ସମାପ୍ତ ନା ସମ୍ପ୍ରସାରଣ

ଭାରତରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ୧୭ ମେ’ରେ ସରିବାକୁ ଯାଉଛି। ଯଦି ଲକ୍‌ଡାଉନ୍‌ ୪.୦ କାର୍ଯ୍ୟକାରୀ ହୁଏ, ତେବେ ସଂକ୍ରମଣ ରୋକିବା ପାଇଁ ରେଳଗାଡ଼ି ବନ୍ଦ କରିଥିଲେ ତାହାର ଏକ ସକାରାତ୍ମକ ପ୍ରଭାବ ପଡ଼ିଥାଆନ୍ତା। ଉଲ୍ଲେଖଯୋଗ୍ୟ ଯେ, ୧୦ ମେ’ରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି ୧୨ ମେ’ରୁ ଦେଶରେ ୧୫ ଯୋଡ଼ା ଟ୍ରେନ୍‌ ଚଳାଚଳ କରିବ। ଏଠାରେ ଓଡ଼ିଆରେ ଏକ ଢଗ ମନେପଡ଼େ-‘ନଈ ନ ଦେଖୁଣୁ ଲଙ୍ଗଳା’। ସେହି ଦୃଷ୍ଟିରୁ ଦେଖିଲେ ଯେଉଁ କାର୍ଯ୍ୟକୁ ଅତିଶୀଘ୍ର କରିବାର ଥିଲା, ତାହା ହୋଇପାରିଲା ନାହିଁ। ଯଥା-ବିଦେଶରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ଦେଶକୁ ଫେରାଇ ଅଣାଯାଇ ନ ଥାଆନ୍ତା। ଅନ୍ୟପଟେ ସଂକ୍ରମଣ ସମ୍ଭାଳିବା ଭଳି ପରିସ୍ଥିତିରେ ଥିବା ବେଳେ ପ୍ରବାସୀ ଶ୍ରମିକମାନଙ୍କୁ ନିଜ ନିଜ ଘରକୁ ଫେରିଯିବାର ସୁଯୋଗ ଦିଆଯାଇପାରିଥାଆନ୍ତା। କିନ୍ତୁ ତାହା କରାଗଲା ନାହିଁ। ଆଜି ଭାରତର ସ୍ଥିତିକୁ ଦେଖିଲେ ସମ୍ଭବତଃ ସମଗ୍ର ପୃଥିବୀରେ ଏହା ହେଉଛି ଏକମାତ୍ର ଦେଶ, ଯେଉଁଠାରେ ଏଭଳି ଅତ୍ୟଧିକ ମାତ୍ରାର ମଣିଷ ଦେଶର ଏମୁଣ୍ଡରୁ ସେମୁଣ୍ଡକୁ ଯିବାଆସିବା କରୁଛନ୍ତି। ତେବେ ଏ ଲକ୍‌ଡାଉନ୍‌ର ମାନେ କ’ଣ? ସବୁବେଳେ ବାହୁସ୍ଫୋଟ ମାରିବା କିମ୍ବା ରାଜନୈତିକ ଫାଇଦା ଖୋଜିବା ଲୋକଙ୍କ ପାଇଁ ଓଡ଼ିଆରେ ଅନ୍ୟ ଏକ ଢଗ ଅଛି-‘ଅତି ଚାଲାକରେ କୁଆ….ଖାଏ’। ଏବେ ଭାରତରେ ସେହିଭଳି ପରିସ୍ଥିତି ପରିଲକ୍ଷିତ ହେଉଛି। ଗୋଟିଏ ପଟେ କାରଖାନା ଚଳାଇବା ଲାଗି ନୂଆ ନିୟମାବଳୀ ଜାରି କରାଯାଇଥିବା ବେଳେ ସେପଟେ ଶ୍ରମିକଙ୍କୁ ନିଜ ଅଞ୍ଚଳକୁ ଫେରିଯିବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି। କହିବାକୁ ଗଲେ ସରକାରଙ୍କ ନିଷ୍ପତ୍ତି ଉପରେ ଦ୍ୱନ୍ଦ୍ୱ ରାଜୁତି କରୁଛି।
ଭାରତୀୟ ସଂସଦୀୟ ବ୍ୟବସ୍ଥାକୁ ଦେଖିଲେ ପ୍ରଧାନମନ୍ତ୍ରୀ ହେଉଛନ୍ତି ସଂସଦର ଜଣେ ସଦସ୍ୟ। ସଂଖ୍ୟାଗରିଷ୍ଠ ସଦସ୍ୟମାନଙ୍କ ସମର୍ଥନ ପାଇ ସେ ପ୍ରଧାନମନ୍ତ୍ରୀ ହୋଇଥାଆନ୍ତି। ତେଣୁ କୌଣସି ନିଷ୍ପତ୍ତି ନିଆଯିବାରେ ସଂସଦ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା କଥା। ଦେଖାଯାଉଛି, ହାତଗଣତି କ୍ୟାବିନେଟ ସଦସ୍ୟ ଓ ଅମଲାତନ୍ତ୍ରୀଙ୍କ ଦ୍ୱାରା ଦେଶ ଶାସିତ ହେଉଛି। ଲକ୍‌ଡାଉନ୍‌ କଥାକୁ ଆଲୋଚନା ପରିସରକୁ ନିଆଗଲେ, ପ୍ରତ୍ୟେକ ରାଜନୈତିକ ଦଳର ମତକୁ ଗୁରୁତ୍ୱ ଦିଆଯିବାର ଥିଲା। ଯେହେତୁ ଦେଶବ୍ୟାପୀ ତାଲାବନ୍ଦ କରାଯିବା ଲାଗି ପଦକ୍ଷେପ ନିଆଗଲା, ତାହାର ସାମାଜିକ ଓ ଅର୍ଥନୈତିକ ଦିଗ କ’ଣ ରହିବ, ସେ ନେଇ ସବୁ ଦଳର ନେତାଙ୍କ ମତ ବାରମ୍ବାର ନିଆଯିବା ଉଚିତ। ଅନୁରୂପ ଭାବେ ଗଣମାଧ୍ୟମ ପ୍ରତିନିଧି, ଶିକ୍ଷାବିତ୍‌, ଉଦ୍ୟୋଗୀ ଓ ସାମାଜିକ କର୍ମୀମାନଙ୍କୁ ବିଶ୍ୱାସକୁ ନିଆଯାଇ ସେମାନଙ୍କ ମତକୁ ପ୍ରାଧାନ୍ୟ ଦିଆଯାଇଥିଲେ, ଭିନ୍ନ ଏକ ପରିସ୍ଥିତି ସୃଷ୍ଟି ହୋଇପାରିଥାଆନ୍ତା। କିନ୍ତୁ ପ୍ରଧାନମନ୍ତ୍ରୀ କେବଳ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଭର୍ଚ୍ୟୁଆଲ ବୈଠକକୁ ଡାକି ସମଗ୍ର ଦେଶ ସକାଶେ ପଦକ୍ଷେପ ନେଉଛନ୍ତି। ଏଠାରେ ମଧ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସବୁ ଦଳର ବିଧାୟକ, ବୁଦ୍ଧିଜୀବୀ ଓ ଅନ୍ୟ ପରାମର୍ଶଦାତାଙ୍କୁ ମତ ରଖିବାକୁ ସୁଯୋଗ ଦେଇଥିଲେ, ସେଥିରୁ ବାହାରିଥିବା ନିଷ୍କର୍ଷକୁ ଜାତୀୟ ସ୍ତରରେ ଉପସ୍ଥାପନ କରିପାରିଥାଆନ୍ତେ। ତା’ ହେଲେ ଆଜି ଦେଶବ୍ୟାପୀ ଦେଖାଦେଇଥିବା ପ୍ରବାସୀ ଶ୍ରମିକ ଅଶାନ୍ତି ଓ ଆନ୍ତଃରାଜ୍ୟ କଜିଆ ଉପୁଜି ନ ଥାଆନ୍ତା। କେବଳ ପ୍ରଶାସନିକ ଅଧିକାରୀଙ୍କୁ ନେଇ ନିଆଯାଉଥିବା ନିଷ୍ପତ୍ତି ଫଳରେ ସବୁ କିଛି ବିଗିଡ଼ି ଯାଉଛି।
ଦେଶର ଭବିଷ୍ୟତ ନିର୍ଣ୍ଣୟ କରିବାର ଅଧିକାର ହାତଗଣତିଙ୍କ ମଧ୍ୟରେ ସୀମିତ ରହିଯାଉଥିବାରୁ ସମସ୍ୟା ବ୍ୟାପକ ହୋଇଗଲା ବେଳକୁ ବୁଦ୍ଧିଶୂନ୍ୟ ହୋଇଯାଉଛି। ଜନସଂଖ୍ୟା, ଭୌଗୋଳିକ ସ୍ଥିତି, ସାମାଜିକ ଓ ଅର୍ଥନୈତିକ ଆବଶ୍ୟକତା ଆଦି ଅନେକ ମୌଳିକ ଉପାଦାନ ରହିଛି, ଯାହାକୁ ତର୍ଜମା କରାଯାଇ ନିଷ୍ପତ୍ତି ନିଆଯିବା ଏକ ଗଣତାନ୍ତ୍ରିକ ଦେଶ ପାଇଁ ମଙ୍ଗଳଦାୟକ ହୋଇଥାଏ। ସମସ୍ତେ ଜାଣନ୍ତି କରୋନା ଭଳି ମହାମାରୀ ମଣିଷର ଜୀବନ ପ୍ରତି ବିପଦ ଆଣିଛି। ଏହା ମଧ୍ୟ ସତ୍ୟ ଯେ ଦୀର୍ଘଦିନ ଅର୍ଥନୈତିକ କାର୍ଯ୍ୟକଳାପକୁ ବାତିଲ କରିଦିଆଯାଇ ବ୍ୟବସ୍ଥାକୁ ସ୍ଥାଣୁ କରିଦିଆଗଲେ, ସମଗ୍ର ଜାତି ଉପରେ ଆର୍ଥିକ ସଙ୍କଟ ପଡ଼ିବା ଥୟ। ଆଜି ସେୟା ହିଁ ଘଟିଛି। ଯଦି ଲକ୍‌ଡାଉନ୍‌ ପୂର୍ବରୁ ଟ୍ରେନ୍‌ ଓ ବସ୍‌ ଯୋଗେ ଶ୍ରମିକମାନଙ୍କୁ ସେମାନଙ୍କ ଅଞ୍ଚଳକୁ ଫେରିଯିବା ଲାଗି ସୁଯୋଗ ଦିଆଯାଇଥାଆନ୍ତି, ତାହା ହେଲେ ଆଜି ସଂକ୍ରମଣ ସ୍ତର ବୃଦ୍ଧି ପାଉଥିବା ବେଳେ ଭିଡ଼ରେ ଦେହକୁ ଦେହ ଲଗାଲଗି ହୋଇ ସେମାନଙ୍କୁ ଯିବାକୁ ପଡ଼ି ନ ଥାନ୍ତା। ଭୂତାଣୁ ଗୋଷ୍ଠୀ ସଂକ୍ରମଣ ଆଡ଼କୁ ମୁହଁାଇଥିବା ବେଳେ ଲକ୍‌ଡାଉନ୍‌ ସମାପ୍ତ ନା ସମ୍ପ୍ରସାରଣ କରାଯିବ, ସେଥିମଧ୍ୟରୁ କେଉଁଠିକୁ ବଛାଯିବା ଉଚିତ ସେହି ଦୁଇ ନାବରେ ସମସ୍ତେ ଗୋଡ଼ ଦେଇଛେ।


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri