ସମ୍ମାନ ମିଳିଛି, ସାମ୍ବିଧାନିକ ସ୍ବୀକୃତି ନାହିଁ

ବଲାଙ୍ଗୀର ଅଫିସ, ୨୨ା୨:କୋସଲୀ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ବିଶ୍ୱସ୍ତରରେ ସମ୍ମାନ ଓ ଆଦର ମିଳୁଛି। ବିଭିନ୍ନ ଭାଷାରେ ଅନୁବାଦ କରାଯାଉଛି। ଖୋଦ୍‌ କେନ୍ଦ୍ର ଓ ରାଜ୍ୟ ସରକାର ଏହି ଭାଷାର କବି, ଲୋକଙ୍କୁ ମର୍ଯ୍ୟାଦାଜନକ ସମ୍ମାନରେ ସମ୍ମାନିତ କରୁଛନ୍ତି। କିନ୍ତୁ କୋସଲାଞ୍ଚଳର ୨ କୋଟି ଲୋକ କହୁଥିବା କୋସଲୀ ଭାଷାକୁ ସାମ୍ବିଧାନିକ ସ୍ବୀକୃତି ଦେଉନାହାନ୍ତି। ଏହା ହିଁ ଚରମ ବିଡ଼ମ୍ବନା। ଏଣୁ ଯଥାଶୀଘ୍ର କୋସଲୀ ଭାଷାକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ କରନ୍ତୁ ବୋଲି ସୋମବାର ବିଶ୍ୱ ମାତୃଭାଷା ଦିବସ ଅବସରରେ ଅନୁଷ୍ଠିତ ସଭାରେ କୋସଲାଞ୍ଚଳର ତିନି ପଦ୍ମଶ୍ରୀ ତଥା ମୃର୍ଦ୍ଧନ୍ୟ କବି, ଲେଖକ, ଗବେଷକ ଓ ଭାଷାକର୍ମୀମାନେ ଦାବି କରିଛନ୍ତି।
ସାହିତ୍ୟ ସଂସ୍କୃତି ଏକାଡେମୀ ଏବଂ କୋସଲ ହେରିଟେଜ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଏକାଡେମୀ ସଭାପତି ପଦ୍ମଶ୍ରୀ ବିଦ୍ୟାବାଚସ୍ପତି ଡ. ଶ୍ରୀନିବାସ ଉଦ୍‌ଗାତାଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା। ପଦ୍ମଶ୍ରୀ ଲୋକ କବିରତ୍ନ ହଳଧର ନାଗ, ପଦ୍ମଶ୍ରୀ ମନୋନୀତ ଗବେଷକ ନରସିଂହ ପ୍ରସାଦ ଗୁରୁ, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଭାଷାକର୍ମୀ ରାମଭକ୍ତ ଫରିକାର, ସାକେତ ଶ୍ରୀଭୂଷଣ ସାହୁ, ବୀରେନ୍ଦ୍ର କୁମାର ଝାଙ୍କର, ପ୍ରାଧ୍ୟାପିକା ମୀନା କୁମାରୀ ମହାରଣା ମଞ୍ଚାସୀନ ହୋଇଥିଲେ। ଏକାଡେମୀ ମହାସଚିବ ଗୋରେଖନାଥ ସାହୁଙ୍କ ସଂଯୋଜନାକ୍ରମେ ଅନୁଷ୍ଠିତ ସଭାରେ ପଦ୍ମଶ୍ରୀ ନାଗ କହିଥିଲେ ଯେ, କୋସଲୀ ଭାଷାକୁ ରାଜ୍ୟ ବାହାରେ ତଥା ଦେଶ ବିଦେଶରେ ଆଦର କରାଯାଉଛି। ଏହି ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ ଗବେଷଣା କରାଯାଉଛି। ବିଶ୍ୱସ୍ତରୀୟ ସ୍ବୀକୃତି ମିଳିସାରିଥିବାରୁ ସାମ୍ବିଧାନିକ ସ୍ବୀକୃତି ପାଇଁ କାହାକୁ ନମୋ ନମୋ କରିବା ଅନାବଶ୍ୟକ। ପଦ୍ମଶ୍ରୀ ଗୁରୁ କହିଥିଲେ ଯେ, ରାଜ୍ୟ ଓ କେନ୍ଦ୍ର ସରକାର କୋସଲୀ ଭାଷାର ସାହିତି୍ୟକ, କବି ଓ ଗବେଷକଙ୍କୁ ପୁରସ୍କୃତ ଏବଂ ସମ୍ମାନିତ କରୁଛନ୍ତି। ଭାଷାକୁ ସାମ୍ବିଧାନିକ ସ୍ବୀକୃତି ବିନା ଏହାର ଅର୍ଥ କ’ଣ ବୋଲି ସେ କହିଥିଲେ। ନାଟ୍ୟଭୂଷଣ ଛୁରିଆ ତାଙ୍କ ବକ୍ତବ୍ୟରେ କୋସଲୀ ଭାଷାର ନାଟକ କିଭଳି ଯୁଗାନ୍ତକାରୀ ଓ ସାମାଜିକ ସଂସ୍କାରରେ ବିପ୍ଳବ ଆଣିଦେଇଛି ତାହା କହିଥିଲେ। ପଦ୍ମଶ୍ରୀ ଉଦ୍‌ଗାତା ତାଙ୍କ ବକ୍ତବ୍ୟରେ କୋସଲୀ ଭାଷାକୁ ମର୍ଯ୍ୟାଦା ମିଳିଛି, ଏବେ ସାମ୍ବିଧାନିକ ସ୍ବୀକୃତି ଆବଶ୍ୟକ ବୋଲି କହିଥିଲେ। ସାକେତ ସାହୁ ପ୍ରାଥମିକ ବିଦ୍ୟାଳୟରୁ କୋସଲୀ ଭାଷାରେ ପାଠପଢ଼ା ଉପରେ ଜୋର୍‌ ଦେଇଥିଲେ। ପରିସ୍ଥିତି ଏଭଳି ହେବାକୁ ଯାଉଛି ଯେ, କୋସଲୀ ଭାଷାକୁ ସରକାର ସାମ୍ବିଧାନିକ ମାନ୍ୟତା ଦେବାକୁ ବାଧ୍ୟ ହୋଇଯିବେ ବୋଲି ଅନ୍ୟତମ ବକ୍ତା ଫରିକାର ଓ ଝାଙ୍କର କହିଥିଲେ। ଅନ୍ୟତମ ଅତିଥି ମହାରଣା ମାତୃଭାଷାରେ ନାରୀମାନଙ୍କ ଭୂମିକା ଉପରେ କହିଥିଲେ। ଗବେଷିକା ସୀମାରାଣୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ବଲାଙ୍ଗୀର, ସୁବର୍ଣ୍ଣପୁର, ବରଗଡ଼, ବୌଦ୍ଧ, ନୂଆପଡ଼ା, କଳାହାଣ୍ଡି ଜିଲାର ଭାଷାକର୍ମୀ, ସାହିତି୍ୟକ ଓ ଗବେଷକ ଯୋଗଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ୍‌ ଫଣ୍ଡ୍‌କୁ ୩,୫୧,୧୧୧ ଟଙ୍କା ପ୍ରଦାନ: ଚେକ୍‌ ଗ୍ରହଣ କଲେ ଗଞ୍ଜାମ ଜିଲାପାଳ

ଶେରଗଡ଼,୧୩ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ସମ୍ମୁଖରେ ସୋମବାର ସକାଳେ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ପହଞ୍ଚି ୩ଲକ୍ଷ ୫୧ ହଜାର ୧ ଶହ...

ଡାକ୍ତରଙ୍କୁ ଆକ୍ରମଣର ପ୍ରତିବାଦ: ଆଇଏମ୍‌ଏ କଟକ ଶାଖା ପକ୍ଷରୁ ଧାରଣା

କଟକ ଅଫିସ, ୧୯।୬: କରୋନା ସମୟରେ ଡାକ୍ତରମାନେ କୋଭିଡ୍‌ ଯୋଦ୍ଧା ଭାବେ ରୋଗୀଙ୍କ ସେବା ଜାରି ରଖିଛନ୍ତି। ମାତ୍ର ଏଭଳି ସ୍ଥିତିରେ ଡାକ୍ତରମାନଙ୍କ ପ୍ରତି ହିଂସାତ୍ମକ...

ଦୁଃଖି ପରିବାରକୁ ମିଳୁନି ସହାୟତା

ହାଟଡ଼ିହୀ,୩୦ା୯(ଡି.ଏନ.ଏ.)- କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ କପୁଣ୍ଡି ଗ୍ରାମର ବୃନ୍ଦାବନ ପଲେଇଙ୍କ ପରିବାର ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି। ସ୍ତ୍ରୀ, ଦୁଇ ବିଧବା ବୋହୂ ଓ...

ଦଣ୍ଡନୃତ୍ୟ ଗ୍ରାମୀଣ ସାଂସ୍କୃତିକ ଲୋକ ଜୀବନର ବିଭବ

ବଲାଙ୍ଗୀର ଅଫିସ,୧୫ା୧ – ଜିଲା ଲେଖକ ପରିଷଦ ପକ୍ଷରୁ ଆୟୋଜିତ ବଲାଙ୍ଗୀର ବହିହାଟ ଷଷ୍ଠ ସନ୍ଧ୍ୟାରେ ଲୋକ ସାହିତ୍ୟ ଆଲୋଚନାକ୍ରମରେ ଦଣ୍ଡନୃତ୍ୟ ସମ୍ପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ...

ଆନ୍ଦୋଳନ ପରେ ନିଯୁକ୍ତ ହେଲେ ୪ ଡାକ୍ତର

ଭଞ୍ଜନଗର,୩।୮(ଡି.ଏନ.ଏ): ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତର ଓ ନର୍ସ ପଦବୀ ଖାଲିଥିବା ଯୋଗୁ ରୋଗୀସେବା ବିପର୍ଯ୍ୟସ୍ତ ହେଉଛି। ଏହାର ପ୍ରତିବାଦରେ ଉତ୍କଳ ସାମ୍ବାଦିକ ସଂଘ, ଭଞ୍ଜନଗର...

କ୍ବାରାଣ୍ଟାଇନ କେନ୍ଦ୍ରରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଦାବି

ଭଣ୍ଡାରିପୋଖରୀ,୩୦।୪ (ଡି.ଏନ.ଏ.)-ବାହାର ରାଜ୍ୟରେ କର୍ମଜୀବୀ ଭାବେ ବାସ କରୁଥିବା ଲୋକ ମାନେ ଘରବହୁଡା ହୋଇ ଓଡିଶାକୁ ଆସୁଛନ୍ତି ସେମାନଙ୍କ ପାଇଁ ୧୪ ଦିନିଆ କ୍ବାରାଣ୍ଟାଇନ ବ୍ୟବସ୍ଥା...

ସୁବର୍ଣ୍ଣରେଖା ବାଲିସୈରାତ ଅନୁଧ୍ୟାନ କଲେ ଏନଜିଟି, ଇଏନଭି ଟିମ୍‌

ଜଳେଶ୍ୱର, ୪।୧୨(ଡି.ଏନ.ଏ./ସ୍ବ.ପ୍ର)-ଓଡ଼ିଶା ଓ ପଶ୍ଚିମବଙ୍ଗର ସୀମାରେ ପ୍ରବାହିତ ସୁବର୍ଣ୍ଣରେଖା ନଦୀରୁ ବେଆଇନ ଭାବେ ବାଲି ଲୁଟ୍‌ ଘଟଣା ଥମିବାର ନାଁ ଧରୁ ନାହିଁ। ପଶ୍ଚିମବଙ୍ଗ ମାଫିଆମାନେ...

କଟକ: ଆଉ ଦୁଇଦିନ ବଢ଼ିଲା ଶଟ୍‌ଡାଉନ ଅବଧି

କଟକ ଅଫିସ,୭ା୭- କଟକ ସହରରେ ଜାରି ହୋଇଥିବା ଶଟ୍‌ଡାଉନ ଅବଧିକୁ ବୃଦ୍ଧି କରିଛି ସିଏମ୍‌ସି। ପୂର୍ବରୁ ବୁଧବାର ମଧ୍ୟରାତ୍ରି ଯାଏ ଶଟ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ତାହାକୁ...

Advertisement
Archives

Model This Week