ସରପଞ୍ଚ ଉପନିର୍ବାଚନକୁ ନେଇ ଉତ୍ତେଜନା: ଭୋଗରାଇ ବ୍ଲକ ପରିସର ରଣକ୍ଷେତ୍ର

ଭୋଗରାଇ,୨୮।୧୧(ଡି.ଏନ.ଏ.)- ବାଲେଶ୍ୱର ଜିଲାର ଭୋଗରାଇ ବ୍ଲକ କାର୍ଯ୍ୟାଳୟ ପରିସର ବୁଧବାର ସନ୍ଧ୍ୟାରେ ରଣକ୍ଷେତ୍ର ପାଲଟିଛି। ବ୍ଲକ ଅଧୀନ ଶ୍ରଦ୍ଧାପୁର ଓ କସବାକମର୍ଦ୍ଦା ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ପୂର୍ବାହ୍ନରେ ଉପନିର୍ବାଚନ ହୋଇଥିଲା। ମଧ୍ୟାହ୍ନ ୧୨ଟା ସମୟରେ ମତଦାନ ଶେଷ ହେବାରୁ ଭୋଟ ବାକ୍ସଗୁଡିକୁ ଗାଡିରେ ରଖି ବ୍ଲକ କାର୍ଯ୍ୟାଳୟକୁ ଅଣାଯାଇଥିଲା। ଅପରାହ୍ନ ସମୟରେ ଭୋଟବାକ୍ସ ଆସି ପହଞ୍ଚିବା ବେଳେ ଶ୍ରଦ୍ଧାପୁର ପଞ୍ଚାୟତର ୨ଟି ଭୋଟ ବାକ୍ସ ଖୋଲାଥିବା ଦେଖି ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥକମାନେ ପାଟିତୁଣ୍ଡ କରିଥିଲେ। ଏ ନେଇ ଉତ୍ତେଜନା ପ୍ରକାଶ ପାଇବାରୁ ଉପସ୍ଥିତ ସ୍ବାଧୀନ ପ୍ରାର୍ଥୀ, ବିଜେଡ, ଭାଜପା ଓ କଂଗ୍ରେସ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଧସ୍ତାଧସ୍ତି ଯାଏ କଥା ଯାଇଥିଲା। ଏହି ଗଣ୍ଡଗୋଳ ବେଳେ ଗୋଟିଏ ଭୋଟ ବାକ୍ସ ଭଙ୍ଗାରୁଜା ହୋଇ ପଡିବା ଦେଖାଯାଇଥିଲା। ଏନେଇ ଉତ୍ତେଜନା ବଢି ଅଣାୟତ ରୂପ ନେଇଥିଲା। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ସମଥର୍ର୍କମାନେ ମୁହାଁମୁହିଁ ହେବାରୁ ସନ୍ଧ୍ୟା ସମୟରେ ଉପସ୍ଥିତି ପୋଲିସକୁ ଲାଠିଚାଳନା କରିବାକୁ ପଡିଥିଲା। ଏଥିରେ କେତେକ ସମର୍ଥକ ଆହତ ହୋଇଥିବା ଅଭିଯୋଗ ହୋଇଛି। ଏପରି କି ଜଣେ ଖବରଦାତା ଆହତ ହୋଇଛନ୍ତି। ପୋଲିିିସ କାର୍ଯ୍ୟାନୁଷ୍ଠାନ ପରେ ବିଭିନ୍ନ ପ୍ରାର୍ଥୀଙ୍କ ସମର୍ଥକମାନେ ଛତ୍ରଭଙ୍ଗ ଦେଇ ବ୍ଲକ ଅଫିସ ବାହାରକୁ ଯାଇ ରାସ୍ତାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୋଲିସ ସେଠାରୁ ଜଣେ ବିକ୍ଷୋଭ ପ୍ରଦର୍ଶନକାରୀ ଯୁବନେତାଙ୍କୁ ଥାନାକୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ୧ ପ୍ଲାଟୁନ ଫୋର୍ସ ସହ ଉଚ୍ଚପଦସ୍ଥ ଅଧିକାରୀମାନେ ବ୍ଲକ ଅଫିସ ପରିସରକୁ ଜଗି ରହିଛନ୍ତି ।
ଉଲ୍ଲେଖନୀୟ ଯେ, ଗତ ପଞ୍ଚାୟତ ନିବାଚନ ପରେ ଏହି ଦୁଇ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚଙ୍କ ମୃତ୍ୟୁ ଘଟିଥଲା। ଏହି ପରିପ୍ରେକ୍ଷୀରେ ସେଠାରେ ଉପନିର୍ବାଚନ କରାଯାଇଥିଲା। ଶ୍ରଦ୍ଧାପୁର ଓ କସବାକମର୍ଦ୍ଦା ପଞ୍ଚାୟତରେ ୩ ଜଣ ଲେଖାଏ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ବ୍ଲକ କାର୍ଯ୍ୟାଳୟକୁ ଭୋଟବାକ୍ସ ଅଣାଯିବା ପରେ ଶ୍ରଦ୍ଧାପୁର ପଞ୍ଚାୟତ ଅଧୀନ ୧୨ ଓ ୧୪ ନମ୍ବର ବୁଥ୍‌ର ଭୋଟ୍‌ ବାକ୍ସ ଖୋଲାଥିବା ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥକମାନେ ଅଭିଯୋଗ କରି ପୋଲିଂ ଅଫିସରଙ୍କୁ ଘେରିଯାଇ ପ୍ରତିବାଦ ଜଣାଇଥିଲେ। ଏହି ସମୟରେ ଗଣ୍ଡଗୋଳ ଘଟି କେହି ଭୋଟ୍‌ବାକ୍ସ ଭଙ୍ଗାରୁଜା କରିଥିବା କୁୁହାଯାଉଛି। ଏପରି କି କେତେକ ଭୋଟ କାଗଜ ବ୍ଲକ ପରିସରରେ ବିଛାଡ଼ି ହୋଇ ପଡ଼ିଥିବା ଦେଖାଯାଇଥିଲା। ସମ୍ପୃକ୍ତ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥକମାନେ ବିଭିନ୍ନ ସରକାରୀ ବିରୋଧୀ ସ୍ଲୋଗାନ ଦେଇ ପ୍ରତିବାଦ ଜଣାଇଥିଲେ। ସେଠାରେ ବିଜେଡି ସମର୍ଥକ କୁହାଯାଉଥିବା କେତେଜଣବ୍ୟକ୍ତି ପହଞ୍ଚି ସେମାନଙ୍କୁ ବ୍ଲକ ପରିସରରୁ ତଡ଼ି ଦେବାକୁ ଉଦ୍ୟମ କରଥିଲେ। ଏହାକୁ ନେଇ କଂଗ୍ରେସ ଓ ଭାଜପା ସମର୍ଥକମାନେ ପ୍ରତିବାଦ ଜଣାଇବାର ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଲୋକଙ୍କୁ ଘଉଡାଇବା ଲାଗି ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଥିବା କୁହାଯାଉଛି। ଖବର ପାଇ ବାଲେଶ୍ୱର ଉପଜିଲାପାଳ ନୀଲୁ ମହାପାତ୍ର ବ୍ଲକ ଅଫିସ ପରିସରରେ ପହଞ୍ଚତ୍ ଭୋଟ୍‌ବାକ୍ସ ତନଖି କରିବା ସହିତ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେଠାରେ ଉତ୍ତେଜନା ଲାଗି ରହିଥିଲେ ମଧ୍ୟ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଭଳି ଘଟଣା ନେଇ ଭାଜପା ପକ୍ଷରୁ ବ୍ଲକ ଅଫିସ ମୁଖ୍ୟ ଫାଟକ ଆଗରେ ପ୍ରତିବାଦ ସଭା କରାଯାଇ ଘଟଣାର ତଦନ୍ତ ଦାବି କରାଯାଇଛି। ଅନ୍ୟପକ୍ଷେ ବିଜେଡି ପକ୍ଷରୁ ଭୋଟ ବାକ୍ସ ଭାଙ୍ଗିଥିବା ଅଭିଯୁକ୍ତଙ୍କୁ ଗିରଫ ଦାବି କରି ଘେରାଉ ଆନ୍ଦୋଳନ କରାଯାଇଥିବା ଖବର ଲେଖା ହେବା ସୁଦ୍ଧା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଶେଷକୃତ୍ୟ ସମ୍ପନ୍ନ

କଟକ ଅଫିସ,୧୪।୧: ପଞ୍ଚଭୂତରେ ବିଲୀନ ହେଲା ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ମରଶରୀର। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କଟକ କାଳିଆବୋଦା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ...

ଚୁଲି ନିଆଁରେ ଜଳିଗଲେ

ବାରିପଦା ଅଫିସ,୪ା୯: କାଠ ଚୁଲିରେ ରୋଷେଇ କରୁଥିବା ବେଳେ ନିଆଁ ଲାଗି ସୁମୀ ବିନ୍ଧାଣୀ ନାମ୍ନୀ ଜଣେ ମହିଳା ଗୁରୁତର ହୋଇଛନ୍ତି । ତାଙ୍କ ଘର...

ଓ.ପି. ଜିନ୍ଦଲ ସ୍କୁଲର ଦଶମ ବାର୍ଷିକ ଉତ୍ସବ: ଲକ୍ଷ୍ୟ ସ୍ଥିରକରି ଅଗ୍ରସର ହେବାକୁ ପରାମର୍ଶ

ଅନୁଗୋଳ ଅଫିସ, ୯।୧ – ଅନୁଗୋଳ ଜିନ୍ଦଲ ନଗରସ୍ଥିତ ଓ.ପି. ଜିନ୍ଦଲ ସ୍କୁଲର ଦଶମ ବାର୍ଷିକ ଉତ୍ସବ ତାରୁଣ୍ୟମ ପାଳିତ ହୋଇଯାଇଛି। ଜେଏସ୍‌ପିଏଲ୍‌ ଓଡ଼ିଶା ମୁଖ୍ୟ...

ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜ୍‌

ବୌଦ୍ଧ,୫ା୩(ଡି.ଏନ୍‌.ଏ.): ପଶ୍ଚିମ ଓଡ଼ିଶାର ଜୀବନ ରେଖା କୁହାଯାଉଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ବୌଦ୍ଧ ଜିଲା ଦେଇ ୧୧୦ କି.ମି. ପରିବ୍ୟାପ୍ତ ଏହି ରେଳପଥ...

ଛେଣ୍ଡିପଦାରେ ଉତ୍କଟ ପାନୀୟ ସଙ୍କଟ

ଛେଣ୍ଡିପଦା,୩୦।୪(ଡି.ଏନ.ଏ)ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଆରମ୍ଭରୁ ଦେଖାଦେଇଛି ଉତ୍କଟ ପାନୀୟ ଜଳାଭାବ। ଦିନକୁ ଦିନ ଆଶାତୀତ ଭାବେ ତାପମାତ୍ରା ବୃଦ୍ଧି ପାଉଥିବାବେଳେ...

ଶେଷ ରଜରେ ଖୋର୍ଦ୍ଧା ଜିଲା ଛୁଟି

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ରଜ ଉପଲକ୍ଷେ ରାଜ୍ୟ ସରକାର ଜୁନ୍‌ ୧୪ ଓ ୧୫ ତାରିଖକୁ ସରକାରୀ ଛୁଟି ଦିବସ ଭାବେ ଘୋଷଣା କରିଛନ୍ତି। ତେବେ ଶେଷ ରଜ...

ରଣପୁର ରଥ ଯାତ୍ରା ପାଇଁ ପ୍ରସ୍ତୁତି: ରଣପୁର ଜଙ୍ଗଲରେ ମିଳୁନି ରଥ କାଠ

ରଣପୁର,୪ା୬(ସ୍ବ.ପ୍ର.)-ଓଡିଶାର ଦ୍ୱିତୀୟ ଶ୍ରୀ କ୍ଷେତ୍ର ଭାବେ ପରିଚିତ ରଣପୁର ରଥଯାତ୍ରା ପାଇଁ ଦେବୋତ୍ତର ବିଭାଗ ତରଫରୁ ସୋମବାର ରଣପୁର ବ୍ଲକ ସଭାଗୃହରେ ଏକ ପ୍ରସ୍ତୁତି ବୈଠକ...

ଜଙ୍ଗଲରୁ ଗଛକଟା ଘଟଣା: ଖବର ପ୍ରକାଶ ପରେ ବନ ବିଭାଗ ତତ୍ପର

ଦାରିଙ୍ଗବାଡ଼ି,୧୧।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳ ସିମନବାଡ଼ି ସେକ୍ସନ ଗଦଡ଼ି ସଂରକ୍ଷିତ ଜଙ୍ଗଲରୁ କେହି ଦୁର୍ବୃତ୍ତ ଗଛ କାଟି ନେବା ଘଟଣାରେ ବନ ବିଭାଗର ତପତ୍ରତା...

Advertisement
Archives

Model This Week