ସର୍ବନିମ୍ନ ସ୍ତରକୁ ଖସିଲା ଉପଭୋକ୍ତା ଖର୍ଚ୍ଚ

ନୂଆଦିଲ୍ଲୀ,୧୬-୧୧: ଦେଶ ମଧ୍ୟରେ କଞ୍ଜ୍ୟୁମର ସ୍ପେଣ୍ଡିଂ (ଭପଭୋକ୍ତା ଖର୍ଚ୍ଚ) ସର୍ବନିମ୍ନ ସ୍ତରକୁ ଖସିଛି। ଗତ ୧୯୭୩ ପରଠାରୁ ବା ୪ ଦଶନ୍ଧି ମଧ୍ୟରେ ପ୍ରଥମ ଥର ଲାଗି ଏଭଳି ହୋଇଥିବା ଜଣାପଡିଛି। ଜିଡିପି ଅଙ୍କ ଖସୁଥିବା ବେଳେ ଏଭଳି ସ୍ଥିତିରେ ଉପଭୋକ୍ତା ଖର୍ଚ୍ଚ କମାଇବା ଏକ ବଡ ଝଟକା ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ପକ୍ଷରୁ ଏହି ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ତଥ୍ୟକୁ ବିଚାର କଲେ ଗତ କିଛିବର୍ଷ ହେବ ଦେଶରେ ଦାରିଦ୍ର୍ୟ ବଢୁଥିବା ପ୍ରତୀୟମାନ ହେଉଛି। ଏନ୍‌ଏସ୍‌ଓ ପକ୍ଷରୁ ନିକଟରେ ହୋଇଥିବା ଖାଉଟି ଖର୍ଚ୍ଚ ସର୍ଭେ ‘ କି ଇଣ୍ଡିକେଟର୍ସ, ହାଉସହୋଲ୍ଡ କଞ୍ଜ୍ୟୁମର ଏକ୍ସପେଣ୍ଡିଚର ଇନ୍‌ ଇଣ୍ଡିଆ’ ସର୍ଭେ ମୁତାବକ, ୨୦୧୭-୧୮ ଆର୍ଥତ୍କ ବର୍ଷରେ ଜଣେ ଲୋକର ମାସିକ ହାରାହାରି ଖର୍ଚ୍ଚ ୩.୭% ହ୍ରାସ ଘଟି ୧୪୪୬ ଟଙ୍କା ରହିଛି। ଏହା ଆର୍ଥତ୍କ ବର୍ଷ ୨୦୧୧-୧୨ରେ ୧୫୦୧ ଟଙ୍କା ରହିଥିଲା। ଏକ ମୁଦ୍ରିତ ଗଣମାଧ୍ୟମ ପକ୍ଷରୁ ଏହା ଉପରେ ଏକ ରିପୋର୍ଟ ଆସିବା ପରେ ସରକାର ଶୁକ୍ରବାର ସଂଧ୍ୟାରେ ପ୍ରତିକ୍ରିୟା ରଖିଛନ୍ତି। ସରକାର କହିଛନ୍ତି ଏହି ରିପୋର୍ଟ ଠିକ୍‌ ନୁହେଁ। ରିପୋର୍ଟରେ ଡାଟାର ଗୁଣବତ୍ତା ଠିକ୍‌ ନ ଥିବା ଯୋଗୁ ପୁଣି ଥରେ ସର୍ଭେ ହେବା ପରେ ସରକାର ଡାଟା ଜାରି କରିବେ।
ସର୍ଭେ ମୁତାବକ ୨୦୧୧-୧୨ରେ ବ୍ୟକ୍ତି ପିଛା ମାସିକ ଖର୍ଚ୍ଚ ୧୩% ବଢି ଯାଇଥିଲା। ଏହି ଅଭିବୃଦ୍ଧି ଏହାର ପୂର୍ବ ଦୁଇ ବର୍ଷରେ ହାସଲ ହୋଇଥିଲା। ୨୦୦୯-୧୦ କୁ ମୂଳ ବର୍ଷ ଭାବେ ଧରି ମୁଦ୍ରାସ୍ଫୀତିକୁ ମଧ୍ୟ ବିଚାରକରାଯାଇଛି। ବର୍ତ୍ତମାନର ସର୍ଭେ ୨୦୧୭ ଜୁଲାଇଠାରୁ ଜୁନ ୨୦୧୮ ମଧ୍ୟରେ କରାଯାଇଛି। ଗତ ୬ ବର୍ଷ ମଧ୍ୟରେ ଗ୍ରାମାଞ୍ଚଳରେ ବ୍ୟକ୍ତିଗତ ଖର୍ଚ୍ଚ ୮.୮% ହାରରେ କମିଛି। ସେହିଭଳି ସହରାଞ୍ଚଳରେ ଏହି ଖର୍ଚ୍ଚ ୨% ହାରରେ କମିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ଆବଶ୍ୟକୀୟ ସାମଗ୍ରୀ ବାବଦ ଖର୍ଚ୍ଚ କମିଛି
ସର୍ଭେରୁ ଜଣାପଡିଛି ଯେ, ଦୁଗ୍ଧ ଏବଂ ଦୁଗ୍ଧରୁ ପ୍ରସ୍ତୁତ ହେଉଥିବା ଉତ୍ପାଦ ବାଦ ଲୋକମାନେ ପ୍ରାୟ ସବୁ ସାମଗ୍ରୀ କିଣିବା କାଟ କରିଛନ୍ତି। ଦେଶ ମଧ୍ୟରେ ଲୋକମାନେ ତେଲ, ଲୁଣ, ଚିନି, ମସଲା ଭଳି ଅତି ଜରୁରୀ ସାମଗ୍ରୀ କିଣିବାକୁ ମଧ୍ୟ କୁଣ୍ଠାବୋଧ କରୁଛନ୍ତି। ଏକ୍ଷେତ୍ରରେ ଲୋକମାନେ ବୃହତ୍ତ ମାତ୍ରାରେ ଖର୍ଚ୍ଚ କମାଇଛନ୍ତି ଯାହା ଆଶ୍ଚର୍ଯ୍ୟଜନକ। ସେହିଭଳି ଅଣଖାଦ୍ୟ ସାମଗ୍ରୀ କଥାକୁ ବିଚାର କଲେ ଜଣାଯିବ ଯେ , ଏହାର ଏକ ମିଶ୍ରିତ ଫଳାଫଳ ଆସିଛି। ଗ୍ରାମୀଣ ଭାରତରେ ଅଣ ଖାଦ୍ୟ ସାମଗ୍ରୀ ବାବଦ ଖର୍ଚ୍ଚ ୭.୬% କମିଛି। ଅପରପକ୍ଷରେ ଏହା ସହରାଞ୍ଚଳରେ ୩.୮% ବଢିଛି।
୨୦୧୭-୧୮ରେ ଦେଶର ଗ୍ରାମାଞ୍ଚଳରେ ଭୋଜନ ଲାଗି ମାସିକ ହାରାହାରି ଖର୍ଚ୍ଚ ୫୮୦ ଟଙ୍କା ରହିଛି। ଏହା ୨୦୧୧-୧୨ରେ ୬୪୩ ଟଙ୍କା ରହିଥିଲା। ଏଥିରେ ୧୦% ହ୍ରାସ ଘଟିଛି। ସହରାଞ୍ଚଳରେ ଏହା ୨୦୧୧-୧୨ ତୁଳନାରେ ୨୦୧୭-୧୮ରେ ମାତ୍ର ୩ ଟଙ୍କା ବଢିଛି।
ଚିନ୍ତା ପ୍ରକଟ କଲେ ଅର୍ଥନୀତିଜ୍ଞ
ଉପଭୋକ୍ତା ଖର୍ଚ୍ଚ ହ୍ରାସକୁ ନେଇ ଅର୍ଥନୀତିଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ଯୋଜନା ଆୟୋଗର ପୂର୍ବତନ ସଦସ୍ୟ ଅଭିଜିତ ସେନ କହିଛନ୍ତି ଯେ, ଜନକଲ୍ୟାଣକାରୀ କ୍ଷେତ୍ରକୁ ନେଇ ଚିନ୍ତା କରିବାର ବେଳ ଆସିଛି। ଗ୍ରାମାଞ୍ଚଳରେ ଖାଦ୍ୟ ସାମଗ୍ରୀ ଖର୍ଚ୍ଚ କମିବା ଅର୍ଥ କୁପୋଷଣର ମାତ୍ରା ବଢିବାର ଅନେକ ଆଶଙ୍କା ରହିଛି। ସେହିଭଳି ଗରିବି ନ ବଢିଛି ବୋଲି କହି ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri