ସାଇକେଲ ଆରୋହୀଙ୍କଠାରୁ ସୁନା ଅଳଙ୍କାର ଲୁଟ୍‌

ଦିଗପହଣ୍ଡି,୨ା୩(ଡି.ଏନ.ଏ.)-ଦିଗପହଣ୍ଡି ଥାନା ରାଜପୁର ରୋଡରେ ସୋମବାର ଜଣେ ସାଇକେଲ ଆରୋହୀଙ୍କଠାରୁ ୨ ଜଣ ଦୁର୍ବୃତ୍ତ ୫ ଭରି ଓଜନର ସୁନା ଅଳଙ୍କାର ମୁଣିକୁ ଲୁଟି ନେଇଛନ୍ତି। ଲୁଟର ଶିକାର ହୋଇଛନ୍ତି ଦିଗପହଣ୍ଡି ବ୍ଲକ ଆଙ୍କୋରଡା ପଞ୍ଚାୟତ ରାଜପୁର ଗ୍ରାମର ସୁଦର୍ଶନ ବିଷୋୟୀ। ପ୍ରକାଶ ଯେ, ସୁଦର୍ଶନ ଦିଗପହଣ୍ଡି କାନାରା ବ୍ୟାଙ୍କ ଶାଖାରେ ବନ୍ଧକ ରଖିଥିବା ସୁନା ଅଳଙ୍କାର ଗୁଡିକୁ ମୁକୁଳାଇ ଅପରାହ୍ନରେ ରାଜପୁର ଗ୍ରାମ ସ୍ଥିତ ଘରକୁ ଫେରୁଥିଲେ। ଦୁର୍ବୃତ୍ତମାନେ କୌଣସି ସୂତ୍ରରୁ ଏହା ଜାଣିପାରି ତାଙ୍କୁ ଏକ ବାଇକ୍‌ରେ ପିଚ୍ଛା କରିଥିଲେ। ପରେ ରାଜପୁର ଗ୍ରାମ ମୁଖ୍ୟ ରାସ୍ତାର ନିଛାଟିଆ ସ୍ଥାନ ଦେଖି ସୁଦର୍ଶନଙ୍କୁ ଅଟକାଇଥିଲେ। ଜଣେ ଦୁର୍ବୃତ୍ତ ବାଇକ୍‌ରୁ ଓହ୍ଲାଇ ପ୍ରଥମେ ସୁଦର୍ଶନଙ୍କୁ ଗଳାଧକ୍କା ମାରିଥିଲେ। ସେ ତଳେ ପଡିଯିବା ପରେ ଦୁର୍ବୃତ୍ତ ଦ୍ୱୟ ସୁନା ମୁଣି ଛଡାଇ ନେଇ ଦିଗପହଣ୍ଡି ଅଭିମୁଖେ ଚମ୍ପଟ ମାରିଥିଲେ। ସୁଦର୍ଶନ ଏ ନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଥିବା ବେଳେ ଦୁର୍ବୃତ୍ତମାନେ ହେଲ୍‌ମେଟ ପିନ୍ଧିଥିବା ସେ ପୋଲିସକୁ କହିଛନ୍ତି। ପୋଲିସ ଘଟଣାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପରାଜୟ ପରେ ଏଭଳି କାଣ୍ଡ କଲେ ବିଜେଡି ନେତା

କଣ୍ଟାମାଳ/ବାଉଁଶୁଣୀ,୨୧ା୩(ଡି.ଏନ.ଏ.): ବୌଦ୍ଧ ଜିଲା ମନମୁଣ୍ଡା ଥାନା ଶଗଡା ପଞ୍ଚାୟତରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖାଦେଇଛି। ସମର୍ଥକଙ୍କ ସହ ଜଣେ ବିଜେଡି ନେତା ୨ ଜଣଙ୍କୁ ଅପହରଣ...

ଭିକାରି ଓ ଭୋକିଲାଙ୍କୁ ରନ୍ଧା ଖାଦ୍ୟ

ଭଦ୍ରକ ଅଫିସ, ୪।୪: ୪୮ ଘଣ୍ଟିଆ ଶଟଡାଉନ ସମୟରେ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି। ପୌରପାଳିକା ପକ୍ଷରୁ ନିକଟରେ ବନ୍ତ ଛକ ବସ...

ଗାଁରେ ପହଞ୍ଚି ପାରିଲେନି: ଟ୍ରେନ୍‌ରେ ଆଖି ବୁଜିଲେ ସୁରଟ ଫେରନ୍ତା, ବ୍ରହ୍ମପୁର ଷ୍ଟେଶନରେ ପଡିରହିଛି ମୃତଦେହ

ଗଞ୍ଜାମ,୨୦।୪(ଡି.ଏନ୍‌.ଏ.): ବର୍ତ୍ତମାନ ସମୟରେ ସାରା ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ବିସ୍ଫୋରକ ରୂପ ଧାରଣ କରିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌,...

ପିପିଲି ନିର୍ବାଚନମଣ୍ଡଳୀର ବିକାଶ ହିଁ ମୋର ପ୍ରଥମ ଲକ୍ଷ୍ୟ: ରୁଦ୍ର

ଭୁବନେଶ୍ୱର,୫।୧୦(ବ୍ୟୁରୋ): ପିପିଲିର ନବନିର୍ବାଚିତ ବିଧାୟକ ରୁଦ୍ର ପ୍ରତାପ ମହାରଥି ଶପଥ ନେଇଛନ୍ତି। ମଙ୍ଗଳବାର ବିଧାନସଭାରେ ତାଙ୍କୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପଦ ଓ ଗୋପନୀୟତାର...

କିଟପଦର ଛକ ନିକଟରେ ହତ୍ୟା ଘଟଣା: ୩ ଅଭିଯୁକ୍ତ ଗଲେ ଜେଲ

ଭବାନୀପାଟଣା,୨୪।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କିଟପଦର ଛକରେ ଗତ ୧୫ ତାରିଖ ରାତିରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ୩ ଅଭିଯୁକ୍ତ ଶୁକ୍ରବାର...

ରାସ୍ତା ପ୍ରଶସ୍ତୀକରଣ ପାଇଁ ଜବରଦଖଲ ଉଚ୍ଛେଦ

କଳିଙ୍ଗନଗର,୨୨।୧୨(ଡି.ଏନ୍‌.ଏ.): ଯାଜପୁର ଜିଲା ଚୋରଦା-ଡୁବୁରୀ ୬ ଚକିଆ ରାସ୍ତା ନିର୍ମାଣ ପାଇଁ ସୋମବାରଠାରୁ ଦାନଗଦୀ ବଜାରରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ସକାଳ ୧୦ଟାରୁ ଆରମ୍ଭ ହୋଇଛି।...

ଲୋକଙ୍କ ସମସ୍ୟା ଦୂର କର, ଆବଶ୍ୟକତା ପୂରଣ କର

ଜୁନାଗଡ଼,୧୫।୧୦(ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଭାଜପା ପକ୍ଷରୁ ବୁଧବାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ୬ ଦଫା ଦାବିପତ୍ର ସ୍ଥାନୀୟ ବିଡ଼ିଓ ଦୁଲାରାମ ମାରାଣ୍ଡିଙ୍କୁ ପ୍ରଦାନ...

ମାଟ୍ରିକ ପରୀକ୍ଷା ଦେଲେ ବିଧାୟକ

ସୋରଡ଼ା,୩୦।୭(ଡି.ଏନ୍‌.ଏ.): ମାଟ୍ରିକ ଅଫଲାଇନ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଅସନ୍ତୁଷ୍ଟ ଥିବା ୧୫ ହଜାରରୁ ଅଧିକ ଛାତ୍ରୀଛାତ୍ର ପରୀକ୍ଷା ଦେଉଛନ୍ତି। ଏହା ମଧ୍ୟରେ ତିନିତିନି ଥର...

Advertisement
Archives

Model This Week