Posted inଜାତୀୟ

ସରକାର ଗଠନ ପୂର୍ବରୁ ଅସୁସ୍ଥ ହେଲେ ସଞ୍ଜୟ: ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ,୧୧।୧୧: ମହାରାଷ୍ଟ୍ରରେ ସରକାର ଗଠନ ପୂର୍ବରୁ ଶିବସେନା ନେତା ଅସୁସ୍ଥ। ଶିବସେନାର ଟାଣୁଆ ନେତା ତଥା ଏମ୍‌ପି ସଞ୍ଜୟ ରାଉତ ସୋମବାର ମଧ୍ୟାହ୍ନରେ ଅସୁସ୍ଥ ହୋଇପଡ଼ିଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ମୁମ୍ବାଇ ସ୍ଥିତ ଲିଲାବତି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଏବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସାମାନ୍ୟ ଥିବାରୁ ଆସନ୍ତାକାଲି ତାଙ୍କୁ ଡିସଚାର୍ଜ କରି ଦିଆଯାଇପାରେ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, କିଛି ଦିନରୁ ସେ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ତାଙ୍କର ଚିକିତ୍ସା ଚାଲିଥିଲା। ଡାକ୍ତର ତାଙ୍କୁ ବିଶ୍ରାମ ନେବା ପାଇଁ ପରାମର୍ଶ ଦେଇଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ସଞ୍ଜୟ ଏଭଳି ସମୟରେ ଅସୁସ୍ଥ ହୋଇଛନ୍ତି, ଯେଉଁ ସମୟରେ ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ଶିବସେନାକୁ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି। ସନ୍ଧ୍ୟା ୬ଟାରେ ଶିବସେନା ନେତା ରାଜ୍ୟପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିବା ବେଳେ ୭ଟା ୩୦ରେ ଦଳ ସରକାର ଗଠନ ଲାଗି ନିଜର ଦାବି ଉପସ୍ଥାପନ କରିବ। ତେବେ ତାଙ୍କର ଏଭଳି ସମୟରେ ଅସୁସ୍ଥ ହେବା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଏସିଆ କପ୍‌: ଫାଇନାଲରେ ଭାରତ-ଶ୍ରୀଲଙ୍କା ମହାମୁକାବିଲା, ଟାଇଟଲ ପାଇଁ କିଏ ଫେଭରାଇଟ୍‌ ଜାଣନ୍ତୁ…

ଦୁବାଇ,୧୨ା୯: ମହିଳା ଟି୨୦ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ୭ ଥରର ବିଜେତା ଭାରତ ଟୁର୍ନାମେଣ୍ଟ…

ଲୁଟେରାଙ୍କଠାରୁ ନଗଦ ଟଙ୍କା-ବାଇକ୍‌ ସହ ଛୁରି ଜବତ, ପୁଣି ଜଣେ ଯୁବକ ଧରାପଡ଼ି…

ଝରିଗାଁ,୧୨ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ମୋଦି-ଜିନ୍‌ପିଙ୍ଗ୍‌ ଦ୍ୱିପାକ୍ଷିକ ବୈଠକ: ଚାଇନା ଭାରତ ସହ ତା’ର…

ନୂଆଦିଲ୍ଲୀ,୧୨ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି. ଜିନପିଙ୍ଗ୍‌ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଶେଷ ହୋଇଛି। ଭାରତମଣ୍ଡପମରେ ଅନୁଷ୍ଠିତ ଏହି ବୈଠକରେ ବାଣିଜ୍ୟ ସମେତ…

ଜାରି ରହିଛି ବର୍ଷା: ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ବଢୁଛି ଜନ ଅସନ୍ତୋଷ

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ ୪ ଦିନ ହେଲା ଲଘୁଚାପ ଜନିତ ବର୍ଷା ଜାରିରହିଛି। ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ…

ଏକମ୍ବା ଗ୍ରାମରେ ଭାଲୁ ଆତଙ୍କ

ଝରିଗାଁ, ୧୨/୯ (କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଏକମ୍ବା ଗ୍ରାମରେ ଭାଲୁ ଆତଙ୍କ ଦେଖାଦେଇଛି। ଶନିବାର ସକାଳୁ ଏକମ୍ବା ଗ୍ରାମସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର…

ବିଶ୍ଵବାସୀଙ୍କୁ ସୁସ୍ଥ ଓ ନିରୋଗ ମାର୍ଗ ଦେଖାଉଛି ଯୋଗ: ଶାରୀରିକ ମାନସିକ ସୁସ୍ଥତା ପାଇଁ ଯୋଗ ନିହାତି ଆବଶ୍ୟକ

ଦିଗପହଣ୍ଡି,୧୨|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ସେଲ୍ ପକ୍ଷରୁ ଶନିବାର କଲେଜ ପରିସରରେ ଯୋଗ ଓ ପ୍ରାଣାୟମ…

ଅନୁଦାନ ବଣ୍ଟନରେ ପାତରଅନ୍ତର ଅଭିଯୋଗ, ନିର୍ଦ୍ଦିଷ୍ଟ ପଞ୍ଚାୟତ ପାଇଁ ଏତେ ଅନୁକମ୍ପା କାହିଁକି

କର୍ଲାମୁଣ୍ଡା,୧୨ା୯(ପ୍ରଦୀପ କୁମାର ସାହୁ): କର୍ଲାମୁଣ୍ଡା ବ୍ଲକରେ ‘ବିକଶିତ ଓଡ଼ିଶା ବିକଶିତ ଗାଁ’ ଯୋଜନାରେ ଅନୁଦାନ ବଣ୍ଟନକୁ ନେଇ ପାତରଅନ୍ତର କରାଯାଇଥିବା ଅଭିଯୋଗ ଉଠିଛି। ବ୍ଲକର ୧୨ଟି ପଞ୍ଚାୟତ…

ଆରଟିଆଇ (RTI) ର ବଡ଼ ତଥ୍ୟ, ୭ ବର୍ଷରେ ପ୍ରଧାନମନ୍ତ୍ରୀଙ୍କ ମେକଅପ ପାଇଁ ଖର୍ଚ୍ଚ ହୋଇଛି ଏତିକି କୋଟି ଟଙ୍କା

ଜେରୁଜେଲମ,୧୨।୯: ଇସ୍ରାଏଲରେ, ୨୦୧୯ ମସିହାରୁ ଅଗଷ୍ଟ ୨୦୨୬ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ କେଶ ସଜ୍ଜା (hairstyling) ଏବଂ ମେକଅପ ପାଇଁ ପ୍ରାୟ ୪,୭୦,୦୦୦ ଡଲାର (ପାଖାପାଖି ୪ କୋଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?