ସରିଲା ‘ସାଗରକବଚ’

ରୂପ୍‌ସା, ୧୯।୯(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ବାହାବଳପୁର ଓ ବଳରାମଗଡ଼ି ନିକଟ ସମୁଦ୍ରରେ ୨ଦିନ ବ୍ୟାପୀ ଅନୁଷ୍ଠିତ ତଟ ସୁରକ୍ଷା ସମରାଭ୍ୟାସ ‘ସାଗରକବଚ’ ଗୁରୁବାର ଶେଷ ହୋଇଯାଇଛି। ଡିଏସ୍‌ପି (ଡିଆଇବି) ରଜତ କୁମର ରାୟଙ୍କ ତତ୍ତ୍ୱାବଧାନରେ ବୋଟ୍‌ ମାଷ୍ଟର ପୂର୍ଣ୍ଣଚନ୍ଦ୍ର ମିଶ୍ର ଓ ପ୍ରଦୀପ କୁମାର ସାହୁ ସେରଙ୍ଗ ଚୈତନ୍ୟ ହେମ୍ବ୍ରମ ଓ ନିରଞ୍ଜନ ନାୟକ, ଇଞ୍ଜିନ ଡ୍ରାଇଭର ଶୈଳ କୁମାର ମହାରଣା, ଏଏସ୍‌ଆଇ ଏନ୍‌ କେ ମାଝି ପ୍ରମୁଖ ସ୍ବତନ୍ତ୍ର ତାଲିମପ୍ରାପ୍ତ ବରିଷ୍ଠ ଅଧିକାରୀ ଓ ୧ ସେକ୍ସନ ଏପିଆର ଫୋର୍ସଙ୍କ ସହ ବଳରାମଗଡ଼ି ନିକଟ ସମୁଦ୍ର ଭିତରକୁ ଏକ ସ୍ବତନ୍ତ୍ର ବୋଟ ଯୋଗେ ଯାଇ ସମରାଭ୍ୟାସ କରିଥିଲେ।
ସେହିପରି ବସ୍ତା ଏସ୍‌ଡ଼ିପିଓ ରଣଜିତ ପୃଷ୍ଟିଙ୍କ ତତ୍ତ୍ୱାବଧାନରେ ବାହାବଳପୁର ସାମୁଦ୍ରିକ ଥାନା ଆଇଆଇସି ଲକ୍ଷ୍ମଣ କୁମାର ବେହେରାଙ୍କ ନେତୃତ୍ୱରେ ଏଏସ୍‌ଆଇ ଏଚ ଏମ୍‌ ଦାସପଟ୍ଟନାୟକ, ଏଏସ୍‌ଆଇ ଲମ୍ବୋଦର ବାରିକ ଓ ବୋଟ ମାଷ୍ଟର ସୁନୀଲ ମହାପାତ୍ର ଓ ୧ ପ୍ଲାଟୁନ ରିଜର୍ଭ ପୋଲିସ ଫୋର୍ସ ଏହି ସମୁଦ୍ର ସମରାଭ୍ୟାସରେ ସାମିଲ ହୋଇଥିଲେ। ଜଳପଥରେ ଅନୁପ୍ରବେଶକାରୀଙ୍କୁ ଦମନ, ଜଳଦସ୍ୟୁ ଓ ଗତିବିଧି ଅନୁଧ୍ୟାନ କରିବା ସହ ସମୁଦ୍ରତଟ ଓ ତଟବର୍ତ୍ତୀ ଅଞ୍ଚଳ ସୁରକ୍ଷା ଦିଗରେ ବିଭିନ୍ନ କୌଶଳ ଶିକ୍ଷା ଦିଆଯାଇଥିଲା। ଜଳପଥରେ ଅପରାଧ ନିୟନ୍ତ୍ରଣ ସହ ଅପରାଧିକ କାର୍ଯ୍ୟକଳାପ ମୂଳୋପତ୍ାଟନ ଲାଗି ତାଲିମ ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଜିଉଙ୍କ ଦର୍ଶନ ସାରି କୋଣାର୍କରେ ପହଞ୍ଚିଲେ ରାଷ୍ଟ୍ରପତି

କୋଣାର୍କ,୨୨।୩(ଡି.ଏନ୍‌.ଏ.): ଶ୍ରୀଜିଉଙ୍କ ଦର୍ଶନ ସାରି କୋଣାର୍କରେ ସୋମବାର ପୂର୍ବାହ୍ନରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି ସସ୍ତ୍ରୀକ ସୂର୍ଯ୍ୟମନ୍ଦିର ଦର୍ଶନ କରିଛନ୍ତି। ତାଙ୍କ ସହ କେନ୍ଦ୍ରମନ୍ତ୍ରୀ...

ସାବିତ୍ରୀ ଅମାବାସ୍ୟା ପାଇଁ ବଜାରରେ ପ୍ରବଳ ଭିଡ଼: ୧୮ ଦୋକାନ ସିଲ୍‌ କଲା ପ୍ରଶାସନ

ବାଲିଗୁଡ଼ା,୯ା୬(ଡି.ଏନ୍‌.ଏ.): ମହାମାରୀ କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଲକ୍‌ଡାଉନ୍‌ ଶଟ୍‌ଡାଉନ୍‌ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି। ଫଳରେ ରାଜ୍ୟରେ ବର୍ତ୍ତମାନ...

ବାସନ୍ଦରାରୁ ଉକୁନ୍ଦରା କେନାଲ ବନ୍ଧ ରାସ୍ତା ବିପର୍ଯ୍ୟସ୍ତ

ବାଲିଆ,୫ା୮(ସ୍ବ.ପ୍ର.): ବିରିଡି ବ୍ଲକ ୨୨ ମୌଜାର ବାସନ୍ଦରା ଆରଡି ରାସ୍ତାଠାରୁ ଉକୁନ୍ଦରା ପର୍ଯ୍ୟନ୍ତ ଯାଇଥିବା କେନାଲ ବନ୍ଧ ରାସ୍ତା ବିପର୍ଯ୍ୟସ୍ତ ହୋଇଯାଇଛି। ଏହାକୁ ମରାମତି କରିବା...

ପୋଲିସ ଜାଲରେ ପଡ଼ିଲେ ମିଛ ଆର୍‌ଟିଓ ଅଧିକାରୀ

ବରଗଡ଼ଅଫିସ,୨୫।୧୦: ଆର୍‌ଟିଓ ଅଧିକାରୀ ସାଜି ଗାଡ଼ିଗୁଡିକରୁ ଟଙ୍କା ଅସୁଲି କରୁଥିଲେ। ସୋମବାର ରାତିରେ ବରଗଡ଼ ସହର ଉପକଣ୍ଠ ଫୋରଲେନ୍‌ ରାସ୍ତାର ଟୋଲ୍‌ପ୍ଲାଜା ନିକଟରୁ ଧରାପଡିଛନ୍ତି ମିଛ...

କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତିର ପ୍ରତିବାଦ: ଜୀବନଯାତ୍ରା ପ୍ରଭାବିତ

ସୁନ୍ଦରଗଡ଼,୮।୧(ଡି.ଏନ୍‌.ଏ.): କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣନୀତି ପ୍ରତିବାଦରେ ବୁଧବାର କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରା ପ୍ରଭାବ ସୁନ୍ଦରଗଡ଼ରେ ଦେଖିବାକୁ ମିଳିଛି।...

ବରାହ, ନୃସିଂହ ବେଶରେ ଶ୍ରୀଜୀଉ

ନୀଳଗିରି, ୯।୭(ଡି.ଏନ.ଏ.)-ନୀଳଗିରିସ୍ଥିତ ମାଉସୀମା’ ମନ୍ଦିରରେ ବିଜେ ଶ୍ରୀଜୀଉ ମଙ୍ଗଳବାର ବରାହ ଓ ନୃସିଂହ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଶ୍ରୀଗୁଣ୍ଡିଚା ଯାତ୍ରାରେ ଭକ୍ତଙ୍କ ଗହଳରେ ରଥରେ...

କପି ଧରାପଡ଼ିବାରୁ ଜୀବନ ହାରିଲେ ଛାତ୍ର, ହଷ୍ଟେଲରୁ ମିଳିଲା ମୃତଦେହ

ଜଟଣୀ,୨୮।୪(ଡି.ଏନ୍‌.ଏ.): ରାଜ୍ୟରେ ଗତ କିଛିମାସ ମଧ୍ୟରେ କେତେକ କଲେଜ ପରିସରରେ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା ଘଟଣା ନଜରକୁ ଆସିଛି। ଏହା ଉଭୟ କଲେଜ କର୍ତ୍ତୃପକ୍ଷ ଓ ଅଭିଭାବକଙ୍କ...

ମାର୍ଚ୍ଚ ୧ରେ ଭୁବନେଶ୍ୱରକୁ ଟ୍ରାକ୍ଟର ରାଲି

ସମ୍ବଲପୁର,୧୩।୨ (ବ୍ୟୁରୋ): ସମ୍ବଲପୁର ବରେଇପାଲି ମାର୍କେଟ ୟାର୍ଡ ପରିସରରେ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତିର ଏକ ଜରୁରୀ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।...

Advertisement
Archives

Model This Week