ସଫା ଆଳରେ ସୁନାଗହଣା ଲୁଟ୍‌

ଧାମନଗର,୨୨।୧(ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ପଳିକିରି ମେଳଣଡିହି ଗ୍ରାମର ଆରତି ଦାସ ନାମ୍ନୀ ଜଣେ ମହିଳାଙ୍କଠାରୁ ସଫା ଆଳରେ ସୁନାଗହଣା ଲୁଟ୍‌ ହୋଇଥିବା ଧାମନଗର ଥାନାରେ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁସାରେ, ବୁଧବାର ଦୁଇଜଣ ଅଚିହ୍ନା ଯୁବକ ସୁନା ଗହଣା ସଫା କରିବା ପାଇଁ ଆସି ଆରତିଙ୍କ ଘରେ ପହଞ୍ଚିଥିଲେ। ସେମାନେ ପ୍ରଥମେ ଆରତିଙ୍କ ପାଉଁଜି ସଫା କରିବାକୁ ମାଗିଥିଲେ। ଏହାପରେ ଆଉ କ’ଣ ସୁନାଗହଣା ସଫା କରିବା ପାଇଁ ଅଛି ଆଣିବାକୁ କହିବାରୁ ଆରତି ନିଜ ମଙ୍ଗଳସୁତ୍ର, ମୁଦି, କାନଫୁଲ ଇତ୍ୟାଦି ଆଣି ଦେଇଥିଲେ। ସଫା ଆରମ୍ଭ କରିବାକୁ ଯାଇ ଘରୁ ଟିକିଏ ହଳଦୀ ପାଣି ଏକ ଗିନାରେ ଆଣିବାକୁ ସେମାନେ ଆରତିଙ୍କୁ କହିଥିଲେ। ଆରତି ଘର ଭିତରୁ ହଳଦୀ ପାଣି ଆଣି ଲୁଟେରାମାନେ ଗହଣା ନେଇ ଚମ୍ପଟ ମାରିଥିବା ଦେଖିଥିଲେ। ସୁନାର ପରିମାଣ ପ୍ରାୟ ୩ ଭରି ହେବ ବୋଲି ସେ ଦର୍ଶାଇଛନ୍ତି। ବହୁ ଖୋଜାଖୋଜି ପରେ ଲୁଟେରାଙ୍କ ସନ୍ଧାନ ନ ପାଇ ସେ ଧାମନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଚଶିକ୍ଷାରେ ଅର୍ଥ ବାଧକ :ସହାୟତା ଅପେକ୍ଷାରେ ମେଧାବୀ ଆଦିବାସୀ ଛାତ୍ର କୃଷ୍ଣଚନ୍ଦ୍ର

କେନ୍ଦୁଝର, ୨୮ା୭ (ସ୍ବ.ପ୍ର.)- ପରିବାରର ଆର୍ଥିକ ଅନଟନ ଯୋଗୁ ନାନା ସମସ୍ୟା ମଧ୍ୟରେ ପାଠ ପଢୁଥିବା ମେଧାବୀ ତଥା ଭିନ୍ନକ୍ଷମ ଆଦିବାସୀ ଛାତ୍ର କୃଷ୍ଣଚନ୍ଦ୍ର ଦେହୁରି...

ଜନସ୍ବାସ୍ଥ୍ୟ ବିଭାଗର ମନମୁଖି କାର୍ଯ୍ୟ: ଦୁଇ ଦିନ ହେଲା ସହରକୁ ଜଳଯୋଗାଣ ବନ୍ଦ

ଫୁଲବାଣୀ ଅଫିସ, ୮ା୧-ଫୁଲବାଣୀ ସହରରେ ଦୁଇ ଦିନ ହେଲା ଜନସ୍ବାସ୍ଥ୍ୟ ଉପବିଭାଗ ପକ୍ଷରୁ ଜଳ ଯୋଗାଣ ହେଉ ନ ଥିବାରୁ ଲୋକେ ନାହିଁ ନ ଥିବା...

କୁନ୍ଦୁଲି ଗଣବଳାତ୍କାର ମାମଲା: ହାଇକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କଲା ଏସ୍‌ଆଇଟି

କଟକ ଅଫିସ,୧୬।୧୨: କୁନ୍ଦୁଲି ଗଣବଳାତ୍କାର ଘଟଣାର ତଦନ୍ତ ପାଇଁ ଗଠିତ ଏସ୍‌ଆଇଟି ସୋମବାର ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିଛି। ସିଲ୍‌ କଭର ମଧ୍ୟରେ ଏହି...

ଅନ୍‌ଲକ୍‌ ପାଇଁ ଫିଟୁଛି ବାଟ: ଗଞ୍ଜାମରେ ୫୦୦ ତଳେ କରୋନା ଆକ୍ଟିଭ କେସ୍‌

ଛତ୍ରପୁର,୧୨ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ କମ୍‌ ହେବାରେ ଲାଗିଛି। ଏବେ ଗଞ୍ଜାମ ଗ୍ରୀନ୍‌ ଜୋନ୍‌ରେ ରହିଛି। ଜିଲାରେ ଏବେ ୫୦୦ ତଳେ...

ଭୁଜାଲି ମାଡ଼ରେ ଜଣେ ଗୁରୁତର

ଜଗନ୍ନାଥପ୍ରସାଦ,୨୦ା୭(ଡି.ଏନ.ଏ.): ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଗଣ୍ଡାଧର ପଞ୍ଚାୟତର ବିରୂପାକ୍ଷ ନାୟକଙ୍କୁ ଶୁକ୍ରବାର ଭୁଜାଲିରେ ଆକ୍ରମଣ କରାଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜଗନ୍ନାଥପ୍ରସାଦ ଓ ପରେ...

ପ୍ରବାସୀ ଓଡ଼ିଆଙ୍କୁ ନେଇ ପୁଣି ବାହାରିଲା ବସ୍‌: ସୁରଟରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ

ଭଞ୍ଜନଗର,୧ା୫ (ଡି.ଏନ.ଏ)-ଗୁଜୁରାଟର ସୁରଟ ଜିଲା ପ୍ରଶାସନ ଅନୁମତିକ୍ରମେ ସେଠାରୁ ଓଡ଼ିଆମାନେ ବସ୍‌ ଯୋଗେ ଗଞ୍ଜାମ ଜିଲାକୁ ନିଜ ଖର୍ଚ୍ଚରେ ଫେରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୨୮ ଜଣଙ୍କୁ...

ଝିଙ୍କ ଶିକାରକୁ ଯାଇ ଜଣେ ମୃତ, ଜଣେ ଗୁରୁତର:ଖବରକୁ ଅସ୍ବୀକାର କଲେ ଗ୍ରାମବାସୀ

ମାଲକାନଗିରି,୧୪ା୭(ଡି.ଏନ.ଏ./ସ୍ବ.ପ୍ର.)- ମାଲକାନଗିରିର ଜିଲା ସଦର ବ୍ଲକ ଅନ୍ତର୍ଗତ ଝରାପାଲି ଗ୍ରାମର ୫ଜଣ ବ୍ୟକ୍ତି ଶନିବାର ନିକଟସ୍ଥ ଜଙ୍ଗଲର ଏକ ଗୁମ୍ଫାକୁ ଝିଙ୍କ ଶିକାର କରିବାକୁ ଯାଇ...

ଚନ୍ଦ୍ରଭାଗା ଉପକୂଳରେ ଡଲ୍‌ଫିନ

ପୁରୀ ଅଫିସ, ୨୬ା୧୨: ଚନ୍ଦ୍ରଭାଗା ଉପକୂଳରେ ଡଲ୍‌ଫିନ। ଗତ କିଛିଦିନ ହେଲା କୂଳଠାରୁ ପ୍ରାୟ ୫୦୦ ମିଟର ଦୂରରେ କିଛି ଡଲ୍‌ଫିନ ଖେଳୁଥିବା ଦେଖାଯାଉଛି। ତେବେ...

Advertisement


Archives

Model This Week

Why Dharitri