ସମ୍ପର୍କର ଫାଇଦା

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ଗତମାସରେ କ୍ଷମତା ଅଳିନ୍ଦରେ ଦେଖିବା ଭଳି ଏକ କାର୍ଯ୍ୟ ନଜରକୁ ଆସିଥିଲା। ଜଣେ ବାବୁ ତାଙ୍କ ଝିଅ ପାଇଁ ମୁଣ୍ଡନ ଉତ୍ସବର ଆୟୋଜନ କରିଥିଲେ। ଏହି ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଅନେକ କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ଅନେକ ସଚିବ ତଥା ବିଭିନ୍ନ ବିଭାଗର ପୂର୍ବତନ ମନ୍ତ୍ରୀମାନେ ଯୋଗଦେଇଥିଲେ। ବାସ୍ତବରେ ଅତିଥି ତାଲିକାରେ ରାଜଧାନୀର କ୍ଷମତାଶାଳୀ ତଥା ମାଣ୍ୟଗଣ୍ୟ ବ୍ୟକ୍ତିମାନେ ହିଁ ଥିଲେ। ସେମାନଙ୍କ ଉପସ୍ଥିତି ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା। କିନ୍ତୁ ଦିବାକରନାଥ ମିଶ୍ର କୌଣସି ସାଧାରଣ ଯୁଗ୍ମ ସଚିବ ନୁହନ୍ତି। ସେ ସୁପ୍ରିମ୍‌କୋର୍ଟ ବିଚାରପତି ଜଷ୍ଟିସ୍‌ ଏ.କେ. ମିଶ୍ରଙ୍କ ଜ୍ୱାଇଁ ଏବଂ ଏହି ପାର୍ଟି ବିଚାରପତିଙ୍କ ଘରେ ଆୟୋଜିତ ହୋଇଥିଲା। ଏଭଳି ଏକ ସଂଯୋଗରୁ ଅତିଥିମାନଙ୍କର ଅଭୂତପୂର୍ବ ଉପସ୍ଥିତି ବୁଝାପଡେ। ମିଶ୍ର ହେଉଛନ୍ତି ୨୦୦୦ ବ୍ୟାଚ୍‌ ଆସାମ-ମେଘାଳୟ କ୍ୟାଡର୍‌ର ଜଣେ ଆଇଏଏସ୍‌ ଅଧିକାରୀ ଏବଂ ଏବକାର କାର୍ଯ୍ୟଭାର ପୂର୍ବରୁ ସେ ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟରେ କାର୍ଯ୍ୟ କରିଥିଲେ। ସେ ମଧ୍ୟ ତୈଳ ଉଦ୍ୟୋଗ ବିକାଶ ପରିଷଦର ସଚିବ ଥିଲେ। କିନ୍ତୁ ଏବେ ବାଣିଜ୍ୟ ମନ୍ତ୍ରଣାଳୟରେ କାର୍ଯ୍ୟରତ ମିଶ୍ର କେବଳ ଉଚ୍ଚ ମହଲରେ ଭଲ ସମ୍ପର୍କ ଥିବା ଏକମାତ୍ର ଜ୍ୱାଇଁ ନୁହନ୍ତି। ଆଉ ଜଣେ ଶ୍ୟାମଳ ମିଶ୍ର ଅଛନ୍ତି ଯେ କି ନୃପେନ୍ଦ୍ର ମିଶ୍ରଙ୍କ ଜ୍ୱାଇଁ। ନୃପେନ୍ଦ୍ର ମିଶ୍ର ଏକଦା ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଭାବେ ସବୁଠୁ କ୍ଷମତାଶାଳୀ ଥିଲେ।
କାହାକୁ ଯିବାକୁ ଦିଆଯାଉନି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟ ବା ପିଏମ୍‌ଓ ହେଉଛି ଏପରି ଏକ କାର୍ଯ୍ୟାଳୟ, ଯାହାକୁ ଜଣେ ଯେତେବେଳେ ଚାହିଁବ ଛାଡ଼ିପାରିବ, କିନ୍ତୁ କେବେ ଛାଡ଼ିବ ନାହିଁ। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଭାବେ କାର୍ଯ୍ୟକାଳ ଶେଷ ହେବା ପରେ ପିଏମ୍‌ଓ ଛାଡିବା ସତ୍ତ୍ୱେ ନୃପେନ୍ଦ୍ର ମିଶ୍ର ମୋଦିଙ୍କର ଜଣେ ପ୍ରିୟଲୋକ ହୋଇ ରହିିଛନ୍ତି। ମୋଦି ସରକାରଙ୍କ ପ୍ରଥମ ପାଳି ଶେଷରେ ସେ ଯେତେବେଳେ ପିଏମ୍‌ଓ ଛାଡିଲେ ସେତେବେଳେ ଭାଙ୍ଗିପଡି ନ ଥିଲେ। କିଛିମାସ ପରେ ପ୍ରଧାନମନ୍ତ୍ରୀ ମିଶ୍ରଙ୍କୁ ସମ୍ମାନଜନକ ନେହେରୁ ସ୍ମାରକୀ ସଂଗ୍ରହାଳୟ ଏବଂ ପୁସ୍ତକାଳୟର କାର୍ଯ୍ୟନିର୍ବାହୀ ପରିଷଦର ମୁଖ୍ୟ ଭାବେ ନିଯୁକ୍ତି ଦେଇଥିଲେ। ଏବେ ତାଙ୍କୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ନିରୀକ୍ଷଣ କରିବାକୁ ଗଠିତ ହୋଇଥିବା କମିଟିର ମୁଖ୍ୟ କରାଯାଇଛି। ନିଃସନ୍ଦେହ, ଉତ୍ତରପ୍ରଦେଶରେ ପ୍ରଶାସକଭାବେ ମିଶ୍ରଙ୍କର ଦୀର୍ଘ ଅଭିଜ୍ଞତା ରହିଛି ଏବଂ ସେ ମୋଦିଙ୍କ ବିଶ୍ୱାସଭାଜନ ହୋଇ ଯେଉଁ ଅନୁଭୂତି ହାସଲ କରିଛନ୍ତି ତାହା ଏ କ୍ଷେତ୍ରରେ କାମରେ ଆସିବ। ସେହିପରି ଆଉ ଜଣେ ପୂର୍ବତନ ପିଏମ୍‌ଓ ବାବୁ ତଥା ୧୯୮୩ ବ୍ୟାଚ୍‌ ପଶ୍ଚିମବଙ୍ଗ କ୍ୟାଡର ଆଇଏଏସ୍‌ ଅଧିକାରୀ ଭାସ୍କର ଖୁଲ୍‌ବେ ପ୍ରଧାନମନ୍ତ୍ରୀଙ୍କ ସଚିବ ପଦରୁ ଅବସର ନେବା ପରେ ପୁଣି ପିଏମ୍‌ଓକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ସଚିବସ୍ତରୀୟ ପାହ୍ୟା ଓ ବେତନ ପାଇ ପ୍ରତ୍ୟାବର୍ତ୍ତନ କରିଛନ୍ତି। ମୋଦିଙ୍କର ଏବେ ଦୁଇଜଣ ପରାମର୍ଶଦାତା ହେଲେ। ଦ୍ୱିତୀୟ ଜଣକ ହେଉଛନ୍ତି ଖୁଲ୍‌ବେଙ୍କ ବ୍ୟାଚ୍‌ମେଟ ତଥା ବିହାର କ୍ୟାଡର୍‌ର ଅମରଜିତ୍‌ ସିହ୍ନା, ଯିଏ କି ଗ୍ରାମ୍ୟ ଉନ୍ନୟନ ବିଭାଗର ସଚିବ ପଦରୁ ଅବସର ନେଇଛନ୍ତି। ବର୍ତ୍ତମାନ ଉଭୟେ ପିଏମ୍‌ଓର ସ୍ଥାୟୀ ସମ୍ପ୍ରସାରଣ ମଧ୍ୟରେ ରହିବେ। ଏବେ ପିଏମ୍‌ଓରେ ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପି.କେ. ମିଶ୍ର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ପି.କେ. ସିହ୍ନା ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଚଳାଉଥିବା ଅନ୍ୟ ୪୮ ଜଣ ବରିଷ୍ଠ ଅଧିକାରୀ। ମୋଦିଙ୍କ ଆନୁଗତ୍ୟ ଓ ବିଶ୍ୱାସସମ୍ପନ୍ନ ବାବୁମାନଙ୍କୁ ପିଏମ୍‌ଓରେ ନିଯୁକ୍ତି ଦେବାକୁ ମୋଦି କେତେ ଭଲ ପାଆନ୍ତି ତାହା ଏଥିରୁ ସ୍ପଷ୍ଟ ବୁଝାପଡ଼ୁଛି।
କେବଳ ପାରିଭାଷିକ ନା ଆଉ କିଛି
ଅର୍ଦ୍ଧସାମରିକ ବଳକୁ ପ୍ରଶାସନିକ ସେବା ମର୍ଯ୍ୟାଦା ଦିଆଯାଇ ପାରେ କି? ‘ହଁ’ ବୋଲି ଦୃଢ଼ତାର ସହ ଏହାର ଉତ୍ତର ଦେଇଛନ୍ତି ମୋଦି ସରକାର। ସରକାର ସବୁ କେନ୍ଦ୍ରୀୟ ସଶସ୍ତ୍ର ଆରକ୍ଷୀ ବଳକୁ ଗୋଟିଏ ଭାରତୀୟ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ସେବା (ଆଇସିଏପିଏସ୍‌) ଅଧୀନକୁ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ପୁଣି ଅର୍ଦ୍ଧସାମରିକ ବଳ ପାଇଁ ନିଯୁକ୍ତି କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ଦ୍ୱାରା ସଂଚାଳିତ ପ୍ରଶାସନିକ ସେବା ପରୀକ୍ଷା ମାଧ୍ୟମରେ କରାଯିବ। ସୂଚନା ଅନୁସାରେ, ଏହି ନାମ ପରିବର୍ତ୍ତନର ଉଦ୍ଦେଶ୍ୟ ହେଉଛି ଏହାଦ୍ୱାରା କେନ୍ଦ୍ରୀୟ ଆରକ୍ଷୀ ବଳର ଷ୍ଟାଟସ୍‌ରେ ପରିବର୍ତ୍ତନ କରି ଏହାକୁ ଅନ୍ୟ ପ୍ରଶାସନିକ ସେବା ସହ ସମାନ କରିବା। ଗତବର୍ଷ ଡିସେମ୍ବରରେ ଏଭଳି ପରିବର୍ତ୍ତନ କରିବା ଲାଗି ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟର ସୀମା ପରିଚାଳନା ସଚିବଙ୍କ ନେତୃତ୍ୱରେ ଗଠିତ କିମଟି ସୁପାରିସ କରିଥିତ୍ଲା ଏବଂ ମନ୍ତ୍ରଣାଳୟ ୨୦୧୭ରେ ୟୁପିଏସ୍‌ସିଠାରୁ ଏଭଳି ପ୍ରସ୍ତାବ ପାଇଥିଲା। ପ୍ରଶାସନିକ ଅଧିକାରୀ ଓ କେନ୍ଦ୍ରୀୟ ପୋଲିସ ଅଧିତ୍କାରୀମାନଙ୍କ ମଧ୍ୟରେ ଥିବା ତାରତମ୍ୟ ଦୂର କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ତେବେ କେତେଜଣ ଆଇପିଏସ୍‌ ଅଧିକାରୀ ମତ ଦେଇଛନ୍ତି ଯେ, ଏହି ନାମ ପରିବର୍ତ୍ତନ କେବଳ ପାରିଭାଷିକ ଏବଂ ଯେପର୍ଯ୍ୟନ୍ତ ପ୍ରସ୍ତାବିତ ଆଇସିଏପିଏସ୍‌ କ୍ୟାଡର୍‌ରେ ଅନ୍ତର୍ବଦଳି ବ୍ୟବସ୍ଥା ଲାଗୁ ନ ହୋଇଛି, ଅର୍ଥାତ୍‌ ଗୋଟିଏ ଅର୍ଦ୍ଧସାମରିକ ବଳରୁ ଆଉ ଏକ ବଳକୁ ବଦଳି ହେବାର ବ୍ୟବସ୍ଥା ନ ହୋଇଛି ସେତେବେଳ ଯାଏ ଏଥିରେ ବିଶେଷ କିଛି ଫରକ ପଡିବ ନାହିଁ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri