ସରକାର ଦେଉଛନ୍ତି, ପ୍ରଶାସନ ଦେଉନି

ଅନୁଗୋଳ ଅଫିସ, ୨୨।୫

କରୋନା ମୁକାବିଲା ପାଇଁ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ବହୁ ପୂର୍ବରୁ ପ୍ରସ୍ତୁତି କରାଯାଇଥିଲା। ଘନ ଘନ ବୈଠକ ସହ କି କି ପଦକ୍ଷେପ ନିଆଯିବ ସେ ନେଇ ଯୋଜନା ପରେ ଯୋଜନା ହୋଇଥିଲା। ତାଳଚେରଠାରେ କୋଭିଡ୍‌-୧୯ ସ୍ବତନ୍ତ୍ର ହସ୍ପିଟାଲ୍‌, କ୍ୱାରାଣ୍ଟାଇନ୍‌ ସେଣ୍ଟର, ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର (ଟିଏମ୍‌ସି), ପାରାମେଡିକାଲ ଷ୍ଟାଫ୍‌ ନିଯୁକ୍ତି ଆଦି ଅନେକ ପଦକ୍ଷେପ ସଂକ୍ରମଣ ରୋକିବା ଦିଗରେ ଉଠାଯାଇଥିଲା। ଏପରି କି ସଂକ୍ରମିତଙ୍କ ସମ୍ପର୍କରେ କେତେ ତଥ୍ୟ ଗଣମାଧ୍ୟମ ଜରିଆରେ ଜିଲାବାସୀଙ୍କ ନିକଟରେ ପହଞ୍ଚାଯାଇ ସେମାନଙ୍କୁ ସଚେତନ ଓ ସତର୍କ କରାଯାଇପାରିବ ତାହା ମଧ୍ୟ ସ୍ଥିରୀକୃତ କରାଯାଇଥିଲା। କିଏ ଏହି ତଥ୍ୟ ପ୍ରଦାନ କରିବେ ସେ ନେଇ ବି ଜିଲାପାଳ ବୈଠକରେ ଦାୟିତ୍ୱ ବଣ୍ଟନ କରିଥିଲେ। କିନ୍ତୁ ଏତେ ସବୁ ବ୍ୟବସ୍ଥା ସତ୍ତ୍ୱେ ଏବେ ଜିଲାର ଆକ୍ରାନ୍ତମାନଙ୍କ ସମ୍ପର୍କରେ ଜନସାଧାରଣ ଠିକ୍‌ ଭାବେ ଜାଣିପାରୁ ନ ଥିବା ଅଭିଯୋଗ ହେଉଛି। ବିଶେଷକରି ସଂକ୍ରମିତ ବ୍ୟକ୍ତିଙ୍କ ସଂକ୍ରମଣର ଉତ୍ସ, ସେ ପ୍ରବାସୀ କି ଅଞ୍ଚଳବାସୀ, ସଙ୍ଗରୋଧରେ ଥିଲେ କି ନାହିଁ ସେ ନେଇ ସବିଶେଷ ତଥ୍ୟ ଲୋକଙ୍କ ନିକଟରେ ପହଞ୍ଚିପାରୁ ନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ପଜିଟିଭ୍‌ଙ୍କ ସମ୍ପର୍କରେ ଜିଲା ପ୍ରଶାସନକୁ ତଥ୍ୟ ପ୍ରଦାନ କରାଯାଉଥିଲେ ବି ପ୍ରଶାସନ ତାହା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଗଣମାଧ୍ୟମକୁ ଠିକ୍‌ ଭାବେ ଦେଉ ନ ଥିବା ଚର୍ଚ୍ଚାର ବିଷୟ ହୋଇଛି।
ଗତ ୧୦ ତାରିଖରେ ଅନୁଗୋଳ ପୌରାଞ୍ଚଳରେ ଜଣେ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। କିନ୍ତୁ ୧୧ ଦିନ ବିତିଯାଇଥିଲେ ମଧ୍ୟ ଏଯାଏ ତାଙ୍କ କଣ୍ଟାକ୍ଟ ହିଷ୍ଟ୍ରି ଜିଲା ପ୍ରଶାସନ ପ୍ରକାଶ କରିପାରି ନାହିଁ। ସେହିପରି ସଂକ୍ରମିତଙ୍କ ପରିବାର ଲୋକଙ୍କ ନମୁନା ରିପୋର୍ଟ ମଧ୍ୟ ପ୍ରଶାସନ ଅଦ୍ୟାବଧି ପାଇପାରି ନାହିଁ। ମହାମାରୀ ମୁକାବିଲା ଦିଗରେ ଅନୁଗୋଳ ପ୍ରଶାସନର ଏପରି କଛପ ଗତି ସହରବାସୀଙ୍କୁ ଏବେ ଚିନ୍ତାରେ ପକାଇଛି। ଇତିମଧ୍ୟରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୧୯ରେ ପହଞ୍ଚତ୍ଲାଣି। କିନ୍ତୁ ସେମାନଙ୍କ ସଂକ୍ରମଣର ଉତ୍ସ ସମ୍ପର୍କରେ ଜିଲାବାସୀଙ୍କ ନିକଟରେ ସବିଶେଷ ବିବରଣୀ ପହଞ୍ଚିପାରି ନାହିଁ। ଗତ ବୁଧବାର ଆଠମଲ୍ଲିକ ବ୍ଲକ ଅଞ୍ଚଳରେ ଦୁଇ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲା ପ୍ରଶାସନକୁ ଅବଗତ କରାଯିବା ପରେ ଦୁଇ ଆକ୍ରାନ୍ତଙ୍କୁ ତାଳଚେରସ୍ଥିତ କୋଭିଡ୍‌ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସନ୍ଧ୍ୟାରେ ଏସବୁ କାର୍ଯ୍ୟ ସମ୍ପନ୍ନ ହୋଇଥିଲେ ହେଁ ପ୍ରଶାସନ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲି ନ ଥିଲା। ଏ ସମ୍ପର୍କରେ ଜିଲାପାଳ ମନୋଜ କୁମାର ମହାନ୍ତି କହିଛନ୍ତି, କମ୍ୟୁନିକେସନ୍‌ ଗ୍ୟାପ୍‌ କାରଣରୁ ଏପରି ହୋଇଛି। ଏଣିକି ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସବିଶେଷ ତଥ୍ୟ ପ୍ରଦାନ କରିବେ। ଅନ୍ୟପକ୍ଷରେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ (ଡିଆଇପିଆର୍‌ଓ) ଶରତ ଚନ୍ଦ୍ର ସେଠୀ ପ୍ରତ୍ୟେକ ଦିନ ଜିଲା କାର୍ଯ୍ୟାଳୟଳକୁ ଆସି ତଥ୍ୟ ଗ୍ରହଣ କରିବା କଥା। କିନ୍ତୁ ବୁଧବାର ସେ ଆଦୌ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନ ଥିବା ଜିଲାପାଳଙ୍କ ସହ ଅନ୍ୟ ଅଧିକାରୀମାନେ କହିଛନ୍ତି। କିନ୍ତୁ ଡିଆଇପିଆର୍‌ଓ ସେଠୀ କହିଛନ୍ତି, ଜିଲାପାଳ ଯେଉଁ ତଥ୍ୟ ପ୍ରଦାନ କରୁଛନ୍ତି, ତାହା ଗଣମାଧ୍ୟମକୁ ଦିଆଯାଉଛି। କରୋନା ସମ୍ପର୍କିତ ଓ ପଜିଟିଭ୍‌ ତଥ୍ୟ ଜିଲାପାଳ ପ୍ରଦାନ କରିବେ ବୋଲି ସେଠୀ ପ୍ରକାଶ କରିଛନ୍ତି। ପୂର୍ବରୁ ଜିଲାରେ କରୋନା ସମ୍ପର୍କିତ ବୈଠକରେ ଜିଲାପାଳ ଡିଆଇପିଆର୍‌ଓଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରିବା ଦାୟିତ୍ୱ ପ୍ରଦାନ କରିଥିଲେ ହେଁ ସେ କାହିଁକି ତଥ୍ୟ ପ୍ରଦାନ କରୁ ନାହାନ୍ତି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ବୈଷ୍ଣବ ସମ୍ମିଳନୀରେ ରାଷ୍ଟ୍ରପତି

ପୁରୀ ଅଫିସ,୨୦ା୨: ଦୁଇ ଦିନିଆ ଓଡ଼ିଶାଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ଅର୍ଥାତ୍‌ ଦ୍ୱିତୀୟ ଦିନରେ ବିଶ୍ୱ ବେଷ୍ଣବ ସମ୍ମିଳନୀ ଉଦ୍‌ଘାଟନ କରିଛନ୍ତି। ଶ୍ରୀମଦ...

ସୁପ୍ରିମକୋର୍ଟ ପରେ ଆଇନଜୀବୀଙ୍କୁ ବିସିଆଇର ଚରମବାଣୀ: ଆନ୍ଦୋଳନ ବନ୍ଦ କର

କଟକ ଅଫିସ,୨୯ା୧୦: ବିଭିନ୍ନ ଦାବିରେ ଓଡ଼ିଶା ହାଇକୋର୍ଟ ବାର ଆସୋସିଏଶନ ଓ ରାଜ୍ୟର ୬୮ଟି ବାର ଆସୋସିଏଶନ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି। ଫଳରେ...

ଉପେନ୍ଦ୍ର ତ୍ରିପାଠୀ ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ଉପଦେଷ୍ଟା

ଭୁବନେଶ୍ୱର,୩।୮(ବ୍ୟୁରୋ): ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଉପେନ୍ଦ୍ର ତ୍ରିପାଠୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ଉପଦେଷ୍ଟା ତଥା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ ନବୀନ...

୧୯ ଡିଗ୍ରୀ କଲେଜକୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ୱର,୭ା୧(ବ୍ୟୁରୋ): ସାମ୍ସ ନିୟମ ଉଲ୍ଲଂଘନ କରି ଛାତ୍ରୀଛାତ୍ରଙ୍କ ନାମ ଲେଖାଇଥିବା ରାଜ୍ୟର ୧୯ଟି ଡିଗ୍ରୀ କଲେଜକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ...

ରାଷ୍ଟ୍ରପତି ଦେଖିବାକୁ କେମିତି: ଅଖିଳ ଗିରି

କୋଲକାତା/ନୂଆଦିଲ୍ଲୀ(ପି.ଟି.)/ ଭୁବନେଶ୍ୱର(ବ୍ୟୁରୋ) ୧୩।୧୧:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦରେ ଫସିଛନ୍ତି ପଶ୍ଚିମବଙ୍ଗର ମନ୍ତ୍ରୀ ଅଖିଳ ଗିରି। ନନ୍ଦିଗ୍ରାମରେ ଶୁକ୍ରବାର ରାତିରେ ତୃଣମୂଳ...

ବିବାହ ଭୋଜି ଖାଇ ଗୋଟିଏ ପରିବାରର ୬ ଗୁରୁତର

କୋକସରା,୧୦।୩(ଡି.ଏନ୍‌.ଏ): ବିବାହ ଭୋଜି ଖାଇ କଳାହାଣ୍ଡି ଜିଲା କୋକସରା ବ୍ଲକ ଡାଲଗୁମା ପଞ୍ଚାୟତ ଲଟାପଡା ଗ୍ରାମର ଗୋଟିଏ ପରିବାରର ୬ଜଣ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା...

‘ଚାଷୀଙ୍କ ଲାଭ ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରନ୍ତୁ’

ଭୁବନେଶ୍ୱର,୨ା୩(ବ୍ୟୁରୋ):ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା(ପିଏମ୍‌-କିଷାନ)ରେ ପଞ୍ଜୀକୃତ ୪୦ ଲକ୍ଷ ୫୦ ହଜାର ଓଡ଼ିଆ ଚାଷୀ ଲାଭ ପାଇବା ଦରକାର। ଯେପରି ଏହି ଯୋଜନାର ସମ୍ପୂର୍ଣ୍ଣ...

କରୋନା କଟକଣାକୁ ଫୁ: ସଟ୍‌ଡାଉନ୍‌ ଉଠିବା ପରେ ଛତ୍ରବଜାରରେ ଅସମ୍ଭାଳ ଭିଡ଼

କଟକ ଅଫିସ,୬ା୪: କଟକ ସହରରେ ପ୍ରଥମ କରୋନା ଭୂତାଣୁ ଶୁକ୍ରବାର ଚିହ୍ନଟ ହୋଇଥିଲା। ଫଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର ସନ୍ଧ୍ୟା ୮ଟାରୁ ରବିବାର ସନ୍ଧ୍ୟା...

Advertisement
Archives

Model This Week