ସମ୍ପତ୍ତି ଲିଜ୍‌ ଦେବ ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ,୧୨।୭ : ଟେଲିକମ୍‌ କ୍ଷେତ୍ରରେ ଘରୋଇ ଖେଳାଳିଙ୍କ ସହ ପ୍ରତିଯୋଗିତାର ସମ୍ମୁଖୀନ ହୋଇପାରୁ ନ ଥିବାରୁ ରାଷ୍ଟ୍ରାୟତ୍ତ ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସ୍‌ଏନ୍‌ଏଲ୍‌)ର ଆୟ ଦିନକୁ ଦିନ କମିବାରେ ଲାଗିଛି। ଫଳସ୍ବରୂପ ଏହା ପ୍ରତିବର୍ଷ କ୍ଷତି ସହିଚାଲିଛି। ଏଭଳି ସ୍ଥିତିରେ ଏହି ସରକାରୀ ଟେଲିକମ କମ୍ପାନୀର କ୍ଷତିର ପରିମାଣ ଏବେ ପ୍ରାୟ ୧୪ ହଜାର କୋଟି ଟଙ୍କା ହେବ। କର୍ମଚାରୀଙ୍କୁ ଦରମା ଦେବାକୁ ଅର୍ଥ ନାହିଁ। ଏଥିରୁ ମୁକ୍ତି ପାଇବା ଲାଗି ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ଏବେ ଏହାର ସମ୍ପତ୍ତିକୁ ଲିଜ୍‌ ଦିଆଯିବ। ଜମି, ମୋବାଇଲ ଟାଓ୍ବାର, ଫାଇବର ନେଟ୍‌ଓ୍ବର୍କକୁ ଲିଜ୍‌ ଦେଇ କମ୍ପାନୀ ପ୍ରାୟ ୨୦ ହଜାର କୋଟି ଟଙ୍କା ଆୟ କରିବ ବୋଲି ଆଭ୍ୟନ୍ତରୀଣ ଆକଳନରେ ଦର୍ଶାଯାଇଛି।
ପ୍ରାପ୍ତ ସୂଚନାନୁଯାୟୀ, କମ୍ପାନୀର କର୍ପୋରେଟ ଅଫିସ୍‌ରୁ ଏକ ସର୍କୁଲାର ଏହାର ସମସ୍ତ ଆଞ୍ଚଳିକ, ଜୋନ୍‌ ଅଫିସକୁ ପଠାଯାଇଛି। କମ୍ପାନୀ ନିକଟରେ ରହିଥିବା ଜମିର ପରିମାଣ, ମୋବାଇଲ ଟାଓ୍ବାର ସଂଖ୍ୟା ଓ ଫାଇବର ନେଟ୍‌ଓ୍ବର୍କର ବିସ୍ତାର ସମ୍ପର୍କରେ ଜଣାଇବାକୁ କୁହାଯାଇଛି। କମ୍ପାନୀର ଖାଲି ପଡିଥିବା ଜମି, କୋଠା ନିର୍ମାଣ ହୋଇଥିଲେ ଏହାର ଇନ୍‌ବିଲ୍ଟ ଏରିଆ ଇତ୍ୟାଦି ସମ୍ପର୍କରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାପ୍ତ ସୂଚନାନୁଯାୟୀ, ବିଏସ୍‌ଏନ୍‌ଏଲ୍‌ ନିକଟରେ ଏବେ ପ୍ରାୟ ୩୨.୭୭ ଲକ୍ଷ ବର୍ଗମିଟର କୋଠା, କାରଖାନା ସହ ଜମି ରହିଛି। ତନ୍ମଧ୍ୟରୁ କେବଳ ଜମିର ପରିମାଣ ୩୧.୯୭ଲକ୍ଷ ବର୍ଗ ମିଟର ହେବ ବୋଲି ସର୍କୁଲାରରେ ଦର୍ଶାଯାଇଛି। ୨୦୧୪-୧୫ର ମୂଲ୍ୟ ଆଧାରିତ ମୁଦ୍ରାସ୍ଫୀତି ସୂଚକାଙ୍କ ହିସାବରେ ସମସ୍ତ ଜମିର ମୂଲ୍ୟ ପ୍ରାୟ ୧୭,୩୯୭ କୋଟି ଟଙ୍କା ହେବ। ତେବେ ବର୍ତ୍ତମାନ ପରିପ୍ରେକ୍ଷୀରେ ୨୦୧୮-୧୯ ହିସାବରେ ଏହାର ବାସ୍ତବ ମୂଲ୍ୟ ପ୍ରାୟ ୨୦,୨୯୬ କୋଟି ଟଙ୍କା ବୋଲି ଆକଳନ କରାଯାଇଛି। ତେବେ ସରକାରଙ୍କଠାରୁ ବିକ୍ରି ଅଥବା ଦୀର୍ଘମିଆଦୀ ଲିଜ୍‌ ପାଇଁ ଅନୁମତି ପାଇବା ପରେ କମ୍ପାନୀ କୋଠା ସହ ଜମିର ମୂଲ୍ୟ ନିର୍ଦ୍ଧାରଣ କରିବ। ଜମିର ବାସ୍ତବ ମୂଲ୍ୟ ନିର୍ଦ୍ଧାରଣରେ କୋଠାର ମୂଲ୍ୟକୁ ସାମିଲ କରାଯାଇନାହିଁ। ସୂଚନାଥାଉ କି, ବିଏସ୍‌ଏନ୍‌ଏଲ୍‌ର ମୁମ୍ବାଇ, କୋଲକାତା, ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନ, ଗାଜିଆବାଦ୍‌,ଜବଲପୁରରେ କାରଖାନା ଓ ଓ୍ବାର୍‌ଲେସ ଷ୍ଟେଶନ ରହିଛି। ଏହାଛଡ଼ା ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ପ୍ରସ୍ତୁତ ହୋଇଥିବା ତାଲିକାରେ ଅଫିସ ଓ ଷ୍ଟାଫ୍‌ କଲୋନୀଗୁଡ଼ିକୁ ମଧ୍ୟ ସାମିଲ କରାଯାଇଛି। ସମସ୍ତ ଜମିରୁ କିଛିର ମ୍ୟୁଟେସନ ହୋଇଥିବା ବେଳେ, କେତେକର ଫ୍ରିହୋଲ୍ଡ ହୋଇଛି। ଏହାଛଡ଼ା କିଛି ଜମିକୁ ଲିଜ୍‌ହୋଲ୍ଡ ଭାବେ ହସ୍ତାନ୍ତର କରାଯାଇଛି। ବିଏସ୍‌ଏନ୍‌ଏଲ୍‌ ନିକଟରେ ଏବେ ୧.୭୬ ଲକ୍ଷ କର୍ମଚାରୀ ରହିଥିବା ବେଳେ ଆୟ କମିବା କାରଣରୁ କମ୍ପାନୀ ଦରମା ଦେଇପାରୁନାହିଁ। ଏଣୁ ନନ୍‌ କୋର୍‌ ସମ୍ପତ୍ତିରୁ ଆୟ ବଢ଼ାଇବାକୁ କମ୍ପାନୀ ଆଗେଇଚାଲିଛି। ବର୍ତ୍ତମାନ କେନ୍ଦ୍ର ସରକାର ସମସ୍ତ ରାଷ୍ଟ୍ରାୟତ୍ତ ସଂସ୍ଥାର ଜମି, କୋଠା ଆଦିକୁ ଲିଜ୍‌ ଅଥବା ବିକ୍ରି କରି ରାଜସ୍ବ ଆଦାୟ ବୃଦ୍ଧି କରିବାକୁ ଚାହୁଁଛନ୍ତି। ଏଥିପାଇଁ ଡିପାର୍ଟମେଣ୍ଟ ଅଫ୍‌ ଇନ୍‌ଭେଷ୍ଟମେଣ୍ଟ ଆଣ୍ଡ ପବ୍ଲିକ୍‌ ଆସେଟ୍‌ ମ୍ୟାନେଜମେଣ୍ଟ(ଦୀପମ) ଗଠନ କରାଯାଇଛି। ଏହାରି ମାଧ୍ୟମରେ ବିଏସ୍‌ଏନ୍‌ଏଲ୍‌ ନିଜର ସମ୍ପତ୍ତି ବିକ୍ରି ଅଥବା ଲିଜ୍‌ ସମ୍ପର୍କରେ ନିଷ୍ପତ୍ତି ନେବ। ୨୦୧୮-୧୯ରେ କମ୍ପାନୀର ମୋଟ କ୍ଷତିର ପରିମାଣ ୧୪,୨୦୨ କୋଟି ଟଙ୍କା ରହିଛି ବୋଲି ଆକଳନ କରାଯାଇଛି। ୪ଜି ସ୍ପେକ୍ଟ୍ରମର ଅନୁପସ୍ଥିତି, କର୍ମଚାରୀଙ୍କ ଦରମା ପିଛା ଅଧିକ ବ୍ୟୟ ତଥା ଟାରିଫ୍‌କୁ ନେଇ ଘରୋଇ କମ୍ପାନୀଙ୍କ ସହ ପ୍ରତିଯୋଗିତା ଯୋଗୁ ବିଏସ୍‌ଏନ୍‌ଏଲ୍‌ର କ୍ଷତିର ପରିମାଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ୨୦୧୮-୧୯ ସୁଦ୍ଧା କମ୍ପାନୀର ରାଜସ୍ବ ଆୟ ୧୯,୩୦୮ କୋଟି ହେବ ବୋଲି ଅନୁମାନ କରାଯାଉଛି। ୨୦୧୭-୧୮ରେ ଏହା ୨୫,୦୭୧ କୋଟି ଟଙ୍କା ଥିଲା। ସରକାର ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏନ୍‌ଏଲ୍‌କୁ ସହାୟତା ପ୍ୟାକେଜ ଦେବାକୁ ବିଚାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କର୍ମଚାରୀଙ୍କୁ ଭିଆର୍‌ଏସ୍‌ ଅଫର କଲା ବିପିସିଏଲ୍‌

ନୂଆଦିଲ୍ଲୀ,୨୬।୭: ଦେଶର ଦ୍ୱିତୀୟ ସର୍ବବୃହତ୍‌ ତୈଳ ବିପଣନ କମ୍ପାନୀ ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ବିପିସିଏଲ୍‌)କୁ ଘରୋଇକରଣ କରିବା ଲାଗି ସରକାର ଯୋଜନା ରଖିଛନ୍ତି। ଏଥି ଲାଗି...

ଫେବୃୟାରୀରେ ଖୁଚୁରା ମୁଦ୍ରାସ୍ଫୀତି ହାର ୬.୦୭%

ନୂଆଦିଲ୍ଲୀ,,୧୫।୩ : ଗତ କିଛିଦିନ ହେବ ଅନେକ ସମସ୍ୟା ଯୋଗୁ ଭାରତରେ ସବୁ ସାମଗ୍ରୀର ଦର ବୃଦ୍ଧି ହୋଇଛି। ବିଶେଷକରି ଅତ୍ୟାବଶ୍ୟକ ଓ ଖାଦ୍ୟପଦାର୍ଥ ସାମଗ୍ରୀ...

ସଚ୍ଚୋଟ ଟିକସଦାତାଙ୍କୁ ମୋଦିଙ୍କ ନୂଆ ଉପହାର

ନୂଆଦିଲ୍ଲୀ, ୧୩।୮: ଦେଶର ସଚ୍ଚୋଟ ଟିକସଦାତାଙ୍କୁ ସମ୍ମାନୀତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଏକ ନୂଆ ପ୍ଲାଟଫର୍ମର ଲୋକାର୍ପଣ କରିଛନ୍ତି। ଟିକସ ବ୍ୟବସ୍ଥାରେ...

ନିଲାମ ହେବ ରାଜ୍ୟର ୭ ଖଣିଜ ବ୍ଲକ

ନୂଆଦିଲ୍ଲୀ,୩-୧୦: ରାଜ୍ୟର ୭ ଖଣିଜ ବ୍ଲକର ନିଲାମ କରାଯିବ। ଚଳିତ ମାସ ୨୨ଠାରୁ ନଭେମ୍ବର ୧ ମଧ୍ୟରେ ଏହାର ନିଲାମ କାର୍ଯ୍ୟ ଶେଷ କରିବାକୁ କେନ୍ଦ୍ର...

ଏସ୍‌ଏଚ୍‌ଜିଙ୍କୁ ଅଧିକ ଋଣ ଦିଅନ୍ତୁ ବ୍ୟାଙ୍କ:ଧର୍ମେନ୍ଦ୍ର

ଭୁବନେଶ୍ୱର,୫-୧୦(ବ୍ୟୁରୋ): ସ୍ବଂୟ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ଗୁଡିକ ବ୍ୟାଙ୍କରୁ ନେଉଥିବା ଋଣକୁ ଠିକ୍‌ ଭାବେ ପୈଠ କରୁଥିବା ବେଳେ ସେମାନଙ୍କ ଉପରେ ଅନାଦାୟ ଋଣ (ଏନ୍‌ପିଏ) ରହୁନାହିଁ। ବ୍ୟାଙ୍କଗୁଡ଼ିକ...

ବଜାରରେ ହିରୋର ୩ ନୂଆ ମଡେଲ

ଭୁବନେଶ୍ୱର,୧୮-୬: ହିରୋମୋଟୋକର୍ପ ପକ୍ଷରୁ ଓଡ଼ିଶା ବଜାରରେ ସୋମବାର ୩ ନୂଆ ମଡେଲର ବଜାର ପ୍ରବେଶ ହୋଇଛି। ଏହି ମଡେଲଗୁଡିକ ମଧ୍ୟରେ ହିରୋ ମାଏଷ୍ଟ୍ରୋ ଏଜ୍‌ ୧୨୫,...

୬ରୁ ଭାରତ-ବ୍ରିଟେନ ବିମାନ ସେବା

ନୂଆଦିଲ୍ଲୀ,୪।୧: ଚଳିତ ମାସ ୬ ତାରିଖରୁ ଭାରତ ଏବଂ ବ୍ରିଟେନ ମଧ୍ୟରେ ବିମାନ ସେବା ପୁଣିଥରେ ଶୁଭାରମ୍ଭ ହେବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ...

ଏକ ରାଷ୍ଟ୍ର ଏକ ରାଶନ କାର୍ଡ ବ୍ୟବସ୍ଥାରେ ଆଉ ୩ ରାଜ୍ୟ

ନୂଆଦିଲ୍ଲୀ,୨।୮: ଦେଶ ମଧ୍ୟରେ ଲାଗୁ କରାଯାଇଥିବା ଏକ ରାଷ୍ଟ୍ର ଏକ ରାଶନ କାର୍ଡ ବ୍ୟବସ୍ଥାରେ ଆଉ ୪ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଯୋଡି...

Advertisement
Archives

Model This Week