଲ, ନୋଟିସ ଜାରି କଲା ଏନ୍‌ସିପିସିଆର, ପରେ ଜଣା ପଡ଼ିଲା ସତ

ପାଟଣା,୨୯ା୫: ବିହାରର ନଓ୍ବାଡା ଜିଲାର ବାରିସଲିଙ୍ଗଜ ଥାନା ଅନ୍ତର୍ଗତ ମଞ୍ଜୋର ଗାଁରେ ଏକ ବିବାହର ଫଟୋ ଖୁବ୍‌ ତୀବ୍ର ବେଗରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।...

ରାସ୍ତାରେ ଗଡୁଛି ୪ କୋଟିରୁ ଅଧିକ ପୁରୁଣା ଗାଡ଼ିମୋଟର

ନୂଆଦିଲ୍ଲୀ,୨୮।୩: ବାୟୁ ପ୍ରଦୂଷଣ ନେଇ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ୧୫ ବର୍ଷରୁ ଅଧିକ ପୁରାତନ ଗାଡ଼ିମୋଟରର ଚଳାଚଳ ଉପରେ କଟକଣା ଜାରି ପାଇଁ...

୬ ସପ୍ତାହ ମଧ୍ୟରେ ସରକାରୀ ବାସଭବନ ଛାଡ଼, ସୁବ୍ୟମଣ୍ୟମ ସ୍ବାମୀଙ୍କୁ ହାଇକୋର୍ଟ ନୋଟିସ୍‌…

ନୂଆଦିଲ୍ଲୀ, ୧୪।୯ : ଭାଜପା ନେତା ତଥା ପୂର୍ବତନ ରାଜ୍ୟସଭା ଏମ୍‌ପି ସୁବ୍ୟମଣ୍ୟମ ସ୍ବାମୀଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ୬ ସପ୍ତାହ...

ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ସ୍କୁଲ, କଲେଜ ବନ୍ଦ

ପୁଣେ,୨୮।୨: ଦେଶରେ କରୋନା ଆତଙ୍କ ଯୋଗୁ ପୁଣି କୋକୁଆ ଭୟ ସୃଷ୍ଟି ହୋଇଛି। ମହାରାଷ୍ଟ୍ରର କେତେକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁଦିନ ବଢ଼ି ଚାଲିଛି।...

ବାଣ କାରଖାନରେ ଭୟଙ୍କର ବିସ୍ଫୋରଣ; ୬ ମୃତ

ଶିମଲା,୨୨।୨: ହିମାଚଳପ୍ରଦେଶର ଉନା ଜିଲାର ବାଥଉ ଶିଳ୍ପାଞ୍ଚଳରେ ଥିବା ଏକ ବାଣ କାରଖାନରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା...

୫୦ ହଜାରରୁ ଅଧିକ ଭୋଟରେ ହାରିଥାନ୍ତା ଭାଜପା, କହିଲେ ସଞ୍ଜୟ…

ମୁମ୍ବାଇ,୧୮।୧୦ : ମୁମ୍ବାଇର ଅନ୍ଧେରୀ ଇଷ୍ଟ ଆସନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିବା ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ବୃଦ୍ଧି ପାଇବାରେ...

ଥମୁନି ମଣିପୁର ହିଂସା: ୨ ସ୍ଥାନରେ ଗୁଳିକାଣ୍ଡ

ଇମ୍ଫାଲ,୪।୭: ମଣିପୁରରେ ହିଂସା ବନ୍ଦ ହେବାର ନାଁ ନେଉନାହିଁ ଦୁଇଟି ସ୍ଥାନରେ ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି। ତେବେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ଖବର ନାହିଁ।...

Advertisement
Archives

Model This Week