ସର୍ବନିମ୍ନ ସ୍ତରକୁ ଖସିଲା ଉପଭୋକ୍ତା ଖର୍ଚ୍ଚ

ନୂଆଦିଲ୍ଲୀ,୧୬-୧୧: ଦେଶ ମଧ୍ୟରେ କଞ୍ଜ୍ୟୁମର ସ୍ପେଣ୍ଡିଂ (ଭପଭୋକ୍ତା ଖର୍ଚ୍ଚ) ସର୍ବନିମ୍ନ ସ୍ତରକୁ ଖସିଛି। ଗତ ୧୯୭୩ ପରଠାରୁ ବା ୪ ଦଶନ୍ଧି ମଧ୍ୟରେ ପ୍ରଥମ ଥର ଲାଗି ଏଭଳି ହୋଇଥିବା ଜଣାପଡିଛି। ଜିଡିପି ଅଙ୍କ ଖସୁଥିବା ବେଳେ ଏଭଳି ସ୍ଥିତିରେ ଉପଭୋକ୍ତା ଖର୍ଚ୍ଚ କମାଇବା ଏକ ବଡ ଝଟକା ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ପକ୍ଷରୁ ଏହି ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ତଥ୍ୟକୁ ବିଚାର କଲେ ଗତ କିଛିବର୍ଷ ହେବ ଦେଶରେ ଦାରିଦ୍ର୍ୟ ବଢୁଥିବା ପ୍ରତୀୟମାନ ହେଉଛି। ଏନ୍‌ଏସ୍‌ଓ ପକ୍ଷରୁ ନିକଟରେ ହୋଇଥିବା ଖାଉଟି ଖର୍ଚ୍ଚ ସର୍ଭେ ‘ କି ଇଣ୍ଡିକେଟର୍ସ, ହାଉସହୋଲ୍ଡ କଞ୍ଜ୍ୟୁମର ଏକ୍ସପେଣ୍ଡିଚର ଇନ୍‌ ଇଣ୍ଡିଆ’ ସର୍ଭେ ମୁତାବକ, ୨୦୧୭-୧୮ ଆର୍ଥତ୍କ ବର୍ଷରେ ଜଣେ ଲୋକର ମାସିକ ହାରାହାରି ଖର୍ଚ୍ଚ ୩.୭% ହ୍ରାସ ଘଟି ୧୪୪୬ ଟଙ୍କା ରହିଛି। ଏହା ଆର୍ଥତ୍କ ବର୍ଷ ୨୦୧୧-୧୨ରେ ୧୫୦୧ ଟଙ୍କା ରହିଥିଲା। ଏକ ମୁଦ୍ରିତ ଗଣମାଧ୍ୟମ ପକ୍ଷରୁ ଏହା ଉପରେ ଏକ ରିପୋର୍ଟ ଆସିବା ପରେ ସରକାର ଶୁକ୍ରବାର ସଂଧ୍ୟାରେ ପ୍ରତିକ୍ରିୟା ରଖିଛନ୍ତି। ସରକାର କହିଛନ୍ତି ଏହି ରିପୋର୍ଟ ଠିକ୍‌ ନୁହେଁ। ରିପୋର୍ଟରେ ଡାଟାର ଗୁଣବତ୍ତା ଠିକ୍‌ ନ ଥିବା ଯୋଗୁ ପୁଣି ଥରେ ସର୍ଭେ ହେବା ପରେ ସରକାର ଡାଟା ଜାରି କରିବେ।
ସର୍ଭେ ମୁତାବକ ୨୦୧୧-୧୨ରେ ବ୍ୟକ୍ତି ପିଛା ମାସିକ ଖର୍ଚ୍ଚ ୧୩% ବଢି ଯାଇଥିଲା। ଏହି ଅଭିବୃଦ୍ଧି ଏହାର ପୂର୍ବ ଦୁଇ ବର୍ଷରେ ହାସଲ ହୋଇଥିଲା। ୨୦୦୯-୧୦ କୁ ମୂଳ ବର୍ଷ ଭାବେ ଧରି ମୁଦ୍ରାସ୍ଫୀତିକୁ ମଧ୍ୟ ବିଚାରକରାଯାଇଛି। ବର୍ତ୍ତମାନର ସର୍ଭେ ୨୦୧୭ ଜୁଲାଇଠାରୁ ଜୁନ ୨୦୧୮ ମଧ୍ୟରେ କରାଯାଇଛି। ଗତ ୬ ବର୍ଷ ମଧ୍ୟରେ ଗ୍ରାମାଞ୍ଚଳରେ ବ୍ୟକ୍ତିଗତ ଖର୍ଚ୍ଚ ୮.୮% ହାରରେ କମିଛି। ସେହିଭଳି ସହରାଞ୍ଚଳରେ ଏହି ଖର୍ଚ୍ଚ ୨% ହାରରେ କମିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ଆବଶ୍ୟକୀୟ ସାମଗ୍ରୀ ବାବଦ ଖର୍ଚ୍ଚ କମିଛି
ସର୍ଭେରୁ ଜଣାପଡିଛି ଯେ, ଦୁଗ୍ଧ ଏବଂ ଦୁଗ୍ଧରୁ ପ୍ରସ୍ତୁତ ହେଉଥିବା ଉତ୍ପାଦ ବାଦ ଲୋକମାନେ ପ୍ରାୟ ସବୁ ସାମଗ୍ରୀ କିଣିବା କାଟ କରିଛନ୍ତି। ଦେଶ ମଧ୍ୟରେ ଲୋକମାନେ ତେଲ, ଲୁଣ, ଚିନି, ମସଲା ଭଳି ଅତି ଜରୁରୀ ସାମଗ୍ରୀ କିଣିବାକୁ ମଧ୍ୟ କୁଣ୍ଠାବୋଧ କରୁଛନ୍ତି। ଏକ୍ଷେତ୍ରରେ ଲୋକମାନେ ବୃହତ୍ତ ମାତ୍ରାରେ ଖର୍ଚ୍ଚ କମାଇଛନ୍ତି ଯାହା ଆଶ୍ଚର୍ଯ୍ୟଜନକ। ସେହିଭଳି ଅଣଖାଦ୍ୟ ସାମଗ୍ରୀ କଥାକୁ ବିଚାର କଲେ ଜଣାଯିବ ଯେ , ଏହାର ଏକ ମିଶ୍ରିତ ଫଳାଫଳ ଆସିଛି। ଗ୍ରାମୀଣ ଭାରତରେ ଅଣ ଖାଦ୍ୟ ସାମଗ୍ରୀ ବାବଦ ଖର୍ଚ୍ଚ ୭.୬% କମିଛି। ଅପରପକ୍ଷରେ ଏହା ସହରାଞ୍ଚଳରେ ୩.୮% ବଢିଛି।
୨୦୧୭-୧୮ରେ ଦେଶର ଗ୍ରାମାଞ୍ଚଳରେ ଭୋଜନ ଲାଗି ମାସିକ ହାରାହାରି ଖର୍ଚ୍ଚ ୫୮୦ ଟଙ୍କା ରହିଛି। ଏହା ୨୦୧୧-୧୨ରେ ୬୪୩ ଟଙ୍କା ରହିଥିଲା। ଏଥିରେ ୧୦% ହ୍ରାସ ଘଟିଛି। ସହରାଞ୍ଚଳରେ ଏହା ୨୦୧୧-୧୨ ତୁଳନାରେ ୨୦୧୭-୧୮ରେ ମାତ୍ର ୩ ଟଙ୍କା ବଢିଛି।
ଚିନ୍ତା ପ୍ରକଟ କଲେ ଅର୍ଥନୀତିଜ୍ଞ
ଉପଭୋକ୍ତା ଖର୍ଚ୍ଚ ହ୍ରାସକୁ ନେଇ ଅର୍ଥନୀତିଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ଯୋଜନା ଆୟୋଗର ପୂର୍ବତନ ସଦସ୍ୟ ଅଭିଜିତ ସେନ କହିଛନ୍ତି ଯେ, ଜନକଲ୍ୟାଣକାରୀ କ୍ଷେତ୍ରକୁ ନେଇ ଚିନ୍ତା କରିବାର ବେଳ ଆସିଛି। ଗ୍ରାମାଞ୍ଚଳରେ ଖାଦ୍ୟ ସାମଗ୍ରୀ ଖର୍ଚ୍ଚ କମିବା ଅର୍ଥ କୁପୋଷଣର ମାତ୍ରା ବଢିବାର ଅନେକ ଆଶଙ୍କା ରହିଛି। ସେହିଭଳି ଗରିବି ନ ବଢିଛି ବୋଲି କହି ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଧାର ଅପଡେଟ୍‌ ପାଇଁ ଦେବାକୁ ପଡିବ ଏତେଟଙ୍କା, ୫୦ ବଦଳରେ ଖର୍ଚ୍ଚ ହେବ…

ନୂଆଦିଲ୍‌ଲୀ,୬।୧: ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଠାରୁ ଆରମ୍ଭ କରି ସରକାରୀ ଯୋଜନାର ଲାଭ ପାଇବା ପର୍ଯ୍ୟନ୍ତ ସବୁକିଛି ପାଇଁ ଆଧାର କାର୍ଡ ଅତ୍ୟାବଶ୍ୟକ। ଆପଣଙ୍କ ଆଧାର...

ଏହି ଗୋଟିଏ କାମ କରି ନଥିଲେ ଆଉ ବୁକ୍‌ କରିପାରିବେନି ଟ୍ରେନ ଟିକେଟ୍‌, ଜାନୁଆରୀ ୧୨ ଲାଗୁ ହେବ ନୂଆ ନିୟମ

ନୂଆଦିଲ୍ଲୀ,୬।୧: ଟିକେଟ ବୁକିଂ ଠକେଇକୁ ରୋକିବା ପାଇଁ IRCTC କଡ଼ା ପଦକ୍ଷେପ ନେଇଛି। ଏହା ଅଧୀନରେ, IRCTC ଉପଭୋକ୍ତାମାନଙ୍କୁ ସେମାନଙ୍କର ଆଧାର କାର୍ଡ ଲିଙ୍କ କରିବାକୁ...

Post Officeର ଏହି ଜବରଦସ୍ତ ସ୍କିମ୍‌ରେ କରନ୍ତୁ ନିବେଶ: କେବଳ ସୁଧ ମିଳିବ ୬ ଲକ୍ଷରୁ ଅଧିକ

ନୂଆଦିଲ୍ଲୀ,୫।୧: ଦେଶରେ ଅନେକ ସରକାରୀ ଯୋଜନା ଚାଲିଛି। ଏଥିମଧ୍ୟରୁ ଗୋଟିଏ ହେଉଛି ପୋଷ୍ଟ ଅଫିସରେ ନିବେଶ। ପୋଷ୍ଟ ଅଫିସ ବିଭିନ୍ନ ପ୍ରକାରର ଯୋଜନା ପ୍ରଦାନ କରେ।...

୨୦୨୬ରେ ସଞ୍ଚୟ ଯୋଜନା କରିଛନ୍ତି କି? କେବେ ଆଉ କିଭଳି କରିବେ ନିବେଶ, ଜାଣନ୍ତୁ ଏହାର ସମ୍ପୂର୍ଣ୍ଣ ABC

ନୂଆଦିଲ୍ଲୀ,୪।୧: ନୂତନ ବର୍ଷର ଆରମ୍ଭ ସଞ୍ଚୟ ଅଭ୍ୟାସ ଏବଂ ଦୀର୍ଘକାଳୀନ ଲକ୍ଷ୍ୟ ପାଇଁ ନିବେଶକୁ ଉତ୍ସାହିତ କରେ। ଏହି ସମୟପ୍ରଥମ ଥର ପାଇଁ ନିବେଶକ ଏବଂ...

ଆମେରିକା କବଜାରେ ଭେନେଜୁଏଲା ତେଲ, ଭାରତ ପାଇଁ ଖୋଲିଗଲା ୧ ବିଲିୟନ ଡଲାର ରାସ୍ତା

ନୂଆଦିଲ୍ଲୀ,୪ା୧: ଭେନେଜୁଏଲାର ତେଲ କ୍ଷେତ୍ରକୁ ଆମେରିକା ନିଜ ନିୟନ୍ତ୍ରଣକୁ ନେବା ପରେ ଏହା ଭାରତ ପାଇଁ ଏକ ବଡ଼ ସୁବିଧା ଆଣିପାରେ। ବିଶ୍ଳେଷକ ଓ ଶିଳ୍ପ...

DA Hike Alert: ନୂଆ ବର୍ଷରେ କେବେ ବଢ଼ିବ ମହଙ୍ଗା ଭତ୍ତା, କେତେ ବଢ଼ିବ? ଜାଣନ୍ତୁ ପୂରା ସୂଚନା…

ନୂଆଦିଲ୍ଲୀ,୪।୧: ନୂତନ ବର୍ଷ ଆରମ୍ଭ ହୋଇଛି। ଏହା ସହିତ, ସରକାରୀ କର୍ମଚାରୀମାନେ ସେମାନଙ୍କର DA ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସର୍ବଦା DA (ମହଙ୍ଗା...

ପୁଣି ବଢିଯିବ ସୁନା ଦର! ଆମେରିକାର ଆକ୍ରମଣ ପରେ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୪।୧: ଦେଶରେ ସୁନା ମୂଲ୍ୟ ବୃଦ୍ଧି ନେଇ ଲୋକମାନେ ପୂର୍ୱରୁ ଚିନ୍ତିତ ଅଛନ୍ତି। ଏହା ବ୍ୟତୀତ, ଆମେରିକା ଆକ୍ରମଣ ପରେ ଭେନେଜୁଏଲାରେ ସୃଷ୍ଟି ହେଉଥିବା ପରିସ୍ଥିତି...

ଅଫିସ ଜବ୍‌ ଠାରୁ ବି ମୋଟାଅଙ୍କର ଟଙ୍କା କମାନ୍ତି ଡେଲିଭରି ପାର୍ଟନର, ଘଣ୍ଟାକୁ ଏତେ ଟଙ୍କା..

ନୂଆଦିଲ୍ଲୀ,୩।୧: ଆଜିକାଲି, ଦେଶର ପ୍ରତ୍ୟେକ ସହରର ରାସ୍ତାରେ ଡେଲିଭରି ପାର୍ଟନରମାନେ ଲାଲ, ହଳଦିଆ ଏବଂ ସବୁଜ ରଙ୍ଗର ଟି-ସାର୍ଟ ପିନ୍ଧି କାମ କରୁଥିବା ଦେଖଇବାକୁ ପାଉଥିବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri