ସରପଞ୍ଚଙ୍କ ସଟ୍‌ଡାଉନ୍‌ ନିଷ୍ପତ୍ତିକୁ ବ୍ଲକ ପ୍ରଶାସନର ନାଁ; କ୍ଷମତାର ଅପବ୍ୟବହାର କରୁଛନ୍ତି ସରପଞ୍ଚ

ଚଣ୍ଡିଖୋଲ୧୪।୫ (ଡି.ଏନ୍‌.ଏ.): ବଡଚଣା ବ୍ଲକ ଅଧୀନ ସୁଙ୍ଗୁଡା ପଞ୍ଚାୟତକୁ ୧୩ ତାରିଖ ସନ୍ଧ୍ୟା ୫ଟାରୁ ୪୮ ଘଣ୍ଟା ସଟ୍‌ଡାଉନ୍‌ କରିବାକୁ ସରପଞ୍ଚ ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ବିଡିଓ ସେହିଦିନ ଖାରଜ କରିଦେଇଥିଲେ। ହେଲେ ସରପଞ୍ଚ ଜିଲାପାଳ କ୍ଷମତାର ସୁରୁପଯୋଗ କରୁଥିବା ସୁଙ୍ଗୁଡ଼ା ସମିତିସଭ୍ୟ ପ୍ରିତମ କୁମାର ନାୟକ ଗୁରୁବାର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ୪୮ ଘଣ୍ଟା ଯାଏଁ ପଞ୍ଚାୟତ ସଟ୍‌ଡାଉନ୍‌ ନେଇ ମାଇକ୍‌ ଯୋଗେ ପ୍ରଚାର କରାଯାଇଥିବାରୁ ଗୁରୁବାର ସକାଳୁ ଚଣ୍ଡିଖୋଲ ଅଞ୍ଚଳର ସମସ୍ତ ଦୋକାନ ବନ୍ଦ ରହିଥିଲା। କ୍ଷମତାର ଅପବ୍ୟବହାର କରି ସରପଞ୍ଚ, ନାଏବ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ କିପରି ଗଣମାଧ୍ୟମ ସମ୍ମୁଖରେ ସଟଡାଉନ୍‌ ଘୋଷଣା କରିବା ସହ ଏ ନେଇ ପ୍ରଚାର କରିଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସମିତିସଭ୍ୟ ସ୍ଥାନୀୟ ବିଡିଓଙ୍କୁ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ବୁଧବାର ସନ୍ଧ୍ୟା ୫ଟାରୁ ଉକ୍ତ ପଞ୍ଚାୟତକୁ ୪୮ ଘଣ୍ଟା ସଟ୍‌ଡାଉନ୍‌ କରିବାକୁ ସ୍ଥାନୀୟ ସରପଞ୍ଚ ଖବରଦାତା ସମ୍ମିଳନୀରେ ସୂଚନା ଦେଇଥିଲେ। ମାତ୍ର ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଥିବାରୁ ସଟ୍‌ଡାଉନ୍‌ର ଆବଶ୍ୟକତା ନ ଥିବା ବିଡିଓ ପତ୍ର ସଂଖ୍ୟା ୨୦୪୪ରେ ଦର୍ଶାଇଥିଲେ। ଏହାଛଡ଼ାଯଦି କୌଣସି କଣ୍ଟେନମେଣ୍ଟ ଜୋନ୍‌ରେ ଜନସାଧାରଣଙ୍କ ଚଳାଚଳ ନିୟନ୍ତ୍ରଣ ବାହାରକୁ ଚାଲିଯିବା ଅନୁଭୂତ ହୁଏ, ତେବେ ସ୍ଥାନୀୟ ସରପଞ୍ଚ ଜିଲା ପ୍ରଶାସନର ଅନୁମତି କ୍ରମେ ଉକ୍ତ ଅଞ୍ଚଳକୁ ସଟ୍‌ଡାଉନ କରିପାରିବେ। ଯେହେତୁ ଏହି ଅଞ୍ଚଳରେ କୌଣସି ପଜିଟିଭ୍‌ କେସ୍‌ ନାହଁି, ତେଣୁ ସଟଡାଉନର ଆବଶ୍ୟକତା ନାହଁି ବୋଲି ପ୍ରଶାସନ ପକ୍ଷରୁ ଦର୍ଶାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ଉଦ୍ୟମ ଘଟଣା: ବର୍ଷେ ପରେ ୨ ନାବାଳକ ଜେଜେବିରେ ହାଜର

ଦିଗପହଣ୍ଡି, ୭।୯ (ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମର ବେନୁ ସାହୁଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ପ୍ରାୟ ଏକ ବର୍ଷ…

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ଦାଦାବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୭।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଦାଦାବଟି ମାଗି ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରି ହତ୍ୟା ଉଦ୍ୟମ ଓ ଟଙ୍କା ଛଡ଼ାଇ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri