ସହରକୁ ସ୍ବଚ୍ଛ କରିବା ସହରବାସୀଙ୍କ ଦାୟିତ୍ୱ : ଜିଲାପାଳ

ଯାଜପୁରରୋଡ଼,୭।୬(ନି.ପ୍ର.): ଯାଜପୁର ଜିଲା ବ୍ୟାସନଗର ପାୈରପରିଷଦକୁ ପ୍ରଦୂଷଣ ମୁକ୍ତ ତଥା ସ୍ବଚ୍ଛ ରଖିବା ପାଇଁ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ଏକ ପ୍ରଶିକ୍ଷଣ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହାକୁ ଜିଲାପାଳ ରଞ୍ଜନ କୁମାର ଦାସ ଉଦ୍‌ଘାଟନ କରି କହିଛନ୍ତି ଯେ, ବ୍ୟାସନଗର ସହରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାୈରପରିଷଦର ଯେତିକି ଦାୟିତ୍ୱ ଜନସାଧାରଣଙ୍କର ମଧ୍ୟ ସେତିକି ଅବଦାନ ରହିବା ଦରକାର। ସମସ୍ତେ ପାୈରପରିଷଦକୁ ସ୍ବଚ୍ଛ ରଖିବା ପାଇଁ ଯତ୍ନବାନ ହେବା ଆବଶ୍ୟକ। ଏକମାସ ମଧ୍ୟରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେଲେ ବର୍ଜ୍ୟବସ୍ତୁଗୁଡ଼ିକ ରାସ୍ତା ଉପରେ ପକାଉଥିବା ବ୍ୟବସାୟୀ ଅନୁଷ୍ଠାନ ଓ ଲୋକଙ୍କ ଉପରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବ୍ୟାସନଗର ସହର ରୂପରେଖ ବଦଳିବା ପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି। ତୁରନ୍ତ ଏହା କାର୍ଯ୍ୟକାରୀ ହେବ ବୋଲି ଜିଲାପାଳ ଦାସ କହିଛନ୍ତି। ପରେ ବର୍ଜ୍ୟବସ୍ତୁ ପରିଚାଳନା ସମ୍ବର୍ଦ୍ଧିତ ତାଲିମ କର୍ମଚାରୀମାନଙ୍କୁ ପ୍ରଦାନ କରାଯାଇଥିଲା। ଏଥିରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ତଥା ପାୈରପରିଷଦ ପ୍ରଶାସକ ସନ୍ତୋଷ କୁମାର ମିଶ୍ର, ଜିଲା ସୂଚନା ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ନାମ ପଞ୍ଜୀକରଣରେ ଅନିୟମିତତା

ଯାଜପୁର ଅଫିସ,୧୦ା୧: ଯାଜପୁର ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାରେ ଚାଷୀଙ୍କ ନାମ ପଞ୍ଜୀକରଣରେ ପୁଣି ବିଭାଗୀୟ ଅଧିକାରୀଙ୍କ ଅନିୟମିତତା ଓ ଅବହେଳା ପଦାରେ ପଡିଛି। ପ୍ରାଥମିକ...

ନଗଡ଼ାରେ ବାଲ୍ୟବିବାହ, ଜନସଂଖ୍ୟା ବଢୁଛି

ଯାଜପୁର ଅଫିସ,୯ା୫: ଆଉ ମାସକ ପରେ ଯାଜପୁର ଜିଲା ନଗଡ଼ାରେ ଶିଶୁ ମୃତ୍ୟୁ ଘଟଣାର ପର୍ଦ୍ଦାଫାସକୁ ୬ ବର୍ଷ ପୂରିବ। ଇତିମଧ୍ୟରେ ରାଜ୍ୟ ସରକାରଙ୍କ ତତ୍ପରତା...

ବ୍ରାହ୍ମଣୀ, ବୈତରଣୀରେ ଅଟକିଛି ଏକାଧିକ ପ୍ରକଳ୍ପ

ଯାଜପୁର ଅଫିସ,୮।୯:  ଯାଜପୁର ଜିଲା ଦେଇ ବ୍ରାହ୍ମଣୀ, ବୈତରଣୀ, ବୁଢା, ଖରସ୍ରୋତା ଓ ବିରୂପା ଆଦି ନଦୀ ପ୍ରବାହିତ ହୋଇଛି। ବ୍ରାହ୍ମଣୀନଦୀକୁ ମୁଖ୍ୟତଃ ଚିରସ୍ରୋତା କରାଯିବା...

ସଲମା ବିବିଙ୍କ ପରିବାରକୁ ଭଙ୍ଗା ଆଜବେଷ୍ଟ ସାହା

ବ୍ରହ୍ମବରଦା,୬।୫(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅର୍ନ୍ତଗତ ମଙ୍ଗଳପୁର ପଞ୍ଚାୟତ କୋଠଢ଼ିହ ଗ୍ରାମର ସଲମା ବିବିଙ୍କ ପରିବାର ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ଘରଖଣ୍ଡେ ନ...

ଦିଗାମ୍ବରପୁର ଛକରେ ବେଆଇନ ଚିପ୍ସ, ମୋରମ ୟାର୍ଡ

କଳିଙ୍ଗନଗର,୬ା୨(ଡି.ଏନ.ଏ.): ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଶାସନ ନିକଟ ଦିଗାମ୍ବରପୁର ଛକଠାରେ ପ୍ରାୟ ୧୦ ଏକର ଜମିରେ ବିପୁଳ ପରିମାଣର ଚିପ୍ସ ଓ ମୋରମ ପାହାଡ଼...

ନଦୀରେ ବୁଡି ଗଲେ ଯବାନ: ୫ କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ

ରତ୍ନଗିରି,୮।୬(ଡି.ଏନ.ଏ.)- ଯାଜପୁର ଜିଲା ବଡଚଣା ବ୍ଲକ ବାଲିକୁଦା ବଜାର ନିକଟସ୍ଥ କେଲୁଅ ନଦୀରେ ବୁଡି ଜଣେ ଯବାନଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବରୀ ବ୍ଲକ...

ଚଣ୍ଡିଖୋଲ-ଡୁବୁରୀ ଜାତୀୟ ରାଜପଥ ମରାମତି କାର୍ଯ୍ୟରେ ବିଳମ୍ବ: ରାଜପଥ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଚଣ୍ଡିଖୋଲ,୬ା୧(ଡ଼ି.ଏନ.ଏ)- ଚଣ୍ଡିଖୋଲ-ଡୁବୁରୀ ୫୩ନଂ ଜାତୀୟ ରାଜପଥ ଡେଥ୍‌ ଜୋନଭାବେ ପରିଗଣିତ ହେବା ପରେ ଜିଲା ପ୍ରଶାସନ ପାଇଁ ଚିନ୍ତା ବଢ଼ି ଯାଇଥିଲା। ସେଥିପାଇଁ ବାରମ୍ବାର ବୈଠକ...

ରାସ୍ତାପାର୍ଶ୍ୱରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଛତିଆ,୧୦।୧(ଡି.ଏନ୍‌.ଏ.): ଯାଜପୁର ଜିଲା ବୈରୀ ଥାନା ଅନ୍ତର୍ଗତ ଦର୍ପଣ କଳକଳା ପୂର୍ତ୍ତ ବିଭାଗ ରାସ୍ତା ତିଳପଦା ନିକଟରେ ଶୁକ୍ରବାର ସକାଳୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର...

Advertisement
Archives

Model This Week