ଭଞ୍ଜନଗର ଆର୍‌ଟିଓ ଅଫିସ ପରିସରରୁ ୪ ଗିରଫ

ଭଞ୍ଜନଗର,୨୭।୯(ଡି.ଏନ.ଏ.): ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ଦଲାଲଙ୍କ ପ୍ରାର୍ଦୁଭାବ ବଢ଼ିବାରେ ଲାଗିଛି। ଦଲାଲ ଲାଭବାନ ହେଉଥିବାବେଳେ ଲୋକେ ଖର୍ଚ୍ଚାନ୍ତ ହେଉଛନ୍ତି। ଦଲାଲ ଦ୍ୱାରା ଲାଭଖୋର କିଛି କର୍ମଚାରୀ ମଧ୍ୟ ଲାଭବାନ ହେଉଥିଲେ। ଏହିଭଳି ପରିସ୍ଥିତିରେ ରାଜ୍ୟ ସରକାର ପ୍ରାରମ୍ଭିକ ପର୍ଯ୍ୟାୟରେ ମେଡ଼ିକାଲ, ଆର୍‌ଟିଓ ସମେତ ପ୍ରମୁଖ କାର୍ଯ୍ୟାଳୟକୁ ଦଲାଲ ମୁକ୍ତ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ଦଲାଲମାନେ ଯେଉଁ କାର୍ଯ୍ୟ କରୁଥିଲେ ତାହା ସରକାରୀ କର୍ମଚାରୀମାନେ କେତେଦୁର ଲୋକଙ୍କ ପାଇଁ ନିସ୍ବାର୍ଥପର ଭାବେ କରୁଛନ୍ତି ତାହା ଦେଖିବା କଥା। ଯଦି କର୍ମଚାରୀମାନେ ବିନା ଦଲାଲରେ ଅଶିକ୍ଷିତ ଲୋକଙ୍କୁ ସାହାର୍ଯ୍ୟ ଯୋଗାଇ ଦେବେ ସରକାରଙ୍କ ଲକ୍ଷ୍ୟ ସାଧନ ହୋଇପାରିବ। ଏହିଭଳି ପରିସ୍ଥିତିରେ ଭଞ୍ଜନଗର ପୋଲିସ ଶୁକ୍ରବାର ଭଞ୍ଜନଗର ଆର୍‌ଟିଓ ଅଫିସ ପରିସରରେ ଚଢ଼ାଉ କରି ୪ ଦଲାଲଙ୍କୁ ଗିରଫ କରିଛି। ଚଢ଼ାଉ ଦେଖି ଅନ୍ୟ ଦଲାଲମାନେ ଦୌଡ଼ି ପଳାଇଥିଲେ। ଚଢ଼ାଉ ସମୟରେ କାର୍ଯ୍ୟାଳୟରେ ଆରଟିଓ ସମେତ ଆଉ କିଛି କର୍ମଚାରୀ ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜ ପଡ଼ିଆରେ ଡ୍ରାଇଭିଙ୍ଗ୍‌ ପରୀକ୍ଷାରେ ବ୍ୟସ୍ତ ଥିଲେ। ଭଞ୍ଜନଗର ସହରର ଅନେକ ସରକାରୀ କାର୍ଯ୍ୟାଳୟରେ ଦଲାଲମାନଙ୍କ ପ୍ରାର୍ଦୁଭାବ ବଢ଼ିଯାଇଛି। ପୋଲିସ ଏମାନଙ୍କୁ କେତେଦୂର ଦମନ କରିବାରେ ସକ୍ଷମ ହେଉଛି ତାହା ସମୟ କହିବ। କିନ୍ତୁ ସରକାରଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ପ୍ରଶାସନ ପକ୍ଷରୁ ଏହି ଯେଉଁ ପଦକ୍ଷେପ ନିଆଯାଇଛି ତାହା ସ୍ବାଗତଯୋଗ୍ୟ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରୁ ପୁଣି ୨ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଆଉ ୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮,୩୮୩କୁ ବୃଦ୍ଧି ପାଇଛି। ୨ ମୃତକଙ୍କ ମଧ୍ୟରେ...

ଗନ୍ଧମାର୍ଦ୍ଦନ ପାହାଡରୁ ମାଓବାଦୀ କ୍ୟାମ୍ପ ଠାବ: ବିପୁଳ ମାଓବାଦୀ ସାମଗ୍ରୀ ଜବତ

ଖପ୍ରାଖୋଲ,୫।୧୦: ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ ଗନ୍ଧମାର୍ଦ୍ଦନ ପାହାଡ଼ରେ ଏସ୍‌ଓଜି ପକ୍ଷରୁ ଶନିବାର ସକାଳେ କୋମ୍ବିଂ ଅପରେଶନ କରାଯାଇଥିଲା। ଏହି ସର୍ଚ୍ଚ ଅପରେଶନ ସମୟରେ ଏସ୍‌ଓଜି...

ଆଜିଠୁ ନବମ, ଏକାଦଶ

ଭୁବନେଶ୍ୱର, ୮।୨(ବ୍ୟୁରୋ): ରାଜ୍ୟରେ ସୋମବାରଠାରୁ ନବମ ଓ ଏକାଦଶ ଶ୍ରେଣୀ ଖୋଲିବ। ଦୀର୍ଘ ୧୦ମାସ ପରେ ପିଲା ସ୍କୁଲ୍‌ ଯାଇ ପାଠପଢ଼ିବେ। ସୋମବାରରୁ ଶନିବାର ପ୍ରତ୍ୟହ...

ଭିଡ଼ ବଢ଼ାଇଲା ସଂକ୍ରମଣ ଆଶଙ୍କା

କାମାକ୍ଷାନଗର, ୭।୮(ଡି.ଏନ.ଏ.) – ଶଟ୍‌ଡାଉନ ଉଠିବା ପରେ ଢେଙ୍କାନାଳ ଜିଲା କାମାକ୍ଷାନଗର ସହରରେ ଗୁରୁବାର ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ଅମାନିଆଙ୍କ ପ୍ରତି କୋହଳ ମନୋଭାବ...

ମାଛ ଉପରୁ ହଟିଲା ଲକ୍‌ଡାଉନ କଟକଣା

ଭୁବନେଶ୍ୱର,୧୨।୪(ବ୍ୟୁରୋ): କୋଭିଡ-୧୯ ସଂକ୍ରମଣ ଆଶଙ୍କାକୁ ଦେଖି କେନ୍ଦ୍ର ସରକାର ସମଗ୍ର ଦେଶରେ ଲକ୍‌ଡାଉନ ଜାରି କରିଛନ୍ତି। ଏଥିଯୋଗୁ ମତ୍ସ୍ୟ ଉତ୍ପାଦନ ଓ ବ୍ୟବସାୟ ଗଭୀର ଭାବେ...

୮ ଇନ୍‌ଷ୍ଟ୍ରିମ୍‌ ଷ୍ଟୋରେଜ ପ୍ରୋଜେକ୍ଟ କାର୍ଯ୍ୟକାରୀ ହେବ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ସମୁଦ୍ରକୁ ବୋହି ଯାଉଥିବା ଜଳକୁ ସଂରକ୍ଷଣ କରାଯିବ। ମହାନଦୀର ତଳମୁଣ୍ଡରେ ଚଳିତ ବର୍ଷ ୮ଟି ଇନ୍‌ଷ୍ଟ୍ରିମ ଷ୍ଟୋରେଜ ପ୍ରୋଜେକ୍ଟ କାର୍ଯ୍ୟକାରୀ ହେବ। ଆସନ୍ତା ୫...

ଦିନକୁ ଘଣ୍ଟାଏ ଖୋଲିବ କୋର୍ଟ

କଟକ ଅଫିସ୍‌,୧୭ା୪: ଆସନ୍ତା ୨୦ ତାରିଖରୁ ସକାଳୁଆ କୋର୍ଟ ଚାଲିବ। କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ହାଇକୋର୍ଟଙ୍କ ତରଫରୁ ନିମ୍ନ ଅଦାଲତଗୁଡ଼ିକୁ ନିର୍ଦ୍ଦେଶନାମା ଜାରି କରାଯାଇଛି।...

ଦୁଗ୍ଧ ସଂଗ୍ରହ କମ୍‌ କରିବାକୁ ଓମଫେଡର ନିର୍ଦ୍ଦେଶ

ଭଭୁବନେଶ୍ୱର,୭।୫(ବ୍ୟୁରୋ): ଲକଡାଉନ ଯୋଗୁ ଦୁଗ୍ଧ ବିକ୍ରୟ କମ୍‌ ହେଉଥିବାରୁ ଓମଫେଡ ପକ୍ଷରୁ ସମସ୍ତ ୟୁନିଅନକୁ ଦୁଗ୍ଧ ସଂଗ୍ରହ କମ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମେ ମାସରେ...

Advertisement


Archives

Model This Week