Posted inଖେଳ

ସର୍ବାଧିକ ଆୟ କରୁଥିବା ଆଥ୍‌ଲେଟଙ୍କ ଫୋର୍ବସ ତାଲିକାରେ ଏକମାତ୍ର ଭାରତୀୟ ସିନ୍ଧୁ

ନ୍ୟୁୟର୍କ, ୭।୮- ଜଣାଶୁଣା ପତ୍ରିକା ଫୋର୍ବସ ପକ୍ଷରୁ ପ୍ରକାଶ କରାଯାଇଥିବା ବିଶ୍ୱରେ ସର୍ବାଧିକ ଆୟ କରୁଥିବା ମହିଳା ଆଥ୍‌ଲେଟଙ୍କ ତାଲିକାରେ ବ୍ୟାଡ୍‌ମିଣ୍ଟନ ଷ୍ଟାର ପି.ଭି. ସିନ୍ଧୁ ଏକମାତ୍ର ଭାରତୀୟ ଭାବେ ସ୍ଥାନ ପାଇଛନ୍ତି। ବାର୍ଷିକ ୫.୫ ନିୟୁତ ଡଲାର ଆୟ କରୁଥିବା ସିନ୍ଧୁ ୧୩ତମ ସ୍ଥାନରେ ରହିଛନ୍ତି। ଏହାର ଅର୍ଥ ଭାରତୀୟ ମୁଦ୍ରାରେ ତାଙ୍କ ବାର୍ଷିକ ଆୟ ୩୮.୮୩ କୋଟି। ସିନ୍ଧୁ ଭାରତର ସବୁଠୁ ଅଧିକ ଆୟକାରୀ ମହିଳା ଆଥ୍‌ଲେଟ। ସେ ଗତବର୍ଷ ପ୍ରଥମ ଭାରତୀୟ ଖେଳାଳି ଭାବେ ସିଜନ ଶେଷରେ ହେଉଥିବା ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର ଫାଇନାଲ୍ସ ଜିତିଥିଲେ ବୋଲି ଫୋର୍ବସ ପତ୍ରିକା ପକ୍ଷରୁ କୁହାଯାଇଛି। ଏହି ତାଲିକାରେ ଆମେରିକାର କିମ୍ବଦନ୍ତୀ ମହିଳା ଟେନିସ୍‌ ଖେଳାଳି ସେରେନା ଓ୍ବିଲିୟମ୍ସ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ତାଙ୍କର ବାର୍ଷିକ ଆୟ ସର୍ବାଧିକ ୨୯.୨ ନିୟୁତ ଡଲାର, ଯାହାକି ଭାରତୀୟ ମୁଦ୍ରାରେ ୨୦୬ କୋଟିରୁ ଊର୍ଦ୍ଧ୍ୱ। ତାଙ୍କ ପଛକୁ ଗତବର୍ଷର ୟୁଏସ୍‌ ଓପନ ଚାମ୍ପିୟନ ନାଓମି ଓସାକା (୨୪.୩ ନିୟୁତ ଡଲାର) ରହିଛନ୍ତି। ଖେଳାଳିଙ୍କୁ ମିଳୁଥିବା ଟୁର୍ନାମେଣ୍ଟର ପୁରସ୍କାର ରାଶି, ଦରମା, ବୋନସ, ବିଜ୍ଞାପନରୁ ହେଉଥିବା ଆୟ ଓ କୌଣସି ଇଭେଣ୍ଟରେ ଉପସ୍ଥିତ ରହିବା ବାବଦକୁ ୨୦୧୮, ଜୁନ୍‌ରୁ ଚଳିତବର୍ଷ ଏପର୍ଯ୍ୟନ୍ତ ମିଳିଥିବା ଆୟକୁ ଫୋର୍ବସ ହିସାବକୁ ନେଇ ଏହି ତାଲିକା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଆସିଲା ପ୍ରହ୍ଲାଦ ଜୋଷୀଙ୍କ ପ୍ରଥମ ପ୍ରତିକ୍ରିୟା – ‘ଏହି ଦାୟିତ୍ୱ…’

ନୂଆଦିଲ୍ଲୀ,୨୬।୭: ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିବା ପରେ, କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ…

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

ବିଲରେ ଧାନ ରୋଇବାବେଳେ ହେଲା ବଜ୍ରପାତ, ଏକାଠି ଟଳିପଡ଼ିଲେ ବାପ-ପୁଅ, କାନ୍ଦବୋବାଳିରେ ଫାଟିପଡୁଛି ଗାଁ

କାମାକ୍ଷାନଗର,୨୬ା୭(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ବାଲିପଡ଼ା ଗ୍ରାମରେ ଦୁଃଖଦ ଘଟଣା ଘଟିଛି। ରବିବାର ବିଲକୁ ଧାନ ରୋଇବାକୁ ଯାଇଥିବାବେଳେ ବଜ୍ରପାତ ହେବାରୁ ବାପ-ପୁଅଙ୍କ…

ପ୍ରବଳ ବର୍ଷାରେ ବୁଡ଼ିଗଲା କନ୍ଦରପୁର ଲେବଲ କ୍ରସିଂ ରାସ୍ତା, ଯାନବାହନ ଚଳାଚଳ ବନ୍ଦ

କଟକ ସଦର,୨୬ା୭(ସୁଶାନ୍ତ କୁମାର ଜେନା): କଟକ-ନୂଆଗାଁ ଜାତୀୟ ରାଜପଥ ନଂ ୫୫ର କନ୍ଦରପୁର ଲେବଲ କ୍ରସିଂ ନିକଟ ଅସ୍ଥାୟୀ ରାସ୍ତାଟି ଶନିବାର ରାତିର ଅବିଶ୍ରାନ୍ତ ବର୍ଷାରେ ବୁଡିଯାଇଛି।…

ଇତିହାସ ରଚିଲେ ଅଭିଷେକ ଶର୍ମା, ଟି-୨୦ କ୍ରିକେଟରେ ଏହି ସଫଳତା ହାସଲ କରିବାରେ ହେଲେ ପ୍ରଥମ ଭାରତୀୟ ଓପନିଂ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ,୨୬।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୯୦ ରନରେ ବିଜୟ ହାସଲ କରିଛି। ତଥାପି, ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ପୁଣି ଥରେ…

CJP ବିରୋଧ ପ୍ରଦର୍ଶନରେ ଯୋଗଦେଲେ ମନ୍ତ୍ରୀଙ୍କ ଝିଅ; ମୁଖ୍ୟମନ୍ତ୍ରୀ କହିଲେ, ‘ତାଙ୍କୁ ଟ୍ରୋଲ କରନାହିଁ’

ଗୁଆହାଟି,୨୬।୭: NEET ପେପର୍‌ ଲିକ ବିରୋଧରେ ପ୍ରତିବାଦରେ ଆସାମ ମନ୍ତ୍ରୀ କେଶବ ମହାନ୍ତଙ୍କ ଝିଅ ଅଂଶଗ୍ରହଣ କରୁଥିବାର ଭିଡିଓ ସାମ୍ନାକୁ ଆସିବା ପରେ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ…

ୟୁକ୍ରେନରେ ପୁଣି ଭାରତୀୟ ଜାହାଜ ଉପରେ ଆକ୍ରମଣ; ୨ କ୍ରୁ ସଦସ୍ୟ ନିଖୋଜ

କ୍ୱିଭ,୨୬।୭: ୟୁକ୍ରେନର ଓଡେସା ବନ୍ଦରରେ ରବିବାର (ଜୁଲାଇ ୨୬) ଦିନ ଚାରି ଜଣ ଭାରତୀୟ ନାଗରିକଙ୍କୁ ନେଇ ଯାଉଥିବା ଏକ ବାଣିଜ୍ୟ ଜାହାଜ ଉପରେ ଆକ୍ରମଣ ହୋଇଥିଲା।…

ହରିହର ଯୋର ଡ୍ୟାମରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ୪ଟି ଗେଟ୍‌ ଦେଇ ପାଣି ଛଡ଼ାଗଲା

ଅମରପାଲି, ୨୬/୭ (ପୀତାମ୍ବର ସାହୁ): ଗତକାଲି ରାତିସାରା ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତରେ ଅବସ୍ଥିତ ହରିହର ଯୋର ମଧ୍ୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri