Posted inଜାତୀୟ

ସରକାରଙ୍କ ବଡ଼ ଘୋଷଣା: ବଢିବ ମାସିକ ପେନସନ! ଜାଣନ୍ତୁ କେତେ …

ଲକ୍ଷ୍ନୌ,୧୧।୧୦: ଉତ୍ତରପ୍ରଦେଶର ବୟସ୍କ ନାଗରିକ, ନିରାଶ୍ରିତ ମହିଳା ଓ ଦିବ୍ୟାଙ୍ଗଜନଙ୍କ ପାଇଁ ବଡ଼ ଖବର। ଯୋଗୀ ଆଦିତ୍ୟନାଥ ସରକାର ଏହି ବର୍ଗର ହିତାଧିକାରୀଙ୍କୁ ମିଳୁଥିବା ପେନସନ ରାଶି ବୃଦ୍ଧି କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଏଥିପାଇଁ ବର୍ତ୍ତମାନ ମିଳୁଥିବା ମାସିକ ୧୦୦୦ ଟଙ୍କା ପେନସନକୁ ବଢ଼ାଇ ୧୫୦୦ ଟଙ୍କା କରିବା ପ୍ରସ୍ତାବ ରହିଛି। ଏହି ପ୍ରସ୍ତାବକୁ ସରକାର ସୈଦ୍ଧାନ୍ତିକ ସହମତି ଦେଇଥିବା ବେଳେ ଖୁବଶୀଘ୍ର ଅନୁମୋଦନ ପାଇଁ ଏହାକୁ କ୍ୟାବିନେଟରେ ଉପସ୍ଥାପନ କରାଯିବାର ସମ୍ଭାବନା ରହିଛି।
ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଲେ ରାଜ୍ୟର ଲକ୍ଷ ଲକ୍ଷ ପେନସନ ହିତାଧିକାରୀ ଉପକୃତ ହୋଇପାରିବେ। ତେବେ ପେନସନ ବୃଦ୍ଧି ନେଇ ଏଯାଏ କୌଣସି ନିଷ୍ପତ୍ତି ଆନୁଷ୍ଠାନିକ ଭାବେ ଲାଗୁ ହୋଇନାହିଁ। ଏଥିପାଇଁ କ୍ୟାବିନେଟରେ ଅନୁମୋଦନ ସହ ଆବଶ୍ୟକୀୟ ପ୍ରକ୍ରିୟା ପୂରଣ ହେବା ବାକି ରହିଛି।

ବର୍ତ୍ତମାନ ଉତ୍ତରପ୍ରଦେଶରେ ଯୋଗ୍ୟ ବୟସ୍କ ନାଗରିକ, ନିରାଶ୍ରିତ ମହିଳା ଓ ଦିବ୍ୟାଙ୍ଗଜନଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା ପେନସନ ମିଳୁଛି। ସରକାର ଏହାକୁ ୧୫୦୦ ଟଙ୍କାକୁ ବୃଦ୍ଧି କରିବା ଉପରେ ବିଚାର କରୁଛନ୍ତି। ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ହିତାଧିକାରୀମାନେ ପ୍ରତି ମାସରେ ଅତିରିକ୍ତ ୫୦୦ ଟଙ୍କା ପାଇପାରିବେ। ମହଙ୍ଗା ମାଡ଼ର ଏହି ସମୟରେ ପେନସନ ରାଶି ବୃଦ୍ଧି ହେଲେ ନିୟମିତ ଆୟର ଉତ୍ସ ନଥିବା ଲୋକଙ୍କୁ ଆଶ୍ୱସ୍ତି ମିଳିପାରେ। ବିଶେଷକରି ବୟସ୍କ ନାଗରିକ ଓ ନିରାଶ୍ରିତ ମହିଳାଙ୍କ ଦୈନନ୍ଦିନ ଖର୍ଚ୍ଚ ପରିଚାଳନାରେ ଏହି ଅତିରିକ୍ତ ଅର୍ଥ ସହାୟକ ହୋଇପାରେ। ଡିସେମ୍ବରରେ ଅନୁପୂରକ ବଜେଟ୍ରେ ହେବ ଅର୍ଥ ବ୍ୟବସ୍ଥା ପେନସନ ବୃଦ୍ଧି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କୁ ଅତିରିକ୍ତ ବଜେଟର ଆବଶ୍ୟକତା ପଡ଼ିବ। ମିଳିଥିବା ସୂଚନା ଅନୁଯାୟୀ, ଡିସେମ୍ବରରେ ଉପସ୍ଥାପିତ ହେବାକୁ ଥିବା ଦ୍ୱିତୀୟ ଅନୁପୂରକ ବଜେଟରେ ଏଥିପାଇଁ ଅର୍ଥ ବ୍ୟବସ୍ଥା କରାଯାଇପାରେ। ବଜେଟରେ ଆବଶ୍ୟକ ଅର୍ଥର ବ୍ୟବସ୍ଥା ହେବା ପରେ ଏହି ଯୋଜନାକୁ ଆଗକୁ ବଢ଼ାଇବାର ରାସ୍ତା ସ୍ପଷ୍ଟ ହୋଇପାରେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରିୟାଦ ବିମାନବନ୍ଦର ଉପରେ ବଡ଼ ଧରଣର ଆକ୍ରମଣ; ୧୨ ମୃତ ୩୦୦ରୁ ଅଧିକ ଆହତ

ରିଦ,୧୧।୧୦: ସାଉଦି ଆରବ ଏବଂ ୟେମେନର ହୁଥି ବିଦ୍ରୋହୀଙ୍କ ମଧ୍ୟରେ କ୍ରମାଗତ ଆକ୍ରମଣ ଜାରି ରହିଛି। ସମ୍ପ୍ରତି, ହୁଥି ବିଦ୍ରୋହୀମାନେ ସାଉଦି ଆରବର ରାଜଧାନୀ ରିୟାଦସ୍ଥିତ ‘କିଙ୍ଗ…

ଚେକିଂ ବେଳେ ଧରାପଡ଼ିଲେ ବାପ-ପୁଅ, ୨ ଦେଶୀ ବନ୍ଧୁକ ସହ ବିପୁଳ ଗୁଳି ଜବତ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୧ା୧୦(ଶୁଭକାନ୍ତ ନାୟକ/ ଶ୍ରୀଧର ମହାରଣା/ ନିରାକାର ପରିଡ଼ା): ପାର୍ବଣକୁ ଦୃଷ୍ଟିରେ ରଖି କେନ୍ଦୁଝର ପୋଲିସ କଡ଼ା ପଦକ୍ଷେପ ନେଇଛି। ଆନନ୍ଦପୁର ଉପଖଣ୍ଡରେ ପ୍ରଥମଥର ପାଇଁ ପୋଲିସ ଏକ…

ମାନସିକ ଅସୁସ୍ଥ ମହିଳାଙ୍କୁ ବଳାତ୍କାର ଉଦ୍ୟମ କଲାବେଳେଯୁବକଙ୍କୁ ମାଡ଼ିବସିଲେ ଲୋକେ: ବହେ ଛେଚିଲେ

ପୁରୀ,୧୦।୧୦: ପୁରୀ ଜିଲା ଚନ୍ଦନପୁର ଥାନା ଅନ୍ତର୍ଗତ ଜଳକବର ନିକଟରେ ଜଣେ ମାନସିକ ଅସୁସ୍ଥ ମହିଳାଙ୍କୁ ଜଣେ ନିଶାସକ୍ତ ଯୁବକ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗକୁ ନେଇ…

ଏନକ୍ଲୋଜର୍ ଭିତରକୁ ପଶିଗଲେ ବ୍ୟକ୍ତି, ଝୁଣି ଖାଇଲା ରକ୍ତମୁଖା ବାଘ, ପୂରା ଘଟଣା ଜାଣିଲେ…

ଲଣ୍ଡନ,୧୧ା୧୦: ଇଂଲଣ୍ଡର ୟର୍କସାୟର୍ ଓ୍ବାଇଲ୍ଡଲାଇଫ୍‌ ପାର୍କରେ ଜଣେ ବ୍ୟକ୍ତି ବାଘ ରହୁଥିବା ଏନକ୍ଲୋଜର୍ (ଖୁଆଡ଼) ଭିତରକୁ ପଶିଯିବା ପରେ ବାଘ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଛନ୍ତି।…

ଶୁକ୍ର-ମଙ୍ଗଳଙ୍କ ଯୋଗରେ ବଡ଼ ପରିବର୍ତ୍ତନ! ମେଷ, ମକର ସମେତ ୪ ରାଶିଙ୍କର ହେବ ଧନହାନି, ପାଖରୁ ପଳାଇବ ଟଙ୍କା!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ର ଗ୍ରହ ତୁଳା ରାଶିରେ ଏବଂ ମଙ୍ଗଳ ଗ୍ରହ କର୍କଟ ରାଶିରେ ଅବସ୍ଥାନ କରୁଛନ୍ତି। ଶୁକ୍ରଙ୍କୁ ଧନ, ସୁଖ-ସୁବିଧା ଓ ସମ୍ପର୍କର…

ସ୍କୁଟି ଧକ୍କାରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

ବଲାଙ୍ଗୀର, ୧୧।୧୦ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସଇଁତଳା ୨୬ ନମ୍ବର ଜାତୀୟ ରାଜପଥର ବିଜାଖମନ ନର୍ସରୀ ନିକଟରେ ରବିବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କୁଶପୁତ୍ତଳିକା ଦାହ କଲେ ବାମପନ୍ଥୀ

ବିଦ୍ୟାଧର ସାହୁ, ୧୧।୧୦: ଗଞ୍ଜାମ, ୧୦/୧୦: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, ଓଡ଼ିଶା କୃଷକ ସଭା ଓ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଗଞ୍ଜାମ ତହସିଲ ଅନ୍ତର୍ଗତ ରାମଗଡ଼…

ସମଲେଶ୍ବରୀଙ୍କ ଶୈଳପୁତ୍ରୀ ବେଶ

ବରଗଡ଼,୧୧।୧୦(ପ୍ରେମାନନ୍ଦ ଖମାରୀ): ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ର ପୂଜା। ଏହି ଅବସରରେ ନବରାତ୍ର ପୂଜାର ପ୍ରଥମ ଦିବସରେ ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା ସମଲେଶ୍ବରୀ ଶୈଳପୁତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?