ସରକାର ଦେଉଛନ୍ତି, ପ୍ରଶାସନ ଦେଉନି

ଅନୁଗୋଳ ଅଫିସ, ୨୨।୫

କରୋନା ମୁକାବିଲା ପାଇଁ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ବହୁ ପୂର୍ବରୁ ପ୍ରସ୍ତୁତି କରାଯାଇଥିଲା। ଘନ ଘନ ବୈଠକ ସହ କି କି ପଦକ୍ଷେପ ନିଆଯିବ ସେ ନେଇ ଯୋଜନା ପରେ ଯୋଜନା ହୋଇଥିଲା। ତାଳଚେରଠାରେ କୋଭିଡ୍‌-୧୯ ସ୍ବତନ୍ତ୍ର ହସ୍ପିଟାଲ୍‌, କ୍ୱାରାଣ୍ଟାଇନ୍‌ ସେଣ୍ଟର, ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର (ଟିଏମ୍‌ସି), ପାରାମେଡିକାଲ ଷ୍ଟାଫ୍‌ ନିଯୁକ୍ତି ଆଦି ଅନେକ ପଦକ୍ଷେପ ସଂକ୍ରମଣ ରୋକିବା ଦିଗରେ ଉଠାଯାଇଥିଲା। ଏପରି କି ସଂକ୍ରମିତଙ୍କ ସମ୍ପର୍କରେ କେତେ ତଥ୍ୟ ଗଣମାଧ୍ୟମ ଜରିଆରେ ଜିଲାବାସୀଙ୍କ ନିକଟରେ ପହଞ୍ଚାଯାଇ ସେମାନଙ୍କୁ ସଚେତନ ଓ ସତର୍କ କରାଯାଇପାରିବ ତାହା ମଧ୍ୟ ସ୍ଥିରୀକୃତ କରାଯାଇଥିଲା। କିଏ ଏହି ତଥ୍ୟ ପ୍ରଦାନ କରିବେ ସେ ନେଇ ବି ଜିଲାପାଳ ବୈଠକରେ ଦାୟିତ୍ୱ ବଣ୍ଟନ କରିଥିଲେ। କିନ୍ତୁ ଏତେ ସବୁ ବ୍ୟବସ୍ଥା ସତ୍ତ୍ୱେ ଏବେ ଜିଲାର ଆକ୍ରାନ୍ତମାନଙ୍କ ସମ୍ପର୍କରେ ଜନସାଧାରଣ ଠିକ୍‌ ଭାବେ ଜାଣିପାରୁ ନ ଥିବା ଅଭିଯୋଗ ହେଉଛି। ବିଶେଷକରି ସଂକ୍ରମିତ ବ୍ୟକ୍ତିଙ୍କ ସଂକ୍ରମଣର ଉତ୍ସ, ସେ ପ୍ରବାସୀ କି ଅଞ୍ଚଳବାସୀ, ସଙ୍ଗରୋଧରେ ଥିଲେ କି ନାହିଁ ସେ ନେଇ ସବିଶେଷ ତଥ୍ୟ ଲୋକଙ୍କ ନିକଟରେ ପହଞ୍ଚିପାରୁ ନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ପଜିଟିଭ୍‌ଙ୍କ ସମ୍ପର୍କରେ ଜିଲା ପ୍ରଶାସନକୁ ତଥ୍ୟ ପ୍ରଦାନ କରାଯାଉଥିଲେ ବି ପ୍ରଶାସନ ତାହା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଗଣମାଧ୍ୟମକୁ ଠିକ୍‌ ଭାବେ ଦେଉ ନ ଥିବା ଚର୍ଚ୍ଚାର ବିଷୟ ହୋଇଛି।
ଗତ ୧୦ ତାରିଖରେ ଅନୁଗୋଳ ପୌରାଞ୍ଚଳରେ ଜଣେ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। କିନ୍ତୁ ୧୧ ଦିନ ବିତିଯାଇଥିଲେ ମଧ୍ୟ ଏଯାଏ ତାଙ୍କ କଣ୍ଟାକ୍ଟ ହିଷ୍ଟ୍ରି ଜିଲା ପ୍ରଶାସନ ପ୍ରକାଶ କରିପାରି ନାହିଁ। ସେହିପରି ସଂକ୍ରମିତଙ୍କ ପରିବାର ଲୋକଙ୍କ ନମୁନା ରିପୋର୍ଟ ମଧ୍ୟ ପ୍ରଶାସନ ଅଦ୍ୟାବଧି ପାଇପାରି ନାହିଁ। ମହାମାରୀ ମୁକାବିଲା ଦିଗରେ ଅନୁଗୋଳ ପ୍ରଶାସନର ଏପରି କଛପ ଗତି ସହରବାସୀଙ୍କୁ ଏବେ ଚିନ୍ତାରେ ପକାଇଛି। ଇତିମଧ୍ୟରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୧୯ରେ ପହଞ୍ଚତ୍ଲାଣି। କିନ୍ତୁ ସେମାନଙ୍କ ସଂକ୍ରମଣର ଉତ୍ସ ସମ୍ପର୍କରେ ଜିଲାବାସୀଙ୍କ ନିକଟରେ ସବିଶେଷ ବିବରଣୀ ପହଞ୍ଚିପାରି ନାହିଁ। ଗତ ବୁଧବାର ଆଠମଲ୍ଲିକ ବ୍ଲକ ଅଞ୍ଚଳରେ ଦୁଇ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲା ପ୍ରଶାସନକୁ ଅବଗତ କରାଯିବା ପରେ ଦୁଇ ଆକ୍ରାନ୍ତଙ୍କୁ ତାଳଚେରସ୍ଥିତ କୋଭିଡ୍‌ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସନ୍ଧ୍ୟାରେ ଏସବୁ କାର୍ଯ୍ୟ ସମ୍ପନ୍ନ ହୋଇଥିଲେ ହେଁ ପ୍ରଶାସନ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲି ନ ଥିଲା। ଏ ସମ୍ପର୍କରେ ଜିଲାପାଳ ମନୋଜ କୁମାର ମହାନ୍ତି କହିଛନ୍ତି, କମ୍ୟୁନିକେସନ୍‌ ଗ୍ୟାପ୍‌ କାରଣରୁ ଏପରି ହୋଇଛି। ଏଣିକି ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସବିଶେଷ ତଥ୍ୟ ପ୍ରଦାନ କରିବେ। ଅନ୍ୟପକ୍ଷରେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ (ଡିଆଇପିଆର୍‌ଓ) ଶରତ ଚନ୍ଦ୍ର ସେଠୀ ପ୍ରତ୍ୟେକ ଦିନ ଜିଲା କାର୍ଯ୍ୟାଳୟଳକୁ ଆସି ତଥ୍ୟ ଗ୍ରହଣ କରିବା କଥା। କିନ୍ତୁ ବୁଧବାର ସେ ଆଦୌ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନ ଥିବା ଜିଲାପାଳଙ୍କ ସହ ଅନ୍ୟ ଅଧିକାରୀମାନେ କହିଛନ୍ତି। କିନ୍ତୁ ଡିଆଇପିଆର୍‌ଓ ସେଠୀ କହିଛନ୍ତି, ଜିଲାପାଳ ଯେଉଁ ତଥ୍ୟ ପ୍ରଦାନ କରୁଛନ୍ତି, ତାହା ଗଣମାଧ୍ୟମକୁ ଦିଆଯାଉଛି। କରୋନା ସମ୍ପର୍କିତ ଓ ପଜିଟିଭ୍‌ ତଥ୍ୟ ଜିଲାପାଳ ପ୍ରଦାନ କରିବେ ବୋଲି ସେଠୀ ପ୍ରକାଶ କରିଛନ୍ତି। ପୂର୍ବରୁ ଜିଲାରେ କରୋନା ସମ୍ପର୍କିତ ବୈଠକରେ ଜିଲାପାଳ ଡିଆଇପିଆର୍‌ଓଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରିବା ଦାୟିତ୍ୱ ପ୍ରଦାନ କରିଥିଲେ ହେଁ ସେ କାହିଁକି ତଥ୍ୟ ପ୍ରଦାନ କରୁ ନାହାନ୍ତି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ବ୍ରହ୍ମପୁର ଆସୁଥିବା ବେଳେ ବାଟରେ ମର୍ମନ୍ତୁଦ ଦୁର୍ଘଟଣା, ଡିଭାଇଡର ପିଟି ହୋଇ ୨ ବାଇକ ଆରୋହୀ ମୃତ

ଗଞ୍ଜାମ,୧୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ମର୍ମନ୍ତୁଦ ଦୁର୍ଘଟଣା ହୋଇଛି ।  ଅପରାହ୍ନରେ ଏକ ବାଇକ ଡିଭାଇଡର ପିଟି…

ପୂର୍ବ ଶତ୍ରୁତାରୁ ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ! ଗାଁ ମେଡ଼ିକାଲ ଛକରେ ଠିଆ ହୋଇଥିଲେ, କାରରେ ଆସି ହାଣି ଚାଲିଲେ…

ଦିଗପହଣ୍ଡି,୧୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ରବିବାର ସନ୍ଧ୍ୟା ପ୍ରାୟ…

ନଦୀରେ ଗୋଧୋଇବାକୁ ଯିବା ହେଲା କାଳ, ପାଣିରେ ବୁଡ଼ି ଚାଲିଗଲା ୨ଜୀବନ

ଝାରସୁଗୁଡ଼ା,୧୪।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଇବ ନଦୀକୁ ରବିବାର ଅପରାହ୍ନରେ ଗାଧୋଇ ଯାଇଥିବା ସମୟରେ ପାଣିରେ ବୁଡ଼ି ଦୁଇ ଜଣ ଯୁବକଙ୍କର ଅକାଳ…

ଭାରସାମ୍ୟ ହରାଇ ଗଛକୁ ପିଟିଲା ବୁଲେଟ୍, ୩….

ଭଞ୍ଜନଗର,୧୪।(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସୋରଡ଼ା ରାସ୍ତାର କଣ୍ଟେଇପଲ୍ଲୀ ଛକ ନିକଟରେ ଥିବା ଜଳଭଣ୍ଡାର ଗୋଲେଇ ଠାରେ ବଡ଼ ସଡ଼କ ଦୁର୍ଘଟଣା ହୋଇଛି । ରବିବାର…

ଚାମେଲି ଓଝାଙ୍କ ସମର୍ଥନରେ ବେତାଳିଗାଁ ବଜାରରେ ବିଶାଳ ପ୍ରତିବାଦ ସଭା, ଗର୍ଜିଲେ ଜନସାଧାରଣ

ତିହିଡ଼ି,୧୪।୬(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ବେତାଳିଗାଁ ବଜାରଠାରେ ପାଳାସାହି ଗ୍ରାମପଞ୍ଚାୟତ ପକ୍ଷରୁ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । କେନ୍ଦ୍ରାପଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri