Posted inଫୁରସତ

ସବୁଜିମାଭରା ଅଟୋ

ଗ୍ରାହକଙ୍କୁ ଯିଏ ଯେତେ ଆକୃଷ୍ଟ କରିପାରେ ତା’ର ବ୍ୟବସାୟ ସେତେ ବଢିଥାଏ। ସେଇଥିପାଇଁ ତ କିଏ କେତେପ୍ରକାର ଉପାୟ ଅବଲମ୍ବନ କରିଥାଆନ୍ତି ଗ୍ରାହକଙ୍କୁ ନିଜ ପାଖକୁ ଟାଣିବା ପାଇଁ। ମହାରାଷ୍ଟ୍ରର ପୁଣେରେ ଏକ ଅଟୋ ଡ୍ରାଇଭର୍‌ ତ ଏଭଳି ପନ୍ଥା ଆପଣେଇଛନ୍ତି ଯେ, ସାରା ଭାରତରେ ଏବେ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ପ୍ରଚଣ୍ଡ ଖରା ଯୋଗୁ ଲୋକେ ଗଛ ଛାଇ ଟିକେ ଖୋଜନ୍ତି। ତେଣୁ ସେ ନିଜ ଅଟୋକୁ ହିଁ ସବୁଜିମାରେ ଭରି ଦେଇଛନ୍ତି। ଆଉ ତାହା ଏତେ ଆକର୍ଷକ ଲାଗୁଛି ଯେ, ଲୋକେ ଆପେ ଟାଣି ହୋଇ ଚାଲି ଆସୁଛନ୍ତି ତାଙ୍କ ଅଟୋ ନିକଟକୁ। ଯଦିଓ ସେହି ଗଛ ଲତା ଓ ଫୁଲ ବାସ୍ତବିକ ନୁହେଁ ତଥାପି ସେହି କୃତ୍ରିମ ଲତାଫୁଲର ସାଜସଜ୍ଜା ଲୋକଙ୍କୁ ବାଧ୍ୟ କରୁଛି ଘଡିଏ ଅଟକି ଅଟୋକୁ ଦେଖିବାକୁ। ଅଟୋର ଛାତ, ସିଟଠାରୁ ଆରମ୍ଭ କରି ସବୁ ଅଂଶକୁ ସେ କୃତ୍ରିମ ଲତା,ଘାସ ଓ ଫୁଲରେ ସଜାଇଛନ୍ତି। ଆଉ ତାହା ସତସତିକା ଘାସ, ଫୁଲ, ଲତା ପରି ହିଁ ଦେଖାଯାଏ। ଅଟୋ ମାଲିକ ଇବ୍ରାହିମ ଇସ୍ମାଇଲ ତମ୍ବୋଲିଙ୍କ ଏହି ପ୍ରୟାସକୁ ସମସ୍ତେ ବେଶ୍‌ ପ୍ରଶଂସା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କମିଛି ଆଣ୍ଟିବାୟୋଟିକ ବ୍ୟବହାର

ଲଣ୍ଡନ,୧୩।୫: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଏ ପର୍ଯ୍ୟନ୍ତ କୌଣସି ସଫଳ ଔଷଧ ବାହାରି ନ ଥିବାରୁ ସଂକ୍ରମଣ ରୋକିବାକୁ ସ୍ବଚ୍ଛତାକୁ ଗୁରୁତ୍ୱ ଦିଆଯାଉଛି। ଅଧିକାଂଶ...

ବିବାହ କଲେ ୬୭ ବର୍ଷ ବରକୁ ୬୫ ବର୍ଷୀୟା କନ୍ୟା

ତ୍ରିଶୂର,୨୯।୧୨: କେରଳ ତ୍ରିଶୂର ଜିଲାର ରାମାଭରମାପୁରମରେ ୬୭ ବର୍ଷ ବରକୁ ୬୫ ବର୍ଷୀୟା କନ୍ୟା ବିବାହ କରିବା ଦୃଶ୍ୟ ସମସ୍ତଙ୍କୁ ଆନନ୍ଦ ଦେଇଛି। ଏକ ସରକାରୀ...

ପୋଷା କୁକୁରକୁ ବାହାରେ ନ ବୁଲାଇଲେ ଏଠାରେ ଦେବାକୁ ପଡ଼େ ଜରିମାନା

ଆଜିକାଲି ସମୟରେ ଅଧିକାଂଶ ଲୋକ ଘରେ କୁକୁର ପାଳିବାକୁ ପସନ୍ଦ କରୁଛନ୍ତି। କୁକୁର ପାଳିଲେ ସେମାନଙ୍କର ମଣିଷ ପରି ଯତ୍ନ ନେବା ମଧ୍ୟ ଦରକାର। ସକାଳୁ...

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରୋଷେୟାଙ୍କ ନାଚ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ପାଟନା,୮।୬: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ପ୍ରବାସୀ ଶ୍ରମିକଙ୍କ ଲାଗି କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିବାର...

ଚଢ଼େଇ ମଣିଷ ସହିତ ଗୋଟିଏ ଥାଳିରେ କରୁଛି ଭୋଜନ: ଭିଡ଼ିଓ ଭାଇରାଲ…

ନୂଆଦିଲ୍ଲୀ,୧୬।୬: ଏବେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଏକ ହୋଟେଲରେ ଜଣେ ଲୋକଙ୍କ ସହିତ ଗୋଟିଏ ଥାଳିରେ ଚଢ଼େଇ ଭୋଜନ...

ମଣିଷ ପରି ଦେଖାଯାଉଥିବା କୁକୁର: ସୋସିଆଲ ମିଡିଆରେ ଫଟୋ ଭାଇରାଲ

ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ବିଭିନ୍ନ ପ୍ରଜାତିର କୁକୁର ଦେଖିଛେ, ଯାହାର ନିଜର ଏକ ସ୍ବତନ୍ତ୍ରତା ମଧ୍ୟ ରହିଥାଏ। ହେଲେ ଏମିତି ଏକ କୁକୁର ରହିଛି, ଯାହା...

ପୁଅଙ୍କ ଚିଠିକୁ ପିତା ଖୋଲିଦେବାରୁ ମିଳିଲା ଏମିତି ଦଣ୍ଡ

ଜଣେ ୧୦ ବର୍ଷର ପୁଅଙ୍କ ଚିଠିକୁ ତାଙ୍କ ପିତା ଖୋଲିଦେବାରୁ କୋର୍ଟରେ ଦଣ୍ଡିତ ହୋଇଛନ୍ତି। ଆପଣ ଭାବୁଥିବେ ଏ ଚିଠିରେ ଏମିତି କ’ଣ ଥିଲା ଯେ...

ଗୁମ୍ଫାରେ ରହିଛି ସୁନା ଭଣ୍ଡାର: ଇଂରେଜଙ୍କ ତୋପ ବି ଖୋଲି ପାରି ନ ଥିଲା ପଥର ଫାଟକ

ପାଟନା,୨୩।୨: ଭାରତର କେତେକ ସ୍ଥାନରେ କିଛି ରହସ୍ୟ ରହିଛି ତାହାର ସମାଧାନ ବର୍ତ୍ତମାନ ସୁଦ୍ଧା ଆଧୁନିକ ବିଜ୍ଞାନ ଦ୍ୱାରା ବି ସମ୍ଭବ ହୋଇ ପାରିନି। ଏଭଳି...

Advertisement
Archives

Model This Week