ସମ୍ବଲପୁର ଜିଲା ଚିଠି: ଶିଳାନ୍ୟାସରେ ସୀମିତ ଶୀତଳଭଣ୍ଡାର

ସମ୍ବଲପୁର ଜିଲା ସମେତ ପଶ୍ଚିମ ଓଡ଼ିଶାର ୧୦ଟି ଜିଲାର ଚାଷୀମାନଙ୍କ ଉତ୍ପାଦିତ ଶସ୍ୟ,ପନିପରିବା ତଥା ବଜାର ସୁବିଧା ପାଇଁ ଏକ ମଡର୍ନ ଟର୍ମିନାଲ ନିର୍ମାଣ ପାଇଁ ରାଜ୍ୟ ସରକାର ସ୍ଥିର କରିଥିଲେ। ଏଥିପାଇଁ ଅନୁଦାନ ଘୋଷଣା କରାଯାଇଥିଲା। ୨୦୧୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଆସି ସେହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଇତିମଧ୍ୟରେ ୫ ବର୍ଷ ବିତିଛି। କେବଳ ଶିଳାନ୍ୟାସରେ ରହିଯାଇଛି ମଡର୍ନ ଟର୍ମିନାଲ (ଶୀତଳଭଣ୍ଡାର)ର ନିର୍ମାଣ କାମ। ଟେଣ୍ଡର ପାଇଥିବା ଠିକା କମ୍ପାନୀ ଓ ସରକାରଙ୍କ ମଧ୍ୟରେ ସମନ୍ବୟ ଅଭାବ ଯୋଗୁ କୁଆଡ଼େ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ଚିହ୍ନଟ ହୋଇଥିବା ସରକାରୀ ଜମିର କିସମ ପରିବର୍ତ୍ତନ ପାଇଁ ଠିକା କମ୍ପାନୀକୁ ୧ କୋଟି ୩୦ ଲକ୍ଷ ଟଙ୍କା ଦେବାକୁ ସରକାର ବାରମ୍ବାର ଚିଠି କରିଛନ୍ତି। ହେଲେ ଠିକା କମ୍ପାନୀ ସରକାର ଜମି ଦେଲେ କାମ କରାଯିବ ବୋଲି କହୁଛି। ୫ ବର୍ଷ ତଳେ ଟର୍ମିନାଲ ନିର୍ମାଣ ପାଇଁ ବ୍ୟୟ ଅଟକଳ ନିର୍ଦ୍ଧାରିତ ହୋଇଥିଲା। ଏବେ ସମସ୍ତ ନିର୍ମାଣ ସାମଗ୍ରୀ ଦର ବୃଦ୍ଧି ପାଇଛି। ତେଣୁ ଠିକା କମ୍ପାନୀ କୁଆଡ଼େ କାମ କରିବାକୁ ପଛଘୁଞ୍ଚା ଦେଉଛି ବୋଲି ଆଲୋଚନା ହେଉଛି। ଏଣେ ମଡର୍ନ ଟର୍ମିନାଲ ନିର୍ମାଣ ପାଇଁ ଜନସାଧାରଣଙ୍କ ଦାବି ଜୋର ଧରିଛି। ଏହି ପ୍ରକଳ୍ପ ନିର୍ମାଣ ପାଇଁ ସମ୍ବଲପୁର ଜିଲା ଯୁଯୁମୁରା ତହସିଲ ନୀଲଡୁଙ୍ଗୁରୀ ଗ୍ରାମରେ ପ୍ରଶାସନ ପକ୍ଷରୁ ୬୦ ଏକର ଜମିର ବ୍ୟବସ୍ଥା କରାଯାଇଛି। ସମ୍ବଲପୁର ସହରଠାରୁ ଯାହାର ଦୂରତା ୧୬ କିଲୋମିଟର। ଏଥିପାଇଁ ୭୪ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ହେଲେ ଏବେ ତାହା ବୃଦ୍ଧି ପାଇ ପ୍ରାୟ ଶହେ କୋଟି ଟଙ୍କାରୁ ଅଧିକ ହୋଇଛି। ନିର୍ମାଣରେ ବିଳମ୍ବ ଯୋଗୁ ସରକାର ଅଧିକ ଆର୍ଥିକ ବୋଝ ମୁଣ୍ଡାଇବା ସ୍ପଷ୍ଟ ହୋଇଛି। ସୂଚନାଯୋଗ୍ୟ, ଏହି ପ୍ରକଳ୍ପ ପାଇଁ ୨୦୧୩ ଡିସେମ୍ବର ୧୨ ତାରିଖରେ ତତ୍କାଳୀନ ମୁଖ୍ୟଶାସନ ସଚିବ ଯୁଗଳ କିଶୋର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ହୋଇଥିଲା। ରାଜ୍ୟ ସରକାର ଉକ୍ତ ପ୍ରକଳ୍ପ ପାଇଁ ସବୁଜ ସଙ୍କେତ ଦେବା ପରେ କେନ୍ଦ୍ର କୃଷି ମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁରୀ ମିଳିଥିଲା। ଉକ୍ତ ମଡର୍ନ ଟର୍ମିନାଲରେ କୃଷିଜାତ ଦ୍ରବ୍ୟ ରଖିବା ପାଇଁ ଏକ ଅଧିକ କ୍ଷମତା ବିଶିଷ୍ଟ ଶୀତଳ ଭଣ୍ଡାର ସହ ମାନ ନିୟନ୍ତ୍ରଣ ବ୍ୟବସ୍ଥା, ଜେଟି, ଓଜନ ଓ ପ୍ୟାକିଂ ସେବା ଯୋଗାଇ ଦେବା ପାଇଁ ବ୍ୟବସ୍ଥା ରହିବ ବୋଲି ଘୋଷଣା କରାଯାଇଥିଲା। ଖାଦ୍ୟ ନିରାପତ୍ତା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ସଙ୍ଗେ ସଙ୍ଗେ ଚାଷୀମାନଙ୍କୁ ସେମାନଙ୍କ ଉପତ୍ାଦିତ କୃଷିଜାତ ଦ୍ରବ୍ୟର ଉଚିତ ମୂଲ୍ୟ ମିଳିବ ବୋଲି ସରକାର ଘୋଷଣା କରିଥିଲେ। କଳାହାଣ୍ଡି, ସୁବର୍ଣ୍ଣପୁର, ବଲାଙ୍ଗୀର, ବୌଦ୍ଧ, ସୁନ୍ଦରଗଡ଼, ଅନୁଗୋଳ, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ଦେବଗଡ଼ ଓ ସମ୍ବଲପୁର ଜିଲାର ଚାଷୀମାନଙ୍କଠାରୁ ମୂଲ୍ୟଯୁକ୍ତ ଦରରେ ଖାଦ୍ୟଦ୍ରବ୍ୟ ସଂଗ୍ରହ କରାଯିବା ମଧ୍ୟ ଏହି ପ୍ରକଳ୍ପର ଅନ୍ୟ ଲକ୍ଷ୍ୟ ଥିଲା। ଫଳ, ପନିପରିବା, ଫୁଲ, ଔଷଧୀୟ ଲତା ଗୁଳ୍ମ, ତୈଳବୀଜ, ଡାଲି ଜାତୀୟ ଶସ୍ୟ ଉପତ୍ାଦନ ପାଇଁ ଚାଷୀମାନଙ୍କୁ ଉତ୍ସାହିତ କରାଯିବା ଏହି ପ୍ରକଳ୍ପର ଉଦ୍ଦେଶ୍ୟ ରହିଥିଲା।

– ଶୁଭାଶିଷ ପାଢୀ


Enter your email to get our daily news in your inbox.

All Right Reserved By Dharitri.Com

ଯଥାର୍ଥତା ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ

ଯାଜପୁର ଅଫିସ,୧।୬: ହାୱାଡା-ଚେନ୍ନାଇ ମୁଖ୍ୟ ରେଳଲାଇନରେ ଥିବା ଯାଜପୁର-କେନ୍ଦୁଝର ରୋଡ ଷ୍ଟେଶନର ନାମ ପରିବର୍ତ୍ତନ ପ୍ରସ୍ତାବ ଚୂଡ଼ାନ୍ତ ହୋଇ ପାରିନାହିଁ। ଯାଜପୁର ଜିଲା ପ୍ରଶାସନ ପକ୍ଷରୁ...

ବ୍ୟବସ୍ଥିତ ହେବ ଶ୍ରୀମନ୍ଦିର ନୀତି

ପୁରୀ ଅଫିସ,୨୮।୨: ଶ୍ରୀମନ୍ଦିରରେ ଅନେକ ସମୟରେ ନୀତିରେ ବିଳମ୍ବ ହେଉଛି। ଏଥିଯୋଗୁ ଶ୍ରଦ୍ଧାଳୁମାନେ ଠିକ୍‌ ଭାବେ ଠାକୁରଙ୍କୁ ଦର୍ଶନ କରିପାରୁ ନ ଥିବାବେଳେ ମହାପ୍ରସାଦ ବାହାରିବାରେ...

ମାଲ୍‌ ଗାଡ଼ିରେ ଲୁଚି ପଳାଉଥିଲେ ୨୦ ଶ୍ରମିକ

କେନ୍ଦୁଝର,୪ା୫(ଡି.ଏନ୍‌.ଏ./ସ୍ବ.ପ୍ର.)-ସାରା ଦେଶ ସମେତ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଆରମ୍ଭ ହୋଇଛି। ଏହାଫଳରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଫସି ରହିଥିବା ଶ୍ରମିକମାନେ କେନ୍ଦୁୁଝର ଜିଲା ଦେଇ...

‘ଦିନଟିଏ ଉପାସ ରହିବେ ମା’ ତାରିଣୀ’

ଘଟଗାଁ,୧୩।୭(ଡି.ଏନ.ଏ.) – ଆସନ୍ତା ଗୁରୁବାର ଘଟଗାଁ ମା’ ତାରିଣୀଙ୍କ ଆଷାଢୀ ପର୍ବ ପାଳନ କରାଯିବ। ଏଥିପାଇଁ ଗତ ସୋମବାର ତାରିଣୀ ମନ୍ଦିର ପରିଚାଳନା ବୋର୍ଡ ପକ୍ଷରୁ...

କରୋନା ପ୍ରତିହତ ପାଇଁ ସଚେତନ କଲେ ବିଧାୟକ, ପ୍ରଶାସନିକ ଅଧିକାରୀ

ବାଲିଗୁଡ଼ା,୧୮ା୪(ଡି.ଏନ୍‌.ଏ.): ମହାମାରୀ କରୋନା ଭୂତାଣୁ ରୋକିବା ନିମନ୍ତେ ସବୁସ୍ତରରେ ଲୋକଙ୍କୁ ସଚେତନ କରାଯାଉଛି। ଏଭଳି ଦେଖିବାକୁ ମିଳିଛି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ...

୬ ବର୍ଷ ବିତିଲା ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ହେଲାନି

ଆଳି,୨୭ା୫(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକର ଦଶିପୁର ଓ ଏକମାଣିଆ ପଞ୍ଚାୟତ ଗଠନ ହେବାର ୬ ବର୍ଷ ବିତିଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ କାର୍ଯ୍ୟାଳୟ ନିର୍ମାଣ...

ମାସ୍କ ଓ ସାବୁନ ବଣ୍ଟନ

କୁଆମରା,୭ା୪(ଡି.ଏନ୍‌.ଏ.)- କରୋନା ମୁକାବିଲା ପାଇଁ ଗୋପବନ୍ଧୁ ନଗର ବ୍ଲକ ପଶୁଦା ପଞ୍ଚାୟତର ଅଛଡା ନବଜ୍ୟୋତି କିଶୋର କ୍ଲବ ପକ୍ଷରୁ ବିଭିନ୍ନ ଗ୍ରାମର ଲୋକଙ୍କୁ ସଚେତନ କରାଯିବା...

ଅଂଶୁଘାତ ୱାର୍ଡରେ ଦିଦିଙ୍କ କେକ୍‌ କଟା ଘଟଣା: ଏଡିଏମ୍‌ଓଙ୍କୁ ତଦନ୍ତ ନିର୍ଦ୍ଦେଶ

ଅନୁଗୋଳ ଅଫିସ, ୧।୫- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଅଂଶୁଘାତ ୱାର୍ଡରେ ଗତ ଶନିବାର ରାତିରେ ଜନୈକା ଦିଦିଙ୍କ ଜନ୍ମଦିନ ପାଳନ ବେଳେ କେକ୍‌ କଟାଯିବା...

Advertisement
Archives

Model This Week