ସରକାରୀ ସୁବିଧା ଦାବିକଲେ ଚାଳକ

ବ୍ରହ୍ମପୁର ଅଫିସ୍‌,୧୮ା୯-ଓଡ଼ିଶା ମୋଟର୍‌ ଚାଳକ ସଂଘ ବ୍ରହ୍ମପୁର ଶାଖା ପକ୍ଷରୁ ମଙ୍ଗଳବାର ସକାଳେ ଚାଳକ ଦିବସ ପାଳନ କରାଯାଇଛି । ଏହି ଅବସରରେ ସକାଳେ ବହୁ ସଂଖ୍ୟାରେ ଗାଡ଼ି ଚାଳକ ପୁରୁଣା ବସ୍‌ଷ୍ଟାଣ୍ଡରେ ଏକାଠି ହୋଇଥିଲେ। ସେଠାରୁ ଏକ ରାଲିରେ ବାହାରି ବ୍ରହ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସଂଘର ବିଭିନ୍ନ ଦାବି ସମ୍ପର୍କିତ ଏକ ସ୍ମାରକପତ୍ର ଉପଜିଲାପାଳ ସିିନ୍ଦେ ଦତ୍ତାତ୍ରେୟ ଭାଉସାହେବଙ୍କୁ ପ୍ରଦାନ କରିଥିଲେ। ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି, ଦେଶ ଗଠନରେ କାର୍ଯ୍ୟ କରୁଥିବା ଟ୍ରକ୍‌, ବସ୍‌ ଓ ଟ୍ୟାକ୍ସି ଚାଳକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଦେଶ ପ୍ରଗତି ତଥା ରାଜ୍ୟର ଅର୍ଥନୈତିକ ପ୍ରଗତିର ବାହକ ହେଉଛନ୍ତି ଚାଳକ । ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀଠାରୁ ସମସ୍ତ ଜିନିଷପତ୍ର ପହଞ୍ଚାଇବାରେ ଏବଂ ଆଶୁ ଚିକିତ୍ସା ଆବଶ୍ୟକ କରୁଥିବା ରୋଗୀଙ୍କୁ ଚିକିତ୍ସାଳୟରେ ପହଞ୍ଚାଇବା ସହ ଲୋକଙ୍କୁ ନେବା ଆଣିବାରେ ଚାଳକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। କିନ୍ତୁ ଦିନରାତି ନିରନ୍ତର କାର୍ଯ୍ୟ କରୁଥିବା ଚାଳକଙ୍କ ପାଇଁ ସରକାରଙ୍କ କୌଣସି ସୁବିଧା ନାହିଁ । ଜୀବନ ଜୀବିକା ସର୍ବଦା ସୂତାଖିଅରେ ଝୁଲୁଛି । ଅବହେଳିତ ଭାବେ ଜୀବନ କାଟୁଛନ୍ତି। କର୍ମକ୍ଷେତ୍ରରେ ଚାକିରିର ସ୍ଥାୟିତ୍ୱ ନାହିଁ । କାର୍ଯ୍ୟ କରିବାର ସମୟ ସ୍ଥିର ନୁହେଁ, ବିଶ୍ରାମ ମଧ୍ୟ ନାହିଁ । ସେମାନଙ୍କ ପିଲାମାନେ ଉପଯୁକ୍ତ ଶିକ୍ଷା ପାଇପାରୁନାହାନ୍ତି। ମୁଣ୍ଡଗୁଞ୍ଜିବା ପାଇଁ ଘର ଖଣ୍ଡିଏ ନିର୍ମାଣ କରିବାକୁ ପାଖରେ ଟଙ୍କା ନାହିଁ । ଓଲଟି ଚାଳକଙ୍କ ଉପରେ ଗୋଟିଏ ପରେ ଗୋଟିଏ ଜରିମାନା ଲଦି ଦିଆଯାଉଛି ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି। ଏଥି ସହ ସଂଘ ପକ୍ଷରୁ କେତେକ ଦାବି ଉପସ୍ଥାପନ କରାଯାଇଛି । ବ୍ରହ୍ମପୁର ସହରରେ ଏକ ସ୍ଥାୟୀ ଟ୍ୟାକ୍ସିଷ୍ଟାଣ୍ଡ ନିର୍ମାଣ, ଚାଳକଙ୍କ ପାଇଁ ସ୍ଥାୟୀ କାର୍ଯ୍ୟାଳୟ, ବିଶ୍ରାମ ଗୃହ, ଆଲୋକ ବ୍ୟବସ୍ଥା ଏବଂ ଶୌଚାଳୟ ନିର୍ମାଣ, ସମସ୍ତ ଚାଳକଙ୍କୁ ଶ୍ରମ ବିଭାଗରେ ପଞ୍ଜୀକରଣ ସହ ସ୍ବତନ୍ତ୍ର ପରିଚୟପତ୍ର ପ୍ରଦାନ ଏବଂ ଅଣସଂଗଠିତ ଚାଳକଙ୍କ କଲ୍ୟାଣ ପାଇଁ ଆଇନ୍‌ ପ୍ରଣୟନ ସହ କଲ୍ୟାଣ ପାଣ୍ଠି ଗଠନ କରିବାକୁ ସଂଘ ପକ୍ଷରୁ ଉପଜିଲାପାଳଙ୍କ ପାଖରେ ଦାବି ରଖାଯାଇଥିଲା । ସଂଘ ସଭାପତି ରାଜେନ୍ଦ୍ର କୁମାର ଚୌଧୁରୀ, ଉପସଭାପତି ନୀଳମାଧବ ପାଠୀ, ସମ୍ପାଦକ ଧୋବା ଗୌଡ଼, ସହସମ୍ପାଦକ ଦିଲେଶ୍ୱର ଦାସ, କୋଷାଧ୍ୟକ୍ଷ ଜିତେନ୍ଦ୍ର କୁମାର ପଣ୍ଡା, ଉପକୋଷାଧ୍ୟକ୍ଷ ଗୋପାଳ କୃଷ୍ଣ ସାହୁ, କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରସାଦ ରାଓ, ଦିଲୀପ କୁମାର ରାଓ, ଟୁନା ମହାରଣା, ପୁରୁଷୋତ୍ତମ ଗୌଡ଼, ପଦ୍ମନାଭ ବେହେରା, ଶ୍ରୀନିବାସ ସାହୁ ଓ ହରି ବେହେରାଙ୍କ ସମେତ ବହୁ ଚାଳକ ଏଥିରେ ଯୋଗ ଦେଇଥିଲେ । ରାଲିରେ ଚାଳକମାନେ ଟ୍ରାଫିକ ସଚେତନତା ସ୍ଲୋଗାନ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri