ସରିଲା ସଙ୍ଗରୋଧ ଅବଧି: ଫେରିଲେ ଗଞ୍ଜାମ, ଗଜପତିର ୯ ଶ୍ରମିକ

କୋଲନରା,୨୯ା୪: ରାୟଗଡ଼ା ଜିଲା କୋଲନରା ବ୍ଲକ୍‌ ଥେରୁବାଲି ଏବଂ ସୂରୀ ପଞ୍ଚାୟତର ଜାମୁଲେଲିବାଡ଼ିସ୍ଥିତ କରୋନା ଆଶ୍ରୟସ୍ଥଳୀରେ ଥିବା ଗଞ୍ଜାମ ଓ ଗଜପତି ଜିଲାର ୯ ଶ୍ରମିକ ବୁଧବାର ଘରକୁ ଫେରିଛନ୍ତି। ଏକ ସ୍ବତନ୍ତ୍ର ଗାଡ଼ି ଯୋଗେ ଥେରୁବାଲିଠାରେ ଥିବା ଗଞ୍ଜାମ ଜିଲାର ବେଲଗୁଣ୍ଠା ବ୍ଲକ୍‌କୁ ୫ ଜଣଙ୍କୁ ପଠାଯାଇଥିବାବେଳେ ଗଜପତି ଜିଲା ରାୟଗଡ଼ ବ୍ଲକ୍‌ର ୪ ଶ୍ରମିକଙ୍କୁ ବୋଲେରୋ ଗାଡ଼ିରେ ପଠାଯାଇଛି। ପ୍ରଶାସନ ପକ୍ଷରୁ ଏ ନେଇ ବ୍ୟବସ୍ଥା କରାଯାଇଥିଲା। ସମସ୍ତ ଶ୍ରମିକଙ୍କୁ ମାସ୍କ, ଗାମୁଛା, ପାଣି ବୋତଲ, ଖାଦ୍ୟ ସହ ପାସ୍‌ ଦେଇ ଛଡ଼ାଯାଇଛି। ଏହି ସମୟରେ କୋଲନରା ପଞ୍ଚାୟତ ସମିତି ଅଧ୍ୟକ୍ଷା ଗୀତା କଣ୍ଡାଗରୀ, ବିଡିଓ ତାପସ ଭୋଇ, ଏବିଡିଓ କେ. ଶିବ ଗୋପାଳ ରାଓ, ବିଏସ୍‌ଏସ୍‌ଓ ଶ୍ରୀକାନ୍ତ ପାଣିଗ୍ରାହୀ, ଜିପିଇଓ ରମେଶ ଚନ୍ଦ୍ର ଯୋଶୀ, ପିଇଓ ଭି. ମୂରଲୀ କ୍ରିଷ୍ଣା, ସ୍ବେଚ୍ଛାସେବୀ ଇପିଲି ଚନ୍ଦ୍ରଶେଖର, ଆଗୁଲୁ ପାତ୍ର, ପିଏ ପଦ୍ମ ଚରଣ ପାଢ଼ୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜେଇଇ ମେନ୍‌ରେ ଉଜ୍ଜ୍ୱଳଙ୍କ ସଫଳତା ରଖିଛନ୍ତି ୯୯. ୯୯ ପ୍ରତିଶତ

ଭୁବନେଶ୍ୱର, ୨୧।୧(ବ୍ୟୁରୋ): ନିକଟରେ ପ୍ରକାଶ ପାଇଥିବା ଜେଇଇ ମେନ୍‌ ପରୀକ୍ଷାରେ ୯୯.୯୯ ପ୍ରତିଶତ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ଓଡ଼ିଶାର ଉଜ୍ଜ୍ୱଳ ଜ୍ୟୋତି ପଣ୍ଡା। ଶତ ପ୍ରତିଶତ...

ନିରାମୟ ଯୋଜନା ପ୍ରହସନ

ଯାଜପୁର ରୋଡ୍‌,୨୨।୪: ଯାଜପୁରରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି) ପରିସରରେ ଘରୋଇ ଔଷଧ ଦୋକାନ ରହିବା ଯୋଗୁ ରାଜ୍ୟ ସରକାରଙ୍କ ନିରାମୟ ଯୋଜନା ପ୍ରତିହତ ହେଉଛି। ଗରିବ...

ଡିଗ୍ରୀ କଲେଜ ଗଭର୍ଣ୍ଣିଂ ବଡି ଭାଙ୍ଗିଲା

ଭୁବନେଶ୍ୱର,୨୪।୧(ବ୍ୟୁରୋ): ଭାଙ୍ଗିଲା ଡ୍ରିଗ୍ରୀ କଲେଜ ଗଭର୍ଣ୍ଣିଂ ବଡି। ସମସ୍ତ ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜର ଗଭର୍ଣ୍ଣିଂ ବଡି ଭାଙ୍ଗିବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର...

ବ୍ୟାସନଗରରେ ପ୍ରତିଷ୍ଠା ହେବ ୟୁପିଏଚ୍‌ସି

ଯାଜପୁର ଅଫିସ,୨୩ା୨: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ସହରର ସର୍ବାଙ୍ଗୀନ ବିକାଶ ନେଇ ସରକାର ତପତ୍ରତା ଦେଖାଉଥିବା କହୁଥିଲେ ମଧ୍ୟ...

ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ ଖଲିକୋଟ କନିଷ୍ଠ ମହାବିଦ୍ୟାଳୟ ପରିଦର୍ଶନ

ବ୍ରହ୍ମପୁର ଅଫିସ,୧୬।୧: ଗଞ୍ଜାମ ଜିଲା ଖଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଖଲିକୋଟ କନିଷ୍ଠ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମୀକ୍ଷା କରିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା...

ଉଚ୍ଛେଦ ଯୋଗୁ ଫାଟୁଛି ପାଖ ଘର

ପୁରୀ ଅଫିସ, ୩୦ା୧: ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ରେ ଉଚ୍ଛେଦ ଅଭିଯାନ ଜାରି ରହିଛି। ମେଘନାଦ ପାଚେରି କଡ଼ରୁ ୭୫ ମିଟର ପରିଧି ମଧ୍ୟରେ ଥିବା ନିର୍ମାଣ...

ସବ୍‌ରେଜିଷ୍ଟ୍ରି ଅଫିସରେ ତାଲା ପକାଇଲା ଓକିଲ ସଂଘ

ଲୋଇସିଂହା,୧୭।୮(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ତହସିଲର ସବରେଜିଷ୍ଟ୍ରି ଅଫିସର କିରାଣି ମେନାରାମ ବିଶିଙ୍କୁ ଲୋଇସିଂହା ତହସିଲକୁ ବଦଳି କରାଯାଇଥିଲା । ଶୁକ୍ରବାର ସେ ଲୋଇସିଂହା ତହସିଲରେ...

ଖାଏଦ୍‌ ସୁରକ୍ଷା, ଆବାସ ଯୋଜନାରୁ ବଁଚିତ୍‌ ଦିବ୍ୟାଙ୍ଗ ଭାଇବହେନ

ପର୍ଲା, ୫।୩ (ଡି.ଏନ୍‌.ଏ.)- ସରକାର ଗରିବ୍‌ ଦୁଖି, ଦିବ୍ୟାଙ୍ଗମାନକର ଲାଗି ମାଲମାଲ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଅନେକ ଜାଗାରେ ପରଶାସନିକ ଅଧ୍‌କାରୀ, କରମ୍‌ଚାରୀକଁର ଅନ୍‌ଦେଖା...

Advertisement
Archives

Model This Week