ସର୍ଭେ ଓ ଅନୁସନ୍ଧାନ ବିଭାଗ କରୁଛି ଅବହେଳା

ଅନୁଗୋଳ ସହର, ୬।୨ – ଅନୁଗୋଳ ଜିଲା ବନ୍ତଳା ଥାନା ନନ୍ଦପୁର ପଞ୍ଚାୟତ କରଡ଼ାସିଙ୍ଗ ଗ୍ରାମରେ ପ୍ରସ୍ତାବିତ ହିଡ଼ିସିଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପର ମନ୍ଥର କାର୍ଯ୍ୟ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ ବୁଧବାର ଅନୁଗୋଳ ବନଖଣ୍ଡ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ସର୍ଭେ ଓ ଅନୁସନ୍ଧାନ ବିଭାଗ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି।
ଡିଏଫ୍‌ଓ ଭି. କାର୍ତ୍ତିକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ହିଡ଼ିସିଙ୍ଗ କୃଷକ ମହାସଂଘ ସଭାପତି ଦିନେଶ ଦେହୁରୀ, ଉପସଭାପତି ଦୁର୍ଗାଚରଣ ପ୍ରଧାନ, ଅନୁଗୋଳ ଏସିଏଫ୍‌ ବାସୁଦେବ ନାୟକ, ଅନୁଗୋଳ ସର୍ଭେ ଓ ଅନୁସନ୍ଧାନ ବିଭାଗ କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ନନ୍ଦ, ଭିଜନଟେକ୍‌ କନସଲଟାଣ୍ଟ ପ୍ରାଇଭେଟ୍‌ ଲିମିଟେଡର ଜେନେରାଲ ମ୍ୟାନେଜର ମନୋଜ କୁମାର ବେହେରା ପ୍ରମୁଖ ଯୋଗଦେଇଥିଲେ। ସଂଘ ସଦସ୍ୟମାନେ କହିଥିଲେ ଯେ, ହିଡ଼ିସିଙ୍ଗ ପ୍ରକଳ୍ପ ନିର୍ମାଣ ହେଲେ ମହାନଦୀ ଗ୍ରୀନ୍‌ ବେଲ୍ଟ ସହିତ ସାତକୋଶିଆ ଅଭୟାରଣ୍ୟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷା ହେବ। ଏଥିସହିତ ୧୫ଟି ପଞ୍ଚାୟତର ୫୦ ହଜାର ଚାଷୀଙ୍କ ସହ ଅନୁଗୋଳ ସହରର ପାଣି ସମସ୍ୟା ଦୂର ହୋଇପାରିବ। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁ ୨୦୦୦ ମସିହା ଠାରୁ ଲୋକମାନଙ୍କ ଆନ୍ଦୋଳନ ପରେ ଏବେ ଚାଲିଥିବା ସର୍ଭେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ। ପ୍ରକଳ୍ପ ନିର୍ମାଣରେ ୮୭ ହେକ୍ଟର ଜଙ୍ଗଲ ଜମି ବୁଡ଼ୁଥିବାରୁ ୮୭ ହଜାର ଗଛ ଲଗାଯିବା ପାଇଁ ସରକାରୀ ଜମି ଚିହ୍ନଟ କରାଯାଇଛି। ଦେବଗଡ଼ ବନଖଣ୍ଡର ପାଲଲହଡ଼ା ରେଞ୍ଜରେ ୯୪ ହେକ୍ଟରରେ ୧୮ ହଜାର, ତାଳଚେର ରେଞ୍ଜରେ ୧୨୦ ହେକ୍ଟରରେ ୬୯ ହଜାର ଗଛ ଲଗାଯିବା ପାଇଁ ଜମି ଚିହ୍ନଟ କରାଯାଇଥିଲେ ହେଁ ସର୍ଭେ ଓ ଅନୁସନ୍ଧାନ ବିଭାଗ ବିଳମ୍ବ କରିବା ସହ ବନ ବିଭାଗକୁ ସହଯୋଗ କରୁନାହିଁ। ଏପରି କି ବିଭାଗର ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର ଏ ନେଇ ଡିଏଫ୍‌ଓଙ୍କ ସହିତ ଯୋଗଯୋଗ କରି ନ ଥିବା ଡିଏଫ୍‌ଓ ପ୍ରକାଶ କରିଥିଲେ। ବର୍ତ୍ତମାନ ସୁଦ୍ଧା ୨୦ଟି ବିଭିନ୍ନ ପ୍ରକଳ୍ପର ପ୍ରସ୍ତାବ ଯାଇଥିବାବେଳେ ଦୀର୍ଘ ବର୍ଷ ହେଲା ଏହି ଜଳସେଚନ ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବ ନେଇ ଡିଏଫ୍‌ଓ ଅସନ୍ତୋଷ ବ୍ୟକ୍ତ କରିଥିଲେ। ପ୍ରକଳ୍ପ ନିର୍ମାଣ ପାଇଁ ଲେଆଉଟ୍‌, ଟପୋମ୍ୟାପ୍‌, ପ୍ରୋଜେକ୍ଟ ଲ୍ୟାଣ୍ଡସିଡିଲ୍‌, ସର୍ଭେ ମ୍ୟାପ, ପ୍ରୋଜେକ୍ଟ ରିପୋର୍ଟ, ପ୍ରୋଜେକ୍ଟ କଷ୍ଟ, ଫରେଷ୍ଟ ଏରିଆ ମାର୍କିଂ, ଜିଲାପାଳଙ୍କ ଠାରୁ ଏନ୍‌ଓସି ସାର୍ଟିଫିକେଟ୍‌, ଗଛ ନମ୍ବରିଂ ଲିଷ୍ଟ, ଡିଜିପିଏସ ମ୍ୟାପ, ଓଡ୍‌ସାକ୍‌ ମ୍ୟାପ ଆଦି ରିପୋର୍ଟ ସମ୍ପୂର୍ଣ୍ଣ ସରିଥିବାବେଳେ ସିଲ୍ୟାଣ୍ଡ ବାକି ରହିଛି। ସିଲ୍ୟାଣ୍ଡ ପ୍ରସ୍ତୁତ ପରେ ଜଙ୍ଗଲ ଅନୁମତି ପାଇଁ ପଠାଯିବ ବୋଲି ଜଣାପଡ଼ିଛି। ତେବେ ଦୁଇ ଦିନ ମଧ୍ୟରେ ପ୍ରକଳ୍ପର ସମସ୍ତ ତଥ୍ୟ ପ୍ରଦାନ କରିବା ପାଇଁ ସର୍ଭେ, ଅନୁସନ୍ଧାନ ବିଭାଗ ଓ ଭିଜନ୍‌ଟେକ୍‌ କନ୍‌ସଲଟାଣ୍ଟ ପ୍ରାଇଭେଟ୍‌ ଲିମିଟେଡକୁ ଡିଏଫ୍‌ଓ ନିର୍ଦ୍ଦେଶ ଦେଇଥିଲେ। ତୁରନ୍ତ କାର୍ଯ୍ୟ କରା ନ ଗଲେ ଅଞ୍ଚଳର ସମସ୍ତ ଚାଷୀ ଆନ୍ଦୋଳନ କରିବେ ବୋଲି କୃଷକ ସଂଘ ସଭାପତି ଓ ଉପସଭାପତି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁ ଉଦ୍ୟାନ ହେଲାଣି ନିଶାଡ଼ିଙ୍କ ଆଡ୍ଡା: ଖୋଲାଖୋଲି ଚାଲିଛି ସିରପ୍‌ ନିଶା କାରବାର

ଅନୁଗୋଳ ଅଫିସ, ୧୦।୧ – ଅନୁଗୋଳ ସହରରେ ସିରପ୍‌ ନିଶା କାରବାର ବେଶ୍‌ ବଢ଼ିଯାଇଛି। ସହରରେ ଥିବା ବିଭିନ୍ନ ପାର୍କରେ ଦୈନିକ ପୁଳା ପୁଳା ସିରପ୍‌ ବୋତଲ...

ଦୋକାନରେ ତାଲା, ଘରେ ବେପାର

ଅନୁଗୋଳ ଅଫିସ୍‌, ୨୮।୭ ଅନୁଗୋଳରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ପ୍ରହସନ ପାଲଟିଛି ଲକ୍‌ଡାଉନ୍‌ କଟକଣା। ସକାଳୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ...

ଅବହେଳା ଯୋଗୁ ଅସୁରକ୍ଷିତ

ବଇଣ୍ଡା,୮ା୧୧ (ପରିକ୍ଷିତ ସାହୁ): ବଢ଼ିଚାଲିଛି ବନ୍ୟସମ୍ପଦ ଲୁଟ୍‌ପାଟ। ନିୟମିତ ଗଛ କାଟୁଛନ୍ତି କାଠ ମାଫିଆ। ଚୋରି ହେଉଛି ଲଘୁ ଖଣିଜ ଦ୍ରବ୍ୟ। ଶିକାର ହେଉଛନ୍ତି ବନ୍ୟଜନ୍ତୁ।...

ଛେଣ୍ଡିପଦା ବ୍ଲକର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ

ଛେଣ୍ଡିପଦା,୯।୮(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ବିଭିନ୍ନ ପଞ୍ଚାୟତର ପ୍ରକଳ୍ପ ଗୁଡିକୁ ଶୁକ୍ରବାର ବିଧାୟକ ସୁଶାନ୍ତ କୁମାର ବେହେରା ଉଦଘାଟ୍‌ନ କରିଛନ୍ତି। ‘ଆମ ଗାଁ ଆମ...

ଜାତୀୟ ପ୍ରଶିକ୍ଷଣ ଶିବିର ପାଇଁ ଯୋଗ୍ୟତା ହାସଲ

ଅନୁଗୋଳ ଅଫିସ, ୧୨।୩: ଅନୁଗୋଳ ଜିଲାର କ୍ରିକେଟର ଶ୍ରେୟାଂଶ ଭରଦ୍ବାଜ ସର୍ବଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ଜାତୀୟ କ୍ରିକେଟ ପ୍ରଶିକ୍ଷଣ ଶିବିର ନିମନ୍ତେ ଯୋଗ୍ୟତା ହାସଲ କରିଛନ୍ତି।...

ଜିଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା: ବାଳିକା ବିଭାଗରେ ଦେସ୍ନା, ବାଳକରେ ଆୟୁଷ ଫାଇନାଲକୁ ପ୍ରବେଶ

ବଅଁରପାଳ,୧୦।୮(ଡି.ଏନ୍‌.ଏ.): ଅନୁଗୋଳ ଜିଲା ୟୁନାଇଟେଡ ବ୍ୟାଡମିଣ୍ଟନ ଆସୋସିଏଶନ ପକ୍ଷରୁ ନାଲ୍‌କୋ ବ୍ୟାଡମିଣ୍ଟନ ହଲ୍‌ରେ ଆଯୋଜିତ ଜିଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଶନିବାର ଫାଇନାଲ ଦିବସ। ତେବେ ଏଥିରେ...

ବଞ୍ଚତ୍ବାକୁ କିଛି ସହାୟତା ଦିଅ

ଅନୁଗୋଳ ଅଫିସ, ୨୫ ।୧ ମା’ ବାପା ସ୍ବର୍ଗବାସୀ ହେବା ପରେ ୩ ମାସ ହେଲା ଦୁଇ ଭଉଣୀ ଅନାଥ, ଅସହାୟ ହୋଇପଡ଼ିଛୁ। କେମିତି ଜୀବନ...

ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ୩୫୦ ସିସିଟିଭି

ଅନୁଗୋଳ ଅଫିସ, ୧୨।୨ – ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆସନ୍ତା ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ...

Advertisement
Archives

Model This Week