Posted inଫୁରସତ

ଭୟଙ୍କର ଜଙ୍ଗଲ, ଏଠାକୁ ଥରେ ଗଲେ ହୋଇଯିବେ ଅନ୍ତର୍ଦ୍ଧାନ

ବିଶ୍ୱରେ ଏମିତି କିଛି ସ୍ଥାନ ଅଛି, ଯାହା ସବୁଠୁ ଭୟଙ୍କର। ଏମିତି ଏକ ସ୍ଥାନ ରୋମାନିଆର ଟ୍ରାନ୍‌ସ୍ଲେଭାନିଆରେ ରହିଛି। ଏଠାରେ ଏମିତି କିଛି ଅଜବ ଘଟଣା ସବୁ ଘଟିଛି ଯେଉଁଥିପାଇଁ ଲୋକେ ଯିବା ପାଇଁ ଭୟ କରୁଛନ୍ତି। ଆସନ୍ତୁ ଜାଣିବା ଏହି ରହସ୍ୟମୟୀ ସ୍ଥାନ ସମ୍ପର୍କରେ…


ହୋୟା ବସୁ ଜଙ୍ଗଲକୁ ବିଶ୍ୱର ସବୁଠୁ ଭୟଙ୍କର ଜଙ୍ଗଲ ଭାବରେ ଗଣନା କରାଯାଏ। ଏଠାରେ ଘଟିଥିବା ଭୟଙ୍କର ଘଟଣା ଯୋଗୁ ଏହାକୁ ରୋମାନିୟା ବା ଟ୍ରାନ୍‌ସ୍ଲେଭାନିଆ ବରମୁଡା ଟ୍ରାଏଆଙ୍ଗେଲ୍‌ କୁହାଯାଏ। ଏହି ଜଙ୍ଗଲ ପ୍ରାୟ ୭୦୦ ଏକର ପରିମିତ ଜାଗାରେ ରହିଛି। କୁହାଯାଏ, ଏହି ଜଙ୍ଗଲକୁ ଯାଇଥିବା ହଜାର ହଜାର ଲୋକଙ୍କ ପତ୍ତା ଆଜି ପର୍ଯ୍ୟନ୍ତ ମିଳିନାହିଁ। ଉକ୍ତ ଜଙ୍ଗଲରେ ଥିବା ଗଛଗୁଡ଼ିକ ଦେଖିବାକୁ ମଧ୍ୟ ଭୟଙ୍କର। ଅଙ୍କାବଙ୍କା ହୋଇ ରହିଛି ଗଛଗୁଡ଼ିକ। ଯାହାକୁ ଦେଖିଲେ ଭୟ ଲାଗିବ।


କିମ୍ବଦନ୍ତୀ ଅନୁସାରେ, ଏଠାକୁ ଯାଇଥିବା ଲୋକେ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି। ୨୦୦ ଗଧିଆ ମଧ୍ୟ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି। ୧୯୬୮ରେ ଏମିଲ୍‌ ବରନିଆ ନାମକ ଜଣେ ବ୍ୟକ୍ତି ଆକାଶରେ ଏକ ଅଲୌକିକ ଶରୀରକୁ ଦେଖିଥିଲେ। ଏଠାକୁ ଆସୁଥିବା କିଛି ପର୍ଯ୍ୟଟକ ମଧ୍ୟ ଏମିତି ଅନେକ ଅଲୌକିକ ଘଟଣା ଦେଖିଥିବା କୁହନ୍ତି। ଲୋକଙ୍କ କହିବା କଥା ଏହି ଜଙ୍ଗଲରେ କିଛି ଅଦୃଶ୍ୟ ଶକ୍ତି ରହିଛି ଯାହା ଫଳରେ ଏମିତି ଘଟଣା ଘଟୁଛି। ସେହିପରି ଏଠାରେ ଅଜବ ସ୍ବର ମଧ୍ୟ ଶୁଭିଥାଏ।


କୁହାଯାଏ, ୧୮୭୦ ମସିହାରେ ଏହି ଜଙ୍ଗଲ ନିକଟରେ ଏକ ଗାଁ ରହିଥିଲା। ଏକ କୃଷକ ପରିବାରର ଝିଅଟିଏ ଜଙ୍ଗଲକୁ ବୁଲିବାକୁ ଯାଇଥିଲା। ଏହା ପରେ ସେ ଅନ୍ତର୍ଦ୍ଧାନ ହୋଇଯାଇଥିଲା। ୫ ବର୍ଷ ପରେ ଜଙ୍ଗଲ ମଧ୍ୟରୁ ଏହି ଝିଅଟି ଯେତେବେଳେ ଘରକୁ ଫେରିଥିଲା ସେତେବେଳେ ତା’ର ବ୍ୟବହାରରେ ଅଜବ ପରିବର୍ତ୍ତନ ଘଟିଥିଲା। ଏପରିକି ତା’ର ମୃତ୍ୟୁ ମଧ୍ୟ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ବାୟୁସେନା ବିମାନ କ୍ରାଶ୍‌: ୫ ଯବାନ ଶହୀଦ

ନୂଆଦିଲ୍ଲୀ,୧୩।୬: ଶନିବାର ଆସାମର ଜୋରହାଟରେ ଏକ ଭାରତୀୟ ବାୟୁସେନା (IAF) AN-32 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ପାଞ୍ଚ ଜଣ ବାୟୁସେନା କର୍ମଚାରୀ ପ୍ରାଣ ହରାଇଛନ୍ତି।…

ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠଙ୍କୁ ଗୁରୁ ଦାୟିତ୍ୱ, ଜୁନ ୩୦ରେ ଦାୟିତ୍ୱ ଗ୍ରହଣ

ନୂଆଦିଲ୍ଲୀ,୧୩।୬: କେନ୍ଦ୍ର ସରକାର ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠଙ୍କୁ ଭାରତୀୟ ସେନାର ପରବର୍ତ୍ତୀ ସେନା ମୁଖ୍ୟ ଭାବରେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଉପ ସେନା…

ବୁର୍ଲା ଏମସିଏଲର ମହିଳା କର୍ମଚାରୀଙ୍କ ଆତ୍ମହତ୍ୟା, କ୍ୱାର୍ଟରରୁ ଝୁଲନ୍ତା ମୃତଦେହ ଉଦ୍ଧାର

ସମ୍ବଲପୁର,୧୩।୬,(ପ୍ରମୋଦ ବହିଦାର): ବୁର୍ଲା ଆନନ୍ଦ ବିହାର ସ୍ଥିତ ମହାନଦୀ କୋଲଫିଲ୍ଡସ ଲିମିଟେଡ(ଏମସିଏଲ)ର ଜଣେ ମହିଳା କର୍ମଚାରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ମହିଳା ଜଣକ ହେଉଛନ୍ତି…

ଇତିହାସ ରଚିଲା ‘ମାଇକେଲ’: ବିଶ୍ୱପ୍ୟାପୀ ଚମତ୍କାର ପ୍ରଦର୍ଶନ

ମାଇକେଲ ଜ୍ୟାକସନଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ମାଇକେଲ’ ବକ୍ସ ଅଫିସ୍‌ରେ ଚମତ୍କାର ପ୍ରଦର୍ଶନ କରିଛି। ଏହା ନମ୍ବର ୧ ମ୍ୟୁଜିକାଲ ବାୟୋପିକ ପାଲଟିଛି। ପୂର୍ବ ରେକର୍ଡଧାରୀ…

ରମେଶ-ଦେବାଶିଷଙ୍କୁ ଭାଜପା ଦେଲା ନୂଆ ଦାୟିତ୍ୱ: ଚାରିଆଡ଼ୁ ଛୁଟୁଛି ଶୁଭେଚ୍ଛା

ପୁରୁଷୋତ୍ତମପୁର,୧୩।୬(ସବିତା ମିଶ୍ର): ଭାରତୀୟ ଜନତାପାର୍ଟି ଗଞ୍ଜାମ ଜିଲାରେ ଦଳକୁ ଶକ୍ତିଶାଳୀ କରିବା ସହ ସଂଗଠନକୁ ଆଗେଇନେବା ଲାଗି ପୁରୁଷୋତ୍ତମପୁର ଦୁଇ ଯୁବନେତାଙ୍କୁ ଗୁରୁଦାଇତ୍ବ ଦେଇଛି। ବଡଖରିଡା ପଞ୍ଚାୟତ…

ପ୍ରକଳ୍ପ ସମୀକ୍ଷା କଲେ ଆଇନ ମନ୍ତ୍ରୀ: ତୁରନ୍ତ ସାରିବାକୁ ନିର୍ଦ୍ଦେଶ

ଛତ୍ରପୁର,୧୩।୬(ଦିଲ୍ଲୀପ ସାମଲ): ଓଡିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ତଥା ଗଞ୍ଜାମ ଜିଲା ପ୍ରଭାରୀ ପୃଥୀରାଜ ହରିଚନ୍ଦନ ଦିନିକିଆ ଗଞ୍ଜାମ ଜିଲା ଗସ୍ତରେ…

ମମତାଙ୍କ ପାଇଁ ଆସିଲା ଖୁସି ଖବର! ଦଳରେ ବିଦ୍ରୋହ ଭିତରେ ଏକାଠି ହେଲେ…

କୋଲକାତା,୧୩।୬: ପଶ୍ଚିମବଙ୍ଗ ରାଜନୀତି ଉପରେ ଏବେ ସାରା ଦେଶର ନଜର ରହିଛି। ଏହି ସମୟରେ ତୃଣମୂଳ କଂଗ୍ରେସ (TMC) ଭିତରେ ଗତ କିଛି ଦିନ ହେବ କଳହ…

ମାସକ ଭିତରେ ରାଜ୍ୟର ପ୍ରତିଷ୍ଠାନଗୁଡ଼ିକର ନାମ ସଂଶୋଧନ ହେବ: ରାଜସ୍ୱ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୩।୬: ରାଜ୍ୟର ବିଭିନ୍ନ ପ୍ରତିଷ୍ଠାନ, ସରକାରୀ କାର୍ଯ୍ୟାଳୟ ଓ ସଂସ୍ଥାଗୁଡ଼ିକର ନାମରେ ଥିବା ତ୍ରୁଟିକୁ ସଂଶୋଧନ କରିବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଆସନ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri