Posted inଫୁରସତ

ସରୋଗେଟ୍‌ ମା’ଠାରୁ ଜନ୍ମ ନେଲେ ୨ ଚିତାବାଘ ଶାବକ

ପୋବେଲ,୨୬।୨: ଇନ୍‌ ଭିଟ୍ରୋ ପଦ୍ଧତିରେ ମଣିଷ କ୍ଷେତ୍ରରେ ସରୋଗେଟ୍‌ ମା’ଠାରୁ ସନ୍ତାନ ଜନ୍ମ ପ୍ରକିୟା ଜାରି ରହିଛି। ତେବେ ଗତ ୩୦ ବର୍ଷ ପରେ ଆମେରିକା ଓହିଓଠାରେ ଥିବା କଲମ୍ବସ ଚିଡ଼ିଆଖାନାରେ ସରୋଗେଟ୍‌ ମା’ଠାରୁ ପୁଣି ୨ ଚିତାବାଘ ଶାବକ ଜନ୍ମ ନେଇଛନ୍ତି। କିବିବି ନାମକ ୬ ବର୍ଷର ଏକ ମାଈ ଚିତାବାଘ ହୋଇପାରି ନ ଥିଲା। କିବିବି ପାଇଁ ଆଉ ମା’ ହେବା ସମ୍ଭବ ମଧ୍ୟ ନ ଥିଲା। ତେଣୁ ଚିଡ଼ିଆଖାନାର ପ୍ରାଣୀ ଚିକିତ୍ସକ କିବିବିର ଡିମ୍ବାଣୁ ନେଇ ଅନ୍ୟ ଏକ ଅଣ୍ଡିରା ଚିତାବାଘର ଶୁକ୍ରାଣୁ ସହିତ ଲ୍ୟାବ୍‌ରେ ଗତ ନଭେମ୍ବର ୧୯ରେ ଫର୍ଟିଲାଇଜେଶନ କରିଥିଲେ। ସୃଷ୍ଟି ହୋଇଥିବା ଭ୍ରୁଣକୁ ନଭେମ୍ବର ୨୧ରେ ଅନ୍ୟ ଏକ ସରୋଗେଟ୍‌ ମାଈ ଚିତାବାଘ ଇଜ୍ଜି ଗର୍ଭରେ ପ୍ରତିରୋପଣ କରାଯାଇଥିଲା। ଡିସେମ୍ବର ୨୩ରେ ଅଲ୍ଟାସାଉଣ୍ଡରୁ ଜଣାପଡ଼ିଥିଲା ଇଜ୍ଜି ଗର୍ଭବତୀ ହୋଇଛି। ଏହାପରେ ୩ ମାସ ପରେ ଫେବୃୟାରୀ ୧୯ରେ ଇଜ୍ଜି ୨ ଟି ସୁସ୍ଥ ଚିତାବାଘ ଶାବକ ଜନ୍ମ ଦେଇଛି। ସେମାନଙ୍କ ମଧ୍ୟରେ ଗୋଟିଏ ମାଈ ଏବଂ ଅନ୍ୟଟି ଅଣ୍ଡିରା ଶାବକ ବୋଲି ଚିଡ଼ିଆଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ୧୯୯୦ରେ ଏହି ପଦ୍ଧତିରେ ୩ଟି ଚିତା ଶାବକ ଜନ୍ମ ହୋଇଥିଲେ। ଏବେ ପୃଥିବୀରେ ଚିତାବାଘଙ୍କ ସଂଖ୍ୟା ପ୍ରାୟ ୭୫୦୦ ରହିଛି। ଏହି ପଦ୍ଧତି ଦ୍ୱାରା ସେମାନଙ୍କ ସଂଖ୍ୟା ବୃଦ୍ଧି ହୋଇପାରିବ ବୋଲି ଚିଡ଼ିଆଖାନାର ପ୍ରାଣୀ ଚିକିତ୍ସକ ଡ. ରୈଣ୍ଡି ଜଙ୍ଗ୍‌ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ଭୋଜିରେ ଛେପ ଲଗାଇ ରୁଟି ବେଲୁଥିଲେ ଏହି ଯୁବକ, ଜଣାପଡ଼ିବା ପରେ…

ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି। ଯେଉଁଥିରେ ଜଣେ ଯୁବକ ଏକ ବିବାହ ସମାରୋହରେ ଛେପ ଲଗାଇ ରୁଟି ବେଲୁଛନ୍ତି। ଭିଡିଓଟି...

ଗୋଟିଏ ଗୋଡ ନ ଥାଇ ଏହି ଯୁବକ ଖେଳୁଛନ୍ତି ବାସ୍କେଟ ବଲ: ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ଏଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବାବେଳେ କେତେକ ଭାବପ୍ରବଣ କରିଦିଏ। ଜଣେ ଯୁବକଙ୍କ ଗୋଟିଏ...

ଏହି ଯୁବକଙ୍କ ପାଟିରୁ ନୁହେଁ, ଛାତିରୁ ଶୁଭୁଛି ସିଟି; କାରଣ ଜାଣି ଡାକ୍ତର ହେଲେ ଆଶ୍ଚର୍ଯ୍ୟ

ହିମାଚଳପ୍ରଦେଶ: ସାଧାରଣତଃ ଲୋକେ ପାଟିରେ ସିଟି ବା ହୁଇସିଲ୍‌ ବଜାଇଥା’ନ୍ତି। ମାତ୍ର ଜଣେ ବ୍ୟକ୍ତିଙ୍କ ଛାତିରୁ ସିଟି ବଜାଇବାର ଶବ୍ଦ ଶୁଭୁଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ...

ପ୍ରଜାପତିର ଡେଣା

ସୂର୍ଯ୍ୟକିରଣରେ ସବୁ ଜିନିଷ ଗରମ ହୋଇଯାଏ। ଏକଥା ଆମେ ସମସ୍ତେ ଜାଣୁ। ହେଲେ ସୂର୍ଯ୍ୟକିରଣ ପ୍ରଜାପତିର ଡେଣାକୁ ଗରମ କରିପାରେନା। ପ୍ରଜାପତିର ଡେଣା ସବୁବେଳେ ଥଣ୍ଡା...

ଏଠାରେ ଲାଲ୍‌ ଟମାଟୋ ଫୋପାଡ଼ି ପାଳନ କରାଯାଏ ହୋଲି

ବିଶ୍ୱର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଉପାୟରେ ପାଳିତ ହୋଇଥାଏ ହୋଲି। ଭାରତରେ ବିଭିନ୍ନ ରଙ୍ଗ ତଥା ଅବିର ଲଗାଇ ଏହାକୁ ପାଳନ କରାଯାଉଥିବା ବେଳେ...

କୁହୁଡ଼ିରୁ ପାଣି ‘ଫଗ୍‌ କ୍ୟାଚିଂ’, ମେଣ୍ଟୁଛି ଶୋଷ

ନୂଆଦିଲ୍ଲୀ: ଉତ୍ତର ଭାରତରେ ହାଡ଼ଭଙ୍ଗା ଶୀତ ପ୍ରକୋପ ସାଙ୍ଗକୁ ଆରମ୍ଭ ହୋଇଛି ଘନ କୁହୁଡ଼ି। ଶୀତଦିନେ ଦୁର୍ଘଟଣା ବୃଦ୍ଧି ପଛର ଅନ୍ୟତମ କାରଣ ‘ଫଗ୍‌’। ତେଣୁ...

କାହ୍ନୁ ଢୋଲିଆ

ଓଡ଼ିଶାର ପୁରପଲ୍ଲୀରେ ଏମିତି ଅନେକ କଳାକାର ଅଛନ୍ତି ଯେଉଁମାନେ ସେହି ଅଞ୍ଚଳ ଲୋକମାନଙ୍କର ଚିତ୍ତବିନୋଦନ କରିବାରେ ମୁଖ୍ୟ ଭୂମିକା ନେଇଥାନ୍ତି। ନିଜ କଳାକୁ ନେଇ କିନ୍ତୁ...

ଦୁର୍ଗାପୂଜାରେ ଏସବୁ ରାଶିର ଚମକିବ ଭାଗ୍ୟ !

ନୂଆଦିଲ୍ଲୀ, ୨୧।୧୦: ଦୁର୍ଗାପୂଜା ଅବସରରେ ଶୁକ୍ର ମହାଗ୍ରହ କନ୍ୟା ରାଶିରେ ପ୍ରବେଶ କରୁଛନ୍ତି। ଅକ୍ଟୋବର ୨୩ରେ ଶୁକ୍ର ସିଂହ ରାଶି ତ୍ୟାଗ କରି କନ୍ୟା ରାଶିରେ...

Advertisement
Archives

Model This Week