ସର୍ଗିମୁଣ୍ଡାରେ ଅନାହାର ମୃତ୍ୟୁ ପ୍ରସଙ୍ଗ: ଦଳିତ ଅଧିକାର ମଞ୍ଚର ବୋଡେନ ବ୍ଲକ ଘେରାଉ

ନୂଆପଡା ଅଫିସ/ବୋଡେନ,୨ା୮-ନୂଆପଡା ଜିଲା ବୋଡେନ ବ୍ଲକ କର୍ଲାକୋଟ ଗ୍ରାମପଞ୍ଚାୟତ ସର୍ଗିମୁଣ୍ଡା ଗାଁର ଗୌତମ ବେହେରାଙ୍କ ମୃତ୍ୟୁ ଅନାହାର ଜନିତ ହୋଇଥିଲା। ଏହି ଘଟଣା ଉପରେ ଜିଲା ପ୍ରଶାସନ କୌଣସି ଦୃଷ୍ଟି ନ ଦେଇ ଚୁପ ହୋଇ ରହିଛି ବୋଲି ଦଳିତ ଅଧିକାର ମଞ୍ଚ ଅଭିଯୋଗ କରି ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ବୋଡେନ ବ୍ଲକ ଘେରାଉ କରିଥିବାବେଳେ ତଦନ୍ତ ପାଇଁ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
ସର୍ଗିମୁଣ୍ଡା ଗାଁର ଗୌତମ ଏବଂ ଦେବନ୍ତୀ ଭୋକ ଉପାସରେ ରୋଗରେ ପଡି ଛଟପଟ ହେଉଥିଲେ। ସେମାନଙ୍କୁ ପରବର୍ତ୍ତି ସମୟରେ ବ୍ଲକ ପ୍ରଶାସନ ଉଦ୍ଧାର କରି ନୂଆପଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ। ସେଠରେ ଦୀର୍ଘ ମାସେ କାଳ ରହିବା ପରେ ଘରକୁ ଫେରି ଆସିଥିଲେ । ହେଲେ ଗତ ମାସ ୯ ତାରିଖରେ ଭୋକ ଉପାସରେ ପଡି ମୃତ୍ୟୁବରଣ କରିଥିବା ଦଳିତ ଅଧିକାର ମଞ୍ଚ ଅଭିଯୋଗ କରିଛି। କିଛି ଦିନ ତଳେ କର୍ମକତ୍ତାମାନେ ଗାଁକୁ ପରିଦର୍ଶନ କରି ପ୍ରକୃତ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାକୁ ନେଇ ବ୍ଲକ ପ୍ରଶାସନକୁ ଜଣାଇଥିଲେ । ହେଲେ ନିର୍ଦ୍ଧାରିତ ଦିନ ମଧ୍ୟରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଶେଷରେ ଗୁରୁବାର ମଞ୍ଚର ସଭାପତି କମଳ ଚରଣ ତାଣ୍ଡିଙ୍କ ନେତୃତ୍ୱରେ ଶତାଧିକ ମହିଳାପୁରୁଷମାନେ ସ୍ଥାନୀୟ ବିନୋପୁରଠାରୁ ରାଲିରେ ବାହାରିଥିଲେ । ବୋଡେନ ବସ୍ତିସାରା ବିଭିନ୍ନ ନାରାବାଜି କରି ପ୍ରଶାସନର ଅପାରଗତା ଉପରେ ସ୍ଲୋଗାନମାନ ଦେଇଥିଲେ। ଶେଷରେ ବ୍ଲକ କାର୍ଯ୍ୟାଳୟ ନିକଟରେ ଏକତ୍ର ହୋଇ ଦୀର୍ଘ ସମୟ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମଧ୍ୟାହ୍ନ ସାଢେ ୧୨ଟାରୁ ଅପରାହ୍ନ ୩ଟା ଯାଏଁ ଧାରଣା ଦେଇଥିଲେ। ବ୍ଲକ କାର୍ଯ୍ୟାଳୟ ଭିତରକୁ ଏକ ପ୍ରତିନିଧି ଦଳ ଯାଇ ବିଡିଓ ପୂର୍ଣ୍ଣଚନ୍ଦ୍ର ଭୋଇଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଦାବିଗୁଡିକ ମଧ୍ୟରେ ଗୌତମ ବେହେରାଙ୍କ ମୃତ୍ୟୁକୁ ସରକାର ଅନାହାର ମୃତ୍ୟୁ ବୋଲି ସ୍ବୀକାର କରନ୍ତୁ, ଅନାହାର ମୃତ୍ୟୁ ସକାଶେ ଦାୟୀ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା, ମୃତକ ଗୌତମଙ୍କ ଭଉଣୀ ଦେବନ୍ତୀଙ୍କ ଉଚିତ ଚିକିତ୍ସା କରିବା ସହ ତାଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଦାବି କରାଯାଇଛ। ଏହାପରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜିଲାବ୍ୟାପି କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜୟରାମ ଦୀପ, ରୁପସିଂ ଜଗତ, ବେଣୁଧର ଜଗତ, ଖଗେଶ୍ୱର ଦୀପ, ଧନକର, ଲକ୍ଷ୍ମୀଧର ବେହେରା, ଅଜିତ ବେହେରା, ଜିତେନ୍ଦ୍ର ଜଗତ, ଅରବିନ୍ଦ ଅଦା, ଚିତରଞ୍ଜନ ଜଗତ, ବୁଧୁରାମ ଦୀପ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଛ ଲଗାଇ ସଚେତନତା ବାର୍ତ୍ତା

ଭଦ୍ରକ ଅଫିସ, ୨୭।୮- ଗଛବୃଚ୍ଛ ନ ରହିଲେ ପରିବେଶ ଉଜୁଡ଼ି ଯିବ। ୧୯୯୯ ମହାବାତ୍ୟାରେ ବହୁ ସଂଖ୍ୟାରେ ଗଛ ଭାଙ୍ଗି ପଡ଼ିବା ପରେ ବୃକ୍ଷରୋପଣକୁ ନିଜ...

ବଳଦାରେ ହାତୀପଲ ଉପଦ୍ରବ: ଘର ଭାଙ୍ଗିଲେ, ଚାଉଳ ଖାଇଲେ

ଯୋଡା,୨୪ା୫,(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବଳଦା ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ହାତୀପଲ ଉପଦ୍ରବ କରିଛନ୍ତି। ବିଳମ୍ବିତ ରାତିରେ ହାତୀପଲ ଗୋବର୍ଦ୍ଧନ...

ବଳାତ୍କାର ମାମଲା, ଜେଲ ଗଲେ ଅଭିଯୁକ୍ତ

ପାଟପୁର,୪ା୫- ପାଟପୁର ଥାନା ଅଧିନ ଏକ ଗଁାରେ ଜଣେ ଯୁବତୀଙ୍କୁ ବଳାତ୍କାର ନେଇ ରବିବାର ମାମଲା ରୁଜୁ ହୋଇଥିଲା। ସମ୍ପୃକ୍ତ ଅଭିଯୁକ୍ତ ମନୋଜ କୁମାର ଗୌଡ଼ଙ୍କୁ...

କେନ୍ଦୁଝରରେ ଘନ ଘନ ବିଦ୍ୟୁତ୍‌ କାଟ: ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀସେବା ବାଧାପ୍ରାପ୍ତ, ଶୀଘ୍ର ସମାଧାନ ଦାବି

କେନ୍ଦୁଝର,୧।୬( ସ୍ବ.ପ୍ର.): ଘନ ଘନ ବିଦ୍ୟୁତ୍‌ କାଟ ଯୋଗୁ ଶନିବାର କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ରୋଗୀ ଚିକିତ୍ସା ବାଧାପ୍ରାପ୍ତ ହୋଇଛି। ମେଡିକାଲରେ ଜେନେରେଟର ବ୍ୟବସ୍ଥା...

ତ୍ରିପାକ୍ଷିକ ଆଲୋଚନାରୁ ବାହାରିଲାନି ନିଷ୍କର୍ଷ

କେନ୍ଦୁଝର, ୧୨।୧୦ (ସ୍ବ.ପ୍ର./ଡି.ଏନ.ଏ.)- ଓଡିଶା ସ୍ପଞ୍ଜ କାରଖାନା ଶ୍ରମିକଙ୍କ ସମସ୍ୟା ନେଇ ଶୁକ୍ରବାର ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ମିନି କନଫରେନ୍ସ...

ଯୁବକଙ୍କୁ ଘରୁ ଡାକିନେଇ ହତ୍ୟା: ପ୍ରେମ ବ୍ୟାପାରରୁ ହତ୍ୟା ସନ୍ଦେହ

ଧରାକୋଟ,୨୫।୫(ଡି.ଏନ.ଏ.)- ଧରାକୋଟ ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ଘରୁ ଡାକି ନେଇ ଶୁକ୍ରବାର ବିଳମ୍ବିତ ରାତିରେ ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଛନ୍ତି ଅଲେଖ ନାହାକ...

ପିସି ଘଟଣା ଅଭିଯୋଗକୁ ଭିତ୍ତିହୀନ କହିଲେ କୋକସରା ବ୍ଲକ ଅଧ୍ୟକ୍ଷା

କୋକସରା, ୨୬।୧୨ (ଡି.ଏନ.ଏ)- କଳାହାଣ୍ଡି ଜିଲା କୋକସରା ବ୍ଲକ ପ୍ରଶାସନ ଦ୍ୱାରା ଗତ ୨୧ ତାରିଖରେ ବ୍ଲକ ସଭାଗୃହ ରେ ଏକ ସ୍କ୍ରିନିଂ କମିଟିର ବୈଠକ...

ପାଟଣାରେ ଅଗ୍ନିକାଣ୍ଡ: ଘରେ କେହି ନ ଥିବା ବେଳେ ଜଳିଗଲା ୨ ବଖରା

ପାଟଣା,୪।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡ଼ା ଗ୍ରାମରେ ବୁଧବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ଗ୍ରାମର ଦିଲୀପ ମାହାନ୍ତଙ୍କ ଦୁଇ ବଖରା ଘର ସମ୍ପୂର୍ଣ୍ଣ...

Play 250+ Trending Games
Archives

Model This Week

Why Dharitri