ସାଇକେଲରେ ପରିବେଶ ସୁରକ୍ଷା ବାଣ୍ଟୁଥିବା ଅମରେଶଙ୍କୁ ସ୍ବାଗତ

ନୟାଗଡ଼ ଅଫିସ,୨୮।୧୨: ବୃକ୍ଷ ଓ ପରିବେଶ ସୁରକ୍ଷା ବାର୍ତ୍ତା ନେଇ ପାରାଦୀପରୁ ସାଇକେଲରେ ବ୍ରହ୍ମପୁର ଅଭିୁମୁଖେ ବାହାରିଥିବା ପରିବେଶବିତ ଅମରେଶ ନରେଶ ସାମନ୍ତଙ୍କୁ ଶୁକ୍ରବାର ନୟାଗଡ଼ ଜିଲାର ବିଭିନ୍ନ ଅଞ୍ଚଳରେ ସ୍ବାଗତ କରାଯାଇଥିଲା। ପ୍ରଥମେ ନୟାଗଡ଼ ଠାରେ ପହଞ୍ଚିବା ପରେ ବନ ବିଭାଗ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା। ନୟାଗଡ଼ ଡିଏଫଓ ଧନରାଜ ଏଚଡି ଓ କର୍ମଚାରୀମାନେ ଅମରେଶଙ୍କୁ ସ୍ବାଗତ କରିବା ସହିତ ପରିବେଶ ପ୍ରତି ତାଙ୍କର ଏହି ଅବଦାନକୁ ସାଧୁବାଦ ଜଣାଇଥିଲେ। ସେହିଭଳି ଅମରେଶ ଶରଣକୁଳଠାରେ ପହଞ୍ଚିବା ପରେ ପଞ୍ଚରିଡ଼ା ରେଞ୍ଜର ଅର୍ଚ୍ଚନା ଗମାଙ୍ଗେ।, ଫ୍ରେଣ୍ଡ୍‌ସ ହେଲ୍‌ପ ଗ୍ରୁପ୍‌ର ସଦସ୍ୟ, ଗ୍ରୀନ କ୍ଲବର ସଦସ୍ୟମାନେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପ୍ରକାଶ ଯେ ଅମରେଶ ଗତ ୨୧ ତାରିଖଠାରୁ ପରିବେଶ ବିଷୟରେ ଲୋକମାନଙ୍କୁ ସଚେତନତ କରାଇବା ଉଦ୍ଦେଶ୍ୟରେ ପାରାଦୀପରୁ ସାଇକେଲରେ ବାହାରି କେନ୍ଦ୍ରାପଡ଼ା, ରାଜନଗର, ସାତଭାଇଆ ପେଣ୍ଠ, ଭିତରକନିକା, ଢେଙ୍କାନାଳ, କପିଳାସ, ମଙ୍ଗୁଳି, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ପରେ ଶୁକ୍ରବାର ନୟାଗଡ଼ରେ ପହଞ୍ଚିଥିଲେ। ୨୯ ତାରିଖ ସୁଦ୍ଧା ସେ ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳ ବୁଲି ଗୋପାଳପୁର ବେଳାଭୂଇଁରେ ପହଞ୍ଚିବେ ବୋଲି ପ୍ରକାଶ କରିଛନ୍ତି। ଅମରେଶ ଏହି ସାଇକେଲ ପରିକ୍ରମାରେ ଜନସାଧାରଣଙ୍କୁ ବୃକ୍ଷରୋପଣ, ପଲିଥିନ ବର୍ଜନ, ବାୟୁ ଓ ଜଳ ପ୍ରଦୂଷଣରୁ ମୁକ୍ତ ରହିବାପାଇଁ ସଚେତନ କରାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧମକ, ଆକ୍ରମଣ ଘଟଣା, ଜଣେ ଗିରଫ

ଛତ୍ରପୁର,୯ା୯(ଡି.ଏନ.ଏ.): ଏକ କାର ଅଟକାଇ ଧମକ ଦେବା ସହ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଛତ୍ରପୁର ଥାନା ପୋଲିସ ସୋମବାର ଗିରଫ କରିଛି। ସେ ହେଲେ ରାଜେଶ...

ପୁଣି ଏକ ହାତୀର ମୃତଦେହ ଠାବ

ଢେଙ୍କାନାଳ ଅଫିସ,୨୮ା୮: ଢେଙ୍କାନାଳ ଜିଲା ମହାବିରୋଡ ରେଞ୍ଜ ଘାଘରା ମୁଣ୍ଡା ପଞ୍ଚାୟତର ଆସନ ବାହାଳୀ ଗ୍ରାମ ନିକଟସ୍ଥ ଜଙ୍ଗଲରେ ରବିବାର ଏକ ମାଈ ହାତୀର ମୃତଦେହ...

ଭିତରକନିକାରେ ବଢ଼ିଲେ ଦେଶୀୟ ପକ୍ଷୀ

ରାଜନଗର, ୧୯ା୯(ଡି.ଏନ୍‌.ଏ.):ବିଶ୍ୱପ୍ରସିଦ୍ଧ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଗଣନା ଶେଷ ପରେ ରବିବାର ରିପୋର୍ଟ ପ୍ରକାଶ ପାଇଛି। ଚଳିତବର୍ଷ ଦେଶୀୟ ପକ୍ଷୀଙ୍କ ସଂଖ୍ୟାରେ ଗତବର୍ଷଠାରୁ ୭,୪୩୧ ବୃଦ୍ଧି...

ଜଣେ କ୍ୟାଡର ମାଓବାଦୀ ଅଟକ

ବଲାଙ୍ଗୀର ଅଫିସ,୧୯ା୭: ବୌଦ୍ଧ-କନ୍ଧମାଳ ସୀମାନ୍ତ ଗୁଡ଼ଭେଲାରୁ ସୋମବାର ଜଣେ କ୍ୟାଡର ମାଓବାଦୀ ଅଟକ ରଖାଯାଇଥିବା ଜଣାପଡ଼ିଛି। ଖପ୍ରାପୋଲ ଯାଉଥିବା ସମୟରେ ବଲାଙ୍ଗୀର ପୋଲିସ ଦ୍ୱାରା କେକେବିଏନ୍‌ର...

ଖୋଲିଲା ଆଉ ୬ ଗେଟ୍‌

ସମ୍ବଲପୁର, ୧୨।୮(ବ୍ୟୁରୋ): ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଶୁକ୍ରବାର ହୀରାକୁଦରେ ଆଉ ୬ଟି ଗେଟ୍‌ ଖୋଲାଯାଇଛି। ବର୍ତ୍ତମାନ ସୁଦ୍ଧା ଏହାକୁ ମିଶାଇ ୨୦ଟି ଗେଟ୍‌ ଦେଇ...

କୃଷି ଆଇନକୁ ବିରୋଧ: ଚିତ୍ରକୋଣ୍ଡାରେ ଭାରତ ବନ୍ଦ ପ୍ରଭାବ

ଚିତ୍ରକୋଣ୍ଡା,୮।୧୨(ଡି.ଏନ୍‌.ଏ.): କେନ୍ଦ୍ର ସରକାରଙ୍କ ୩ ବିବାଦୀୟ କୃଷି ଆଇନକୁ ନେଇ ଦେଶବ୍ୟାପୀ ବିରୋଧ କରାଯାଉଛି। ଏହି କ୍ରମରେ ସାରାଦେଶରେ ଚାଷୀ ଆନ୍ଦୋଳନ ଜାରି ରଖିଥିବାବେଳେ ମଙ୍ଗଳବାର...

ଖର୍ଚ୍ଚ ହେଉଛି, ଦୁର୍ଘଟଣା କମୁନି

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁକୁ ରୋକିବା ଲାଗି ବିଭିନ୍ନ ସମୟରେ ସରକାର ନୂଆ ନୂଆ ଯୋଜନା ପ୍ରସ୍ତୁତ କରୁଛନ୍ତି। ହେଲେ ଦୁର୍ଘଟଣା ବଢ଼ୁଥିବାରୁ ସେଗୁଡ଼ିକ କିଛି...

ମାନିଲେନି ଲକ୍‌ଡାଉନ୍‌ ନିୟମ: ଶେଷରେ ଆଖି ବୁଜିଲେ କାଉଡ଼ିଆ

ଭଣ୍ଡାରିପୋଖରୀ,୨୭।୭(ଡି.ଏନ୍‌.ଏ.): କରୋନା ଲାଗି ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଚଳିତ ବର୍ଷ କାଉଡ଼ିଆଙ୍କୁ ଶୈବ ପୀଠ ମନା ହୋଇଥିଲା। ଏ ନେଇ ଶ୍ରାବଣ ମାସ ତୃତୀୟ...

Advertisement
Archives

Model This Week