ସରକାରୀ ଜମି ଅବରୋଧ ପ୍ରତିବାଦରାସ୍ତା ଅବରୋଧ କଲେ ଶ୍ରୀଜଙ୍ଗ ଗ୍ରାମବାସୀ

ବାହାନଗା,୨୪।୭(ଡି.ଏନ.ଏ.)-ଖନ୍ତାପଡ଼ା ଥାନା ଅଧୀନସ୍ଥ ରେମୁଣା ବ୍ଲକର ଶ୍ରୀଜଙ୍ଗ ଗ୍ରାମର ସରକାରୀ ଗୋଚର ଓ ଆଡ଼ିବନ୍ଧକୁ ପ୍ରଭାବଶାଳୀ ଲୋକମାନେ ଜବରଦସ୍ତ ଅବରୋଧ କରି ରଖିଥିବାରୁ ଗ୍ରାମବାସୀ ଏହାର ପ୍ରତିବାଦ କରିଛନ୍ତି। ଗ୍ରାମବାସୀ ମଙ୍ଗଳବାର ଅବରୋଧ ହଟାଇବା ଦାବିରେ ଗ୍ରାମ ରାସ୍ତା ଓ ବାଲେଶ୍ୱରରୁ ବାସୁଦେବପୁରକୁ ସଂଯୋଗ କରୁଥିବା ସଲ୍ଟ ରୋଡ଼କୁ ଦୀର୍ଘ ୪ଘଣ୍ଟା ଧରି ଅବରୋଧ କରିଥିଲେ। ରେମୁଣା ତହସିଲଦାର ଓ ଖନ୍ତାପଡ଼ା ଥାନା ପୋଲିସ ପହଞ୍ଚତ୍ ଲୋକମାନଙ୍କୁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା।
ଗ୍ରାମର ଥିବା କିମ୍ବଦନ୍ତୀ ପୋଖରୀଆଡ଼ି ସମେତ ଗୋଚର ଜମି ୨୨ ଏକର ଥିଲା। ତେବେ ଏହି ଜମି ମଧ୍ୟରୁ ଏବେ ୯ଏକର ଜମି ରହିଥିବା ବେଳେ ଅବଶିଷ୍ଟ ଜମିକୁ ଘରବାଡ଼ି, ଜମି ଥିବା ଲୋକମାନେ ଏବେ ଅବରୋଧ କରି ନିଜ ଅକ୍ତିଆରକୁ ନେଇଯାଇଛନ୍ତି। ଫଳରେ ଗ୍ରାମର ଗୋର ଚରିବା ପାଇଁ ଆଉ ସ୍ଥାନ ନାହିଁ। ଯେଉଁଥିପାଇଁ ଗ୍ରାମବାସୀ ମଙ୍ଗଳବାର ପ୍ରଥମେ ଗ୍ରାମର ଥିବା ସ୍ବାଧୀନତା ସଂଗ୍ରାମୀ ସତ୍ୟାଗ୍ରହୀ ସ୍ମୃତିସ୍ତମ୍ଭ ନିକଟସ୍ଥ ଗ୍ରାମକୁ ପ୍ରବେଶ ରାସ୍ତାକୁ ପୂର୍ବାହ୍ନ ୯ଟାରୁ ୧୨ଟା ପର୍ଯ୍ୟନ୍ତ ଦୀର୍ଘ ୩ଘଣ୍ଟା କାଳ ଅବରୋଧ କରିଥିଲେ। ପରେ ଦିନ ୧୨ଟାରୁ ୧ଟା ପର୍ଯ୍ୟନ୍ତ ବାଲେଶ୍ୱର-ବାସୁଦେବପୁରକୁ ସଂଯୋଗ କରୁଥିବା ସଲ୍ଟ ରୋଡ଼କୁ ଦୀର୍ଘ ୧ ଘଣ୍ଟା କାଳ ଅବରୋଧ କରିଥିଲେ। ଘଟଣାସ୍ଥଳକୁ ରେମୁଣା ତହସିଲଦାର ସଞ୍ଜୟ ରାଉତଙ୍କ ସମେତ ଆର୍‌ଆଇ ଓ ଖନ୍ତାପଡ଼ା ଥାନା ପୋଲିସ୍‌, ଶ୍ରୀଜଙ୍ଗ ପଞ୍ଚାୟତ ସରପଞ୍ଚ କାର୍ତ୍ତିକେଶ୍ୱର ବାରିକ୍‌ ପହଞ୍ଚତ୍ ବୁଝାଶୁଝା କରିବା ସହିତ ଅବରୋଧକାରୀଙ୍କ ନାମରେ ମାମଲା ରୁଜୁ କରାଯିବା ସହିତ ନୋଟିସ୍‌ ପରେ ଅବରୋଧ ତୁରନ୍ତ ହଟାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ରାସ୍ତା ଅବରୋଧ ହଟିଥିଲା। ଏହି ଅବରୋଧରେ ଗ୍ରାମର ସନିଆ ମଲ୍ଲିକ, ବିକର୍ତ୍ତନ ମଲ୍ଲିକ, ନାରଣ ମଲ୍ଲିକ, ଘନଶ୍ୟାମ ମଲ୍ଲିକ, ଯଶକେତନ ମଲ୍ଲିକ, କାଶିନାଥ ମଲ୍ଲିକ, ଚିଲ୍ଲ ମଲ୍ଲିକ, ଅଖ ମଲ୍ଲିକ, ଜଳିଆ ମଲ୍ଲିକ ପ୍ରମୁଖଙ୍କ ନେତୃତ୍ୱରେ ଗ୍ରାମବାସ ରାସ୍ତା ଅବରୋଧ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର, ହତ୍ୟା ଅଭିଯୋଗରେ ପ୍ରେମିକ ଗିରଫ

ଭୁବନେଶ୍ୱର,୨୫।୨(ବ୍ୟୁରୋ): ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ଗ୍ରାମର ଏକ ନିର୍ମାଣାଧୀନ ଆପାର୍ଟମେଣ୍ଟ ନିକଟ ପ଼ଡ଼ିଆରୁ ଜଣେ ମହିଳାଙ୍କ ମୃତଦେହ ଜବତ ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଫୋନ, ମେସେଜ ମାମଲା: ବନ୍ଧା ହେଲେ ଆୟୁଷ ନିର୍ଦ୍ଦେଶକ

ଭୁବନେଶ୍ୱର,୯।୭(ବ୍ୟୁରୋ)-ମହିଳା କର୍ମଚାରୀଙ୍କୁ ବାରମ୍ବାର ଅଶ୍ଳୀଳ ଭିଡ଼ିଓ ଓ ମେସେଜ ପଠାଇବା ସହ ଚାକିରି ନେଇଯିବାକୁ ଧମକ ଦେବା ଜଣେ ଓଏଏସ୍‌ ଅଫିସରଙ୍କୁ ମହଙ୍ଗା ପଡିଛି। ମହିଳା...

ଶ୍ୱଶୁରଘର ଅଞ୍ଚଳରୁ ଜ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ବାପା

ଧାମନଗର, ୧।୬ (ଡି.ଏନ.ଏ.) – ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ କଲ୍ୟାଣୀନଗରୀ ନିକଟ ରେବ ନଦୀ କୂଳରେ ଏକ ଗଛରେ ଜଣେ ଯୁବକଙ୍କ ମୃତଦେହ...

ମୁହଁମାଡ଼ି ପଡ଼ିଛି ପର୍ଯ୍ୟଟନ ଶିଳ୍ପ

ପୁରୀ ଅଫିସ,୧୩ା୭: ପୁରୀ ଜିଲାର ପର୍ଯ୍ୟଟନ ସ୍ଥଳ ହେଉ କି ବେଳାଭୂମି ସବୁଠି ଏବେ ଛାଇଯାଇଛି ନିର୍ଜନତା। କୌଣସି ଦର୍ଶନୀୟ ସ୍ଥାନରେ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳୁନାହିଁି...

ପୋଲିସ ଟୋପି ପିନ୍ଧି ହଟହଟା ହେଲେ ଯନ୍ତ୍ରୀ

ମାଲକାନଗିରି,୨ା୪: ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର କନିଷ୍ଠ ଯନ୍ତ୍ରୀ ସୁଶୀଲ କୁମାର ବେହେରା ପୋଲିସ ଟୋପି ପିନ୍ଧି ହଟହଟା ହୋଇଛନ୍ତି। ଟୋପିର ଅପବ୍ୟବହାର...

ରାୟଗଡ଼ା ଜଳାର୍ଣ୍ଣବ: ଲଗାଣ ବର୍ଷାରେ ଧୋଇଗଲା ରେଲଓ୍ବେ ଟ୍ରାକ

ରାୟଗଡା ଅଫିସ/ମୁନିଗୁଡ଼ା/ଅମ୍ବାଦଳା, ୭।୮(ଡି.ଏନ୍‌.ଏ.): ଗତ ୪୦ ଘଣ୍ଟାରୁ ଅଧିକ ସମୟ ଧରି ଲଗାଣ ବର୍ଷା ଯୋଗୁ ରାୟଗଡ଼ାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ସବୁଠୁ...

ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ଗୁଳି ଫୁଟି ଗ୍ରାହକ ଆହତ, ବାମ ପାଦରେ ବାଜିଛି ଗୁଳି

ପୁରୀ ଅଫିସ,୨୯।୧୧: ପୁରୀ ଜିଲା କୁମ୍ଭାରପଡ଼ା ଥାନା ଅଧୀନ ପୁରୁଣା ସଦର ଥାନାସ୍ଥିତ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ସେଠାରେ...

ଜଟଣୀ ତହସିଲରେ ଦଲାଲଙ୍କୁ ଧରିଲେ ଆଇନଜୀବୀ :ଆଣିଥିବା ସରକାରୀ ରେକର୍ଡ ଛଡ଼ାଇ ରଖିଲେ

ଜଟଣୀ,୩।୧୧(ଡି.ଏନ.ଏ) ସରକାରୀ କାର୍ଯ୍ୟାଳୟଗୁଡିକରୁ ଦଲାଲ ହଟାଇବା, ଲାଞ୍ଚ କାରବାର ବନ୍ଦ କରି ଦୁର୍ନୀତିମୁକ୍ତ କରି ଲୋକଙ୍କୁ ଠିକ୍‌ ସେବା ଯୋଗାଇବା ପାଇଁ ସରକାର ୫-ଟି ଓ...

Advertisement
Archives

Model This Week