ସମ୍ପର୍କ ପରିଭାଷା

ହରେକୃଷ୍ଣ ଦାସ

ସବୁବେଳେ ହସ ହସ ଦିଶୁଥିବା ବନ୍ଧୁଙ୍କର ଅଚାନକ ବିଷଣ୍ଣ ବଦନର କାରଣ ପଚାରିବା ମାତ୍ରେ ତାଙ୍କ ଭିତରର ଦାର୍ଶନିକଟା ପ୍ରଗଳ୍ଭ ହୋଇଉଠିଲା, ”ବୁଝିଲ, ଆଜିକାଲିର ଅଧିକାଂଶ ମଣିଷ ଖୁବ୍‌ ମତଲବି। ଟିକିଏ ବିରକ୍ତ ହୋଇ ବନ୍ଧୁ କହିଲେ,”କୋଟେଶନ ଯୋଉଠୁ ଆଣେ ପଛେ, କଥାଟା ସତ ନା ନାହିଁ?“ ମୁଁ ପ୍ରତିବାଦ କରି କହିଲି, ” ହେଲେ ଆମ ସମ୍ପର୍କ ଭିତରେ ଫାଇଦାର ଚିହ୍ନବର୍ଣ୍ଣ ତ ଦିଶୁନି। ଆମେ ଦୁହେଁ ତ କେହି କାହାଠାରୁ କିଛି ଫାଇଦା ଉଠାଉନେ। “ ବନ୍ଧୁ ଟିକିଏ ବିରକ୍ତ ହୋଇ କହିଲେ,”ଆମ ସମ୍ପର୍କକୁ ଦୁନିଆ ଯାକର ଲୋକଙ୍କର ସମ୍ପର୍କର ମାନଦଣ୍ଡ ବୋଲି ଭାବନି। ଏ ପ୍ରସଙ୍ଗରେ ମୁଁ ଯୋଉ ପ୍ରକାର ଚିନ୍ତାକରି କଷ୍ଟ ଅନୁଭବ କରୁଛି, ତମେ ବି ସେଇ ପ୍ରକାର ଅଶାନ୍ତି ଭୋଗୁଥାଇପାର। କିନ୍ତୁ ତମେ କିଛି ବି କେବେ ନ ଘଟିଥିବାର ଛଳନା କରିପାର ଯାହା।“
ଏକଥା ସତ ଯେ ଆମେ ସମସ୍ତେ ବିଭିନ୍ନ ପ୍ରକାର ଛଳନା ଭିତରେ ବଞ୍ଚୁଛେ। ଯେହେତୁ ମାତ୍ରାଧିକ ସତ୍ୟ ସବୁବେଳେ ବରଦାସ୍ତ କରିହୁଏନା କିମ୍ବା ପ୍ରକାଶ କରି ହୁଏନା, ଆମେମାନେ ବିଭିନ୍ନ ଛଳନା ଜରିଆରେ ନିଜକୁ ଭୁଲେଇବାକୁ ଚେଷ୍ଟାକରୁ। ଅନେକ ସମ୍ପର୍କ ଆମକୁ ଖୁବ୍‌ କଷ୍ଟ ଦିଏ, ଆମ ଶାନ୍ତି ନଷ୍ଟକରେ। କିନ୍ତୁ ବିଭିନ୍ନ କାରଣରୁ ଆମେ ସେସବୁ କାହା ଆଗରେ ପ୍ରକାଶ କରିପାରୁନା। ପାଦର ଆଙ୍ଗୁଠିକୁ ମୋଡ଼ି କ୍ଷତାକ୍ତ କରୁଥିବା ଅଥଚ ସୁନ୍ଦର ଦିଶୁଥିବା ଜୋତା ପରି ଆମେ ପ୍ରାୟତଃ ତାକୁ ସହ୍ୟ କରିନେଉ। କିନ୍ତୁ ସୁନ୍ଦର ଦିଶିବାର ଆତ୍ମପ୍ରବଞ୍ଚନାରୁ ନିଜକୁ ମୁକାଳିପାରିଲେ ଅଳ୍ପ ସମୟର ଦୁଃଖ ଆସେ ସିନା ମାତ୍ର ଦୀର୍ଘସ୍ଥାୟୀ ଶାନ୍ତି ମିଳିପାରେ।
ଆଉ ଏକଥା ବି ସତ ଯେ ଅନେକ ଲୋକ ଛଳନାପୂର୍ଣ୍ଣ ସମ୍ପର୍କକୁ ନିଜ ଚରିତ୍ରର ଏକ ବୈଶିଷ୍ଟ୍ୟ କରିଦେଇଥାନ୍ତି। ସାମ୍ନାରେ ଅତ୍ୟନ୍ତ ମଧୁର କଥା କହି ,ଏକଦମ ଆତ୍ମୀୟ ତଥା ଶୁଭାକାଂକ୍ଷୀ ବୋଲି ଦେଖେଇବାକୁ ଚେଷ୍ଟା କରୁଥିବା ଅନେକ ଲୋକ ପ୍ରକୃତରେ ଆମକୁ ହଇରାଣ କରିବାକୁ ନାନା ଫନ୍ଦିଫିକର କରୁଥିବାର ଆମେ ଜାଣୁ, କିନ୍ତୁ ଆମେ ବି ଛଳନା କରିବାରେ ଏତେ ମାହିର ଯେ କେବେ ଜଣେଇ ଦେଉନା ତାଙ୍କ ଚରିତ୍ର ଓ ଯୋଜନା ଆମେ ଠିକ୍‌ ଠିକ୍‌ ପଢ଼ିପାରିଛୁ ବୋଲି।
ଛଳନାର ଏ ସମ୍ପର୍କ ଏମିତି ଗୋଟେ ବ୍ୟାଧି ଯାହା ଘର ପରିବାରଠୁ ଆରମ୍ଭକରି ସମାଜ ପର୍ଯ୍ୟନ୍ତ ସବୁ ସ୍ତରକୁ ଆକ୍ରାନ୍ତ କରି ରଖିଛି। ଅନ୍ୟକୁ ହଇରାଣକରି ନିଜେ ଖୁସି ହେବା, ଅନ୍ୟର ଦୁଃଖକଷ୍ଟକୁ ଉପଭୋଗ କରିବା, ଅନ୍ୟମାନଙ୍କ ପ୍ରତି ସମ୍ବେଦନଶୀଳ ନ ହେବା ତଥା ଅନ୍ୟର ସୁଖ ପ୍ରତି ଅସହିଷ୍ଣୁ ହୋଇଯିବାର ବିକୃତ ମାନସିକତା ଆମ ସବୁ ସମ୍ପର୍କକୁ କଳୁଷିତ କରିଦେଉଛିି। ନିଜର ସ୍ବାର୍ଥରେ ସାମାନ୍ୟ ଆଞ୍ଚ ଆସିଲେ ଅତି ମଧୁର ସମ୍ପର୍କକୁ ତିକ୍ତତାରେ ବଦଳେଇଦେବାକୁ ଆମେ ଟିକିଏ ବି ଦ୍ୱିଧା କରୁନା। ଆହୁରି ବିଚିତ୍ର ସ୍ଥିତି ହେଲା ଯେ ବର୍ତ୍ତମାନ ମଣିଷ ନିଜ ଘର, ପରିବାର, ଆତ୍ମୀୟସ୍ବଜନଙ୍କ ସହ ଭଲ ସମ୍ପର୍କ ରହିବା ନ ରହିବାକୁ ଖାତିର ନ କରି ଆଦୌ ଦେଖି ନ ଥିବା ଜାଣି ନ ଥିବା ଲୋକଙ୍କ ସହ ସୋସିଆଲ ମିଡିଆରେ ସମ୍ପର୍କ ବଢ଼େଇବାକୁ ଯତ୍ନଶୀଳ। ଏ ପ୍ରକାର ଅଧିକାଂଶ ସମ୍ପର୍କ କେବଳ ମିଛ ପ୍ରଶଂସା ଓ ଚାଟୁକାରିତାକୁ ନେଇ ବଞ୍ଚିରହିଥାଏ ।
ଆମ ଅହଂକାର ଓ ଅଭିମାନକୁ ବାଧା ନ ଆସିବା ଯାଏଁ ହିଁ ସବୁକିଛି ଠିକ୍‌ଠାକ୍‌ ଥାଏ , ଅଥଚ ଏଇ ମିଛ ସମ୍ପର୍କରୁ ଖୁସି ସାଉଁଟିବାକୁ ସମସ୍ତେ ତତ୍ପର।
ଆଜି ଏତେ ଫିଲୋସଫିକାଲ ପାଲଟିଯିବାର ବିଶେଷ କାରଣ କ’ଣ ବୋଲି ପଚାରିବାରୁ ବନ୍ଧୁ କହିଲେ,”ଆମ ଅଫିସରେ ମଦନବାବୁଙ୍କ ସହ ମୋର ଘନିଷ୍ଠତା ବିଷୟରେ ତ ଜାଣିଛ। ଏମିତିରେ ବି ସେ ସମସ୍ତଙ୍କ ସହ ଖୁବ୍‌ ମଧୁର କଥାବାର୍ତ୍ତା କରି ହସଖୁସିଆ ଢଙ୍ଗରେ ମିଶନ୍ତି। କିନ୍ତୁ ସେ ଭିତରେ ଭିତରେ ମୋ ପ୍ରତି ଖୁବ୍‌ ଈର୍ଷାଳୁ ଓ ଅସହିଷ୍ଣୁ। ମୋ ପଛପଟେ ମୋ ନାଆଁରେ ଚୁଗୁଲି କରୁଥିବେ ଅଥଚ ସାମ୍ନାରେ ପଡ଼ିଲେ ମତେ ନିଜର ସବୁଠୁ ଅନ୍ତରଙ୍ଗ ବୋଲି ଦେଖେଇ ହେଉଥିବେ। ପ୍ରାୟ ସବୁ ଷ୍ଟାଫ୍‌ଙ୍କ ସହ ତାଙ୍କର ଏମିତିଆ ଚାଲବାଜିଆ ସମ୍ପର୍କ।“ ଯଦି ସେ ଏ ପ୍ରକାର ବୋଲି ସମସ୍ତେ ଜାଣିଛନ୍ତି, ତା’ହେଲେ ତ କେହି ତାଙ୍କ ସହ ଭଲରେ ମିଶିପାରୁ ନ ଥିବେ! ମୁଁ କହିଲି, ” ନା ନା , ପ୍ରକୃତରେ ସମସ୍ତେ ତାଙ୍କ ସହ ସେମିତି ଉପରଠାଉରିଆ ଭାବରେ ମିଶନ୍ତି। ସେ ବି କେବଳ ଫାଇଦା ଥିବାର ସମ୍ଭାବନା ଦେଖିଲେ ହିଁ କାହା ସହ ଭଲରେ ମିଶନ୍ତି। ତାଙ୍କ ପଛପଟେ ସମସ୍ତେ ତାଙ୍କୁ ଟାହିଟାପରା କଲେ ମଧ୍ୟ ବୟସ ଦୃଷ୍ଟିରୁ ସାମ୍ନାରେ କିଛି କହିହୁଏନି।“ ସେ ପିଲା ସହ ଯଦି ୟାଙ୍କ ମାନସିକତା ମିଶିଯାଉଥିବ ତେବେ ସେମାନଙ୍କ ଅନ୍ତରଙ୍ଗତାରେ ଅସୁବିଧା କୋଉଠି ରହିଲା? ମୁଁ ପଚାରିବାରୁ ବନ୍ଧୁ କହିଲେ, ”ଅନାବିଳ ଆତ୍ମୀୟତା ଥିଲେ କିଛି ଅସୁବିଧା ନାହିଁ। ମତଲବ ଲୁଚେଇ ରଖି ଅନ୍ତରଙ୍ଗ ଦେଖେଇ ହେଇ କେହି କ’ଣ ସତରେ କାହାର ପ୍ରିୟ ହୋଇପାରିବ? ଅଧ୍ୟାପକ, ଇଂରାଜୀ ବିଭାଗ
ନିଆଳି, କଟକ
ମୋ: ୯୮୬୧୩୪୫୬୫୮


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?