ସର୍ବଭାରତୀୟ ହିନ୍ଦୀ ନାଟକ ପ୍ରତିଯୋଗିତା: ‘କଳାପରିଷଦ’ ହାତେଇଲା ୧୬ ପୁରସ୍କାର

ଢେଙ୍କାନାଳ ଅଫିସ, ୧୮।୧୧:  ପୁଣିଥରେ ସର୍ବଭାରତୀୟ ନାଟକ ପ୍ରତିଯୋଗିତାରେ ଚମକିଛନ୍ତି ଢେଙ୍କାନାଳ ଜିଲାର କଳାକାର। ଉତ୍ତରପ୍ରଦେଶ ଆଗ୍ରାସ୍ଥିତ ସଂସ୍କାର ଭାରତୀ ନାଟ୍ୟାନୁଷ୍ଠାନର ନାଟ୍ୟକେନ୍ଦ୍ର ପରିସରରେ ୬ଦିନ ଧରି ଆୟୋଜିତ ସର୍ବଭାରତୀୟ ରଙ୍ଗୋଦୟ-୨୦୧୯ ନାଟକ ପ୍ରତିଯୋଗିତାରେ ନାଟ୍ୟାନୁଷ୍ଠାନ ‘କଳାପରିଷଦ’ର କଳାକାରମାନେ ଚମତ୍କାର ଅଭିନୟ କରିଛନ୍ତି। ବିଭିନ୍ନ ବିଭାଗରେ ଅନୁଷ୍ଠାନ ହାତେଇଛି ୧୬ଟି ପୁରସ୍କାର। ନାଟକ କ୍ଷେତ୍ରରେ ସାଧନା ପାଇଁ ଶତ୍ରୁଘ୍ନ ମାଟିଙ୍କୁ ‘କଳାମଣିଷ ସତ୍ୟନାରାୟଣ ଗୋଏଲ ସମ୍ମାନ’, ଚିତ୍ରକଳା ପାଇଁ ପ୍ରବୀର ମହାନ୍ତିଙ୍କୁ ‘ଡ. ୟଶପାଲ ସିଂ ସମ୍ମାନ’, ଓଡ଼ିଶୀ ନୃତ୍ୟ ପାଇଁ ଋତୁପର୍ଣ୍ଣା ରାଉତଙ୍କୁ ‘ସ୍ମିତା ପାଟିଲ ସ୍ମୃତି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା।
ଏଥିସହ ଅନୁଷ୍ଠାନ ପକ୍ଷରୁ ମଞ୍ଚସ୍ଥ ହିନ୍ଦୀ ନାଟକ ‘ବାଂଶ କେ ଡଣ୍ଡେ ସେ ଆଜାଦୀ’ ପାଇଁ ଶ୍ରେଷ୍ଠ ନାଟକ ପ୍ରଯୋଜନା, ଶ୍ରେଷ୍ଠ ନାଟ୍ୟ ନିର୍ଦ୍ଦେଶକ ଭାବେ ଶତ୍ରୁଘ୍ନ ମାଟି, ଶ୍ରେଷ୍ଠ ନାଟ୍ୟ ରଚନାରେ ଦିଲୀଶ୍ୱର ମହାରଣା, ଶ୍ରେଷ୍ଠ ହାସ୍ୟ ଅଭିନେତା ଇନ୍ଦ୍ରମଣି ବେହେରା, ଶ୍ରେଷ୍ଠ ଅଭିନେତ୍ରୀ ଋତୁପର୍ଣ୍ଣା ରାଉତ, ଶ୍ରେଷ୍ଠ ଚରିତ୍ର ଅଭିନୟରେ ଶ୍ରୀପଦ୍ମା ସାହୁ, ପାର୍ଶ୍ୱ ଅଭିନେତା ଭାବେ ମନ୍ମଥ ପଟ୍ଟନାୟକ, କିଶୋର ରାଉତଙ୍କୁ ପୁରସ୍କୃତ କରାଯାଇଛି।
ପଥପ୍ରାନ୍ତ ନାଟକ ‘ରୋତେ ରୋତେ କେହତି ହେ ନଦୀ’ରେ ଶ୍ରେଷ୍ଠ ନାଟ୍ୟ ରଚନା ପାଇଁ ଶତ୍ରୁଘ୍ନ ମାଟି, ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଋତୁପର୍ଣ୍ଣା ରାଉତ ଏବଂ ଶ୍ରେଷ୍ଠ ନାଟ୍ୟ ପ୍ରଯୋଜନା ପାଇଁ ପୁରସ୍କୃତ କରାଯାଇଛି। ଏତଦ୍‌ବ୍ୟତୀତ ଶ୍ରେଷ୍ଠସ୍ଥାନ ହାସଲ କରିଥିବା ଅଧ୍ୟାତ୍ମିକ ପ୍ରଜ୍ଞାପନ ମେଢ଼ ‘ଚଲୋର ମନ, ଶ୍ରୀଜଗନ୍ନାଥ ଧାମ ପୁରୀ’କୁ ପୁରସ୍କୃତ କରାଯାଇଥିଲା। ନାଟ୍ୟାନୁଷ୍ଠାନର ଏହି ସଫଳତା ପାଇଁ ବିଭିନ୍ନ ମହଲରେ ଶୁଭେଚ୍ଛା ଜ୍ଞାପନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଣ୍ଡା ଦୁର୍ନୀତି: ଦିଗପହଣ୍ଡି ସିଡିପିଓଙ୍କ ବଦଳି

ଦିଗପହଣ୍ଡି,୨୪୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଦିଗପହଣ୍ଡି ସିଡିପିଓ ଯଶୋବନ୍ତି ସାହୁଙ୍କୁ ଅଚାନକ ବଦଳି କରାଯାଇଛି। ରବିବାର ସନ୍ଧ୍ୟାରେ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ପ୍ରକାଶ ପାଇଛି।...

ମୌଳିକ ସମସ୍ୟାକୁ ଗୁରୁତ୍ୱ ଦେବି: ସବିତା

ବ୍ରହ୍ମପୁର ଅଫିସ,୭ା୩: ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପାଇଁ ଭାଜପାର ମେୟର ପ୍ରାର୍ଥୀ ହେଲେ ଡ.ସବିତା ସୁଆର। ରାଜ୍ୟ କାର୍ଯ୍ୟାଳୟରୁ ତାଙ୍କ ନାମ ରବିବାର ଘୋଷଣା...

ନିମ୍ନମାନର ରାସ୍ତାକାମ, ବନ୍ଦ କଲେ ଗ୍ରାମବାସୀ

ଅମରପାଲି, ୧୧।୭(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ମୁଖ୍ୟ ଛକଠାରୁ ରେଢ଼ାଖୋଲ- ବୀରମହାରାଜପୁର ସୀମାବର୍ତ୍ତୀ ଅମରପାଲି ପର୍ଯ୍ୟନ୍ତ ହେଉଥିବା ରାସ୍ତା କାମ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି।...

ଏସ୍‌ଡବ୍ଲ୍ୟୁଏମ୍‌ ପ୍ରକଳ୍ପ ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

ବ୍ରହ୍ମପୁର ଅଫିସ,୨୧ା୪-ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ନିର୍ମାଣାଧୀନ ଥିବା କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ(ଏସ୍‌ଡବ୍ଳ୍ୟୁଏମ) କାର୍ଯ୍ୟର ଏକ ସମୀକ୍ଷା ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ବିଏମ୍‌ସି...

୨ ବର୍ଷ ହେଲା ଗାଁରୁ ବାସନ୍ଦ ଗୀତାଙ୍କ ପରିବାର

ପୁରୀ ଅଫିସ, ୬ା୮: ଦୁଇବର୍ଷ ତଳେ ଘରେ ପଶି ଚୋରି ନେଇ ଥାନାରେ ଅଭିଯୋଗ କ୍ରମେ ଗ୍ରାମର କେତେଜଣ ଲୋକଙ୍କୁ ପୋଲିସ ଗିରଫ କରିଥିଲା। ଏହି...

କୋଇଲା ଲୋଡିଂ ଜାଲିଆତିରେ ୭ ଗିରଫ

ପାରାଦୀପ, ୨୧।୧୦(ସ୍ବ.ପ୍ର.): ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ପୁଣି ଏକ ବଡ ଧରଣର ଜାଲିଆତି ଘଟଣା ଚଳିତ ମାସରେ ଘଟିଛି। ଏହି ଘଟଣା ପ୍ରଥମେ କୋର୍ଟ ଓ...

ବୁଲା କୁକୁର ମୁହଁରୁ ହରିଣ ଉଦ୍ଧାର

ବାରିପଦା ଅଫିସ,୧୦।୨: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରୁ ବାଟବଣା ହୋଇ ବାରିପଦା ସହରରେ ଘୂରି ବୁଲୁଥିବା ଏକ ହରିଣକୁ ବୁଧବାର ସକାଳେ ବନବିଭାଗ ଉଦ୍ଧାର କରିଛି।...

ବନ୍ଧା ପଡ଼ିଥିବା ସୁନା ଆଣିବାକୁ କହିବାରୁ ସ୍ତ୍ରୀଙ୍କ ଦେହରେ ନିଆଁ ଲଗାଇ ଦେଲେ ସ୍ବାମୀ

କୋକସରା ୧୮।୪: ବନ୍ଧା ପଡିଥିବା ସୁନା ଅଳଙ୍କାର ମୁକୁଳାଇବାକୁ ନେଇ ସ୍ବାମୀ ସ୍ତ୍ରୀଙ୍କ ଝଗଡ଼ା ଚରମସୀମାରେ ପହଞ୍ଚିଛି। ରାଗ ସମ୍ଭାଳି ନ ପାରି ସ୍ବାମୀ କିରୋସିନ...

Advertisement
Archives

Model This Week