ସମ୍ପତ୍ତି ଲିଜ୍‌ ଦେବ ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ,୧୨।୭ : ଟେଲିକମ୍‌ କ୍ଷେତ୍ରରେ ଘରୋଇ ଖେଳାଳିଙ୍କ ସହ ପ୍ରତିଯୋଗିତାର ସମ୍ମୁଖୀନ ହୋଇପାରୁ ନ ଥିବାରୁ ରାଷ୍ଟ୍ରାୟତ୍ତ ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସ୍‌ଏନ୍‌ଏଲ୍‌)ର ଆୟ ଦିନକୁ ଦିନ କମିବାରେ ଲାଗିଛି। ଫଳସ୍ବରୂପ ଏହା ପ୍ରତିବର୍ଷ କ୍ଷତି ସହିଚାଲିଛି। ଏଭଳି ସ୍ଥିତିରେ ଏହି ସରକାରୀ ଟେଲିକମ କମ୍ପାନୀର କ୍ଷତିର ପରିମାଣ ଏବେ ପ୍ରାୟ ୧୪ ହଜାର କୋଟି ଟଙ୍କା ହେବ। କର୍ମଚାରୀଙ୍କୁ ଦରମା ଦେବାକୁ ଅର୍ଥ ନାହିଁ। ଏଥିରୁ ମୁକ୍ତି ପାଇବା ଲାଗି ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ଏବେ ଏହାର ସମ୍ପତ୍ତିକୁ ଲିଜ୍‌ ଦିଆଯିବ। ଜମି, ମୋବାଇଲ ଟାଓ୍ବାର, ଫାଇବର ନେଟ୍‌ଓ୍ବର୍କକୁ ଲିଜ୍‌ ଦେଇ କମ୍ପାନୀ ପ୍ରାୟ ୨୦ ହଜାର କୋଟି ଟଙ୍କା ଆୟ କରିବ ବୋଲି ଆଭ୍ୟନ୍ତରୀଣ ଆକଳନରେ ଦର୍ଶାଯାଇଛି।
ପ୍ରାପ୍ତ ସୂଚନାନୁଯାୟୀ, କମ୍ପାନୀର କର୍ପୋରେଟ ଅଫିସ୍‌ରୁ ଏକ ସର୍କୁଲାର ଏହାର ସମସ୍ତ ଆଞ୍ଚଳିକ, ଜୋନ୍‌ ଅଫିସକୁ ପଠାଯାଇଛି। କମ୍ପାନୀ ନିକଟରେ ରହିଥିବା ଜମିର ପରିମାଣ, ମୋବାଇଲ ଟାଓ୍ବାର ସଂଖ୍ୟା ଓ ଫାଇବର ନେଟ୍‌ଓ୍ବର୍କର ବିସ୍ତାର ସମ୍ପର୍କରେ ଜଣାଇବାକୁ କୁହାଯାଇଛି। କମ୍ପାନୀର ଖାଲି ପଡିଥିବା ଜମି, କୋଠା ନିର୍ମାଣ ହୋଇଥିଲେ ଏହାର ଇନ୍‌ବିଲ୍ଟ ଏରିଆ ଇତ୍ୟାଦି ସମ୍ପର୍କରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାପ୍ତ ସୂଚନାନୁଯାୟୀ, ବିଏସ୍‌ଏନ୍‌ଏଲ୍‌ ନିକଟରେ ଏବେ ପ୍ରାୟ ୩୨.୭୭ ଲକ୍ଷ ବର୍ଗମିଟର କୋଠା, କାରଖାନା ସହ ଜମି ରହିଛି। ତନ୍ମଧ୍ୟରୁ କେବଳ ଜମିର ପରିମାଣ ୩୧.୯୭ଲକ୍ଷ ବର୍ଗ ମିଟର ହେବ ବୋଲି ସର୍କୁଲାରରେ ଦର୍ଶାଯାଇଛି। ୨୦୧୪-୧୫ର ମୂଲ୍ୟ ଆଧାରିତ ମୁଦ୍ରାସ୍ଫୀତି ସୂଚକାଙ୍କ ହିସାବରେ ସମସ୍ତ ଜମିର ମୂଲ୍ୟ ପ୍ରାୟ ୧୭,୩୯୭ କୋଟି ଟଙ୍କା ହେବ। ତେବେ ବର୍ତ୍ତମାନ ପରିପ୍ରେକ୍ଷୀରେ ୨୦୧୮-୧୯ ହିସାବରେ ଏହାର ବାସ୍ତବ ମୂଲ୍ୟ ପ୍ରାୟ ୨୦,୨୯୬ କୋଟି ଟଙ୍କା ବୋଲି ଆକଳନ କରାଯାଇଛି। ତେବେ ସରକାରଙ୍କଠାରୁ ବିକ୍ରି ଅଥବା ଦୀର୍ଘମିଆଦୀ ଲିଜ୍‌ ପାଇଁ ଅନୁମତି ପାଇବା ପରେ କମ୍ପାନୀ କୋଠା ସହ ଜମିର ମୂଲ୍ୟ ନିର୍ଦ୍ଧାରଣ କରିବ। ଜମିର ବାସ୍ତବ ମୂଲ୍ୟ ନିର୍ଦ୍ଧାରଣରେ କୋଠାର ମୂଲ୍ୟକୁ ସାମିଲ କରାଯାଇନାହିଁ। ସୂଚନାଥାଉ କି, ବିଏସ୍‌ଏନ୍‌ଏଲ୍‌ର ମୁମ୍ବାଇ, କୋଲକାତା, ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନ, ଗାଜିଆବାଦ୍‌,ଜବଲପୁରରେ କାରଖାନା ଓ ଓ୍ବାର୍‌ଲେସ ଷ୍ଟେଶନ ରହିଛି। ଏହାଛଡ଼ା ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ପ୍ରସ୍ତୁତ ହୋଇଥିବା ତାଲିକାରେ ଅଫିସ ଓ ଷ୍ଟାଫ୍‌ କଲୋନୀଗୁଡ଼ିକୁ ମଧ୍ୟ ସାମିଲ କରାଯାଇଛି। ସମସ୍ତ ଜମିରୁ କିଛିର ମ୍ୟୁଟେସନ ହୋଇଥିବା ବେଳେ, କେତେକର ଫ୍ରିହୋଲ୍ଡ ହୋଇଛି। ଏହାଛଡ଼ା କିଛି ଜମିକୁ ଲିଜ୍‌ହୋଲ୍ଡ ଭାବେ ହସ୍ତାନ୍ତର କରାଯାଇଛି। ବିଏସ୍‌ଏନ୍‌ଏଲ୍‌ ନିକଟରେ ଏବେ ୧.୭୬ ଲକ୍ଷ କର୍ମଚାରୀ ରହିଥିବା ବେଳେ ଆୟ କମିବା କାରଣରୁ କମ୍ପାନୀ ଦରମା ଦେଇପାରୁନାହିଁ। ଏଣୁ ନନ୍‌ କୋର୍‌ ସମ୍ପତ୍ତିରୁ ଆୟ ବଢ଼ାଇବାକୁ କମ୍ପାନୀ ଆଗେଇଚାଲିଛି। ବର୍ତ୍ତମାନ କେନ୍ଦ୍ର ସରକାର ସମସ୍ତ ରାଷ୍ଟ୍ରାୟତ୍ତ ସଂସ୍ଥାର ଜମି, କୋଠା ଆଦିକୁ ଲିଜ୍‌ ଅଥବା ବିକ୍ରି କରି ରାଜସ୍ବ ଆଦାୟ ବୃଦ୍ଧି କରିବାକୁ ଚାହୁଁଛନ୍ତି। ଏଥିପାଇଁ ଡିପାର୍ଟମେଣ୍ଟ ଅଫ୍‌ ଇନ୍‌ଭେଷ୍ଟମେଣ୍ଟ ଆଣ୍ଡ ପବ୍ଲିକ୍‌ ଆସେଟ୍‌ ମ୍ୟାନେଜମେଣ୍ଟ(ଦୀପମ) ଗଠନ କରାଯାଇଛି। ଏହାରି ମାଧ୍ୟମରେ ବିଏସ୍‌ଏନ୍‌ଏଲ୍‌ ନିଜର ସମ୍ପତ୍ତି ବିକ୍ରି ଅଥବା ଲିଜ୍‌ ସମ୍ପର୍କରେ ନିଷ୍ପତ୍ତି ନେବ। ୨୦୧୮-୧୯ରେ କମ୍ପାନୀର ମୋଟ କ୍ଷତିର ପରିମାଣ ୧୪,୨୦୨ କୋଟି ଟଙ୍କା ରହିଛି ବୋଲି ଆକଳନ କରାଯାଇଛି। ୪ଜି ସ୍ପେକ୍ଟ୍ରମର ଅନୁପସ୍ଥିତି, କର୍ମଚାରୀଙ୍କ ଦରମା ପିଛା ଅଧିକ ବ୍ୟୟ ତଥା ଟାରିଫ୍‌କୁ ନେଇ ଘରୋଇ କମ୍ପାନୀଙ୍କ ସହ ପ୍ରତିଯୋଗିତା ଯୋଗୁ ବିଏସ୍‌ଏନ୍‌ଏଲ୍‌ର କ୍ଷତିର ପରିମାଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ୨୦୧୮-୧୯ ସୁଦ୍ଧା କମ୍ପାନୀର ରାଜସ୍ବ ଆୟ ୧୯,୩୦୮ କୋଟି ହେବ ବୋଲି ଅନୁମାନ କରାଯାଉଛି। ୨୦୧୭-୧୮ରେ ଏହା ୨୫,୦୭୧ କୋଟି ଟଙ୍କା ଥିଲା। ସରକାର ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏନ୍‌ଏଲ୍‌କୁ ସହାୟତା ପ୍ୟାକେଜ ଦେବାକୁ ବିଚାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?