ସମ୍ପାଦକୀୟ/ଆଜି ଅସଲି, କାଲି ନକଲି

ଜଣେ ବ୍ୟକ୍ତିଙ୍କ ଆୟର ଉତ୍ସ ଜାଣିବା ଲାଗି ଭାରତର ଆୟକର ବିଭାଗ ଦ୍ୱାରା ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର (ପାନ୍‌) ବ୍ୟବହାର କରାଯାଇଥାଏ। ସେହିପରି ଆୟକର ଦାଖଲ ବେଳେ ବିଭିନ୍ନ କାଗଜପତ୍ର ସହ ପାନ୍‌ ନମ୍ବର ଯୋଡ଼ାଯିବା ବାଧ୍ୟତାମୂଳକ ରହିଆସିଛି। ହେଲେ ଏବେ କେନ୍ଦ୍ର ସରକାର ହଠାତ୍‌ କହିଲେଣି ଯେ ଆଧାରକୁ ଆର୍ଥିକ କାରବାର ସହ ଜଡ଼ିତ ପ୍ରତ୍ୟେକ କ୍ଷେତ୍ରରେ ଲାଗୁ କରାଯିବ। ବାର୍ଷିକ ୨୦-୨୫ ଲକ୍ଷ ଟଙ୍କାର ଜମା ବା ଉଠାଣ କରିବା ଦିଗରେ ସରକାର ଆଧାରକୁ ବାଧ୍ୟତାମୂଳକ କରିବାକୁ ଯାଉଛନ୍ତି। ଆଧାରର ଏପରି ବ୍ୟବହାର ନେଇ ସରକାରୀ ଭାବେ ସଫେଇ ଦିଆଯାଉଛି ଯେ, କଳାଧନ ଖୋଜିବାରେ ଏହା ବିଶେଷ ସହାୟକ ହେବ। କୌତୂହଳର ବିଷୟ ହେଉଛି, ବିଦେଶରୁ କଳାଧନ ଫେରାଇ ଆଣିବା ଓ ଦେଶ ଭିତରେ ଥିବା କଳାଧନ ଠାବ କରିବା ପାଇଁ କିଛିବର୍ଷ ହେବ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି ବୋଲି ସରକାର କହୁଛନ୍ତି। କିନ୍ତୁ ଏ ଦିଗରେ କୌଣସି ଆଖିଦୃଶିଆ ଅଗ୍ରଗତି ଘଟିପାରୁନାହିଁ। କଳାଧନ ଠାବ ନେଇ ସରକାର ଯେଉଁସବୁ ବିଷୟ ଉଲ୍ଲେଖ କରୁଛନ୍ତି, ତାହା ମନଗଢ଼ା କାହାଣୀ ଭଳି ଲାଗିଲାଣି। କାରଣ ସରକାର ମୂଳକୁ ନ ଯାଇ ଉପରେ ବାଡ଼ି ବୁଲାଉଥିବାରୁ ଲକ୍ଷ୍ୟ ସାଧନ ହୋଇପାରୁ ନାହିଁ।
ପାନ୍‌ ପରିବର୍ତ୍ତେ ଆଧାର କାର୍ଡକୁ ଗୁରୁତ୍ୱ ଦିଆଯିବା ନେଇ ସମାଲୋଚନା ହେବା ପରେ ସରକାରଙ୍କ ପକ୍ଷରୁ କୁହାଯାଉଛି ଯେ, ଲୋକେ ନକଲି ପାନ୍‌ ବ୍ୟବହାର କରୁଛନ୍ତି। ଯଦି ପାନ୍‌ର ଅବସ୍ଥା ଏଭଳି ହେଉଛି, ତେବେ ଆଧାର ମଧ୍ୟ ସମଦଶା ଭୋଗିବା ସ୍ବାଭାବିକ। ଅତୀତରେ ବିଦେଶୀ ଓ ଆତଙ୍କବାଦୀଙ୍କ ନାମରେ ଆଧାର କାର୍ଡ ବାହାରି ଯାଇଥିବାର ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। ଏପରି କି ଆମ ଦେଶକୁ ଆସୁଥିବା ପ୍ରବାସୀ ଭାରତୀୟଙ୍କୁ ତତ୍‌କ୍ଷଣାତ୍‌ ଆଧାର ଦିଆଯିବାର ବ୍ୟବସ୍ଥା କରାଯାଉଛି।
ଏଠାରେ ମନେପଡ଼େ, ପୂର୍ବରୁ କେବଳ ଆୟକର ବିଭାଗ କାର୍ଯ୍ୟାଳୟରୁ ପାନ୍‌କାର୍ଡ ହାସଲ କରି ହେଉଥିଲା। କିଛି ଦଶନ୍ଧି ତଳେ ଏହି କାର୍ଡ ପାଇବା ସକାଶେ ବ୍ୟକ୍ତିବିଶେଷ ବା ବ୍ୟବସାୟିକ ସଂସ୍ଥାକୁ ଆୟକର ଦେବାକୁ ପଡ଼ୁଥିଲା। ପରବର୍ତ୍ତୀ ସମୟରେ ନିୟମକୁ ବଦଳାଇ ଦିଆଗଲା। ଆୟକର ବିଭାଗୀୟ କର୍ମଚାରୀଙ୍କଠାରୁ ଏହି କାର୍ଡ ଦେବାର କ୍ଷମତା ଅପସାରଣ କରାଗଲା। ତା’ ପରିବର୍ତ୍ତେ ଟାଟା କନ୍‌ସଲଟାନ୍ସି ଭଳି କେତେକ ବାହ୍ୟ କମ୍ପାନୀକୁ ପାନ୍‌ କାର୍ଡ ପ୍ରସ୍ତୁତି ଓ ଯୋଗାଇବାର ଠିକା ପ୍ରଦାନ କରାଗଲା। ଏହି ବ୍ୟବସାୟିକ ସଂସ୍ଥାଗୁଡ଼ିକ ଅର୍ଥ ଦେଉଥିବା ଯେକୌଣସି ବ୍ୟକ୍ତିଙ୍କୁ ପାନ୍‌ କାର୍ଡ ଦେବା ପାଇଁ ତତ୍ପରତା ପ୍ରଦର୍ଶନ କଲେ। ଯେତେ ଅଧିକ କାର୍ଡ ବଣ୍ଟାଗଲା, ଠିକା ପାଇଥିବା କମ୍ପାନୀ ସେତେ ଅଧିକ କମିଶନ ପାଇଲା। ଏଭଳି ନିଷ୍ପତ୍ତି ଦ୍ୱାରା ପ୍ରଥମ ଶିକାର ହେଲା ଯାଞ୍ଚ କରି କାର୍ଡ ଦେଉଥିବା ବ୍ୟବସ୍ଥା। ଫଳସ୍ବରୂପ ଆୟକର ଦେଉ ନ ଥିବା ବ୍ୟକ୍ତି ମଧ୍ୟ ପାନ୍‌କାର୍ଡଧାରୀ ହୋଇପାରିଲେ। ଏବେ କୁହାଯାଉଛି ଆଧାରରେ ସେଭଳି ତ୍ରୁଟି ଘଟିବା ଅସମ୍ଭବ। ଆଧାର କାର୍ଡ ଦେବା ପାଇଁ ଠିକାଦାରମାନଙ୍କୁ ଅନୁରୂପ ଭାବେ ଦାୟିତ୍ୱ ଦିଆଯାଇଛି। ନକଲ କରିବା ଅସମ୍ଭବ ହେବ ବୋଲି ଯେଉଁ ଦାବି କରାଯାଉଛି, ତାହାର ଯୁକ୍ତି ବାୟୋମେଟ୍ରିକ୍‌ ବ୍ୟବସ୍ଥା ଉପରେ ନିର୍ଭରଶୀଳ। ପୂର୍ବରୁ ପାନ୍‌ କାର୍ଡ ଉପରେ ସମସ୍ତଙ୍କ ଆସ୍ଥା ଥିଲା। ତାହା ଏବେ ନକଲ ହେଉଛି ବୋଲି ଖୋଦ୍‌ ସରକାର ସ୍ବୀକାର କଲେଣି। ସରକାରଙ୍କ ନୂଆ ଚିନ୍ତାଧାରାରେ ଏବଂ ନୂତନ ବ୍ୟବସ୍ଥା ଅନୁଯାୟୀ ଆଧାର କାର୍ଡକୁ ଜନ୍ମ ଦିଆଗଲା। ଏଠାରେ ମନେରଖିବାକୁ ହେବ ଯେ, ପ୍ରତ୍ୟେକ ଦିନ ଅନେକ ଆଧାରକାର୍ଡଧାରୀଙ୍କ ମୃତ୍ୟୁ ଘଟୁଛି। ସେହିଭଳି ପ୍ରତିଦିନ ନବଜାତ ମଧ୍ୟ ଆଧାର ପାଇଁ ଯୋଗ୍ୟ ହେଉଛନ୍ତି। ଅର୍ଥାତ୍‌ ଆଧାର ଏକ ବ୍ୟୟବହୁଳ ଓ ନିରନ୍ତର ପ୍ରକ୍ରିୟା ହୋଇଗଲାଣି, ଯାହାର ଖର୍ଚ୍ଚ ଭାରତ ଭଳି ଗରିବ ଦେଶର କରଦାତାଙ୍କ ଅର୍ଥରୁ ବ୍ୟୟ ହେଉଛି। ଆଧାର ପରେ ପୁଲ୍‌ଓ୍ବାମା ବି ଘଟିଛି। ସେହି ଆଧାର ପରେ ମେହୁଲ ଚୋକ୍‌ସି ଓ ନୀରବ ମୋଦିଙ୍କ ଭଳି ଆହୁରି ଅନେକ ବ୍ୟକ୍ତିବିଶେଷ ଓ ସଂସ୍ଥା ଦେଶକୁ ଠକିପାରୁଛନ୍ତି। ଏଥିରୁ ବୁଝିବାକୁ ହେବ ଯେ, ଆଧାରରେ ଆତଙ୍କବାଦ ଶେଷ ହେବ ନାହିଁ କିମ୍ବା କଳାଧନ ଠାବ ହେବ ନାହିଁ ବା ନୂଆ କଳାଧନ ଅର୍ଜନ ବନ୍ଦ କରିହେବ ନାହିଁ। କେବଳ ବଡ଼ ବ୍ୟବସାୟୀଙ୍କ ପାଖରେ ଦେଶର ସାଧାରଣ ନାଗରିକର ସବୁ ଅନ୍ତରଙ୍ଗ ତଥ୍ୟ ଜମାଟବାନ୍ଧି ରହିବ। ଉଲ୍ଲେଖଯୋଗ୍ୟ ଯେ, ବ୍ରିଟେନରେ ଆଧାର ଭଳି ସୃଷ୍ଟି କରାଯାଇଥିବା କାର୍ଯ୍ୟକ୍ରମକୁ ସେଠାକାର ସରକାର ବନ୍ଦ କରିଦେଲେ। ଭାରତରେ ମଧ୍ୟ କିଛିବର୍ଷ ପରେ ସେଭଳି ପଦକ୍ଷେପ ନେବାକୁ ପଡ଼ିବ। କିନ୍ତୁ ଏବେକାର ପାଗଳାମି ଯୋଗୁ ଅନେକ ହଜାର କୋଟି ଟଙ୍କା ନଷ୍ଟ ହୋଇଚାଲିଛି। ଅନେକ ଉଦାହରଣ ଅଛି ଯେଉଁଥିରେ ସ୍ପଷ୍ଟ ପ୍ରମାଣ ମିଳିଛି ଯେ, ଆଜି ଯାହା ଅସଲି ଦିଶୁଛି, କାଲି ତାହା ନକଲି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri