ସମ୍ପାଦକୀୟ/ଉପହାର ଲୋଭ

ସମ୍ପାଦକୀୟ/ଉପହାର ଲୋଭ

ଉପହାର ଦିଆଯାଏ କାହିଁକି? ସେହି ମର୍ମରେ ଅଧିକ ଭାବିଲେ ପିଲାଙ୍କୁ ଚକୋଲେଟ କିମ୍ବା ବଡ଼ଙ୍କୁ ଉପଢ଼ୌକନ ବା ଉପହାର ଦେବାର ଏକମାତ୍ର କାରଣ ବା ଲକ୍ଷ୍ୟ ହେଉଛି ସେହି ପିଲା ବା ବ୍ୟକ୍ତିଙ୍କ ମୁହଁରେ ହସ ଫୁଟାଇ ଖୁସି କରାଇବା। ଚକୋଲେଟ୍‌ ପାଇ ପିଲା କାନ୍ଦିବା ବନ୍ଦ କରି ନୀରବ ହୋଇଯାଏ କିମ୍ବା ପାଠ ପଢ଼ିବାକୁ ମଙ୍ଗେ। ଅନୁରୂପ ଭାବେ ବଡ଼ମାନଙ୍କୁ ଉପହାର ଦେଇ ସନ୍ତୁଷ୍ଟ କରାଇବା ପଛରେ କାର୍ଯ୍ୟସିଦ୍ଧିର ଅସଲ ଚିନ୍ତା ନିହିତ ଥାଏ। ମଣିଷ ଭିତରେ ଏଭଳି ମାନସିକତା କେବଳ ଭାରତବର୍ଷରେ ନୁହେଁ, ସମଗ୍ର ପୃଥିବୀର ଇତିହାସରୁ ଦେଖିବାକୁ ମିଳିଛି। ଏଥିରୁ ଖିଅ ଟାଣିଲେ ବୁଝିବା ସହଜ ହୋଇଯାଏ ଯେ, ଉପକୃତ ହେବାକୁ ଇଚ୍ଛୁକ ବ୍ୟକ୍ତିବିଶେଷ କିମ୍ବା ସଂସ୍ଥା ଉପହାରକୁ ମାଧ୍ୟମ ଭାବେ ବ୍ୟବହାର କରିଥାଏ। ଭାରତ ଭଳି ଦୁର୍ନୀତିଗ୍ରସ୍ତ ଦେଶରେ କାମ ହାସଲର ସର୍ବୋତ୍କୃଷ୍ଟ ପନ୍ଥା ହେଉଛି ଉପହାର, ଯାହାର ଅନ୍ୟନାମ କୁହାଯାଇପାରେ ଲାଞ୍ଚ। ଏହି ଲାଞ୍ଚକୁ ନେଇ ଅନେକ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଆଲୋଚନା ହୋଇସାରିଛି। ଯେତେ ଚେଷ୍ଟା କଲେ ମଧ୍ୟ ମଣିଷ ଚରିତ୍ରରୁ ଲୋଭକୁ ଦୂର କରିବା ଅତ୍ୟନ୍ତ କଷ୍ଟକର। ସେଥିପାଇଁ ଭାରତ ଭଳି ଦେଶରେ କେହି କୌଣସି ଭାଗ ଛାଡ଼ିବାକୁ ଚାହାନ୍ତି ନାହିଁ। ଯେଉଁମାନେ ବ୍ୟକ୍ତିର ଏହି ଲୋଭକୁ ଚିହ୍ନି ତାହାକୁ ଉପଯୋଗ କରିପାରନ୍ତି, ସେମାନେ ହେଲେ ଲାଞ୍ଚଦାତା ଏବଂ ଯେଉଁମାନେ ଏହିସବୁ ଉପହାରକୁ ଗ୍ରହଣ କରିଥାନ୍ତି, ସିଏ ହେଲେ ଲାଞ୍ଚୁଆ। ଯେହେତୁ ଏ ଦେଶରେ ସରକାର ହେଉଛନ୍ତି ସବୁଠାରୁ ଧନୀ ଓ ବୃହତ୍‌ ସଂସ୍ଥା, ସେଥିପାଇଁ ସରକାରଙ୍କ ବିଭିନ୍ନ ଅଙ୍ଗରେ କାର୍ଯ୍ୟ କରୁଥିବା ପ୍ରଭାବଶାଳୀ ବ୍ୟକ୍ତି ନିଜ କାମ ପାଇଁ ଦରମା ଓ ଅନ୍ୟାନ୍ୟ ସୁବିଧା ବ୍ୟତୀତ ପାଉଣା ଖୋଜିଥାନ୍ତି। ତାଙ୍କ ଭିତରୁ ଅନେକେ ଏପରି ଅଛନ୍ତି, ଯେଉଁମାନେ ସିଧାସଳଖ ଅର୍ଥ ଗ୍ରହଣ କରିଥାଆନ୍ତି। ଅପରପଟରେ ଧରପଗଡ଼ ସହିତ ଟଙ୍କାକୁ ଗଚ୍ଛିତ ରଖିବା ସମସ୍ୟା ହୋଇପଡ଼ିଥିବାରୁ କେତେକେ ଲାଞ୍ଚ ନେବାର ପଦ୍ଧତି ବଦଳାଇ ଦେଲେଣି। ଅର୍ଥାତ୍‌ ସେମାନେ ସିଧାସଳଖ ଅର୍ଥ ନ ନେଇ ଉପହାର ନେବାକୁ ପସନ୍ଦ କରୁଛନ୍ତି। ଏବେ ଶୁଣିବାକୁ ମିଳୁଛି ଯେ, ସରକାରୀ କର୍ମଚାରୀ ଯଦି କାର୍ଯ୍ୟସ୍ଥଳରେ ଉପହାର ଗ୍ରହଣ କରନ୍ତି, ତାହାକୁ ‘ଉପହାର ସଂଗ୍ରହାଳୟ’ରେ ଜମା କରିବାକୁ ପଡ଼ିବ। କେନ୍ଦ୍ର ସରକାର ଏ ନେଇ ଏକ ପ୍ରସ୍ତାବ ଆଣୁଛନ୍ତି ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏହା ଲାଗୁ ହେଲେ ଆଇଏଏସ୍‌, ଆଇପିଏସ୍‌, ଆଇଏଫ୍‌ଏସ୍‌ ଅଫିସରଙ୍କ ସହ ଅନ୍ୟ ସରକାରୀ କର୍ମଚାରୀ ସରକାରଙ୍କ ନିୟମ ମାନିବାକୁ ବାଧ୍ୟ ହେବେ। କିନ୍ତୁ ପ୍ରଶ୍ନ ଉଠୁଛି, ଏସବୁ ତଦାରଖ କିଏ କରିବେ ଏବଂ ନିଷ୍ପତ୍ତି ନେବାର କର୍ତ୍ତୃପକ୍ଷ କିଏ ହେବେ। ଏଥିସହିତ କେଉଁ ଉପହାର ସରକାରୀ ପଦବୀ ପାଇଁ ମିଳିଛି ଏବଂ କେଉଁ ଉପହାର ପାରିବାରିକ ସମ୍ପର୍କରୁ ଆସିଛି, ତାହାର ବିଶ୍ଳେଷଣ କରିବା ଅସମ୍ଭବ ହୋଇପଡ଼ିବ। ପରିସ୍ଥିତି ଏଭଳି ଉପୁଜିପାରେ ଯେ, ପ୍ରତ୍ୟେକ ସରକାରୀ କର୍ମଚାରୀଙ୍କ ବିରୋଧରେ ସରକାରଙ୍କୁ ମାମଲା ଦାଏର କରି କଚେରିରେ ଦୀର୍ଘକାଳ ଲଢ଼ିବାକୁ ପଡ଼ିପାରେ। ଏଠାରେ ଏକ ଉଦାହରଣ ମନକୁ ଆସୁଛି। ଧରାଯାଉ ଜଣେ ଉଚ୍ଚପଦସ୍ଥ ସରକାରୀ ଅଧିକାରୀଙ୍କ ପାଖରେ ୩୦ କୋଟି ଟଙ୍କାର କାର୍ଯ୍ୟ ପାଇଁ ଟେଣ୍ଡର ପଡ଼ିଛି। ସେହି ଅଫିସର ବିଭିନ୍ନ ଆଳ ଓ ଆଲୋଚନା ମାଧ୍ୟମରେ ଟେଣ୍ଡର କାହାକୁ ଦେବେ ନିଷ୍ପତ୍ତି ନେବାର ପରିସ୍ଥିତି ସୃଷ୍ଟି କରିପାରନ୍ତି। ଅର୍ଥାତ୍‌ ତାଙ୍କ ସହ ଯାହାଙ୍କ ସେଟିଂ ହୋଇଯିବ ସେହି ଅନୁଯାୟୀ ଭିତିରିଆ ଚୁକ୍ତି ହୋଇପାରେ। ଏଠାରେ ଟେଣ୍ଡର ପାଇବାକୁ ଥିବା ବ୍ୟକ୍ତି ସମ୍ପୃକ୍ତ ଅଧିକାରୀଙ୍କୁ ସିଧାସଳଖ ଉପହାର ନ ଦେଇ ତାଙ୍କ ଶ୍ୱଶୁରଙ୍କୁ ଖଣ୍ଡେ ଜମି ଦେଇପାରନ୍ତି। ପରବର୍ତ୍ତୀ ସମୟରେ ଉକ୍ତ ଜମି ସେହି ଅଧିକାରୀଙ୍କ ସ୍ତ୍ରୀଙ୍କୁ ତାଙ୍କ ପିତା ଉପହାର ଦେଇଦେଲେ ତାହା ଅଧିକାରୀଙ୍କୁ ଉପହାର ଦିଆଗଲା ବୋଲି ବିବେଚିତ ହୋଇପାରିବ ନାହିଁ। କିନ୍ତୁ ପରୋକ୍ଷରେ ଏଭଳି ଉପହାର ସେହି ଅଧିକାରୀ ଉପଭୋଗ କରିଥାନ୍ତି। ଏହିଭଳି ଅନେକ କ୍ଳୀଷ୍ଟ ବିଷୟ ଆସିପାରେ ଯାହାର ସରକାରୀ ପ୍ରୋସିକ୍ୟୁଶନ ପ୍ରମାଣ କରିବା ଅସମ୍ଭବ ହେବ।
୨୦୧୫ ମସିହାରେ କେନ୍ଦ୍ର ସରକାର ସର୍ବଭାରତୀୟ ସେବା (ଚରିତ୍ର) ନିୟମରେ ସଂଶୋଧନ ଆଣିଥିଲେ। ଏଥିରେ ଉଲ୍ଲେଖ କରାଯାଇଥିଲା ଯେ, ସରକାରୀ ଅଧିକାରୀ ୫୦୦୦ ଟଙ୍କାରୁ ଅଧିକ ମୂଲ୍ୟର ଉପହାର କାର୍ଯ୍ୟକ୍ଷେତ୍ରରେ ପାଇଲେ ସେହି ବିଷୟରେ ସରକାରଙ୍କୁ ଜଣାଇବେ। ଏଥିରେ ଗାଡ଼ିଭଡ଼ା, ରହିବା, ଖାଇବା ଆଦି ଅନ୍ତର୍ଭୁକ୍ତ କରାଯାଇଥିଲା। ପୂର୍ବରୁ ଏଭଳି ଉପହାରର ସୀମା ରହିଥିଲା ୧୦୦୦ ଟଙ୍କା। ୨୦୧୫ର ୫୦୦୦ ଟଙ୍କିଆ ନିଷ୍ପତ୍ତି ପରେ କେତେ ସରକାରୀ କର୍ମଚାରୀ ଏହାର ସଦୁପଯୋଗ କରିଛନ୍ତି, ତାହାର ତଥ୍ୟ ସରକାରଙ୍କ ତରଫରୁ ଅଦ୍ୟାବଧି ପ୍ରକାଶ କରାଯାଇନାହିଁ। ଏବର ସରକାରୀ ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟାଳୟରେ ଯେଉଁ ଉପହାର ପାଇବେ ସେଗୁଡ଼ିକୁ ଉପହାର ସଂଗ୍ରହାଳୟରେ ଜମା କରିବେ। ପରବର୍ତ୍ତୀ ସମୟରେ ସେଥିରୁ ରାଜସ୍ବ ସଂଗ୍ରହ କରାଯାଇପାରିବ। ଏ ସଂକ୍ରାନ୍ତ ନିୟମାବଳୀ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ତିଆରି ସରିଲାଣି। ଅଧିକାରୀଙ୍କ ଉପରେ ସରକାର ଏଭଳି ନିୟମ ଲାଗୁ କରିବା ବେଳେ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ଉଦାହରଣ ଦିଆଯାଇଛି। କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ପାଉଥିବା ଉପହାରକୁ ‘କୋଷ ଘରେ’ ସାଇତା ରଖାଯାଉଛି। ତେବେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଉପରେ ଏଭଳି ନିୟମ ଲାଗୁ କରାଗଲେ, ସେମାନେ ଏହାକୁ ସ୍ବତଃ ପ୍ରକାଶ କରିବାକୁ ଆଗେଇ ଆସିବା ନେଇ ସନ୍ଦେହ ସୃଷ୍ଟି ହେଉଛି। ଦେଖାଯାଇଛି ବ୍ୟକ୍ତିବିଶେଷର ଚରିତ୍ର ସୁଧାରିବା ଲାଗି କୌଣସି ଆଇନ, ନିୟମ ବା ଦଣ୍ଡ କାମ ଦେଇ ନ ଥାଏ। ଏଭଳିସ୍ଥଳେ ସରକାରୀ ଅଧିକାରୀଙ୍କ ସାଧୁତା ଗୁରୁତ୍ୱ ବହନ କରିଥାଏ। ସରକାର ନିୟମ କରି କାର୍ଯ୍ୟସ୍ଥଳରେ ସରକାରୀ ଅଧିକାରୀ ପାଉଥିବା ଉପହାରକୁ ‘ଉପହାର ସଂଗ୍ରହାଳୟ’କୁ ପଠାଇ ଦେଇପାରନ୍ତି। କିନ୍ତୁ ଅଧିକାରୀଙ୍କ ବ୍ୟକ୍ତିଗତ ଲୋଭ ହଟାଇବା କଷ୍ଟକର। ସେଥିପାଇଁ ଏଭଳି ନିୟମ ସୃଷ୍ଟି କରାଗଲେ ଯେଉଁ କ୍ୱଚିତ୍‌ ସ୍ବଚ୍ଛ ଏବଂ ଦୁର୍ନୀତିମୁକ୍ତ ସରକାରୀ କର୍ମଚାରୀ ଅଛନ୍ତି, ସେମାନେ ମଧ୍ୟ ଭୟଭୀତ ହୋଇ ବାସ୍ତବତାକୁ ଲୁଚାଇବାକୁ ଚେଷ୍ଟା କରିବେ। ଅର୍ଥାତ୍‌ ଅବାସ୍ତବ ନିୟମ ସୃଷ୍ଟି କଲେ ତାହା ପ୍ରଶାସନରେ ବାଧା ଦେଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପାଦକୀୟ/ନୀତି ନୁହେଁ, ବୁଝାମଣା

କର୍ନାଟକରେ କଂଗ୍ରେସ-ଜେଡି(ଏସ୍‌) ମେଣ୍ଟ ସରକାର ରାଜନୈତିକ ସଙ୍କଟ ଦେଇ ଗତି କରୁଛି। ୮ ଜୁଲାଇରେ ୨୧ କଂଗ୍ରେସ ମନ୍ତ୍ରୀ, ଜେଡି(ଏସ୍‌)ର ୯ ମନ୍ତ୍ରୀ ଏବଂ ସ୍ବାଧୀନରୁ...

ବିପଦରେ ଜୈବବିବିଧତା

ଡ. ଦେବାନନ୍ଦ ବେଉରା ଜୈବବିବିଧତା କହିଲେ ଜୀବ ପ୍ରଜାତିର ପ୍ରକାର ଓ ପ୍ରସାରଣକୁ ବୁଝାଏ। ପୃଥିବୀରେ ଅନେକ ଜାତି ଓ ପ୍ରଜାତିର ପଶୁପକ୍ଷୀ, ଗଛଲତା, କୀଟପତଙ୍ଗ...

ଜୀବନର ମୂଲ୍ୟ କ’ଣ ଦୁଇଲକ୍ଷ ଟଙ୍କା

ସହଦେବ ସାହୁ ସାଧାରଣ ଓଡିଆଟିଏ ମରିଗଲେ ସରକାରଙ୍କର କିଛି ଦୁଃଖ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠି ତ ଅଛି! ଓଡିଆର ଜୀବନ ବଡ଼ ଶସ୍ତା। ମାତ୍ର...

ଏଇ ଭାରତରେ

ସମାଜରେ ଏମିତି ଶିକ୍ଷକ ଅଛନ୍ତି ଯେଉଁମାନେ ନିଜସ୍ବ ଉଦ୍ୟମରେ ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥାର ବିକାଶ କରିବା ପାଇଁ ପ୍ରୟାସ କରିଥାନ୍ତିି। ତେବେ ଏମାନଙ୍କ ମଧ୍ୟରୁ ଉତ୍ତରପ୍ରଦେଶର...

ଶିକ୍ଷାର୍ଥୀ, ଶିକ୍ଷାୟତନ ଓ ର଼୍ୟାଗିଂ

ପ୍ରଦୀପ୍ତ ନାୟକ ଶିକ୍ଷାନୁଷ୍ଠାନର ଅନ୍ୟନାମ ବିଦ୍ୟାମନ୍ଦିର, ଯେଉଁଠାରେ ମାତାପିତାଙ୍କର ଯୋଗ୍ୟ ସନ୍ତାନ ତଥା ଦେଶର ସୁନାଗରିକ ତିଆରି ହୁଅନ୍ତି। ଏଣୁ ଏହାକୁ ମଣିଷ ତିଆରି କାରଖାନା...

ଜନସ୍ବାସ୍ଥ୍ୟରେ ଜନ ସହଯୋଗ

ଡା. ଅଂଶୁମାନ କର ଜନସ୍ବାସ୍ଥ୍ୟର ଚାରୋଟି ମୂଳ ଆଧାର ହେଲା- ୧. ଜନସ୍ବାସ୍ଥ୍ୟ ସୁରକ୍ଷା, ୨. ଜନସ୍ବାସ୍ଥ୍ୟ ନୀତି, ୩. ରୋଗ ନିରାକରଣ ଅନୁସନ୍ଧାନ, ୪....

ପୃଥିବୀ ନିଶ୍ଚିହ୍ନ ହେବ କି

ଡ. ନିଖିଳାନନ୍ଦ ପାଣିଗ୍ରାହୀ କେହି ରହି ନାହିଁ ରହିବେ ନାହିଁଟି ଭବ ରଙ୍ଗ ଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡିବେ କାଳ...

କ୍ଷୀରରେ କର୍କଟକାରକ ଆଫ୍ଲାଟକ୍ସିନ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ କିଛିବର୍ଷ ପୂର୍ବେ ପଞ୍ଜାବ ସରକାର ପଟିୟାଲାରେ ଏକ ବେସରକାରୀ ଅନୁଷ୍ଠାନ (ଏନ୍‌ଜିଓ)କୁ ଗୋଟିଏ ଗୋଶାଳା ଚଳାଇବାକୁ କହିଥିଲେ। ସେମାନେ ଏ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *