ସରିଲା ମା’ ହିଙ୍ଗୁଳାଙ୍କ ଶୀତୁଳା ପୂଜା: ଅନ୍ତିମ ଦିନରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ତାଳଚେର,୨୭ା୪(ନି.ପ୍ର.)- ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନ ବ୍ୟାପୀ ଚାଲିଥିବା ପ୍ରସିଦ୍ଧ ହିଙ୍ଗୁଳା ଯାତ୍ରା ଶୁକ୍ରବାର ଶେଷ ହୋଇଛି। ଅନ୍ତିମ ଦିବସରେ ମା’ଙ୍କ ଶୀତୁଳା ପୂଜା ସମ୍ପନ୍ନ ହୋଇଛି। ଅପରାହ୍ନରେ ହିଙ୍ଗୁଳାଙ୍କ ଚଳନ୍ତି ପ୍ରତିମା ଆଲମକୁ ଶୋଭାଯାତ୍ରାରେ ଦିଅଁଘରୁ ପୀଠକୁ ଅଣାଯାଇଥିଲା। ସେଠାରେ ଦେହୁରୀ ଷୋଡଶ ଉପଚାର ପୂଜା କରି ମା’ଙ୍କ ଆରଧନା କରିଥିଲେ। ଏହାପରେ ପୀଠରେ ଥିବା ପାଞ୍ଚ ପୀଢ ଯଥା ମା’ ହିଙ୍ଗୁଳା, ମା’ କରଡେଇ, କୁଟେଇଶୁଣୀ, ଖୁମ୍ବେଶ୍ୱରୀ ଓ କଳାପାଟଙ୍କୁ ପୂଜା କରାଯାଇଥିଲା। ସନ୍ଧ୍ୟାରେ ମା’ଙ୍କ ଆଲମକୁ ଶୋଭାଯାତ୍ରାରେ ଉଭାସ୍ଥଳୀକୁ ନିଆଯାଇଥିଲା ା ଚଳିତ ବର୍ଷ ମନ୍ଦିରର ପୂର୍ବ ଦିଗରେ ପ୍ରାୟ ୩ ଶହ ମିଟର ଦୂର ପଡିଆରେ ମା’ ହିଙ୍ଗୁଳା ଅଗ୍ନିରୂପରେ ଉଭା ହୋଇଥିଲେ। ସେଠାରେ ଦେହୁରୀ ପାରମ୍ପରିକ ରୀତିନୀତି ଅନୁଯାୟୀ ମା’ଙ୍କ ପଞ୍ଚୋପଚାର ପୂଜା କରିବା ସହ ଉଭାସ୍ଥଳୀରେ ଗୁଡ, ଘିଅ, ମହୁ, ନୈବେଦ୍ୟ ଆଦି ଅର୍ପଣ କରି ଅଗ୍ନିରୂପୀ ହିଙ୍ଗୁଳାଙ୍କୁ ଶୀତଳ କରାଇଥିଲେ। ପୂଜାରେ ତାଳଚେରର ରାଜା ରାଜେନ୍ଦ୍ର ଚନ୍ଦ୍ର ଦେବ ସପରିବାର ଉପସ୍ଥିତ ରହି ମା’ଙ୍କ ପୂଜାର୍ଚ୍ଚନା କରି ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ। ପରେ ଉଭାସ୍ଥଳୀରେ ଥିବା ଚାନ୍ଦୁଆ ଲାଗି ହୋଇଥିଲା। ଶେଷରେ ମନ୍ଦିରକୁ ମା’ ହିଙ୍ଗୁଳାଙ୍କ ଆଲାମକୁ ବିଜେ କରାଯାଇ ସେଠାରେ ଅଧରପଣା ନୀତି ସମ୍ପନ୍ନ ହୋଇଥିଲା। ପ୍ରବଳ ଖରା ଓ ଗରମ ସତ୍ତ୍ୱେ ଲକ୍ଷାଧିକ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରିବାକୁ ଭିଡ଼ ଜମାଇଥିଲେ। ଶ୍ରଦ୍ଧାଳୁଙ୍କ ହରିବୋଲ, ହୁଳହୁଳି ଆଖପାଖ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ଯାତ୍ରାସ୍ଥଳୀରେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ଭକ୍ତମାନଙ୍କୁ ମାଗଣାରେ ଦହି, ସରବତ, ଅନ୍ନଭୋଗ ବଣ୍ଟନ କରାଯାଇଥିଲା। ସେହିପରି ଆଉ କେତେକ ସଂସ୍ଥା ଯାତ୍ରାରେ ଥିବା ଭିନ୍ନକ୍ଷମମାନଙ୍କୁ ନିତ୍ୟ ବ୍ୟବହୃତ ଜିନିଷ ଦାନ କରୁଥିଲେ। ସନ୍ଧ୍ୟାରେ ୧୭ତମ ଲୋକ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ନାଟକ ଚାଲିଥିବା ବେଳେ ବାଣ ବିସ୍ଫୋରଣ: ୪ ଗୁରୁତର,୪ ଆହତ

ଆସିକା,୧୫।୩ (ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା-ସୋରଡା ମୁଖ୍ୟରାସ୍ତାର ଧରାକୋଟ ଥାନା ଅନ୍ତର୍ଗତ କେ.ରାମଚନ୍ଦ୍ରପୁର (କଇଠରା) ଗ୍ରାମରେ ରବିବାର ସକାଳେ ବାଣ ବିସ୍ଫୋରଣ ଘଟି ୪ ଗୁରୁତର,...

ବିଜେତା ମୁକୁଟ ପିନ୍ଧିଲେ ହଂସିନୀ

ବାଲେଶ୍ୱର ଅଫିସ, ୧୮।୩-ବାଲେଶ୍ୱର କଚେରି ବଜାର ସ୍ଥିତ ପ୍ରଶାନ୍ତ ପ୍ରଧାନ ଓ ଭବାନୀ ପ୍ରଧାନଙ୍କ କନିଷ୍ଠକନ୍ୟା ହଂସିନୀ (୬) ବମ୍ବେରେ ଅନୁଷ୍ଠିତ ସର୍ବଭାରତୀୟ ଶୋ ଷ୍ଟପର...

ଗନ୍ଧମାର୍ଦ୍ଦନ ପାହାଡରେ ପ୍ରବଳ ବର୍ଷା: ଉଛୁଳିଲା ପାପନାଶିନୀ ଝରଣା

ଖପ୍ରାଖୋଲ,୧୩ା୮(ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଗନ୍ଧମାର୍ଦ୍ଦନ ପାହାଡରେ ପ୍ରବଳ ବର୍ଷା ଯୋଗୁ ହରିଶଙ୍କର ପାପନାଶିନୀ ଝରଣା ଉଛୁଳି ପଡିଥିଲା ା ଆଜି ଥିଲା ଶ୍ରାବଣ...

ଅଙ୍ଗନଓ୍ବାଡି କର୍ମୀଙ୍କ ସିଡିପିଓ ଅଫିସ ଘେରାଉ

ଲୋଇସିଂହା,୬।୯(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ସିଡିପିଓ ଜ୍ୟୋତିର୍ମୟୀ ନାଏକ ଜନୈକ କର୍ମୀଙ୍କୁ ଦୁର୍ବ୍ୟବହାର କରିବା ପ୍ରତିବାଦରେ ଶୁକ୍ରବାର ଅଙ୍ଗନଓ୍ବାଡି କର୍ମୀ ସଂଘ ପକ୍ଷରୁ ସିଡିପିଓ...

ଅବ୍ୟବସ୍ଥାରେ ଆଇସୋଲେଶନ ସେଣ୍ଟର

ଏରସମା, ୧୬।୪ (ସ୍ବ.ପ୍ର.)-ଏରସମା ବ୍ଲକ ଅଧୀନ ଜିରୋଇଲୋ ପଞ୍ଚାୟତରେ ହୋଇଥିବା ଆଇସୋଲେଶନ ସେଣ୍ଟରରେ ନାନା ଅବ୍ୟବସ୍ଥା ଥିବା ଅଭିଯୋଗ ହୋଇଛି। ଏଥିରେ ରହିଥିବା ଜଣେ ମହିଳାଙ୍କ...

ମାଲକାନଗିରି ବିମାନବନ୍ଦର କାର୍ଯ୍ୟ ଆରମ୍ଭ

ମାଲକାନଗିରି,୩୦।୧୦:(ଡି.ଏନ୍‌.ଏ): ମାଲକାନଗିରି ଜିଲାରେ ଅନେକ ବର୍ଷ ପରେ ବିମାନ ବନ୍ଦରର କାର୍ଯ୍ୟ ଆରମ୍ଭ ହୋଇଛି। ଏ ନେଇ ୨୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ...

୧୩ ବଛର୍‌ରେ ୧୦ ଥର ଆବେଦନ: ପ୍ରଧାନମନ୍ତ୍ରୀ ଆବାସ ଆଶ୍‌ରେ ଜୟରାମ

ଲାଠୋର, ୨୨ା୮ (ଡି.ଏନ୍‌.ଏ.):  କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖି, ବାସହୀନ ପରିବାରମାନକୁ ଭିନେ ଭିନେ ଯୋଜନାରେ ପକାଘର ଯୁଗେଇ ଦେଉଛନ୍‌। ହେଲେ ଅନେକ୍‌...

ଦୋଷୀଙ୍କୁ ୨୦ବର୍ଷ ଜେଲ

ବାରିପଦା ଅଫିସ,୭ା୧୨: ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରା ଜଜ୍‌ ତଥା ସ୍ବତନ୍ତ୍ର ଫାଷ୍ଟ ଟ୍ରାକ୍‌ କୋର୍ଟରେ ମଙ୍ଗଳବାର ଏକ ନାବାଳିକା ବଳାତ୍କାର ମାମଲାର ରାୟ...

Advertisement
Archives

Model This Week