Posted inଖେଳ

ସର୍ଗିଓ ଅଗୁରୋଙ୍କ ପ୍ରିମିୟର ଲିଗ୍‌ ରେକର୍ଡ

ଲଣ୍ଡନ,୧୩।୧- ମାଞ୍ଚେଷ୍ଟର ସିଟି ଷ୍ଟ୍ରାଇକର ସର୍ଗିଓ ଅଗୁରୋ ପ୍ରିମିୟର ଲିଗ୍‌ ଇତିହାସରେ ବିଦେଶୀ ଖେଳାଳିଙ୍କ ମଧ୍ୟରେ ସର୍ବାଧିକ ଗୋଲ କରିଥିବା ଖେଳାଳି ହେବାର ରେକର୍ଡ କରିଛନ୍ତି। ରବିବାର ଆଷ୍ଟାନ ଭିଲା ବିପକ୍ଷରେ ଅନୁଷ୍ଠିତ ମ୍ୟାଚ୍‌କୁ ୧-୬ ଗୋଲରେ ଜିତିନେଇଥିଲା ମାଞ୍ଚେଷ୍ଟର ସିଟି। ସ୍ପାନିଶ ଖେଳାଳି ସର୍ଗିଓ ୮୧ତମ ମିନିଟ୍‌ରେ ହ୍ୟାଟ୍ରିକ ପୂରଣ କରିଥିଲେ। ଏହା ପ୍ରିମିୟର ଲିଗ୍‌ରେ ତାଙ୍କର ୧୨ତମ ହ୍ୟାଟ୍ରିକ। ପ୍ରିମିୟର ଲିଗ୍‌ରେ ତାଙ୍କ ଗୋଲ ସଂଖ୍ୟା ୧୭୭ରେ ପହଞ୍ଚିଛି। ଏଥିସହ ସେ ଥିଏରି ହେନରି (୧୭୫ ଗୋଲ)ଙ୍କୁ ପଛରେ ପକାଇ ଦେଇଛନ୍ତି। ପ୍ରିମିୟର ଲିଗ୍‌ ଇତିହାସରେ ସର୍ବାଧିକ ଗୋଲ ସ୍କୋରରଙ୍କ ତାଲିକାରେ ଅଗୁରୋ ଏବେ ଫ୍ରାଙ୍କ ଲାମ୍ପାର୍ଡଙ୍କ ସହ ମିଳିତ ୪ର୍ଥ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ଶିରରରେ ସର୍ବାଧିକ ୨୬୦ ଗୋଲ ସହ ଶୀର୍ଷରେ ଅଛନ୍ତି। ତାଙ୍କ ପଛକୁ ଓ୍ବେନ ରୁନି (୨୦୮) ଓ ଆଣ୍ଡ୍ର୍ୟୁ କୋଲ (୧୮୭) ପ୍ରିମିୟର ଲିଗ୍‌ରେ ଅଗୁରୋଙ୍କଠାରୁ ଅଧିକ ଗୋଲ କରିଛନ୍ତି। ଅଗୁରୋ ୨୦୧୧ରେ ସିଟି ପାଇଁ ଖେଳିବା ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାର୍ଟି-ପ୍ଲିସ୍‌କୋଭା ଫାଇନାଲ

ଲଣ୍ଡନ, ୯।୧-ଅଷ୍ଟ୍ରେଲିଆର ଆଶ୍‌ଲେ ବାର୍ଟି ଚଳିତ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଫାଇନାଲରେ ସେ ଚେକ୍‌ ରିପବ୍ଲିକର କାରୋଲିନା ପ୍ଲିସ୍‌କୋଭାଙ୍କୁ...

ଓ୍ବାଙ୍ଖଡେରେ ଛକା ବର୍ଷା : ମ୍ୟାଚ୍‌ ନୁହେଁ ମନ ଜିତିଲେ ସାମସନ

ମୁମ୍ବାଇ, ୧୨ା୪- ଓ୍ବାଙ୍ଖଡେ ଷ୍ଟାଡିୟମ ଏବେ ବ୍ୟାଟ୍ସମ୍ୟାନଙ୍କ ପାଇଁ ପାଲଟିଛି ସ୍ବର୍ଗ। ସୋମବାର ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଦେଖିବାକୁ...

ଟିମ୍‌ ଇଣ୍ଡିଆର ପୂର୍ବତନ ସଦସ୍ୟଙ୍କ ଅବସର

ମୁମ୍ବାଇ,୭।୧୦: ଭାରତୀୟ ଦଳର ପୂର୍ବତନ ସଦସ୍ୟ ଅଭିମନ୍ୟୁ ମିଥୁନ ଗୁରୁବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। କର୍ନାଟକର ପେସର ଭାରତ ପାଇଁ ୪...

ଅଶ୍ୱିନଙ୍କ ପାଇଁ ବିସିସିଆଇର ସ୍ବତନ୍ତ୍ର ବ୍ୟବସ୍ଥା

ମୁମ୍ବାଇ,୮।୭: ଭାରତୀୟ ଦଳର ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛି ବିସିସିଆଇ। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ପୂର୍ବରୁ ଅଶ୍ୱିନ ସରେ...

ଏକ୍ସବୟଫ୍ରେଣ୍ଡଙ୍କୁ ଏବେ ବି ଭୁଲିନାହାନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ସ୍ତ୍ରୀ

ଭାରତୀୟ କ୍ରିକେଟ ଦଳର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଗତ ବର୍ଷ ସର୍ବିଆ ମଡେଲ ତଥା ବଲିଉଡ ଅଭିନେତ୍ରୀ ନତାଶା ଷ୍ଟାନକୋଭିକଙ୍କୁ ବିବାହ କରିଥିଲେ। ଯଦିଓ...

ପଞ୍ଜାବ ଆଗରେ ୧୮୬ ରନ୍‌ର କଷ୍ଟସାଧ୍ୟ ବିଜୟଲକ୍ଷ୍ୟ

ଦୁବାଇ,୨୧।୯: ଚଳିତ ଆଇପିଲଏଲରେ ମଙ୍ଗଳବାର ଏଠାରେ ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରଞ୍ଜାବ କିଙ୍ଗ୍ସ ଆଗରେ ୧୮୬ ରନ୍‌ର ଚ୍ୟାଲେଞ୍ଜିଂ ବିଜୟ ଲକ୍ଷ୍ୟ ଛିଡ଼ା କରିଛି ରାଜସ୍ଥାନ ରୟାଲ୍ସ।...

ବାଂଲାଦେଶକୁ ୮ ଉଇକେଟରେ ହରାଇଲା ନ୍ୟୁଜିଲାଣ୍ଡ

ଡୁନେଡିନ୍‌,୨୧ା୩(ଏପି)-ଭ୍ରମଣକାରୀ ବାଂଲାଦେଶ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡ ୮ ଉଇକେଟରେ ସହଜ ବିଜୟ ହାସଲ କରିଛି। ଏହି ବିଜୟ ଦ୍ୱାରା ଦଳ...

ଖାଲି ଷ୍ଟାଡିୟମ ଷ୍ଟୋକ୍ସଙ୍କ ପ୍ରଦର୍ଶନକୁ ପ୍ରଭାବିତ କରିବ

ଲଣ୍ଡନ, ୮ା୬ (ପି.ଟି.)-କୋଭିଡ୍‌-୧୯ ମହାମାରୀ ଯୋଗୁ ଯଦି ଅନ୍ତର୍ଜାତୀୟ କ୍ରିକେଟ ଖାଲି ଷ୍ଟାଡିୟମରେ ଖେଳାଯାଏ ତେବେ ଏହା ବିଶ୍ୱକପ୍‌ ବିଜୟୀ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କ ପ୍ରଦର୍ଶନ...

Advertisement
Archives

Model This Week