ସହରକୁ ଜଳଯୋଗାଣ ବନ୍ଦ : ଜନସ୍ବାସ୍ଥ୍ୟ ବିଭାଗ ବେଫିକର

ନୟାଗଡ଼ ଅଫିସ,୨୧ା୧୦: ନୟାଗଡ଼ ସହରକୁ ଦୈନିକ ଆବଶ୍ୟକ ଅନୁଯାୟୀ ଜଳ ଯୋଗାଣ ହେଉ ନ ଥିବାବେଳେ ଏବେ ୩ଦିନ ହେଲା ସମ୍ପୂର୍ଣ୍ଣ ବନ୍ଦ ହୋଇଛି। ଫଳରେ ସହରବାସୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ସମାଧାନ ବଦଳରେ ଜନସ୍ବାସ୍ଥ୍ୟ ବିଭାଗ ବେଫିକର ଥିବା ଦେଖିବାକୁ ମିଳୁଛି।
ପ୍ରକାଶ ଯେ, ନୟାଗଡ଼ ସହରର ୧୩ ୱାର୍ଡ଼ର ଲୋକମାନଙ୍କ ପାଇଁ ପ୍ରତିଦିନ ୩.୦୧ ନିୟୁତ ଲିଟର ଜଳ ଆବଶ୍ୟକ। ଏପରିସ୍ଥଳେ ପାଇପ୍‌ ଯୋଗେ ୨.୭୦ ନିୟୁତ ଲିଟର ଜଳ ଯୋଗାଣ କରାଯାଉଛି। ପୁଣି ଦିନକୁ ୪ ଘଣ୍ଟା ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା ଥିବାବେଳେ ବାସ୍ତବରେ କିନ୍ତୁ ୨ ଘଣ୍ଟା ପରେ ବନ୍ଦ କରି ଦିଆଯାଉଛି। ସେହିଭଳି ଅଧିକାଂଶ ଦିନ କାଦୁଅ ଓ ପଙ୍କ ମିଶା ପାଣି ଯୋଗାଣ ହେଉଛି। ଏହାକୁ ଲୋକେ ପିଇବା ଦୂରର କଥା ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ବ୍ୟବହାର କରିପାରୁ ନାହାନ୍ତି। ଚର୍ମ ରୋଗ ହେବା ଆଶଙ୍କା କରି ଏହାକୁ କେହି ବ୍ୟବହାର କରୁ ନ ଥିବା ଓ୍ବାର୍ଡବାସୀ ପ୍ରକାଶ କରିଛନ୍ତି। ଏପରି ଅବସ୍ଥାରେ ଗତ ଶୁକ୍ରବାରଠାରୁ ସହରକୁ ଜଳଯୋଗାଣ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ଏଥିଯୋଗୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିଭାଗୀୟ ଅଧିକାରୀଙ୍କ ଅବହେଳା ହେତୁ ଏଭଳି ହେଉଥିବା ଜଣାପଡ଼ିଛି। ପ୍ରକାଶ ଯେ, ମହାନଦୀର କଣ୍ଟିଲୋଠାରେ ନିର୍ମିତ ପ୍ରକଳ୍ପରୁ ଜଳ ସିଧାସଳଖ ଭାବେ ଲୋକଙ୍କୁ ଯୋଗାଇ ଦିଆଯାଉଛି। ନିୟମ ଅନୁଯାୟୀ ନଦୀ ପାଣିକୁ ପ୍ରଥମେ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟରେ ବିଶୋଧନ କରାଯାଇଥାଏ। ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟରେ ରହିବା ପରେ ପାଣିରେ ଫିଟିକିରି, ଚୂର୍ଣ୍ଣ ଓ କ୍ଲୋରିନ ପକାଇ ବିଶୁଦ୍ଧ କରି ସହରବାସୀଙ୍କୁ ଯୋଗାଇବା କଥା। ମାତ୍ର କିଛିଦିନ ହେଲା ବିଶୁଦ୍ଧୀକରଣ ନ କରାଯାଇ ସିଧାସଳଖ ମହାନଦୀ ପାଣି ସହରବାସୀଙ୍କୁ ଯୋଗାଇ ଦିଆଯାଉଥିବା ଜଣାପଡ଼ିଛି। ଅନ୍ୟପଟେ ବିଶୁଦ୍ଧୀକରଣ ପାଇଁ ପ୍ରତି ମାସରେ ଲକ୍ଷାଧିକ ଟଙ୍କା ଆସୁଥିବାବେଳେ ସେ ସବୁ ଟଙ୍କା କେଉଁଆଡ଼େ ଯାଉଛି ତାହା ତଦନ୍ତ ସାପେକ୍ଷ। ଏ ନେଇ ଜନସ୍ବାସ୍ଥ୍ୟ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରିଶ ଚନ୍ଦ୍ର ବଳଙ୍କୁ ପଚାରିବାରୁ ସେ କହିଥିଲେ, କଣ୍ଟିଲୋସ୍ଥିତ ପ୍ରକଳ୍ପଠାରେ ଏକ ମୋଟର ଖରାପ ହୋଇଯାଇଥିବାରୁ ଏଭଳି ଅସୁବିଧା ଦେଖାଦେଇଛି। ସୋମବାରଠାରୁ ଠିକ୍‌ ଭାବେ ଜଳ ଯୋଗାଣ କରାଯିବ ବୋଲି ସେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?