Posted inଜାତୀୟ

ସଭରକରଙ୍କୁ ସେବାଦଳର ଆକ୍ଷେପ: କଂଗ୍ରେସ ଉପରେ ବର୍ଷିଲେ ଭାଜପା, ଶିବସେନା

ମୁମ୍ବାଇ, ନୂଆଦିଲ୍ଲୀ,୪ା୧(ପି.ଟି.): ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସେଙ୍କ ସହ ସ୍ବାଧୀନତା ସଂଗ୍ରାମୀ ବୀର ସଭରକରଙ୍କର ଶାରୀରିକ ସମ୍ପର୍କ ରହିଥିଲା ବୋଲି କଂଗ୍ରେସ ସେବାଦଳ ପକ୍ଷରୁ ପ୍ରକାଶିତ ପୁସ୍ତିକାରେ ଦାବି କରାଯିବା ଘଟଣାକୁ ନେଇ ରାଜନୀତି ଜୋର୍‌ ଧରିଛି। ଏହାକୁ ନେଇ ନୂଆ ସହଯୋଗୀ ଦଳ ଶିବସେନା ଏବଂ ବିରୋଧୀ ଭାଜପା ଶୁକ୍ରବାର କଂଗ୍ରେସ ଉପରେ ବର୍ଷିଛନ୍ତି। ଦେଶଭକ୍ତ ଭାବେ ସଭରକରଙ୍କ ପରିଚୟକୁ ନେଇ କଂଗ୍ରେସ ମନରେ ମଇଳା ରହିଛି ବୋଲି ଶିବସେନା କହିଛି। ଏହା ହିନ୍ଦୁତ୍ୱ ନୀତି ଆଦର୍ଶ ବିରୋଧରେ ଅତ୍ୟନ୍ତ ଘୃଣ୍ୟ ଓ ବିକୃତ ମାନସିକତା ବୋଲି କହିବା ସହ କଂଗ୍ରେସ କ୍ଷମା ମାଗୁ ବୋଲି ଭାଜପା ଦାବି କରିଛି।
କଂଗ୍ରେସ ନେତାମାନଙ୍କ ବିଭିନ୍ନ ସମ୍ପର୍କ ବିଷୟରେ ବିଶ୍ୱ ଜାଣିଛି, ଯାହା ସେ ଖୋଲିବାକୁ ଚାହୁଁନାହାନ୍ତି ବୋଲି ଭାଜପା ସାଧାରଣ ସମ୍ପାଦକ ଅନିଲ ଜୈନ କହିଥିଲେ। ବୀର ସଭରକର ସବୁଦିନ ପାଇଁ ମହାନ୍‌ ହୋଇ ରହିବେ। ଗୋଟିଏ ଗୋଷ୍ଠୀ ତାଙ୍କ ବିରୋଧରେ କହିଆସିଛି, ଯାହା ସେମାନଙ୍କ ମାନସିକତାରେ ମଇଳା ଭରିରହିଥିବା ସ୍ପଷ୍ଟ କରୁଛି ବୋଲି ଶିବସେନା ଏମ୍‌ପି ସଞ୍ଜୟ ରାଉତ୍‌ କହିଛନ୍ତି।
‘ବୀର ସଭରକର, କିତ୍‌ନେ ବୀର?’ ପୁସ୍ତିକା କଂଗ୍ରେସ ସେବାଦଳ ପକ୍ଷରୁ ମଧ୍ୟପ୍ରଦେଶରେ ବଣ୍ଟାଯାଇଥିଲା। ଯେଉଁଥିରେ ଉପରୋକ୍ତ ଅଭିଯୋଗ ସମେତ ସଭରକର ବ୍ରିଟିଶଠାରୁ ଟଙ୍କା ଗ୍ରହଣ କରିଥିବା ଅଭିଯୋଗ ହୋଇଥିଲା। ଏଭଳି ଘୃଣ୍ୟ ମନ୍ତବ୍ୟ ପାଇଁ କଂଗ୍ରେସ କ୍ଷମା ମାଗିବା ଆବଶ୍ୟକ ବୋଲି ମହାରାଷ୍ଟ୍ର ଭାଜପା ସଭାପତି ଚନ୍ଦ୍ରକାନ୍ତ ପାଟିଲ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୮ ସେପ୍ଟେମ୍ବର ଭିତରେ ଏହି ୩ ରାଶିଙ୍କର ହେବ ବଡ଼ ଚମତ୍କାର: କର୍କଟ ରାଶିରେ ପ୍ରବେଶ କରିବା ପୂର୍ବରୁ ନୂଆ ସୁଯୋଗ ଦେଇଯିବେ ମଙ୍ଗଳ

ଭୁବନେଶ୍ୱର: ବର୍ତ୍ତମାନ ମଙ୍ଗଳ ମିଥୁନ ରାଶିରେ ବିରାଜମାନ ଅଛନ୍ତି। ଖୁବଶୀଘ୍ର ମଙ୍ଗଳ ନିଜ ରାଶି ପରିବର୍ତ୍ତନ କରିବେ। ଜ୍ୟୋତିଷ ଗଣନା ଅନୁଯାୟୀ, ୧୮ ସେପ୍ଟେମ୍ବର ୨୦୨୬, ଶୁକ୍ରବାର…

ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା: ବଢିଲା ଉତ୍ତେଜନା

ନୂଆଦିଲ୍ଲୀ,୯।୯: ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ (CENTCOM) ଅନୁଯାୟୀ, ଇରାନର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ…

ଓଭରବ୍ରିଜ ନିର୍ମାଣ ଦାବି: ଗମନାଗମନରେ ଲୋକେ ହେଉଛନ୍ତି ହନ୍ତସନ୍ତ

କେସିଙ୍ଗା,୯।୯(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଡୁମେରମୁଣ୍ଡା ଗ୍ରାମ ଦେଇ କେସିଙ୍ଗା ସହରକୁ ଯାଇଥିବା…

ଧୁରନ୍ଧରକୁ ପଛରେ ପକାଇଲା ଫିଲ୍ମ ‘ହନୁମାନ ଅଂଶ’

ମୁମ୍ବାଇ: ଆଧ୍ୟାତ୍ମିକ ଗୁରୁ ନୀମ କରୋଲି ବାବାଙ୍କ ଜୀବନ ଏବଂ ଶିକ୍ଷା ଉପରେ ଆଧାରିତ ଫିଲ୍ମ ‘ହନୁମାନ ଅଂଶ’ ବକ୍ସ ଅଫିସରେ ୧୫୦ କୋଟିରୁ ଅଧିକ ଟଙ୍କା…

୧୧ରେ ମୋଦି-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ,୯ା୯: ନୂଆଦିଲ୍ଲୀରେ ହେବାକୁ ଯାଉଥିବା ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୧ ତାରିଖ ଶୁକ୍ରବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ…

ଭାରତ ସହ ସହଯୋଗ ବଢ଼ାଇବ ଇରାନ

ନୂଆଦିଲ୍ଲୀ,୯ା୯: ଆଞ୍ଚଳିକ ଉତ୍ତେଜନା ବୃଦ୍ଧି ଏବଂ ଆମେରିକାର କଟକଣା ନୀତିକୁ ନେଇ ଲାଗିରହିଥିବା ଅନିଶ୍ଚିତତା ସତ୍ତ୍ୱେ ଚାବହାର ବନ୍ଦରର ରଣନୀତିକ ମୂଲ୍ୟବୋଧ ଓ ଭାରତ ସହ ସମ୍ପର୍କ…

ବିଚାରପତି ବି ଅସହାୟ

ଭାରତୀୟ ଗଣତନ୍ତ୍ରରେ ବିଧାନପାଳିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ତିନୋଟି ପ୍ରମୁଖ ସ୍ତମ୍ଭ ଭାବେ ଜଣାଶୁଣା। ତନ୍ମଧ୍ୟରୁ ନ୍ୟାୟପାଳିକା ଉପରେ ଜନସାଧାରଣ ନ୍ୟାୟ ପାଇଁ ସବୁଠାରୁ ଅଧିକ ଭରସା…

ଦୁର୍ବିଷହ ହୋଇପଡ଼ିଛି ଭୂଷଣଙ୍କ ଜୀବନ: ସହାୟତା ପାଇଁ ଜିଲାପାଳଙ୍କୁ ଫେରାଦ ହେଲେ ଦିବ୍ୟାଙ୍ଗ

ବରଗଡ଼,୯।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡେନ୍‌ ବ୍ଲକ ରେମଣ୍ଡା ହରିଜନପଡ଼ା ନିବାସୀ ଭୂଷଣ ଭାଏନାଙ୍କ ଜୀବନଯାପନ ଦୁର୍ବିଷହ ହୋଇ ପଡ଼ିଛି। ସେ ୨୦୨୪ରେ ସଂକ୍ରମଣ ହେବା କାରଣରୁ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri