ସର୍ବନିମ୍ନ ସ୍ତରକୁ ଖସିଲା ଉପଭୋକ୍ତା ଖର୍ଚ୍ଚ

ନୂଆଦିଲ୍ଲୀ,୧୬-୧୧: ଦେଶ ମଧ୍ୟରେ କଞ୍ଜ୍ୟୁମର ସ୍ପେଣ୍ଡିଂ (ଭପଭୋକ୍ତା ଖର୍ଚ୍ଚ) ସର୍ବନିମ୍ନ ସ୍ତରକୁ ଖସିଛି। ଗତ ୧୯୭୩ ପରଠାରୁ ବା ୪ ଦଶନ୍ଧି ମଧ୍ୟରେ ପ୍ରଥମ ଥର ଲାଗି ଏଭଳି ହୋଇଥିବା ଜଣାପଡିଛି। ଜିଡିପି ଅଙ୍କ ଖସୁଥିବା ବେଳେ ଏଭଳି ସ୍ଥିତିରେ ଉପଭୋକ୍ତା ଖର୍ଚ୍ଚ କମାଇବା ଏକ ବଡ ଝଟକା ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ପକ୍ଷରୁ ଏହି ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ତଥ୍ୟକୁ ବିଚାର କଲେ ଗତ କିଛିବର୍ଷ ହେବ ଦେଶରେ ଦାରିଦ୍ର୍ୟ ବଢୁଥିବା ପ୍ରତୀୟମାନ ହେଉଛି। ଏନ୍‌ଏସ୍‌ଓ ପକ୍ଷରୁ ନିକଟରେ ହୋଇଥିବା ଖାଉଟି ଖର୍ଚ୍ଚ ସର୍ଭେ ‘ କି ଇଣ୍ଡିକେଟର୍ସ, ହାଉସହୋଲ୍ଡ କଞ୍ଜ୍ୟୁମର ଏକ୍ସପେଣ୍ଡିଚର ଇନ୍‌ ଇଣ୍ଡିଆ’ ସର୍ଭେ ମୁତାବକ, ୨୦୧୭-୧୮ ଆର୍ଥତ୍କ ବର୍ଷରେ ଜଣେ ଲୋକର ମାସିକ ହାରାହାରି ଖର୍ଚ୍ଚ ୩.୭% ହ୍ରାସ ଘଟି ୧୪୪୬ ଟଙ୍କା ରହିଛି। ଏହା ଆର୍ଥତ୍କ ବର୍ଷ ୨୦୧୧-୧୨ରେ ୧୫୦୧ ଟଙ୍କା ରହିଥିଲା। ଏକ ମୁଦ୍ରିତ ଗଣମାଧ୍ୟମ ପକ୍ଷରୁ ଏହା ଉପରେ ଏକ ରିପୋର୍ଟ ଆସିବା ପରେ ସରକାର ଶୁକ୍ରବାର ସଂଧ୍ୟାରେ ପ୍ରତିକ୍ରିୟା ରଖିଛନ୍ତି। ସରକାର କହିଛନ୍ତି ଏହି ରିପୋର୍ଟ ଠିକ୍‌ ନୁହେଁ। ରିପୋର୍ଟରେ ଡାଟାର ଗୁଣବତ୍ତା ଠିକ୍‌ ନ ଥିବା ଯୋଗୁ ପୁଣି ଥରେ ସର୍ଭେ ହେବା ପରେ ସରକାର ଡାଟା ଜାରି କରିବେ।
ସର୍ଭେ ମୁତାବକ ୨୦୧୧-୧୨ରେ ବ୍ୟକ୍ତି ପିଛା ମାସିକ ଖର୍ଚ୍ଚ ୧୩% ବଢି ଯାଇଥିଲା। ଏହି ଅଭିବୃଦ୍ଧି ଏହାର ପୂର୍ବ ଦୁଇ ବର୍ଷରେ ହାସଲ ହୋଇଥିଲା। ୨୦୦୯-୧୦ କୁ ମୂଳ ବର୍ଷ ଭାବେ ଧରି ମୁଦ୍ରାସ୍ଫୀତିକୁ ମଧ୍ୟ ବିଚାରକରାଯାଇଛି। ବର୍ତ୍ତମାନର ସର୍ଭେ ୨୦୧୭ ଜୁଲାଇଠାରୁ ଜୁନ ୨୦୧୮ ମଧ୍ୟରେ କରାଯାଇଛି। ଗତ ୬ ବର୍ଷ ମଧ୍ୟରେ ଗ୍ରାମାଞ୍ଚଳରେ ବ୍ୟକ୍ତିଗତ ଖର୍ଚ୍ଚ ୮.୮% ହାରରେ କମିଛି। ସେହିଭଳି ସହରାଞ୍ଚଳରେ ଏହି ଖର୍ଚ୍ଚ ୨% ହାରରେ କମିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ଆବଶ୍ୟକୀୟ ସାମଗ୍ରୀ ବାବଦ ଖର୍ଚ୍ଚ କମିଛି
ସର୍ଭେରୁ ଜଣାପଡିଛି ଯେ, ଦୁଗ୍ଧ ଏବଂ ଦୁଗ୍ଧରୁ ପ୍ରସ୍ତୁତ ହେଉଥିବା ଉତ୍ପାଦ ବାଦ ଲୋକମାନେ ପ୍ରାୟ ସବୁ ସାମଗ୍ରୀ କିଣିବା କାଟ କରିଛନ୍ତି। ଦେଶ ମଧ୍ୟରେ ଲୋକମାନେ ତେଲ, ଲୁଣ, ଚିନି, ମସଲା ଭଳି ଅତି ଜରୁରୀ ସାମଗ୍ରୀ କିଣିବାକୁ ମଧ୍ୟ କୁଣ୍ଠାବୋଧ କରୁଛନ୍ତି। ଏକ୍ଷେତ୍ରରେ ଲୋକମାନେ ବୃହତ୍ତ ମାତ୍ରାରେ ଖର୍ଚ୍ଚ କମାଇଛନ୍ତି ଯାହା ଆଶ୍ଚର୍ଯ୍ୟଜନକ। ସେହିଭଳି ଅଣଖାଦ୍ୟ ସାମଗ୍ରୀ କଥାକୁ ବିଚାର କଲେ ଜଣାଯିବ ଯେ , ଏହାର ଏକ ମିଶ୍ରିତ ଫଳାଫଳ ଆସିଛି। ଗ୍ରାମୀଣ ଭାରତରେ ଅଣ ଖାଦ୍ୟ ସାମଗ୍ରୀ ବାବଦ ଖର୍ଚ୍ଚ ୭.୬% କମିଛି। ଅପରପକ୍ଷରେ ଏହା ସହରାଞ୍ଚଳରେ ୩.୮% ବଢିଛି।
୨୦୧୭-୧୮ରେ ଦେଶର ଗ୍ରାମାଞ୍ଚଳରେ ଭୋଜନ ଲାଗି ମାସିକ ହାରାହାରି ଖର୍ଚ୍ଚ ୫୮୦ ଟଙ୍କା ରହିଛି। ଏହା ୨୦୧୧-୧୨ରେ ୬୪୩ ଟଙ୍କା ରହିଥିଲା। ଏଥିରେ ୧୦% ହ୍ରାସ ଘଟିଛି। ସହରାଞ୍ଚଳରେ ଏହା ୨୦୧୧-୧୨ ତୁଳନାରେ ୨୦୧୭-୧୮ରେ ମାତ୍ର ୩ ଟଙ୍କା ବଢିଛି।
ଚିନ୍ତା ପ୍ରକଟ କଲେ ଅର୍ଥନୀତିଜ୍ଞ
ଉପଭୋକ୍ତା ଖର୍ଚ୍ଚ ହ୍ରାସକୁ ନେଇ ଅର୍ଥନୀତିଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ଯୋଜନା ଆୟୋଗର ପୂର୍ବତନ ସଦସ୍ୟ ଅଭିଜିତ ସେନ କହିଛନ୍ତି ଯେ, ଜନକଲ୍ୟାଣକାରୀ କ୍ଷେତ୍ରକୁ ନେଇ ଚିନ୍ତା କରିବାର ବେଳ ଆସିଛି। ଗ୍ରାମାଞ୍ଚଳରେ ଖାଦ୍ୟ ସାମଗ୍ରୀ ଖର୍ଚ୍ଚ କମିବା ଅର୍ଥ କୁପୋଷଣର ମାତ୍ରା ବଢିବାର ଅନେକ ଆଶଙ୍କା ରହିଛି। ସେହିଭଳି ଗରିବି ନ ବଢିଛି ବୋଲି କହି ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଟିପିସିଓଡିଏଲ୍‌ର ନୂଆ ସିଇଓ ଗଜାନନ ଏସ୍‌.କାଲେ

ଭୁବନେଶ୍ୱର, ୩ା୬: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟାଟା ପାଓ୍ବାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ନୂଆ ସିଇଓ ଭାବେ ଗଜାନନ…

ପେଟ୍ରୋଲ ଟେନଶନ ଶେଷ! ଜୁନ ୩ରେ ଲଞ୍ଚ୍‌ ହେବ ଦେଶର ପ୍ରଥମ ୧୦୦% ଇଥାନଲ ଚାଳିତ ବାଇକ୍‌, ଜାଣନ୍ତୁ କେତେ ରେଟ୍‌…

ନୂଆଦିଲ୍ଲୀ,୨।୬: ଯଦି ଆପଣ ପେଟ୍ରୋଲର ଆକାଶଛୁଆଁ ଦରକୁ ନେଇ ଚିନ୍ତିତ ଏବଂ ପ୍ରତିଦିନର ଯାତ୍ରା ଖର୍ଚ୍ଚ କମାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖୁସି…

ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼, ୧୨ ଟଙ୍କା ଯାଏଁ ବଢ଼ିପାରେ ପେଟ୍ରୋଲ-ଡିଜେଲ ଦାମ! ଜାଣନ୍ତୁ ଆଜିର ରେଟ୍‌

ନୂଆଦିଲ୍‌ଲୀ,୨।୬: ଯଦି ଆପଣ ପେଟ୍ରୋଲ ଏବଂ ଡିଜେଲର ବୃଦ୍ଧିରୁ ଶୀଘ୍ର ମୁକ୍ତି ପାଇବା ପାଇଁ ଆଶା କରୁଛନ୍ତି, ତେବେ ଏଠାରେ କିଛି ଚିନ୍ତାଜନକ ଖବର ଅଛି। ଗତ…

ଆଜିଠାରୁ ଲାଗୁ ହେଲା ସିଲିଣ୍ଡର ବୁକିଂ, ଡେଲିଭରିର ନୂଆ ସିଷ୍ଟମ, ଜାଣିରଖନ୍ତୁ ନଚେତ୍‌ ହେବେ ହଇରାଣ

ନୂଆଦିଲ୍ଲୀ,୧।୬: ଭାରତର ରନ୍ଧନ ଗ୍ୟାସ ଏବଂ ପାଇପ ଲାଇନ ଗ୍ୟାସ (PNG) ଗ୍ରାହକଙ୍କ ପାଇଁ ଆଜି ଏକ ନୂତନ ଡିଜିଟାଲ ଏବଂ ଆଇନଗତ ସକାଳ ଆସିଛି। କେନ୍ଦ୍ର…

କନଫର୍ମ ଟିକେଟ ଥାଇ ବି ମିଳିଲାନି ସିଟ୍‌: ଏବେ ରେଳବାଇ ଦେବ ୨୦,୦୦୦ କ୍ଷତିପୂରଣ

ନୂଆଦିଲ୍ଲୀ,୧।୬: ନିକଟରେ ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଅଧିକାର ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ବିହାରର ଏକ ଗ୍ରାହକ ଅଦାଲତ ଏକ ଐତିହାସିକ…

ଗୁଗଲକୁ ବଡ଼ ଝଟକା: ହାଇକୋର୍ଟ ଲଗାଇଲେ ୩୦ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ,୩୧।୫: ଗୁଗଲ (Google) ଏବେ ଭାରତରେ ବଡ଼ ଆଇନଗତ ଅସୁବିଧାରେ ପଡ଼ିଛି। ଟ୍ରେଡମାର୍କ ଉଲ୍ଲଂଘନ ମାମଲାରେ ଦିଲ୍ଲୀ ହାଇକୋର୍ଟ ଗୁଗଲ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା…

ଖୁସି ଖବର, ପେଟ୍ରୋଲ-ଡିଜେଲ ଉପରେ ଟିକସ ହ୍ରାସ କଲେ ସରକାର: ସାଧାରଣ ଲୋକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୩୧।୫: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ATF ରପ୍ତାନି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଶନିବାର, ୩୦ ମଇରେ ଜାରି ଏକ ବିବୃତ୍ତି ଅନୁଯାୟୀ,…

୨୫ ଦିନ ପୂର୍ବରୁ ସରିଯାଉଛି କି LPG ସିଲିଣ୍ଡର? ବ୍ୟସ୍ତ ନ ହୋଇ ଆପଣାନ୍ତୁ ଏହି ୩ ଉପାୟ, ବୁକିଂ ନିୟମ…

ନୂଆଦିଲ୍ଲୀ,୨୯।୫: ଘରୋଇ ଏଲ୍‌ପିଜି (LPG) ସିଲିଣ୍ଡର ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଏକ ଜରୁରୀ ଖବର। ସାଧାରଣତଃ ଏକ ୧୪.୨ କିଲୋଗ୍ରାମର ଗ୍ୟାସ ସିଲିଣ୍ଡର ଏକ ମଧ୍ୟବିତ୍ତ ପରିବାରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri