ସହର ସୀମାରେ ସଜାଗ ପୋଲିସ

ଢେଙ୍କାନାଳ ଅଫିସ, ୨୩।୩: ମହାମାରୀ କରୋନାକୁ ପ୍ରତିହତ କରିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଢେଙ୍କାନାଳ ଜିଲାକୁ ସୋମବାର ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାପରେ ଜିଲା ପ୍ରଶାସନ ଏବଂ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସହର ସମେତ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ା କରାଯାଇଛି। ଏଭଳି ଜରୁରୀ ସମୟରେ ସମସ୍ତ ନିର୍ଦ୍ଦେଶନାମାକୁ ପାଳନ କରିବା ସହିତ ପ୍ରଶାସନକୁ ଏଥିରେ ସହଯୋଗ କରିବାକୁ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।
ଅପରପକ୍ଷେ ସୋମବାର ଅପରାହ୍ନ ସାଢେ ୨ଟାରେ ଅମୃତସରରୁ ଢେଙ୍କାନାଳ ଦେଇ ବିଶାଖାପାଟଣା ଯାଉଥିବା ହୀରାକୁଦ ଏକ୍ସପ୍ରେସ୍‌ରୁ ଓହ୍ଲାଇଥିବା ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଉକ୍ତ ଟ୍ରେନ୍‌ରେ ଅମୃତସରରୁ ୨ଜଣ ଏବଂ ନୂଆଦିଲ୍ଲୀରୁ ଛୋଟ ପିଲାଙ୍କୁ ମିଶାଇ ୫ଜଣ ଯାତ୍ରୀ ଆସିଥିଲେ। ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏଥିସହ ସେମାନଙ୍କ ନାମ ପଞ୍ଜୀକରଣ କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ଖୋଲା ରହିଥିବା ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନକୁ ପୋଲିସ ବନ୍ଦ କରିଛି। ଜିଲାପାଳ ମଧ୍ୟ ସହରରେ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି। ସହରର ସୀମାରେ ପୋଲିସ ମୁତୟନ ହୋଇଛନ୍ତି। ବାହାରୁ ଆସୁଥିବା ଯାତ୍ରୀଙ୍କୁ ଯାଞ୍ଚ କରାଯାଉଛି। ଛକରେ ଏକାଠି ଛିଡ଼ା ହେଉଥିବା ଲୋକଙ୍କୁ ପୋଲିସ ଘଉଡ଼ାଇ ଦେଉଥିବା ଦେଖାଯାଇଛି ା
କୌଣସି ଜରୁରୀ କାର୍ଯ୍ୟରେ ବାହାରକୁ ଯିବାକୁ ହେଲେ ପାସ୍‌ ପାଇଁ ପୋଲିସ ଏବଂ ପ୍ରଶାସନକୁ ଅବଗତ କରାଇବାକୁ ପଡ଼ିବ। ଏହା ଜଣାପଡ଼ିବାପରେ ଥାନା ପରିସରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଏ ନେଇ ସନ୍ଧ୍ୟାରେ ଜିଲା କାର୍ଯ୍ୟାଳୟରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଲକ୍‌ଡାଉନ ସମ୍ପର୍କିତ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି। ଏସ୍‌ପି ଅନୁପମା ଜେମସ୍‌, ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ, ପିଡି ଡିଆରଡିଏ ନରୋତ୍ତମ ବେହେରା, ଜିଲା ବନଖଣ୍ଡ ଅଧିକାରୀ ବିମଳ ପ୍ରସନ୍ନ ଆଚାର୍ଯ୍ୟ, ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କୁ ଦୁଃଖ ଦେଲା ଓସ୍ତପୁରା ଡ୍ୟାମ

ଘସିପୁରା,୧୯।୧୧(ଡି.ଏନ.ଏ.)-ଘସିପୁରା ବ୍ଲକ ଗୋହିରା ପଞ୍ଚାୟତ ଓସ୍ତପୁରା ଠାରେ ଥିବା କ୍ଷୁଦ୍ର ଜଳସେଚନ ବିଭାଜନର ଡ୍ୟାମ ଏବେ ଅମଳ ପାଇଁ ଚାହିଁ ବସିଥିବା ଚାଷୀଙ୍କ ପାଇଁ ଦୁଃଖର...

ସ୍ମିତାରାଣୀ ମୃତ୍ୟୁ ଘଟଣା:ସିବିଆଇ ତଦନ୍ତ ଦାବିରେ ୩୧ରେ ଧାରଣା ଦେବ କଂଗ୍ରେସ

ଭୁବନେଶ୍ୱର, ୩୦-୧୦(ବ୍ୟୁରୋ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ଭିଏଲ୍‌ଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ରହସ୍ୟର ସିବିଆଇ ତଦନ୍ତ ଦାବିରେ ଓଡ଼ିଶା ପ୍ରଦେଶ କଂଗ୍ରେସ...

ଘୁଞ୍ଚିଲା ଓଜେଇଇ ଆବେଦନ

ଭୁବନେଶ୍ୱର,୧୫।୪(ବ୍ୟୁରୋ): ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପକ୍ଷରୁ ଆବେଦନ ଅବଧିକୁ ଏପ୍ରିଲ ୩୦ ଯାଏ ବୃଦ୍ଧି କରାଯାଇଛି। ପୂର୍ବରୁ ଏପ୍ରିଲ ୧୩ ପର୍ଯ୍ୟନ୍ତ ଏହାର ଶେଷ...

ଅଧ୍ୟକ୍ଷ ଆଶାୟୀ ତାଲିକା ଲମ୍ବୁଛି

ତାଳଚେର,୫ ।୩(ନି.ପ୍ର.) ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ନାମାଙ୍କନପତ୍ର ଦାଖଲ ସମୟସୀମା ଶେଷ ହେବାକୁ ଆଉ ମାତ୍ର ୩...

ଆଜିଠୁ ଆରମ୍ଭ ହେବ କୋଭିଡ୍‌-୧୯ ହସ୍ପିଟାଲ

ଢେଙ୍କାନାଳ ଅଫିସ, ୧୨।୪-ଢେଙ୍କାନାଳ ବାଜିଚୌକସ୍ଥିତ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସୋମାବାରଠାରୁ କୋଭିଡ୍‌-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ। ଏଥିଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ...

ସୁରକ୍ଷା କର୍ମୀ ନାହାନ୍ତି: ଏଟିଏମ୍‌ ପାଲଟିଛି ମାନସିକ ଦିବ୍ୟାଙ୍ଗଙ୍କ ଆଶ୍ରୟ

ନିରାକାରପୁର,୬ା୭(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତରେ ୭ଟିି ଏଟିଏମ୍‌ କେନ୍ଦ୍ର ରହିଛି । ସେଥିରୁ ମାତ୍ର ଗୋଟିଏ ଏଟିଏମ୍‌ରେ ସୁରକ୍ଷା କର୍ମୀ ଥିବାବେଳେ ଆଉ ୬ଟିରେ...

ରାଜଧାନୀରେ ମର୍ଡର: ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ଭୁବନେଶ୍ୱର,୧୧ା୪(ବ୍ୟୁରୋ): ରାଜଧାନୀରେ ମର୍ଡର ହୋଇଛି। ରବିବାର ବିଳମ୍ବିତ ରାତିରେ ଗୋଟିଏ ପରିବାରକୁ ଦୁର୍ବୃତ୍ତମାନେ ଛୁରାରେ ଆକ୍ରମଣ କରିଛନ୍ତି। ଫଳରେ ସ୍ବାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ...

କଡ଼ାକଡ଼ି ହେବ ‘ହ୍ବାଇଟ ସ୍ପାଇଡର’ ଅଭିଯାନ: ପୋଲିସ କମିଶନର

ଭୁବନେଶ୍ୱର,୨।୧ (ବ୍ୟୁରୋ):ଟ୍ବିନ୍‌ ସିଟିରେ ଅପରାଧ, ଟ୍ରାଫିକ ସମସ୍ୟା ଆଦି ରୋକିବା ଦିଗରେ ୨୦୨୨ରେ କମିଶନରେଟ ପୋଲିସକୁ କିଛି ସଫଳତା ମିଳିଥିଲା। ତେବେ ୨୦୨୩ରେ ପୋଲିସ ପାଇଁ...

Advertisement
Archives

Model This Week