ସମ୍ପାଦକୀୟ/ ସମାଧାନକାରୀ ନୁହେଁ, ସୃଷ୍ଟିକର୍ତ୍ତା

ସାଧାରଣ ନିର୍ବାଚନ ୨୦୧୯ର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଏପ୍ରିଲ ୧୮ରେ ଅନୁଷ୍ଠିତ ହେବାକୁ ଯାଉଛି। ସମଗ୍ର ଦେଶରେ ଦିନକୁ ଦିନ ପ୍ରଚାର ଅଭିଯାନ ଜୋରଦାର ହେବାରେ ଲାଗିଛି। ନିଜ ସପକ୍ଷରେ ଭୋଟ ହାତେଇବା ସକାଶେ ରାଜନୈତିକ ଦଳଗୁଡ଼ିକ ପରସ୍ପର ଉପରେ ବିଭିନ୍ନ ପ୍ରକାର ଦୋଷାରୋପ ଓ ଅକଥନୀୟ ଭାଷା ପ୍ରୟୋଗ କରୁଛନ୍ତି। ନିକଟରେ ଉତ୍ତରପ୍ରଦେଶର ରାମପୁର ଲୋକ ସଭା ଆସନ ଲାଗି ପ୍ରାର୍ଥୀ ହୋଇଥିବା ସମାଜବାଦୀ ପାର୍ଟି ନେତା ଆଜମ୍‌ ଖାନ୍‌ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାରତୀୟ ଜନତା ପାର୍ଟି (ଭାଜପା)ର ଜୟାପ୍ରଦାଙ୍କ ଉପରେ ଯେଭଳି ନୀଚ ଧରଣର ଟୀପ୍ପଣି ଦେଇଛନ୍ତି, ତାହା ସାଧାରଣରେ ଆଦୌ ଗ୍ରହଣୀୟ ହୋଇନାହିଁ। ଏ ନେଇ ଆଜମ୍‌ଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି। ଏପରି କି ଜାତୀୟ ମହିଳା କମିଶନ (ଏନ୍‌ସିଡବ୍ଲ୍ୟୁ) ଆଜମ୍‌ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ବାଚନ କମିଶନ (ଇସି)ଙ୍କୁ ଚିଠି ଲେଖିଛନ୍ତି। ଲୋକ ସଭା ପ୍ରାର୍ଥୀ ହୋଇଥିବା ବ୍ୟକ୍ତି ଯଦି ଅଭଦ୍ର ଶବ୍ଦ ବ୍ୟବହାର କରିବେ, ତେବେ ଗଣତାନ୍ତ୍ରିକ ମୂଲ୍ୟବୋଧ ବଡ଼ଧରଣର ବିପଦରେ ପଡ଼ିଛି ବୋଲି କୁହାଯାଇପାରେ। ସେମିତି କୁହାଯାଉଛି, ଯାହାର ଭିଡିଓ ମଧ୍ୟ ଦେଖିବାକୁ ମିଳିଛି ଯେ, ହିମାଚଳ ପ୍ରଦେଶର ରାଜ୍ୟ ଭାଜପା ସଭାପତି ସତ୍‌ପାଲସିଂ ସତି ଏକ ସାଧାରଣ ସଭାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ଅତ୍ୟନ୍ତ ଅଶାଳୀନ ଭାଷା ବ୍ୟବହାର କରିଛନ୍ତି। ଏହାର ଅନ୍ତର୍ଜାତୀୟ ଉଦାହରଣ ଦେଖିଲେ ୨୦୧୬ ଆମେରିକା ରାଷ୍ଟ୍ରପତି ନିର୍ବାଚନ ସମୟରେ ରିପବ୍ଲିକାନ୍‌ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କର ନିର୍ବାଚନୀ ବିରୋଧୀମାନଙ୍କୁ ଅତି ଅଶାଳୀନ ଭାଷାରେ ଶୋଧୁଥିବାର ଦେଖାଯାଇଥିଲା। ଏବେ ପ୍ରଚାର ସମୟରେ ଭାରତରେ ଯେଉଁ ପ୍ରକାରର ଭାଷା ବ୍ୟବହାର କରାଯାଉଛି, ତାହା ପୂର୍ବରୁ ଶୁଣିବାକୁ ମିଳୁ ନ ଥିଲା। ତେଣୁ ନିର୍ବାଚନ କମିଶନ ଏଭଳି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବା ବ୍ୟକ୍ତି, ଯେକୌଣସି ଦଳର ହୋଇଥାଆନ୍ତୁ ନା କାହିଁକି, ତାଙ୍କୁ ପ୍ରତିଦ୍ୱନ୍ଦ୍ୱିତାରୁ ଦୂରେଇ ରଖିବା ସକାଶେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ହୋଇପଡ଼ିଲାଣି।
ଅନ୍ୟ ଏକ ଘଟଣାରେ ନିର୍ବାଚନ କମିଶନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ନେତ୍ରୀ ମାୟାବତୀଙ୍କ ବିରୋଧରେ ଆଦର୍ଶ ଆଚରଣବିଧି ଉଲ୍ଲଂଘନ କରିଥିବାରୁ ଉଭୟଙ୍କୁ ଦଣ୍ଡିତ କରିଛନ୍ତି। ଯୋଗୀଙ୍କୁ ଆଗାମୀ ୩ ଦିନ ଓ ମାୟାବତୀଙ୍କୁ ୨ ଦିନ ପ୍ରଚାରର ପ୍ରତ୍ୟେକ ମଞ୍ଚରୁ ଦୂରେଇ ଦେଇଛନ୍ତି। ଅର୍ଥାତ୍‌ ଉଭୟେ ଏହି ସମୟ ମଧ୍ୟରେ କୌଣସି ରାଜନୈତିକ ସଭା, ଶୋଭାଯାତ୍ରା କରିପାରିବେ ନାହିଁ। ସେହିପରି ଗଣମାଧ୍ୟମରେ ସାକ୍ଷାତ୍‌କାର ଉପରେ ନିଷେଧାଜ୍ଞା ଲଗାଯାଇଛି। ଏପରି କି ସୋସିଆଲ ମିଡିଆରେ ପ୍ରଚାର ଉପରେ ମଧ୍ୟ ଇସି ରୋକୋ ଲଗାଇଛନ୍ତି। ଉଲ୍ଲେଖଯୋଗ୍ୟ, ନିକଟରେ ଦେଓବନ୍ଦଠାରେ ମାୟାବତୀ ମୁସଲମାନମାନଙ୍କୁ ନିବେଦନ କରିଥିଲେ ଯେ, ସେମାନେ ଭୋଟକୁ ଭାଗ ନ କରି ତାଙ୍କ ମେଣ୍ଟକୁ ସମର୍ଥନ ଦିଅନ୍ତୁ। ଅନ୍ୟପକ୍ଷରେ ଯୋଗୀ ଆଦିତ୍ୟନାଥ ଏହାକୁ ତାଚ୍ଛଲ୍ୟ କରି ‘ଅଲି ବଜରଙ୍ଗବାଲୀ’ ମନ୍ତବ୍ୟ ଦେଇଥିଲେ। ଏଭଳି କହିବାର ଉଦ୍ଦେଶ୍ୟ ଥିଲା ଯଦି ମୁସଲମାନମାନେ ମାୟାବତୀଙ୍କୁ ସମର୍ଥନ କରିବେ, ତାହାହେଲେ ତାଙ୍କ ପାଇଁ ବଜରଙ୍ଗବାଲୀ ଅଛନ୍ତି। ଦେଖିବାକୁ ଗଲେ ଧର୍ମ ଓ ଜାତି ନାମରେ ରାଜନୈତିକ ନେତାମାନେ ଯେଭଳି ଭୋଟ ନେବାକୁ ପ୍ରୟାସ କରୁଛନ୍ତି, ତଦ୍ଦ୍ବାରା ଦେଶରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ। ସେହି ଅପ୍ରୀତିକର ପରିସ୍ଥିତି ଯଦି ସାମାଜିକ ବିଭେଦକୁ ବୃଦ୍ଧି କରିବାରେ ପ୍ରୟୋଗ କରାଯାଉଛି, ତେବେ ତାହା ଭାରତ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପଡ଼ୁଛି। ଏମିତି ଦେଖିଲେ ଅଯୋଧ୍ୟାରେ ବାବ୍ରୀ ମସ୍‌ଜିଦ ଭଙ୍ଗାଯିବା ଓ ପରବର୍ତ୍ତୀ ସମୟରେ ସେଠାରେ ରାମ ମନ୍ଦିର ନିର୍ମାଣ ନେଇ ଉଠିଥିବା ବିବାଦ ଦୀର୍ଘବର୍ଷ ବିତିଯାଇଥିଲେ ମଧ୍ୟ ସମାଧାନ ହୋଇପାରୁ ନାହିଁ। ଏଭଳି ସ୍ଥିତିରେ ଏକତ୍ର କରିବା ପରିବର୍ତ୍ତେ ନେତାମାନେ ଧର୍ମ ଓ ଜାତି ନାମରେ ଲୋକଙ୍କୁ ଉତ୍ତ୍ୟକ୍ତ କରାଇଲେ ଦେଶ ଭାଗ ଭାଗ କଲା ଭଳି ଉଦ୍ୟମ କରୁଥିବାର ମନେହେଉଛି।
ଦେଖାଯାଉଛି, ବିଗତ କିଛି ବର୍ଷ ହେବ ପାର୍ଲାମେଣ୍ଟ ଓ ରାଜ୍ୟ ବିଧାନସଭାଗୁଡ଼ିକରେ ଲୋକ ପ୍ରତିନିଧିମାନେ ପ୍ରସଙ୍ଗଭିତ୍ତିକ ଯୁକ୍ତିରୁ ଦୂରେଇ ଯାଇ ହୋହଲ୍ଲା କରିବାରେ ବ୍ୟସ୍ତ ରହୁଛନ୍ତି। କରଦାତାଙ୍କ ଅର୍ଥରେ ପରିଚାଳିତ ହେଉଥିବା ପାର୍ଲାମେଣ୍ଟ ଓ ବିଧାନସଭାର ମୂଲ୍ୟବାନ୍‌ ସମୟ ନଷ୍ଟ କରୁଛନ୍ତି। ଗଣତନ୍ତ୍ରର ମୁଖ୍ୟସ୍ଥଳକୁ ଯାଉଥିବା ନେତାମାନେ ଯଦି ବିପଥଗାମୀ ହେବେ, ତେବେ ଦେଶର ଗଣତନ୍ତ୍ର ଭୁଶୁଡ଼ି ପଡ଼ିବାର ଆଶଙ୍କା ସୃଷ୍ଟି ହେବା ସହିତ ଗୁଣ୍ଡାରାଜ୍‌ ପ୍ରତିଷ୍ଠିତ ହେବାର ଲକ୍ଷଣ ମୁଣ୍ଡ ଟେକୁଛି। ବାସ୍ତବରେ ସାଧାରଣ ଜୀବନରେ ରାଜନେତାମାନେ ରହୁଥିବାରୁ ସେମାନେ ପ୍ରତ୍ୟେକ ସ୍ତରରେ ମାର୍ଜିତ ବ୍ୟବହାର ପ୍ରଦର୍ଶନ କରିବା କଥା। ଏହା ମଧ୍ୟ ସ୍ବୀକାରଯୋଗ୍ୟ ଯେ, ସାଧାରଣ ନାଗରିକଙ୍କ ଚରିତ୍ର ଯେଉଁଭଳି କ୍ରମଶଃ ଉଗ୍ରରୂପ ଧାରଣ କରୁଛି, ନେତାମାନେ ମଧ୍ୟ ତାହାର ଆଇନା ସାଜୁଛନ୍ତି। ଗଣତାନ୍ତ୍ରିକ ଦେଶରେ ବିଶ୍ୱାସ କରାଯାଉଛି ଯେ, ରାଜନୈତିକ ବ୍ୟକ୍ତିମାନେ ସବୁ ସମସ୍ୟାର ସମାଧାନ ଆଣିପାରିବେ। ଆମେରିକାର ରାଜନେତା ବେନ୍‌ କାର୍‌ସନ୍‌ଙ୍କ କହିବା ଅନୁଯାୟୀ, ଆମେ ସମସ୍ତେ ଆଶା କରି ବସିଥାଉ ଯେ ରାଜନୈତିକ ବ୍ୟକ୍ତିମାନେ ଆମ ସମସ୍ୟାର ସମାଧାନ କରିବେ। କିନ୍ତୁ ଅଧିକାଂଶ ସମସ୍ୟାର ସୃଷ୍ଟି ସେହି ରାଜନେତାବୃନ୍ଦ ବୋଲି କାର୍‌ସନ୍‌ଙ୍କ ମନ୍ତବ୍ୟ ଆଜି ଭାରତ ପାଇଁ ପ୍ରଯୁଜ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri