‘ସମ୍ପୂର୍ଣ୍ଣା’ ଯୋଜନାକୁ ଅଧିକ କ୍ରିୟାଶୀଳ କରାଯିବ

ଭୁବନେଶ୍ୱର, ୨୮।୮(ବ୍ୟୁରୋ): ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁ ହାର ହ୍ରାସ ଲାଗି କାର୍ଯ୍ୟକାରୀ ହେଉଥିବା ‘ସମ୍ପୂର୍ଣ୍ଣା’ ଯୋଜନାକୁ ଅଧିକ କ୍ରିୟାଶୀଳ କରିବାକୁ ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ଏଥିଲାଗି ଆୟୋଜିତ ଏକ ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଏହି ନିର୍ଦ୍ଦେଶ ଦେବା ସହ ଏକ କମିଟି ଗଠନ କରିବା ସହ ମାସକ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ଲାଗି କହିଛନ୍ତି।

ଦ୍ୱାଦଶ ପଞ୍ଚବାର୍ଷିକ ଯୋଜନାନୁଯାୟୀ ଯେଉଁ ଲକ୍ଷ୍ୟ ଦିଆଯାଇଥିଲା ତାହା ହାସଲ ହୋଇଛି। ହେଲେ ଏହି ଯୋଜନାକୁ ଅଧିକ କ୍ରିୟାଶୀଳ କରି ଓଡ଼ିଶାକୁ ଏକ ନମ୍ବର ସ୍ଥାନରେ ପହଞ୍ଚାଇବାକୁ ହେବ ବୋଲି ମନ୍ତ୍ରୀ କହିଛନ୍ତି। ୨୦୧୧-୧୩ରେ ରାଜ୍ୟରେ ପ୍ରତି ୧ଲକ୍ଷ ପ୍ରସୂତିଙ୍କ ମଧ୍ୟରୁ ୨୨୨ଜଣଙ୍କ ମୃତ୍ୟୁ ଘଟୁଥିବା ବେଳେ ୨୦୧୪-୧୬ ସୁଦ୍ଧା ତାହା ୧୮୦କୁ ହ୍ରାସ ପାଇଛି। ତେବେ ୨୦୨୦ ସୁଦ୍ଧା ଏହି ଯୋଜନା ମାଧ୍ୟମରେ ଏହା ୧୧୭ ଓ ୨୦୩୦ରେ ଏହା ୭୦ରେ ପହଞ୍ଚାଇବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ସେହିଭଳି ୨୦୨୦ ସୁଦ୍ଧା ଶିଶୁ ମୃତ୍ୟୁ ସଂଖ୍ୟାକୁ ୩୦କୁ ହ୍ରାସ କରାଯିବା ଲାଗି ଲକ୍ଷ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସର ପୂର୍ବତନ ବିଧାୟକ ଗୁରୁପଦ ନନ୍ଦଙ୍କ ପରଲୋକ

ଭୁବନେଶ୍ୱର, ୨୦।୧୦(ବ୍ୟୁରୋ): ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଗୁରୁପଦ ନନ୍ଦଙ୍କର ମଙ୍ଗଳବାର ପରଲୋକ ଘଟିଛି। କଟକ ସଦଗୁରୁ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ସ୍ବାଧୀନତା ଦିବସ ପାଇଁ ଗାଇଡ୍‌ଲାଇନ୍‌ ଜାରି: ଜାଣନ୍ତୁ କ’ଣ କରିବେ ନାହିଁ…

ଭୁବନେଶ୍ୱର, ୧୧।୮(ବ୍ୟୁରୋ): ଚଳିତବର୍ଷ କୋଭିଡ୍‌ ନିୟମ ମାନି ପାଳିତ ହେବ ସ୍ବାଧୀନତା ଦିବସ। ଏଥିନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। କୋଭିଡ୍‌ ନିୟମ...

ଭାଇରାଲ ଭିଡିଓରେ ଆର୍‌ଟିଓ

ନବରଙ୍ଗପୁର,୨୨।୨(ବି.ପ୍ର.): ୫-ଟି ଅଧୀନରେ ରାଜ୍ୟର ସବୁ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ଦଲାଲ ଓ ଦୁର୍ନୀତିମୁକ୍ତ କରିବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ସେହି...

ଅନ୍‌ଲାଇନ୍‌ରେ ମଦ ମଗାଇ ଠକାମିର ଶିକାର ହେଲେ ଡାକ୍ତର: ଦୁଇ ଆକାଉଣ୍ଟରୁ ଲୁଟିନେଲେ ଦେଢ଼ ଲକ୍ଷ ଟଙ୍କା

ଭୁବନେଶ୍ୱର,୨୦।୯ (ବ୍ୟୁରୋ): ଅନ୍‌ଲାଇନରେ ମଦ ମଗାଇ ଜଣେ ପ୍ରତିଷ୍ଠିତ ଡାକ୍ତର ଠକେଇର ଶିକାର ହୋଇଛନ୍ତି। ସାଇବର ଠକ ଦୁଇଟି ଆକାଉଣ୍ଟରୁ ଦେଢ ଲକ୍ଷ ଟଙ୍କା ଲୁଟି...

ପ୍ରତୀକ୍ଷା ପିନ୍ଧିଲେ ଗ୍ଲୋରିକୁଇନ ମୁକୁଟ

ପୁରୀ ଅଫିସ, ୧୩ା୧:ଦୀର୍ଘ ୭ଦିନ ପ୍ରତୀକ୍ଷାର ଅନ୍ତ ଘଟିଲା। ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଶେଷରେ ବାଜି ମାରିନେଲେ ପ୍ରତୀକ୍ଷା। ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର...

ନିର୍ବାଚନକୁ ମାତ୍ର ୬ ଦିନ ବାକି, ବିଜେପୁରରେ ପୋଲିସର ଫ୍ଲାଗ୍‌ମାର୍ଚ୍ଚ

ବରଗଡ଼ ଅଫିସ/ବିଜେପୁର,୧୫।୧୦- ବରଗଡ ଜିଲା ବିଜେପୁର ଉପନିର୍ବାଚନକୁ ଆଉ ମାତ୍ର ୬ଦିନ ବାକି। ତେବେ ଉପର୍ନିବାଚନକୁ ଅବାଧ, ନିରପେକ୍ଷ ଏବଂ ଶୃଙ୍ଖଳିତଭାବେ ସମାପନ କରିବା ପାଇଁ...

ବୁଧବାର ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର,୧୨।୧୧(ବ୍ୟୁରୋ)- ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ବୁଧବାରଠାରୁ ଆରମ୍ଭ ହେବ। ଚଳିତ ଆର୍ଥିକବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅତିରିକ୍ତ ବଜେଟ ଆଣିବାକୁ ଯାଉଛନ୍ତି। ଏହି...

ଅତିବଡ଼ୀ ଜଗନ୍ନାଥ ଦାସ

ଓଡ଼ିଆ ସାହିତ୍ୟରେ ଜଗନ୍ନାଥ ଦାସ ହେଉଛନ୍ତି ଜଣେ ଅମର ସ୍ରଷ୍ଟା। ଓଡ଼ିଆ ଜାତି ପାଇଁ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ଏକ ଶ୍ରେଷ୍ଠ ଅବଦାନ। ତାଙ୍କ...

Coronavirus Update

Archives

Model This Week

Why Dharitri