ସବୁଠାରୁ ଛୋଟ-ସବୁଠାରୁ ବଡ଼

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ

ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ବାଲ୍ୟସଖା ତଥା ଅନ୍ୟତମ ପ୍ରଧାନଶିଷ୍ୟ ଅନନ୍ତନାଥ ରାୟ ଥିଲେ ଅପୂର୍ବ ସାଧନ-ଶକ୍ତିର ଅଧିକାରୀ। ଯୌବନରେ ସ୍ତ୍ରୀ, ପୁତ୍ରଙ୍କୁ ହରାଇ ସେ ସଂସାର ବିରାଗୀ ହୋଇଉଠିଲେ ଏବଂ ବୈଷ୍ଣବ ମନ୍ତ୍ରରେ ଦୀକ୍ଷା ଗ୍ରହଣ କରି ନିଜ ଗ୍ରାମ କାଶୀପୁରରେ ଗୋଟିଏ ସାଧନଗୃହ ନିର୍ମାଣକରି ଈଶ୍ୱରପ୍ରାପ୍ତି ଆଶାରେ କଠୋର ସାଧନା ଆରମ୍ଭ କଲେ। ଆହାର, ନିଦ୍ରା ସମ୍ପୂର୍ଣ୍ଣ ତ୍ୟାଗକରି କେତେବେଳେ ୧୦ ଦିନ, କେତେବେଳେ ୧୫-୧୮ ଦିନ ପର୍ଯ୍ୟନ୍ତ ଧ୍ୟାନମଗ୍ନ ରହୁଥିଲେ। ତଥାପି ଈଶ୍ୱର ଦର୍ଶନ ନ ମିଳିବାରୁ ହତାଶାରେ ଭାଙ୍ଗିପଡ଼ି ଜୀବନ ହାରିବାକୁ ମନସ୍ଥ କଲେ। ଗୋଟିଏ ବର୍ଷଣମୁଖର ରାତ୍ରିରେ ସାଧନଗୃହର କବାଟ କିଳି ନିଜର ପିନ୍ଧା ଧୋତିକୁ ଦଉଡି ଭଳି ବଳି ଘରର ରୁଅରେ ବାନ୍ଧି ଗଳାରେ ଫାଶ ଲଗାଇ ଆତ୍ମହତ୍ୟା କରିବାର ଉପକ୍ରମ କଲେ। ସେହି ସମୟରେ ଅନୁକୂଳଚନ୍ଦ୍ର ନିଜ ଗ୍ରାମ ହିମାଇତପୁରରେ ଭକ୍ତପ୍ରବର କିଶୋରୀମୋହନଙ୍କ ଘରେ ଭାବାବେଗରେ କୀର୍ତ୍ତନରତ। ହିମାଇତପୁରରୁ କାଶୀପୁରର ଦୂରତା ପ୍ରାୟ ତିନି ମାଇଲ। ହଠାତ୍‌ ଅନୁକୂଳଚନ୍ଦ୍ର କିଶୋରୀମୋହନଙ୍କୁ କହିଲେ, ”ତୁମେ କୀର୍ତ୍ତନ ଚାଲୁ ରଖ, ମୁଁ ସଙ୍ଗେ ସଙ୍ଗେ ଆସୁଛି।“ ଏହା କହି ସେହି ଝଡ଼ବର୍ଷାର ତାଣ୍ଡବ ମଧ୍ୟରେ ଦୌଡ଼ି ଅଦୃଶ୍ୟ ହୋଇଗଲେ। ଏଣେ ଅନନ୍ତନାଥ ନିଜ ବେକରେ ଫାଶ ଲଗାଇବାର ଉଦ୍ୟମ କଲାବେଳକୁ ବାହାରେ ଶୁଣାଗଲା ପରିଚିତ କଣ୍ଠସ୍ବର- ”ଅନ୍ତା, କବାଟ ଖୋଲ। ପୂରା ତିନ୍ତିଗଲି।“
ଅନନ୍ତନାଥ ଭାବିଲେ, ଏ ବେଳରେ ଅନୁକୂଳ ଏଠାକୁ କିପରି ଆସିଲା। ସବୁ ପଣ୍ଡ କରିଦେବ। ଏହା ଭାବି ତରବରରେ ଗଳାରେ ଫାଶ ଲଗାଇଲା ବେଳକୁ ଅନୁକୂଳଚନ୍ଦ୍ରଙ୍କର ପ୍ରଚଣ୍ଡ ଧମକ- ”କବାଟ ଖୋଲ୍‌ ଶଳା।“ ତାଙ୍କର ପ୍ରଚଣ୍ଡ ପଦାଘାତରେ କବାଟର ଅର୍ଗଳ ଭାଙ୍ଗିଗଲା। ଘର ଭିତରକୁ ପଶିଆସି ପ୍ରିୟ ସଖାକୁ କୋଳାଗ୍ରତ କରି ଟେକି ଧରିଲେ, ଗଳାରୁ ଫାଶ ବାହାର କରି ଫିଙ୍ଗିଦେଲେ। କହିଲେ ଦୂର୍‌ ଶଳା! ତୁ ଭଗବାନ ଭଗବାନ କହି କାନ୍ଦୁଛୁ- ଆଉ ଭଗବାନ ଯେ ତୋର ପଛେ ପଛେ ଘୂରି ବୁଲୁଛନ୍ତି ତାହା କ’ଣ ଆଖି ଖୋଲି ଦେଖିପାରୁନୁ। ହଠାତ୍‌ ଅନନ୍ତନାଥ ଅନୁଭବ କଲେ ଝଲକ ଝଲକ ଜ୍ୟୋତିଃ ତରଙ୍ଗ ତାଙ୍କ ସତ୍ତାକୁ ଆଚ୍ଛନ୍ନ କରିପକାଇଛି- ଶାନ୍ତ, ସମାହିତ ହୋଇ ଆସୁଛି ମନ- ଅଗଣିତ ନାଦ ଗୋଟିଏ ପରେ ଗୋଟିଏ ଧ୍ୱନିତ ହୋଇଚାଲିଛି ତାଙ୍କ କର୍ଣ୍ଣପଟରେ। ଗୋଟିଏ କେନ୍ଦ୍ରରୁ ସେହି ଦ୍ରୁତ କମ୍ପମାନ ଆଲୋକର ସ୍ରୋତ ଦୂରଦୂରାନ୍ତକୁ ବିଚ୍ଛୁରିତ ହୋଇ ପୁଣି କେଉଁ ଏକ ମହାକର୍ଷଣରେ କେନ୍ଦ୍ରାୟିତ ହେବାକୁ ଯାଇ ପୁନରାୟ ବହିର୍ମୁଖ ହୋଇ ଧାଇଁଚାଲିଛି। ସେଥି ସହିତ ଧ୍ୱନିତ ହେଉଛି ଏକ ଦ୍ରୁତ ତାଳରେ କମ୍ପିତ ନାଦ- ଯାହାର ପ୍ରଥମାର୍ଦ୍ଧରେ ଆଲୋକର ତରଙ୍ଗ ବିଚ୍ଛୁରିତ ହେଉଛି ଏବଂ ଦ୍ୱିତୀୟାର୍ଦ୍ଧରେ ପୁଣି କେନ୍ଦ୍ର ଆଡ଼କୁ ଫେରିଆସୁଛି। ସେ ବିସ୍ମିତ ହୋଇ ଦେଖିଲେ, ସେହି ଜ୍ୟୋତିଃ ତରଙ୍ଗର କେନ୍ଦ୍ରରେ ସମାସୀନ ଯେଉଁ ପୁରୁଷ, ଯାହାଙ୍କ ଦେହକୁ କେନ୍ଦ୍ରକରି ସେହି ଅପୂର୍ବ ଜ୍ୟୋତିଃ ଆଉ ନାଦର ଖେଳ ଚାଲିଛି, ସେ ଆଉ କେହି ନୁହନ୍ତି- ତାଙ୍କରି ବାଲ୍ୟବନ୍ଧୁ ଅନୁକୂଳଚନ୍ଦ୍ର। ତାଙ୍କୁ ଅଧିକ କିଛି ଭାବିବାର ସୁଯୋଗ ନ ଦେଇ ଅନୁକୂଳଚନ୍ଦ୍ର ଧମକ ଦେଇ କହିଲେ, ଚାଲ୍‌ ଶଳା, ମା’ଙ୍କ (ଅନୁକୂଳଚନ୍ଦ୍ରଙ୍କ ଜନନୀ ମନୋମୋହିନୀ ଦେବୀ) ପାଖରୁ ଏହି ମନ୍ତ୍ରରେ (ସତ୍‌ମନ୍ତ୍ରରେ) ଦୀକ୍ଷା ନେବୁ। ବନ୍ଧୁଙ୍କୁ ଟାଣି ଟାଣି ଆଣି ନିଜ ଘରେ ମା’ଙ୍କ ମାଧ୍ୟମରେ ଦୀକ୍ଷା ଦିଆଇଲେ।
ଏହା ପରେ ଅନନ୍ତନାଥ ଆଉ ପଛକୁ ଫେରିନାହାନ୍ତି। ସତ୍‌ମନ୍ତ୍ରରେ କଠୋର ସାଧନା କରି ଉପଲବ୍ଧିର ଚରମରେ ଉପନୀତ ହୋଇ ପ୍ରତ୍ୟକ୍ଷ କଲେ- ସେହି ସତ୍ୟଲୋକର ଅନାମୀ ପୁରୁଷ ହିଁ ଅନୁକୂଳଚନ୍ଦ୍ର ରୂପରେ ଧରାବତରଣ କରିଛନ୍ତି। ନିଜ ସାଧନାରେ ନିଶ୍ଚିତ ହୋଇ ସେ ଅନୁକୂଳଚନ୍ଦ୍ରଙ୍କୁ ‘ଠାକୁର, ଭଗବାନ’ ବୋଲି ପ୍ରଚାର କରିବାକୁ ଲାଗିଲେ। ଏଭଳି ପ୍ରଚାରରୁ ନିବୃତ୍ତ କରିବା ପାଇଁ ଅନୁକୂଳଚନ୍ଦ୍ର ତାଙ୍କୁ ବାରମ୍ବାର ତିରସ୍କାର କଲେ ଏବଂ ବେଳେ ବେଳେ ପ୍ରହାର ମଧ୍ୟ କରିଛନ୍ତି। କିନ୍ତୁ ଅନନ୍ତନାଥ ଆଦୌ ନିରସ୍ତ ହେଲେ ନାହିଁ। କହିଲେ ମୁଁ ଯାହା ସତ୍ୟ ବୋଲି ଜାଣିଛି ତାହା ସମସ୍ତ ଜଗତବାସୀଙ୍କୁ କହିବି, ଏଥିରେ ମୋର ଯାହା ବି ପରିଣତି ହେଉନା କାହିଁକି। ଏକରୁ ଅନେକ- କ୍ରମେ କ୍ରମେ ଠାକୁର ଅନୁକୂଳଚନ୍ଦ୍ରଙ୍କ ଖ୍ୟାତି ଚତୁର୍ଦ୍ଦିଗରେ ପରିବ୍ୟାପ୍ତ ହେବାକୁ ଲାଗିଲା। ଆସିଲେ ଦୁଃଖଦୈନ୍ୟ ପୀଡ଼ିତ, ସମସ୍ୟାଜର୍ଜରିତ ମଣିଷ ଜୀବନପଥର ନୂତନ ସନ୍ଧାନ ପାଇବା ଆଶାରେ। ଆସିଲେ ଜ୍ଞାନୀ, ଗୁଣୀ, ବିଜ୍ଞାନୀ, ଜିଜ୍ଞାସୁ, ଶାସ୍ତ୍ରଜ୍ଞ ପଣ୍ଡିତ, ଶିକ୍ଷାବିଦ୍‌, ଦାର୍ଶନିକ। ଆସିଲେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ। ଆସିଲେ କେତେ ନେତା, ଜନତା, ନାନାବିଧ ସମସ୍ୟାର ସମାଧାନ ଆଶାରେ। ସେମାନେ ତାଙ୍କୁ ଦେଖିଲେ, ବୁଝିଲେ, ପରଖିଲେ, ଜାଣିଲେ- ତାଙ୍କର ଅନନ୍ତ ଜ୍ଞାନ-କର୍ମ-ପ୍ରେମର ସ୍ପର୍ଶରେ ମୁଗ୍ଧ ହେଲେ, ତୃପ୍ତ ହେଲେ ଏବଂ ତାଙ୍କର ଆଗମନ ବାର୍ତ୍ତା ବହନ କରି ଚାଲିଲେ ଗ୍ରାମରୁ ନଗରକୁ, ଦେଶରୁ ଦେଶାନ୍ତରକୁ। ଆସିଥିଲେ କୃତବିଦ୍ୟ ବୈଜ୍ଞାନିକ ପ୍ରଫେସର କୃଷ୍ଣପ୍ରସନ୍ନ, ବୈଷ୍ଣବଗୁରୁ ସତୀଶଚନ୍ଦ୍ର, ସ୍ବଭାବକବି ହେମଚନ୍ଦ୍ର, ଆମେରିକାନ ନାଭାଲ ଅଫିସର ସ୍ପେନସର ସାହେବ, ହାଉଜରମ୍ୟାନ ସାହେବ, ଆସିଥିଲେ ଦେଶବନ୍ଧୁ ଚିତ୍ତରଞ୍ଜନ, ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷଚନ୍ଦ୍ର- ଏମିତି ଅନେକେ। ପଦ୍ମାନଦୀ ତୀରର ସେହି କ୍ଷୁଦ୍ର ହିମାଇତପୁର ଗ୍ରାମରେ ଗଢ଼ିଉଠିଲା ବିରାଟ ସତ୍‌ସଙ୍ଗ ଆଶ୍ରମ- ମଣିଷର ପ୍ରୟୋଜନରେ, ମଣିଷକୁ ନେଇ, ମଣିଷର ମଙ୍ଗଳ ପାଇଁ ମହାମିଳନର ତୀର୍ଥଭୂମିରୂପେ। ଧର୍ମ ସମ୍ବନ୍ଧରେ ସମସ୍ତ ଜଟିଳତା, ଆନୁଷ୍ଠାନିକତା ଏବଂ ସଂକୀର୍ଣ୍ଣତାର ଅନ୍ତ ଘଟାଇ ଶ୍ରୀଶ୍ରୀଠାକୁର ଘୋଷଣା କଲେ- ପରିବେଶର ସମସ୍ତଙ୍କୁ ନେଇ ସୁନ୍ଦର ସଫଳ ଭାବରେ ବଞ୍ଚିବା ଏବଂ ଜୀବନର ସର୍ବାଙ୍ଗୀଣ ଉନ୍ନତି ପଥରେ ଆଗେଇ ଯିବାର ନୀତିନିୟମକୁ ହିଁ ଧର୍ମ କହନ୍ତି ଏବଂ ଏହା ହିଁ ଜାତି-ବର୍ଣ୍ଣ-ସମ୍ପ୍ରଦାୟ ନିର୍ବିଶେଷରେ ସମସ୍ତଙ୍କର ଅନୁସରଣୀୟ ମାନବ ଧର୍ମ- ତାଙ୍କ ପ୍ରବର୍ତ୍ତିତ ସତ୍‌ସଙ୍ଗ ଆନ୍ଦୋଳନ ଏହି ଉଦାର ମାନବଧର୍ମର ଆଦର୍ଶ ବହନ କରିଚାଲିଛି।
ହେଲେ ସେହି ମହାନ୍‌ ପୁରୁଷ ମଣିଷର ମଙ୍ଗଳ ପାଇଁ କିପରି କୃଚ୍ଛ୍ର ସାଧନା କରିଥିଲେ ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ପଦ୍ମାନଈ କୂଳର ଗ୍ରାମ ହିମାଇତପୁର ଗୋଟିଏ ବନ୍ୟାପ୍ଳାବିତ ଅଞ୍ଚଳ। ବର୍ଷାଦିନେ ରାସ୍ତାଘାଟ ସବୁ ପାଣିରେ ବୁଡ଼ିଯାଏ। ଆଶ୍ରମରେ ଥିଲା କେତେକ ହାତସଫା ପାଇଖାନା। ବର୍ଷାଦିନେ ସୁଇପର ଆସି ନ ପାରିବାରୁ ଦିନ ଦିନ ଧରି ମଇଳା ଜମିରହେ। ଫଳରେ ଆଶ୍ରମର ପରିବେଶ ଦୂଷିତ, ପୂତିଗନ୍ଧମୟ ହୋଇଉଠେ। କେହି କିଛି କରିପାରନ୍ତି ନାହିଁ। ଏହାର ପ୍ରତିକାର ପାଇଁ ଶ୍ରୀଶ୍ରୀଠାକୁର ଏକାକୀ ସମସ୍ତଙ୍କ ଅଲକ୍ଷ୍ୟରେ ଗଭୀର, ନିସ୍ତବ୍ଧ ରାତ୍ରିରେ ଗୋଟିଏ ଟିଣରେ ପାଇଖାନାଗୁଡ଼ିକରୁ ପଚା, ଦୁର୍ଗନ୍ଧ ମଳ ବାହାରକରି ମୁଣ୍ଡରେ ବୋହିନେଇ ଦୂରରେ ନିକ୍ଷେପ କରନ୍ତି ଏବଂ ଭଲଭାବରେ ପଦ୍ମାନଦୀରେ ସ୍ନାନକରି ବିଛଣାରେ ଆସି ଶୁଅନ୍ତି। ପରିବେଶର ଶୁଦ୍ଧତା ପାଇଁ ରାତି ପରେ ରାତି ଚାଲେ ତାଙ୍କର ଏହି କୃଚ୍ଛ୍ର ଲୋକସେବା ସମସ୍ତଙ୍କ ଅଲକ୍ଷ୍ୟରେ। କେହି ଜାଣି ପାରନ୍ତି ନାହିଁ ଯେ ତାଙ୍କର ଏକାନ୍ତ ଆରାଧ୍ୟ ଦେବତା ଏପରି କାର୍ଯ୍ୟ କରିଚାଲିଛନ୍ତି ନିଭୃତରେ ସମସ୍ତଙ୍କ ମଙ୍ଗଳ ପାଇଁ। ଦିନେ ଅବଶ୍ୟ ତାଙ୍କର ପୁତ୍ର ଅମରେନ୍ଦ୍ରନାଥ (ଶ୍ରୀଶ୍ରୀବଡ଼ଦା), ଯିଏ ସେତେବେଳେ ତପୋବନ ହାଇସ୍କୁଲର ଛାତ୍ର, ଏ କଥା ଜାଣି ପକାଇଲେ। ତାହା ପରଠାରୁ ବାଳକ ଅମରେନ୍ଦ୍ରନାଥ ନିଜ ସାଙ୍ଗ ପିଲାମାନଙ୍କ ସହିତ ମିଶି ଏହି କାର୍ଯ୍ୟ କରିବାକୁ ବ୍ରତୀ ହେଲେ, ଯେଉଁଥିପାଇଁ ପରବର୍ତ୍ତୀ ସମୟରେ ଆଶ୍ରମ କର୍ତ୍ତୃପକ୍ଷ ତାଙ୍କୁ ଗୋଟିଏ ରୌପ୍ୟପଦକରେ ପୁରସ୍କୃତ କରିଥିଲେ। ଏଭଳି ଜଣେ ଠାକୁରଙ୍କୁ ଆମେ କେଉଁ ଭାଷାରେ ବର୍ଣ୍ଣନା କରିପାରିବା? ବୋଧହୁଏ ସେଥିପାଇଁ ଶାସ୍ତ୍ର ତାଙ୍କୁ କହିଛି-‘ଅଣୋରଣୀୟାନ୍‌ ମହତୋ ମହୀୟାନ୍‌’- ଅର୍ଥାତ୍‌ ସେ ଅଣୁଠାରୁ କ୍ଷୁଦ୍ର ଓ ମହତ୍‌ଠାରୁ ଆହୁରି ମହାନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଆଶ୍ରମ ସ୍କୁଲର ଅବସ୍ଥା

ଅନ୍ନପୂର୍ଣ୍ଣା ପାଣ୍ଡେ ଦୀର୍ଘଦିନ ହେଲା ବିଦେଶରେ ରହି ମଧ୍ୟ ମୁଁ ଦେଶମାଟିକୁ ଭୁଲିପାରିନାହିଁ। ବରଂ କିଛି ଅଘଟଣ ଘଟିବା ଖବର ପାଇ ବେଶି ବେଶି ଘାରି...

ଅଙ୍କ ବିଜ୍ଞାନରେ ନିର୍ବାଚନ ଫଳ

ସୁଧିରାଜ ରାଉତ ମେ ୨୩ ତାରିଖକୁ କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ଅପେକ୍ଷା କରିଛି- ନିର୍ବାଚନ ଫଳାଫଳ କ’ଣ ହେବ। ଏହି ଫଳାଫଳ ଏକବିଂଶ...

ଶିକ୍ଷାରେ ବ୍ୟବସାୟ

ସହଦେବ ସାହୁ ସ୍କୁଲ-କଲେଜରେ ନାମ ଲେଖାଇବା ସମୟ ଆସିଗଲା, ତେଣୁ ଖବରକାଗଜ ପୃଷ୍ଠାଗୁଡିକ, ବିଶେଷତଃ ପ୍ରଥମ କେଇ ପୃଷ୍ଠା ଘରୋଇ ଶିକ୍ଷାନୁଷ୍ଠାନର ବିଜ୍ଞାପନରେ ଭର୍ତ୍ତି। ଟେଲିଭିଜନ...

ଚାମୁଣ୍ଡା ଉପାସନା ଓ ଭାରତ

ଡ. ତ୍ରିନାଥ ପଟ୍ଟନାୟକ ଚଣ୍ଡମୁଣ୍ଡ ବିଧ୍ୱଂସିନୀ ଚାମୁଣ୍ଡା, ବିଶ୍ୱ ସଂହାରିଣୀ ହେଲେ ସୁଦ୍ଧା ଦେବୀ ଜଗଜ୍ଜନନୀ, କଲ୍ୟାଣମୟୀ ଦୁର୍ଗାରୂପେ ପରିଚିତା, ଦେବୀ ଚଣ୍ଡମୁଣ୍ଡ ମସ୍ତକ ଦୁଇଟି...

ଆଜିର ଅର୍ଥନୀତି/ ଗଳାବାଟ ବନ୍ଦ

ବିଭିନ୍ନ ଆର୍ଥିକ ସଂସ୍ଥାର ଉପଭୋକ୍ତାମାନଙ୍କର ଋଣ ସମ୍ବନ୍ଧୀୟ ସୂଚନା ଅନିୟନ୍ତ୍ରିତ ଭାବରେ ପ୍ରଘଟ ନ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ସମସ୍ତ ବ୍ୟାଙ୍କ...

ଆଇଏଇଏ ମହାନିର୍ଦ୍ଦେଶକ

ବ୍ୟକ୍ତିତ୍ୱ/ଶିବ ପ୍ରସାଦ ପୁହାଣ ବିଶ୍ୱରେ ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ଉପଯୋଗ କରିବା ଉଦ୍ଦେଶ୍ୟରେ ୨୯ ଜୁଲାଇ, ୧୯୫୭ରେ ଗଠିତ ହୋଇଛି ଇଣ୍ଟରନ୍ୟାଶନାଲ ଆଟମିକ୍‌ ଏନର୍ଜି ଏଜେନ୍ସି...

ଅତୀତର ସ୍ମୃତି

ଅଲେଖ ଚନ୍ଦ୍ର ମିଶ୍ର ପୁରାତନ କଥାଟିଏ। ଗୋଟିଏ ଗାଁରେ ରହୁଥିଲେ ମା’ବାପା ଛେଉଣ୍ଡ ଭାଇଭଉଣୀ। ସେମାନେ ଅତି ଦରିଦ୍ର ଥିବାରୁ ଅଦୂରରେ ଥିବା ଜଙ୍ଗଲକୁ ଯାଇ...

ଏଇ ଭାରତରେ

କୌଣସି ବ୍ୟକ୍ତିର ଅନ୍ତିମ ସଂସ୍କାର ପାଇଁ କେତେଶହ ଅଥବା କେତେ ହଜାର ଟଙ୍କା ବ୍ୟୟ ହେଉଥିବା ବେଳେ ମୃତକଙ୍କର ଆତ୍ମୀୟମାନେ ହିଁ ଏଥିପାଇଁ ଖର୍ଚ୍ଚାନ୍ତ ହୋଇଥାଆନ୍ତି।...

Coronavirus Update


Archives

Model This Week

Why Dharitri