କାମାକ୍ଷାନଗର, ୧୪।୫(ଡି.ଏନ.ଏ.) – ପୋଲିସ ପଇଁତରା ସତ୍ତ୍ୱେ ସହରକୁ ପଶୁଛନ୍ତି ବାହାର ଶ୍ରମିକ। ଏହାକୁ ନେଇ ଢେଙ୍କାନାଳ ଜିଲା କାମାକ୍ଷାନଗରରେ ସୃଷ୍ଟି ହୋଇଛି ଭୟର ବାତାବରଣ। ବୁଧବାର ସହରରେ ଇତସ୍ତତଃ ଭାବେ ବୁଲୁଥିବା ୧୮ଜଣ ଶ୍ରମିକଙ୍କୁ ସ୍ଥାନୀୟ ସ୍ବେଚ୍ଛାସେବୀ ଉଦ୍ଧାର କରି ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି। ପୋଲିସର ଢିଲାପଣ କରୋନା ସଂକ୍ରମଣ ଆଶଙ୍କା ବଢ଼ାଉଥିବାବେଳେ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ଦାବି ହେଉଛି।
ଆନ୍ଧ୍ରପ୍ରଦେଶରେ କାମ କରୁଥିବା କଙ୍କଡ଼ାହାଡ଼ ଅଞ୍ଚଳର ୧୨ ଶ୍ରମିକ ବୁଧବାର କାମାକ୍ଷାନଗରରେ ବୁଲୁଥିବାବେଳେ ସ୍ବେଚ୍ଛାସେବୀଙ୍କ ନଜର ପଡ଼ିଥିଲା। ଶ୍ରମିକମାନେ ବିଜୟଓ୍ବାଡାଠାରୁ ୬୦ କିମି ଦୂର ଲସରପେଟା ଅଞ୍ଚଳରେ ମାର୍ବଲ କାମ କରୁଥିଲେ। ଲକ୍ଡାଉନ ପରେ କାମ ବନ୍ଦ ହୋଇଯିବାରୁ ପଇସା ସରିଯାଇଥିଲା। ଏହାପରେ ସେମାନେ ଘରକୁ ଫେରିବାକୁ ଚିନ୍ତା କରିଥିଲେ। ଏଥିଲାଗି ଜଣକା ୨ହଜାର ଟଙ୍କା ଖର୍ଚ୍ଚ କରି ଏକ ବସ୍ରେ ଓଡ଼ିଶା ସୀମାରେ ପହଞ୍ଚତ୍ଥିଲେ। ସେଠାରୁ ଚାଲି ଚାଲି ସୋମବାର ବ୍ରହ୍ମପୁର ଯାଏ ଆସିଥିଲେ। ଟ୍ରକ୍ରେ ଲିଫ୍ଟ ମାଗି ଏବଂ ଚାଲିଚାଲି ୩ଦିନରେ କାମାକ୍ଷାନଗରରେ ପହଞ୍ଚତ୍ଥିଲେ। ଉଦ୍ଧାର ଶ୍ରମିକଙ୍କୁ ଖାଇବା ପିଇବାକୁ ଦେବା ପରେ କଙ୍କଡ଼ାହାଡ଼ ବ୍ଲକ ପ୍ରଶାସନକୁ ହସ୍ତାନ୍ତର କରାଯାଇଥିଲା। ଏ ନେଇ ବିଡିଓ ଖଗେଶ୍ୱର ପାତ୍ର କୁହନ୍ତି, ସମସ୍ତଙ୍କୁ କ୍ୱାରାଣ୍ଟାଇନ୍ ସେଣ୍ଟରରେ ରଖାଯାଇଛି। ଆବଶ୍ୟକ ପଡ଼ିଲେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ସେହିପରି କଟକରୁ ଚାଲିଚାଲି ଝାଡ଼ଖଣ୍ଡ ଯାଉଥିବା ୬ଜଣ ଶ୍ରମିକଙ୍କୁ କେତେଜଣ ସାମାଜିକ କର୍ମୀ ଉଦ୍ଧାର କରି ଖାଇବା ପିଇବାକୁ ଦେଇଥିଲେ। ସେମାନଙ୍କୁ ମଧ୍ୟ ପ୍ରଶାସନକୁ ହସ୍ତାନ୍ତର କରାଯାଇଛି।
ବିଭିନ୍ନ ସ୍ଥାନରେ ଯାଞ୍ଚ କଡ଼ାକଡ଼ି କରାଯାଉଥିବାବେଳେ ଶ୍ରମିକମାନେ ସହରକୁ ପଶିବା ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏ ନେଇ ଏସ୍ଡିପିଓ ସୁପ୍ରସନ୍ନ ମଲ୍ଲିକ କୁହନ୍ତି, ଯେଉଁ ଶ୍ରମିକମାନେ ନଜରକୁ ଆସୁଛନ୍ତି ସେମାନଙ୍କୁ ଉଦ୍ଧାର କରି ରଖାଯାଉଛି। ହେଲେ କେତେକ ଶ୍ରମିକ ଗଳାବାଟ ଦେଇ ସହରକୁ ଆସୁଥିବା ନଜରକୁ ଆସିଛି। ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।
Posted inଆମ ଜିଲା ଖବର, ଢେଙ୍କାନାଳ View All
ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍ ଋଦ୍ଦ ଦାବି
ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…
ଯାତ୍ରୀବାହୀ ବସ୍କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…
ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…
କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି ଘଟଣା: ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ
ଭବାନୀପାଟଣା,୧୧ା୪(ଉତ୍ତମ କୁମାର ଦାଶ):ପୂର୍ବ ସରକାର ପ୍ରତି ବ୍ଲକକୁ କ୍ରୀଡ଼ା ସାମଗ୍ରୀ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ଗ୍ରାମାଞ୍ଚଳରେ କ୍ରୀଡ଼ା କ୍ଷେତ୍ରରେ ଆଗ୍ରହ ସୃଷ୍ଟି ଏହାର ମୂଳ…
୪୦ ଫୁଟ୍ ତଳକୁ ଖସିଲା OSRTC ବସ୍: ୨୪ଯାତ୍ରୀ ଆହତ, ଜଣେ ମୃତ
ପଟ୍ଟାଙ୍ଗି , ୧୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଘାଟିରେ OSRTC ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଯାତ୍ରୀ ଆହତ…
କେମୋଥେରାପିରେ ସୀମିତ କ୍ୟାନ୍ସର ଚିକିତ୍ସା: ୧୩୮କୋଟିର ହସ୍ପିଟାଲରେ ମିଳୁନି ସ୍ବାସ୍ଥ୍ୟସେବା
ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା କ୍ୟାନସର ରୋଗୀଙ୍କ ହବ୍ ପାଲଟିଛି। ଏଠାରେ କ୍ୟାନସର ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଅନ୍ୟପଟେ ଏଠାରେ ଥିବା କ୍ୟାନସର ହସ୍ପିଟାଲରୁ…
ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର, ଗର୍ଭବତୀ ହେବାରୁ…
ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ…
ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ
ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ…
ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…
ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…
Archives

