ସଲ୍‌ମାନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ଜ୍ୟାକ୍‌ଲିନ, କହିଲେ ବିଶ୍ରାମ ନେବାକୁ ସମୟ ବାହାର କରନ୍ତୁ

ବମ୍ବେ: ବଲିଉଡ୍‌ର ବ୍ୟସ୍ତ ତାରକାମାନଙ୍କ ମଧ୍ୟରୁ ଅଭିନେତା ସଲ୍‌ମାନ ଖାଁ ଅନ୍ୟତମ। ଗୋଟିଏ ସମୟରେ ଏକାଧିକ କାମ କରୁଥିବା ଅବସ୍ଥାରେ ତାଙ୍କୁ ଦେଖିବାକୁ ମିଳେ। ସେ ଫିଲ୍ମର ଶୁଟିଂ ହେଉ ଅଥବା ଅନ୍ୟକିଛି, ନିଜର ଶତପ୍ରତିଶତ ଦେଇଥାନ୍ତି ଭାଇଜାନ୍‌। ଫଳରେ ନିଜ ଶରୀର ପ୍ରତି ସମୟ ଦେଇପାରନ୍ତି ନାହିଁ। ଆଜିକାଲି ମଧ୍ୟ ଏପରି କିଛି ଘଟୁଛି। ଏ କଥାଟି ଆମେ କହୁନାହୁଁ, ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ନାଡିସ୍‌ କହିଛନ୍ତି।

ଜ୍ୟାକ୍‌ଲିନ କହିଛନ୍ତି, ସଲ୍‌ମାନଙ୍କ ସହ କାମ କରିଛି। ଏଣୁ ମୁଁ ଜାଣେ ତାଙ୍କୁ ଶୋଇବା ଲାଗି ସମୟ ମିଳି ନ ଥାଏ। ସେ ସକାଳେ, ଖରାବେଳେ ତଥା ରାତିରେ କାମ କରିଥାଆନ୍ତି। କେତେବେଳେ ଫ୍ଲାଇଟ୍‌ରେ ଥାଆନ୍ତି ତ କେବେ ବିଗ୍‌ବସ୍‌ ପାଇଁ ଶୁଟିଂରେ ବ୍ୟସ୍ତ। ସବୁବେଳେ ଖାଲି କାମ କାମ କାମ। ଏଣୁ ମୁଁ ଭାବେ ସଲ୍‌ମାନଙ୍କୁ ବିଶ୍ରାମ ନେବା ପାଇଁ ସମୟ ବାହାର କରିବା ଆବଶ୍ୟକ। ନଚେତ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିବ।

ନିକଟରେ ଆଇଫା ପୁରସ୍କାର ଲାଗି କରାଯାଇଥିବା ଖବରଦାତା ସମ୍ମିଳନୀରେ ସଲ୍‌ମାନଙ୍କ ସହ ଜ୍ୟାକ୍‌ଲିନଙ୍କୁ ଦେଖାଯାଇଥିଲା। ସେଠାରେ ସଲ୍‌ମାନ ଚଳିତ ଥର ଆଇଫା ହୋଷ୍ଟ କରିବା ସ୍ପଷ୍ଟ ହୋଇଥିଲା। ଏଥର ଦେଶୀ ଷ୍ଟାଇଲରେ ଆଇଫା କରାଯାଉଛି। ଇନ୍ଦୋରରେ ମାର୍ଚ୍ଚ ୨୭ରୁ ୨୯ ପର୍ଯ୍ୟନ୍ତ ଏହି ଉତ୍ସବ ହେବ। ସଲ୍‌ମାନ ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମକୁ ହୋଷ୍ଟ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅମିତାଭ ବଚ୍ଚନଙ୍କ ଆଗରେ ରେଖାଙ୍କୁ ଶକ୍ତ ଚାପୁଡା ମାରିଥିଲେ ଜୟା: ଜାଣନ୍ତୁ କାହିଁକି

ଏକ ସମୟ ଥିଲା ଯେତେବେଳେ ଅମିତାଭ ବଚ୍ଚନ ଏବଂ ରେଖାଙ୍କ ପ୍ରେମ ସମ୍ପର୍କରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ହେଉଥିଲା। ବିବାହିତ ଅମିତାଭ ବଚ୍ଚନଙ୍କ ପାଇଁ ରେଖା...

କ୍ୟାରିୟର ତ ଦୂରର କଥା, ‘ବିଗ୍‌ବସ୍‌’ ବିଜେତାଙ୍କୁ ଛଅ ମାସରେ ଭୁଲି ଯାଆନ୍ତି ଲୋକେ

ବମ୍ବେ: ଟେଲି ପରଦାର ଲୋକପ୍ରିୟ ରିଆଲିଟି ଶୋ’ ମଧ୍ୟରୁ ବିଗ୍‌ବସ୍‌ ଗୋଟିଏ। ହୋଷ୍ଟ ସଲମାନ୍‌ ଖାନ୍‌ଙ୍କ ଲୋକପ୍ରିୟତା ସହ ପ୍ରତିଯୋଗୀଙ୍କ ତୁ ତୁ ମେଁ ମେଁ...

ପୂର୍ବରୁ ବିବାହିତ, କନ୍ୟା ସନ୍ତାନର ପିତାଙ୍କୁ ଜୀବନସାଥୀ କରିବେ ଏହି ଅଭିନେତ୍ରୀ

ବମ୍ବେ: ପ୍ରଥମ ସ୍ବାମୀଙ୍କଠାରୁ ଅଲଗା ହେବା ପରେ ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି ଅଭିନେତ୍ରୀ ଦିୟା ମିର୍ଜା। କିଛି ଦିନ ଧରି ସେ ବୈଭବ...

ଶେଷରେ ମିଳିଲା ଜାମିନ; ଟ୍ରେଣ୍ଡ ହେଉଛି ‘ଉଇ ସପୋର୍ଟ ପର୍ଲ’

ବମ୍ବେ: ଟେଲି ପରଦାର ଅନ୍ୟତମ ଲୋକପ୍ରିୟ ଅଭିନେତା ପର୍ଲ ବି ପୁରୀ ନାବାଳିକା ବଳାତ୍କାର ମାମଲାରେ ଛନ୍ଦି ହୋଇଯାଇଛନ୍ତି। ଏହା ପରିବାର ସହ ପ୍ରଶଂସକଙ୍କୁ ଶକ୍ତ...

ଆର୍‌. ମାଧବନ କରୋନା ପଜିଟିଭ୍‌

ମୁମ୍ବାଇ,୨୫।୩: ରାଞ୍ଚୋଙ୍କ ପରେ ଏବେ ଫରହାନ୍‌ଙ୍କ ପାଳି ପଡ଼ିଛି। ବଲିଉଡ୍‌ ଅଭିନେତା ଆମୀର ଖାଁ ବୁଧବାର କରୋନା ପଜିଟିଭ୍‌ ହୋଇଥିଲେ। ହିନ୍ଦୀ ଫିଲ୍ମ ଥ୍ରୀ ଇଡିୟଟ୍‌ରେ...

କ’ଣ କରୁଛନ୍ତି କରୀନା

କଥାରେ ଅଛି ବସିବାଠାରୁ କାଶିବା ଭଲ। ତେଣୁ ଘରେ ବା ବସି ବସି କାହିଁକି ବୋର୍‌ ହେବେ, ତେଣୁ ତାଙ୍କ ମୁଣ୍ଡକୁ ଏକ ଆଇଡିଆ ଜୁଟିଛି।...

ଏହି ଗୀତରୁ ନେହା କକ୍କରଙ୍କ ପ୍ରଥମ ପ୍ରେମ ହୋଇଥିଲା ଆରମ୍ଭ

ମୁମ୍ବାଇ: ବଲିଉଡ୍‌ ଗାୟିକା ନେହା କକ୍କର ଏବଂ ହିମାଂଶ କୋହଲିଙ୍କ ମଧ୍ୟରେ ପ୍ରଥମେ ପ୍ରେମ ପରେ ବ୍ରେକ୍‌ଅପ୍‌ ହୋଇସାରିଥିବା ଖବର ପ୍ରାୟ ସମସେତେ ଜାଣିଛନ୍ତି। ଏକଥା...

ଜାନ୍‌ଙ୍କୁ ଦେଖି ଚିହ୍ନିପାରୁନାହାନ୍ତି ଅନେକ; ପଛରେ ରହିଛି ଏଭଳି…

ବମ୍ବେ: ବର୍ତ୍ତମାନ ସମୟରେ ଫିଟ୍‌ ରହିବା ହେଉଛି ବଡ଼ ଆହ୍ବାନ। ହେଲେ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରୁଛନ୍ତି ଅନେକ ସେଲିବ୍ରିଟି। ବିଗ୍‌ ବସ୍‌ ସିଜନ-୧୪ରେ...

Advertisement
Archives

Model This Week